• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦୁର୍ନୀତି

ଏନ୍ଆରଇଜିଏ ଦୁର୍ନୀତି ଅଭିଯୋଗକୁ ମନ୍ତ୍ରୀଙ୍କ ଅସ୍ୱୀକାର

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

ଭୁବନେଶ୍ୱର, ଅପ୍ରେଲ ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିୟନ୍ତ୍ରିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏ)ରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ବିଭାଗୀୟ ମନ୍ତ୍ରୀ ଶନିବାର ଅସ୍ୱୀକାର କରିଛନ୍ତି ।

ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଯୋଜନାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଅଭିଜ୍ଞତା ଅଭାବରୁ ଏହି ଯୋଜନା ଆରମ୍ଭ ସମୟରେ କେତେକ ତୃଟି ହୋଇଥିଲା ସେଗୁଡ଼ିକୁ ସୁଧାରି ଦିଆଯାଇଛି ଓ ତାହା ବର୍ତ୍ତମାନ ଠିକ୍ ଚାଲିଛି ବୋଲି ସେ କହିଛନ୍ତି ।

ହିତାଧିକାରୀ ମାନଙ୍କୁ ବ୍ୟାଙ୍କ୍ ଓ ଡ଼ାକଘର ମାଧ୍ୟମରେ ମଜୁରୀ ପ୍ରଦାନ କରାଯାଉଛି । ୨୦୧୦-୧୧ରେ ଯୋଜନାରେ ମିଳିଥିବା ଅର୍ଥର ୮୬ ପ୍ରତିଶତ ଖର୍ଚ୍ଚ ହୋଇଛି ।

ଚଳିତବର୍ଷ ଏହି ଯୋଜନାରେ ୬୦ଲକ୍ଷ ୨୯୧ଟି ପରିବାରକୁ ଜବ୍କାର୍ଡ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଲକ୍ଷ ୭୯ ହଜାର ୮୩୦ ଜଣକୁ କାମ ଦିଆଯାଇଛି ଓ ପ୍ରତ୍ୟେକ ପରିବାରକୁ ୪୮ ଦିନର କାମ ଦିଆଯାଇଛି ବୋଲି ସେ କହିଛନ୍ତି ।

ଏ ସଂପର୍କରେ ସରକାରୀ ଓ ବେସରକାରୀ ଅଧିକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ମହାତ୍ମାଗାନ୍ଧୀ, ମୁଖ୍ୟ ଖବର

 ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟକାରିତା ପାଇଁ ପ୍ୟାନେଲ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଏମ୍ଜିଏନ୍ଆରଇଜିଏରେ ହୋଇଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହି ଯୋଜନାର ତଦାରଖ ପାଇଁ ଗୁରୁବାର ରାଜ୍ୟ ସରକାର ଏକ ପ୍ୟାନେଲ ଗଠନ କରିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲରେ ପଞ୍ଚାୟତିରାଜ ବିଭାଗ ସଚିବ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଏମ୍ଜିଏନ୍ଆରଇଜିଏ ଯୋଜନାରେ କାର୍ଯ୍ୟ ହେଉଛି କି ନାହିଁ ତଥା ଏଥିରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ପ୍ୟାନେଲ ତନ୍ତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିୟନ୍ତ୍ରିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏ)ରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ଦୁର୍ନୀତି, ମୁଖ୍ୟ ଖବର, ରାଜ୍ୟ ସରକାର

ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଗଦା ହେଲା ପୋକରା ଡ଼ାଲି

February 16, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖା ଦେଇଥିବା ବହୁ ଚର୍ଚ୍ଚିତ ଡ଼ାଲି ଦୁର୍ନୀତିକୁ ନେଇ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରଦ୍ୱିତୀୟ ଦିନରେ ମଙ୍ଗଳବାର ମଧ୍ୟ ଗୃହରେ ଝଡ଼ ସୃଷ୍ଟି ହୋଇଛି ।

ବିଜେପିର ପଦାଙ୍କ ଅନୁସରଣ କରି କଂଗ୍ରେସ ବିଧାୟକମାନେ ପୋକରା ତଥା ନିମ୍ନ ମାନର ଡ଼ାଲିକୁ ଗୃହ ମଝିରେ ପ୍ରଦର୍ଶନ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଗଦା କରିଛନ୍ତି ।

ସେମାନେ ହୋହାଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ଗୃହରେ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ନିଜ ଆସନରେ ଛିଡ଼ା ହୋଇ କିଛି କହିବାକୁ ଚାହିଁଥିଲେ ମାତ୍ର ବାଚସ୍ପତି ଏଥିପ୍ରତି ଦୁଷ୍ଟି ନେଇ ଏନ୍ସିପି ସଭ୍ୟ ଅମର ପ୍ରସାଦ ସତପଥୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ କୃଷି ମନ୍ତ୍ରୀଙ୍କୁ ଡ଼ାକିଥିଲେ ।

ରାଉତ ତାଙ୍କ ଉତ୍ତର ଦେଉଥିବା ବେଳେ କଂଗ୍ରେସ ଦଳର କେତେକ ବିଧାୟକ ହାତରେ ଡ଼ାଲି ଭର୍ତ୍ତି ପତର ପ୍ଲେଟ ଧରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ ।

ଏହି ସମୟରେ ବିରୋଧି ଦଳ ନେତା ଛିଡ଼ା ହୋଇ ଡ଼ାଲି ଦୁର୍ନୀତି ଉପରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ହୋହାଲ୍ଲା ଓ ସରକାରୀ ବିରୋଧି ସ୍କୋଗାନ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା । ବିଜେପିର କନକ ବର୍ଦ୍ଧନ ସିିଂଦେଓ, ପ୍ରତାପ ଷଡ଼ଙ୍ଗୀ, ଏନ୍ସିପିର ନବୀନ ନନ୍ଦ ଓ ଅରବିନ୍ଦ ଢାଲି ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ କୃଷି ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ସେମାନଙ୍କର ଉତ୍ତର ଦେଇଥିଲେ ।

କଂଗ୍ରେସ ସଭ୍ୟ ଦେବୀ ପ୍ରସନ୍ନ ଚାନ୍ଦ ଓ ଅନୁପ ସାଏ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ସଂଗୃହୀତ ପୋକରା ଡ଼ାଲିକୁ ଗଦା କରିଥିଲେ । ପ୍ରଥମେ ବାଚସ୍ପତି ଏଗୁଡ଼ିକୁ ଦେଖନ୍ତୁ ଓ ପରେ ଏନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କରନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ବାଚସ୍ପତି, ମୁଖ୍ୟ ଖବର, ସରକାରୀ

ହଟ୍ଟଗୋଳ ମଧ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ସୋମବାର ହଟ୍ଟଗୋଳ ମଧ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।

ମଧ୍ୟାହ୍ନ ୧୧ଟାବେଳେ ଆରମ୍ଭ ହୋଇଥିବା ଅଧିବେଶନରେ ପ୍ରଥମେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ପୋଲିସ ବାହୀନୀର ସଫଳ ମୁତୟନ ଓ ନିୟନ୍ତ୍ରଣ ଯୋଗୁଁ ୨୦୧୦ରେ ମାଓବାଦୀ ହିଂସା ରାଜ୍ୟରେ ଉଲ୍ଲେଖନୀୟ ହ୍ରାସ
ପାଇଥିବା ବେଳେ ମାଓ ବିରୋଧି ଅଭିଯାନ ଉପ୍ରୁତ ଅଞ୍ଚଳରେ ଯୋରାର କରାଯାଇଛି ଓ ସୁରକ୍ଷାବାହୀନୀ ଇତି ମଧ୍ୟରେ ୨୧୪ ଜଣ ମାଓବାଦୀ ଙ୍କୁ ଗିରଫ କରିଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।

ସେହିପରି ରାଜ୍ୟରେ ସଡ଼କ ପରିବହନ କ୍ଷେତ୍ରରେ ଅନ୍ ଲାଇନ ରଖାସ୍ତ, ବିଲ ପ୍ରାନ ଯଥା ଇ-ିଶା ପ୍ରକଳ୍ପ ଆରମ୍ଭ
କରାଯାଇଛି । ବିଦ୍ୟୁତଚୋରି ଓ ନିୟନ୍ତ୍ରଣ ନିମନ୍ତେ ୧୬ଟି ସ୍ୱତନ୍ତ୍ର ଥାନା ସ୍ଥାପନ କରାଯାଇଛି ଓ ଏହା ଅନ୍ତର୍ଗତ ଅପରାଧ ବିଚାର ପାଇଁ ୫ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି, ରାଜ୍ୟପାଳ କହିଛନ୍ତି ।

ରାଜ୍ୟ ସରକାର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଫଳ ହୋଇଥିବା ଉଲ୍ଲେଖ କରି ବିରୋଧି ଦଳ ନେତା ଭୁପିନ୍ଦର ସିଂହ ନିଜ ଆସନରେ ଛିଡ଼ା ହୋଇ ପ୍ରଥମେ ଏହାକୁ ବିରୋଧ କରିଥିଲେ । ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ ।

ଡ଼ାଲି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଧାୟକ ଜୟନାରାୟଣ ମିଶ୍ର ଓ ପ୍ରତାପ ଷଡ଼ଙ୍ଗୀ ଗୃହ ମଧ୍ୟରେ ପୋକରା ଡ଼ାଲି ଦେଖାଇଥିଲେ । ପରେ ସେମାନେ ପୋକରା ଡ଼ାଲିକୁ ରିପୋର୍ଟର ଟେବୁଲ ଉପରେ ବିଞ୍ଚିଥିଲେ ।

ଚତୁର୍ଦ୍ଦଶ ବିଧାନସଭାର ଷଷ୍ଠ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଫେବୃୟାରୀ ୧୪ରୁ ୨୪ ଓ ମାର୍ଚ୍ଚ ୧୧ରୁ ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୮ରେ ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିବେ ଓ ୨୫ ତାରିଖରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ସେମାନଙ୍କର ରିପୋର୍ଟ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଧିବେଶନ, ଦୁର୍ନୀତି, ବିଧାନସଭା, ମୁଖ୍ୟ ଖବର

ମାଓବାଦୀଙ୍କ ବନ୍ଦ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଜୀବନଯାତ୍ରା ପ୍ରଭାବିତ

February 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଦରମା ବୃଦ୍ଧି ଓ ଦୁର୍ନୀତି ବିରୋଧରେ ସିପିଆଇ ମାଓବାଦୀ ପକ୍ଷରୁ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡ଼ାକରା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ତେବେ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ଖୋଲା ରହିଛି । ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବନ୍ଦ ଡ଼ାକରାର କୌଣସି ପ୍ରଭାବ ପଡ଼ିନାହିଁ ।

ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପେଟ୍ରୋଲିଂ କରାଯାଉଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦରାମ, ଦୁର୍ନୀତି, ମାଓବାଦୀ, ମୁଖ୍ୟ ଖବର

ଡ଼ାଲି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା

February 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଡ଼ାଲି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଗୁରୁବାର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।

ଏହି ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ଭିଜିଲାନ୍ସ ଉପରେ ବିଶ୍ୱାସ ନାହିଁ ତେଣୁ ସିବିଆଇ ତଦନ୍ତ କରାଯାଉ ବୋଲି ଆଇନଜୀବୀ ଦିଲୀପ ମହାପାତ୍ର ମାମଲା ରୁଜୁ କରିଛନ୍ତି ।

ସରକାରୀ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଅନିୟମିତତା ହୋଇଥିବା ଗତ ମାସ ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

ଘଟଣାର ବହୁତ ଦିନ ବିତିଯାଇଥିଲେ ମଧ୍ୟ ଭିଜିଲାନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଫଳରେ ଏଥିରେ ସଂପୃକ୍ତ ବ୍ୟକ୍ତିମାନେ ତଥ୍ୟ ନଷ୍ଟ କରିବାକୁ ସକ୍ଷମ ହୋଇଯିବେ ତେଣୁ ସିବିଆଇ ତଦନ୍ତ ପାଇଁ ମାମଲା ରୁଜୁ କରିଛି ବୋଲି ମହାପାତ୍ର ସାମ୍ବାଦିକଙ୍କୁ କହିଛନ୍ତି ।

ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ପୁଷ୍ଟିକର ଯୋଜନାରେ ଡ଼ାଲି ଯୋଗାଇ ଦେଉଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ଡ଼ାଲି ରୋଷେଇ କରି ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ମୁଖ୍ୟ ଖବର, ସିବିଆଇ, ହାଇକୋର୍ଟ

ଦୁର୍ନୀତିରେ ବିଜେଡ଼ି କଂଗ୍ରେସ ଠାରୁ ପଛରେ ନାହିଁ: ଗଡ଼କରୀ

January 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) “ଦୁର୍ନୀତିରେ ବିଜେଡ଼ି ମଧ୍ୟ କଂଗ୍ରେସ ଠାରୁ ପଛରେ ନାହିଁ’ ରାଜଧାନୀ ଭୁବନେଶ୍ୱରରେ ସୋମବାର ବିଜେପି ପକ୍ଷରୁ ଆୟୋଜିତ ଭ୍ରଷ୍ଟାଚାର ହଟାଅ ସମାବେଶରେ ଯୋଗେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ଗଡ଼କରୀ କହିଛନ୍ତି ।

ସେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିରୁଦ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜେଡ଼ି ସରକାର କଂଗ୍ରେସକୁ କହୁଛି “ତୁମ୍ ଦିଲ୍ଲୀ ଲୁଟୋ, ହମ୍ ଓଡ଼ିଶା ଲୁଟ୍ନେକା କାମ କରେଙ୍ଗେ’ ବୋଲି ଗଡ଼କରୀ କହିଥିଲେ ।

କେନ୍ଦ୍ର ସରକାର ଆଦର୍ଶ ହାଉସିଂ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଟୁଜି ସ୍ପେକ୍ଟ୍ରମ ଭଳି ଦୁର୍ନୀତିରେ ବୁଡ଼ି ଯାଇଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଖଣି ଦୁର୍ନୀତି, ବେଦାନ୍ତ ବିଶ୍ୱବ୍ୟିାଳୟ ଜମିକୁ ନେଇ ସମାଲୋଚିତ ହୋଇଛି । ତେଣୁ ରାଜ୍ୟରେ ବିଜେପି ହିଁ ଏକମାତ୍ର ବିକଳ୍ପ, ସେ କହିଛନ୍ତି ।

ବିଶ୍ୱହିନ୍ଦୁ ପରିଷ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସେ ଓଡ଼ିଶା ସରକାରକୁ ପ୍ରଶ୍ନ କରିଥିଲେ ।

ବିଜେଡ଼ି ଏବେ ଓଡ଼ିଶାରେ ପ୍ରତି ଘରକୁ ଯାଇ ସଂପର୍କ ଯୋଡ଼ିବା ଅଭିଯାନ ଆରମ୍ଭ କରିଛି । ବିଜେପି ମଧ୍ୟ ଲୋକ ମାନଙ୍କ ପାଖରେ ବିଜେଡ଼ିର ଦୁର୍ନୀତି କାରନାମା ଉପସ୍ଥାପନ କରୁ, ଫଳରେ ଲୋକେ ବିଜେଡ଼ିକୁ ଘରେ ପୁରାଇବା ପରିବର୍ତ୍ତେ ଘରକୁ ପଠାଇ ଦେବେ ବୋଲି ସେ କହିଥିଲେ ।

ନବୀନ ହେଉଛନ୍ତି ଦୁର୍ନୀତି ଭ୍ରଷ୍ଟାଚାରର ସମ୍ରାଟ । ତାଙ୍କ ଶାସନ କାଳରେ ଖଣି କାରବାରରେ ତିନି ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ଓ ସ୍ୱଚ୍ଛ ଶାସନର ଦ୍ଵାହି ଦେଇ ଲୋକଙ୍କୁ ଠକୁଛନ୍ତି ବୋଲି ସମାବେଶରେ ଅଧ୍ୟକ୍ଷତା କରିଥିବା ରାଜ୍ୟ ସଭାପତି ଜୁଏଲ ଓରାମ କହିଥିଲେ ।

ନବୀନଙ୍କ ବିଶ୍ୱାସଘାତକତାର ଜବାବ ଦିଆଯିବ ଓ ଭବିଷ୍ୟତରେ ବିଜେଡ଼ି ସହ ଆମେ ମେଣ୍ଟ କରିବୁ ନାହିଁ, ସେ କହିଛନ୍ତି ।

ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସିଥିବା କର୍ମୀମାନେ ରାଜଧାନୀର ଆଠଟି ସ୍ଥାନରୁ ରାଲିରେ ବାହାରି ସ୍ଥାନୀୟ ପିଏମ୍ଜି ଛକ ଠାରେ ସମାବେଶରେ ଯୋଗ ଦେଇଥିଲେ ।
୨୦୦୯ ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟରେ ଏହା ବିଜେପିର ସର୍ବ ବୃହତ ସମାବେଶ । ଏଥିରେ ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ କର୍ମୀ ଯୋଗ ଦେ ଇଥିଲେ ।

ସମାବେଶଷର ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ବଲବୀର ପୁଞ୍ଜ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, କେ.ଭି.ସିଂହେଓ, ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ ପ୍ରମୁଖ ଉଦବୋଧନ ଦେଇ ଦଳକୁ ଶକ୍ତିଶାଳୀ କରିବା ନିମନ୍ତେ କାର୍ଯ୍ୟ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ତେବେ ଏହି ସମାବେଶ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ବିଜେଡ଼ି, ମୁଖ୍ୟ ଖବର, ସାଂସଦ

ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ

December 7, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସଂବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବ୍ୟିାଳୟ କ୍ଷେତ୍ରରେ ସରକାର ସମସ୍ତ ଆଇନ୍ ଉଲଙ୍ଘନ କରି ଜମି ଅଧିଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଭୁବନେଶ୍ୱର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି ।

ପୂର୍ବାହ୍ନରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଯୁବମୋର୍ଚ୍ଚା କର୍ମୀ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ରାଲିରେ ‘ନବୀନ ପଟ୍ଟନାୟକ-ହାଏ, ହାଏ,’ ବେଦାନ୍ତ ପ୍ରୀତି ଚଳିବ ନାହିଁ, ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ ଧ୍ୱନୀ ଦେଇ ଲୋୟର ପିଏମଜିରେ ଏକତ୍ରୀତ ହୋଇଥିଲେ ।

ଏ ସରକାର କେବଳ ବେଦାନ୍ତ କ୍ଷେତ୍ରରେ ନୁହେଁ, ଅନେକ ଶିଳ୍ପ କ୍ଷେତ୍ରରେ, ଖଣି ମହାୁର୍ନୀତି, କୋଇଲା ଦୁର୍ନୀତି,
ଜଳସେଚନ ଦୁର୍ନୀତି ସମେତ ବ୍ୟାପକ ଦୁର୍ନୀତିରେ ଲିପ୍ତ ହୋଇ ଓଡ଼ିଶାର ସର୍ବନାଶ କରିବାରେ ଲାଗିଛି ।

ପୂର୍ବରୁ ଛୋଟ ଛୋଟ ଦୁର୍ନୀତିରେ ଲିପ୍ତ ଥିବା ମନ୍ତ୍ରୀମାନଙ୍କୁ ବାହାର କରି ନିଜକୁ ସ୍ୱଚ୍ଛ ଖୋଉଥିବା ନବୀନ ପଟ୍ଟନାୟକ ଆଜି ୩୦୦୦ ହଜାର କୋଟି ଟଙ୍କା ଦୁର୍ନୀତିରେ ଜଡ଼ିତ ବୋଲି ଆୟୋଜିତ ପ୍ରତି ସଭାରେ ଉଦ୍ଧବୋଧନ ଦେଇ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ କହିଥିଲେ ।

ବେଦାନ୍ତ ବିଶ୍ୱବ୍ୟିାଳୟ ଉପରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି । ହାଇକୋର୍ଟର କଟୁ ମନ୍ତବ୍ୟ ପରେ ସେ ତାଙ୍କ ଉପରୁ ଇସ୍ତଫା ଦେବା ଉଚିତ ବୋଲି ପୂର୍ବତନ ସଭାପତି ସୁରେଶ ପୂଜାରୀ କହିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ
ବହୁଦଳୀୟ ନେତା ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।

ପ୍ରତି ସଭା ଶେଷରେ ଶତାଧିକ ଯୁବମୋର୍ଚ୍ଚା କର୍ମୀ କଡ଼ିଅର ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ଓ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ବିଜେପି, ବେଦାନ୍ତ, ମୁଖ୍ୟ ଖବର

ବିକାଶ ପାଇଁ ଜିଲ୍ଲା ସ୍ୱାର୍ଥ ସୁରକ୍ଷା ବିକାଶ ମଞ୍ଚ

November 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ସମସ୍ତ ରାଜନୈତିକ ଦଳ ଓ ନାଗରିକ ମାନଙ୍କ ପକ୍ଷରୁ ଜିଲ୍ଲା ସ୍ୱାର୍ଥ ସୁରକ୍ଷା ବିକାଶ ମଞ୍ଚ ଗଠନ କରାଯାଇଛି ।

ଲୋକଙ୍କ ମଧ୍ୟରେ ଦୁର୍ନୀତି ଓ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ସାତ ତାରିଖରେ ଏକ ସମାବେଶର ଅୟୋଜନ କରାଯାଇଛି ବୋଲି ମଞ୍ଚର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି ।

୨୦୦୧ ଜନଗଣନା ଅନୁସାରେ ଜିଲ୍ଲାର ସାକ୍ଷରତା ହାର ରାଜ୍ୟରେ ସର୍ବାଧିକ ୭୯.୮୦ ପ୍ରତିଶତ । ଦୁର୍ନୀତି ଓ ସ୍ୱାର୍ଥପର ଲୋକଙ୍କ ପାଇଁ ଜିଲ୍ଲାରେ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ବହୁତ ମନ୍ଥର ।

ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି । ଫଳରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସୁଫଳ ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି ।

କେତେକ ସ୍ୱାର୍ଥପର ଲୋକ ଜିଲ୍ଲାରେ ହେବାକୁ ଥିବା ପୋସ୍କୋ ପ୍ରକଳ୍ପକୁ ବିରୋଧ କରୁଥିବାରୁ ଏହି ପ୍ରକଳ୍ପ କରିବା
ସପକ୍ଷରେ ଉକ୍ତ ମଞ୍ଚ ଆନ୍ଦୋଳନ କରିବ ବୋଲି ମଞ୍ଚର ଜଣେ ଅଧିକାରୀ କହିଛନ୍ତି । ଏହି କାରଣରୁ କେବଳ ପୋସ୍କୋ ନୁହେଁ ଅନ୍ୟ ପ୍ରକଳ୍ପ ମଧ୍ୟ ଏହି ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

୧୯୯୯ ମହାବାତ୍ୟା ପରଠାରୁ ଜିଲ୍ଲାର ଅର୍ଥନୈତିକ ଅବସ୍ଥା ସ୍ୱଚ୍ଛଳ ହୋଇପାରି ନାହିଁ । ସଚେତନତାର ଅଭାବ, ଦଳୀୟ ଗୋଷ୍ଟିକନ୍ଦଳ ଓ ଅବହେଳା ଏହାର ମୁଖ୍ୟ କାରଣ । ତେଣୁ ଦାବି ପୂରଣ ପାଇଁ ଜାତି, ଧର୍ମ, ରାଜନୈତିକ ଡଳ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଏଭଳି ମଞ୍ଚ ଗଠନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଦୁର୍ନୀତି, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ