• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନନ୍ଦନକାନନ

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

December 30, 2017 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ଵର ସାହୁ 

ଚଳିତ ଡିସେମ୍ବର ୩୦ ତାରିଖ ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ୪୦୦ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ନନ୍ଦନକାନନ ଚିଡ଼ିଆଖାନା ତାର ପ୍ରତିଷ୍ଠାର ୫୮ ବର୍ଷ ପାଳନ କରିଛି।

ଦେଶର ଅନ୍ଯତମ ମନୋରମ ସ୍ଥାନ ଭାବେ ଜଣାଶୁଣା ଏହି ଚିଡିଆଖାନା ସମ୍ପର୍କରେ ପ୍ରସ୍ତୁତ କରୁଛୁ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି ।

୧- ୧୯୬୦ ମସିହାରେ ଏହି ଚିଡିଆ ଖାନା ସ୍ଥାପିତ ହୋଇଥିଲା ଓ ୧୯୭୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱ ଚିଡ଼ିଆଖାନା ସଂଘର World Association of Zoos and Aquariums (WAZA) ସଦସ୍ୟତା ଲାଭ କରିବାରେ ଭାରତର ପ୍ରଥମ ଚିଡ଼ିଆଖାନା ।

୨- ଏହାର ସମଗ୍ର ପରିବେଷ୍ଟିତ ଅଂଚଳ ହେଉଛି ପାଖାପାଖି ୪.୩୭ ବର୍ଗ କିମି ।୨୦୧୬ ମସିହାର ପଶୁ ଜନଗଣନା ଅନୁସାରେ ଏହି ଚିଡିଆଖାନାରେ ୨୬୬୯ ଟି ବିଭିନ୍ନ ପ୍ରକାର ପଶୁ ରହିଛନ୍ତି ।

୩- ଏହି ଚିଡ଼ିଆଖାନାରେ ୨୧୦ଟି ପଶୁ ଏନ୍କ୍ଲୋଜେର ରହିଛି । ଉଭୟ ପିଞ୍ଜରା ଏବଂ ଖୋଲା ଅଂଚଳରେ ବିଭିନ୍ନ ଜନ୍ତୁମାନଙ୍କୁ ରହିଛି । ୧୧୬ଟି ପିଞ୍ଜରା ଏବଂ ୯୪ଟି ଖୋଲା ପରିବଦ୍ଧ ଅଂଚଳରେ ପଶୁମାନଙ୍କ ମୁକ୍ତ ବିଚରଣର ବ୍ୟବସ୍ଥା ରହିଛି ।

୪- ୩୦୦୪ ପ୍ରଜାତିର ଜୀବଜନ୍ତୁ, ୧୫୪୬ ପ୍ରଜାତିର ପକ୍ଷୀ, ୨୬୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୬୨ ପ୍ରଜାତିର ସରୀସୃପ ଏବଂ ୨୧ ପ୍ରଜାତିର ଉଭୟଚର ପ୍ରାଣୀ ରହିଛନ୍ତି । ଅଧିକାଂଶ ସମୟରେ ବିଭିନ୍ନ ଦେଶରୁ ଓ ଆନ୍ତଃରାଜ୍ୟ ଚିଡ଼ିଆଖାନାରୁ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ନୂଆ ପଶୁପକ୍ଷୀ ଅଣାଯାଇଥାଏ ।

୫- ଏଠାରେ ୧୫ ପ୍ରକାର ସ୍ୱତନ୍ତ୍ର ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୨୦ ପ୍ରଜାତିର ସ୍ୱତନ୍ତ୍ର ପକ୍ଷୀ ଏବଂ ୧୫ ପ୍ରଜାତିର ସରୀସୃପ, ୮୫ ପ୍ରଜାତିର ପ୍ରଜାପତି ଇତ୍ୟାଦି ରହିଛନ୍ତି ।

୬- ନନ୍ଦନକାନନରେ ସ୍ୱତନ୍ତ୍ର ଧରଣର ପାତି ମାଙ୍କଡ଼, ରୋସେଲା, ଷ୍ଟର୍କ ପକ୍ଷୀ ଅନନ୍ୟ ଆକର୍ଷଣ । ଓରାଂଉଟନ୍, ବୟସ୍କ ଶାଗୁଣା, ପାଙ୍ଗେ୍ାଲିନ୍, ଚିତ୍ରିତ ବାଘ, ବର୍ମିଜ ପାଇଥନ୍ ମଧ୍ୟ ଏହାର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ।

୭- ୧୯୮୦ ମସିହାରେ ଧଳାବାଘ ଓ ଘଡ଼ିଆଳ କୁମ୍ଭୀର ପାଇଁ ନନ୍ଦନକାନନର ପରିଚିତି ଓ ପ୍ରସିଦ୍ଧି ବ୍ୟାପକ ହୋଇଥିଲା ।

ପୃଥିବୀରେ ପ୍ରଥମ ଧଳାବାଘ ଜନ୍ମ ହୋଇଛନ୍ତି ନନ୍ଦନକାନନରେ, ଫଳରେ ଏହାର ପରିଚିତି ବିଶ୍ୱବ୍ୟାପୀ ହୋଇପାରିଥିଲା ।୧ ଅକ୍ଟୋବର ୧୯୯୧ ରେ ନନ୍ଦନ କାନନରେ ଧଳାବାଘ ସଫାରି ପ୍ରତିଷ୍ଠା ହୋଇଥିଲା ।

୮ – ରହିଥିବା ଅନ୍ୟ ବିରଳ ପ୍ରାଣୀ ମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ପାଙ୍ଗୋଲିନ୍, ମୂଷା ହରିଣ, ବିରାଟ ଗୁଣ୍ଡୁଚି ମୂଷା, ସିମ୍ପାଞ୍ଜି, ସ୍ଲଥ ଭାଲୁ, ମୁଗେର, ହିମାଳୟ ଭାଲୁ, ସିଂହଲାଞ୍ଜି ମାଙ୍କଡ଼, ଧଳାବେକର ଷ୍ଟର୍କ, ପରକ୍ୟୁପାଇନ୍ ଓ ଜଳଜ ଝିଟିପିଟି । ଠିକ ସେହିପରି ପାଙ୍ଗୋଲିନ୍ ଓ ଧଳାବେଗ ଶାଗୁଣାଙ୍କ ପ୍ରଜନନ କେନ୍ଦ୍ର ହୋଇଛି ନନ୍ଦନକାନନ।

୯- ଘଡ଼ିଆଳ କୁମ୍ଭୀର ଓ ହିପୋପଟାମସ୍ ସକାଶେ ସବୁଠୁ ଅଧିକା ଏନ୍କ୍ଲୋଜେର ତିଆରି ହୋଇଛି ।

୧୦- ୩୩ଏକର ପରିମିତ ଅଂଚଳରେ ପଶୁମାନଙ୍କ ସକାଶେ ଖାଦ୍ୟ ଉତ୍ପାଦନ କ୍ଷେତ୍ର ଏବଂ ମାଂସାସୀ ପ୍ରାଣୀମାନଙ୍କ ସକାଶେ କଂସେଇଖାନା ରହିଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପର୍ଯଟନ, ବିଶେଷ ଖବର Tagged With: ଓଡିଶା, ଚିଡିଆଖାନା, ନନ୍ଦନକାନନ, ବିଘ୍ନେଶ୍ଵର ସାହୁ, ଭୁବନେଶ୍ବର

ନନ୍ଦନକାନନକୁ ଆସିଥିବା ମଣିପୁରୀ ହରିଣର ମୃତ୍ୟୁ

May 27, 2015 by News Bureau 1 Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୭ (ଓଡିଶା ଡଟ କମ): ସୋମବାର ମଧ୍ୟରାତ୍ରିରେ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଆସିଥିବା ପାଞ୍ଚ ମଣିପୁରୀ ହରିଣଙ୍କ ମଧ୍ୟରୁ ଗୋଟେ ମାଈ ମଣିପୁରୀ ହରିଣର ମୃତ୍ୟୁ ଘଟିଛି।

ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟନୁସାରେ ମଣିପୁରୀ ହରିଣଟି ପ୍ରାଣୀ ଉଦ୍ୟାନରେ ପହଞ୍ଚିବା ପରେ ଅଚେତ ହୋଇପଡି ରହିଥିଲା। ସଙ୍ଗେ ସଙ୍ଗେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ କିଛି ସମୟ ପରେ ତା’ର ମୃତ୍ୟୁ ଘଟିଥିଲା।

ସୂଚନା ଯୋଗ୍ୟଯେ, ଗତ ସୋମବାର ମଧ୍ୟରାତ୍ରିରେ ନନ୍ଦନକାନନର ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ପ୍ରାଣୀ ଉଦ୍ୟାନ କୁ ଦୁଇ ଗୟଳ ପଞ୍ଜାବ ଚଣ୍ଡିଗଡର ଛତବିର ଚିଡିଆଖାନାରୁ ଚାରୋଟି ପାଣିଗୋଧି, ଚାରୋଟି ଚଉଶିଙ୍ଗା ହରିଣ ଓ ଚାରୋଟି ଗେଣ୍ଡାଳିଆଙ୍କ ପ୍ରତିବଦଳରେ ଏବଂ ପାଞ୍ଚ ମଣିପୁରୀ ହରିଣ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ଚାରୋଟି ପାଣିଗୋଧି ଓ ଚାରୋଟି ଚଉଶିଙ୍ଗା ହରିଣ ଙ୍କ ବଦଳରେ ଅଣାଯାଇଥିଲା ।

ମଣିପୁରୀ ହରିଣର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ଗୋଟେ ପୁରୁଷ ଗୟଳ ଓ ଗୋଟେ ମାଈ ଏବଂ ଦୁଇଟି ମାଈ ଓ ଦୁଇଟି ପୁରୁଷ ମଣିପୁରୀ ହରିଣ ଅଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଓଡିଶା ଖବର Tagged With: ଗୟଳ, ନନ୍ଦନକାନନ, ମଣିପୁରୀ ହରିଣ

ନନ୍ଦନକାନନ ଆସିଲେ ସାତ ନୂଆ ଅତିଥି

May 26, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୬ (ଓଡିଶା ଡଟ କମ): ନନ୍ଦନକାନନର ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ସୋମବାର ମଧ୍ୟରାତ୍ରିରେ ପ୍ରାଣୀ ଉଦ୍ୟାନ କୁ ଆସିଛନ୍ତି ସାତ ନୂଆ ଅତିଥି। ଏମାନଙ୍କ ମଧ୍ୟରେ ଦୁଇ ଗୟଳ ଓ ପାଞ୍ଚ ମଣିପୁରୀ ହରିଣ ଆସିଛନ୍ତି ।

ଦୁଇ ଗୟଳଙ୍କୁ ପଞ୍ଜାବ ଚଣ୍ଡିଗଡର ଛତବିର ଚିଡିଆଖାନାରୁ ଚାରୋଟି ପାଣିଗୋଧି, ଚାରୋଟି ଚଉଶିଙ୍ଗା ହରିଣ ଓ ଚାରୋଟି ଗେଣ୍ଡାଳିଆଙ୍କ ପ୍ରତିବଦଳରେ ଅଣାଯାଇଥିବା ବେଳେ ପାଞ୍ଚ ମଣିପୁରୀ ହରିଣଙ୍କୁ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ଚାରୋଟି ପାଣିଗୋଧି ଓ ଚାରୋଟି ଚଉଶିଙ୍ଗା ହରିଣ ଙ୍କ ବଦଳରେ ଅଣାଯାଇଛି ।

ଏହି ଦୁଇ ଗୟଳଙ୍କ ମଧ୍ୟରେ ଗୋଟିଏ ପୁରୁଷ ଓ ଅନ୍ୟଟି ମାଈ ଅଟେ । ଏମାନଙ୍କ ବୟସ ପାଖାପାଖି ଆଠ ରୁ ଦଶ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ସେହିପରି ଆସିଥିବା ପାଞ୍ଚ ମଣିପୁରୀ ହରିଣ ମଧ୍ୟରେ ତିନିଟି ମାଈ ହରିଣ ଓ ଦୁଇଟି ଅଣ୍ଡିରା ହରିଣ ଥିବା ନନ୍ଦନକାନନ ବିଭାଗ ତରଫରୁ କୁହାଯାଇଛି।

ନନ୍ଦନକାନନରେ ପହଞ୍ଚିବା ପରେ ପ୍ରଥମେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରେ ଏମାନଙ୍କୁ ଫାଙ୍କା ପଡିଥିବା ଜେବ୍ରା ଏନକ୍ଳୋଜର ମଧ୍ୟରେ ରଖାଯାଇଛି ।

ସହକାରୀ ନିର୍ଦ୍ଦେଶକ କମଳଲୋଚନ ପୁରୋହିତଙ୍କ ସହ ଡାକ୍ତର ଅନିଲ ଦାଶ, ଫରେଷ୍ଟ ଗାର୍ଡ ସୁଶାନ୍ତ ବେହେରା, ବନ୍ୟଜନ୍ତୁ ରକ୍ଷକ ପ୍ରତାପ ରାଉତ, ତ୍ରୈଲୋକ୍ୟ ମହାରଣା, ଓ ପ୍ରଫୁଲ ଦାଶ ଆଦି ଏକ ଟିମ ଗଠନ କରି ଏହି ଗୟଳ ଓ ହରିଣ କୁ ଆଣିବା ପାଇଁ ଦିଲ୍ଲୀ ଅଭିମୁଖେ ଯାଇଥିଲେ।

ଓଡିଶା ଡଟ କମ

News Bureau
News Bureau

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗୟଳ, ନନ୍ଦନକାନନ, ପ୍ରାଣୀ ଉଦ୍ୟାନ, ମଣିପୁରୀ ହରିଣ

୨୦୧୨ ର କିଛି ଘଟଣାବଳୀର ଉପସ୍ଥାପନା

December 31, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ : ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର,ଡିସେମ୍ବର ୩୧(ଓଡିଶା ଡଟ୍ କମ୍)-ଇଂରାଜୀ ନବବର୍ଷ-୨୦୧୨ ବିଦାୟ । ଅତୀତ ହୋଇଗଲା ଓଡିଶାର ବହୁ ଚର୍ଚ୍ଚିତ ଘଟଣାବଳୀ ଓ ସେଗୁଡିକର ଚିତ୍ର ଓ ଚରିତ୍ର । ସ୍ମୃତି ଗର୍ଭରେ ଲୀନ ହୋଇଥିବା ୨୦୧୨ର କିଛି ଘଟଣାବଳୀ ର ଉପସ୍ଥାପନ ।

ଜାନୁୟାରୀ ୩:- ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ ।
ଜାନୁୟାରୀ ୫:- ବାଲିଗୁଡା ବିସ୍ପୋରଣରେ ୩ ଜବାନ ମୃତ ।
ଜାନୁୟାରୀ ୭:- ରାଜନଗରରେ ଖଣ୍ଡ ପ୍ରଳୟ ।
ଜାନୁୟାରୀ ୧୯:- ସୋରରେ ବସ୍-ଟ୍ରକ ଧକ୍କାରେ ୬ ମୃତ । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ।
ଜାନୁୟାରୀ ୨୩:- ନନ୍ଦନକାନନରେ ଧଳାବାଘ ଚନ୍ଦନର ମୃତ୍ୟୁ ।
ଜାନୁୟାରୀ ୨୪:- ଟପ ମାଓନେତା ଗିରିଶ ଗିରଫ । ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ଲିଙ୍ଗରାଜ ମନ୍ଦିରରେ ଉତେଜନା ।
ଜାନୁୟାରୀ ୨୫:- ପିପିଲିର ନିଲମ୍ବିତ ଆଇଆଇସି ଅମୂଲ୍ୟ ଚଂପତିରାୟ ଚାକିରିରୁ ବହିଷ୍କୃତ ।
ଜାନୁୟାରୀ ୨୬:- ନାରାୟଣ ପାଟଣାରେ ପୋଲିସ-ମାଓ ଏନ୍କାଉଣ୍ଟର ।
ଜାନୁୟାରୀ ୨୭:- ମୁଖ୍ୟମନ୍ତ୍ରୀଙ୍କ ନିରାପତା ଭାଙ୍ଗି ୬ ପୋଲିସ ସସପେଣ୍ଡ ।

ଫେବୃୟାରୀ ୫:- ବିଜେଡି ବ୍ଲକ ଉପସଭାପତି କଂଗ୍ରେସ ନାୟକଙ୍କୁ ହତ୍ୟା ।
ଫେବୃୟାରୀ ୮:- କଟକ ସଦର ଓଲଟପୁରରେ ମଦପିଇ ୩୨ ମୃତ ।
ଫେବୃୟାରୀ ୯:- ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ଇସ୍ତଫା ।
ଫେବୃୟାରୀ ୧୪:-  ଛତ୍ରପୁରରୁ ୩ ମାଓବାଦୀ ଗିରଫ ।
ଫେବୃୟାରୀ ୧୧ରୁ ୧୯:-  ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ।

ମାର୍ଚ୍ଚ-୧୪:- ଦାରିଙ୍ଗବାଡିରୁ ପାଓଲ ବାସୁସ୍କୋ ଓ କ୍ଲାଓଡିଓ କାଲେଂଜଲା ଅପହୃତ ।
ମାର୍ଚ୍ଚ-୨୧:- ଆଠଗଡ ଉପନିର୍ବାଚନ ଫଳାଫଳ ଘୋଷିତ । ରଣେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ଜିତାପଟ ।
ମାର୍ଚ୍ଚ-୨୩:- ବିଦ୍ୟୁତ ଦର ବଢିଲା,କୋମନାରେ ମାଓବାଦୀ ୧୫ ଗାଡି ପୋଡିଲେ ।
ମାର୍ଚ୍ଚ-୨୪:- କାଲେଂଜର ମୁକ୍ତ । ଆନ୍ଦ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର କ୍ୟାଡରମାନେ ଲକ୍ଷ୍ମୀପୁର ବିଧାୟକ ଝିନ ହିକକାକୁ ଅପହରଣ କରି ନେବାପରେ ରାଜ୍ୟରେ ମାଓବାଦୀଙ୍କ ଜବରଦସ୍ତ ପ୍ରଭାବ ପୁଣିଥରେ ପ୍ରମାଣିତ ହୋଇଥିଲା ।
ମାର୍ଚ୍ଚ-୨୭:- ଗଣ ଶିକ୍ଷକଙ୍କୁ ଲାଠି ମାଡ ।
ମାର୍ଚ୍ଚ-୩୦:- ତିନି ଜଣ ରାଜ୍ୟ ସଭା ସଦସ୍ୟ ବଦଳିଲେ । ରାଜ୍ୟ ସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବିଜେଡିର ଦଦୁଇ ନେତା ରବି ନାରାୟଣ ମହାପାତ୍ର,ଦିଲ୍ଲୀପ ତିର୍କୀ ଓ ସ୍ୱାଧୀନ ସଭ୍ୟ ଏଭି ସ୍ଵାମୀ ।

ଅପ୍ରେଲ-୪:- ଆତ୍ମସମର୍ପଣ କଲେ ସରକାର । ୮ ମାଓବାଦୀଙ୍କ ସମେତ୨୭ ଜଣଙ୍କୁ ଖଲାସ କରିବାକୁ ଘୋଷଣା ।
ଅପ୍ରେଲ-୧୨:- ମୁକ୍ତହେଲେ ପାଓଲ ।
ଅପ୍ରେଲ-୧୩:- ପୁରୀ ଶ୍ରୀମନ୍ଦିରରୁ ନୀଳଚକ୍ରରୁ ପତାକା ଉଡିଗଲା ।
ଅପ୍ରେଲ-୧୭:- ସ୍ୱାଧିନତା ସଂଗ୍ରାମୀ,ସାହିତ୍ୟିକ ତଥା ରାଜନୀତିଜ୍ଞ ନିତ୍ୟାନନ୍ଦ ମହାପାତ୍ରଙ୍କ ଦେହାନ୍ତ ।
ଅପ୍ରେଲ-୨୬:- ଝିନ ହିକକାଙ୍କ ମୁକ୍ତି ।
ଅପ୍ରେଲ-୨୦:- ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ପରଲୋକ ।

ମେ-୫:- ଗର୍ଭବତୀ ଯୁବତୀର ହାତଗୋଡ ବାନ୍ଧି ମହାନଦୀରେ ପିଙ୍ଗିଦିଆଗଲା ।
ମେ-୧୨:- ନ୍ୟାୟମୂର୍ତି ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ ।
ମେ-୧୭:- ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥି କରିବା ପାଇଁ ବିଜେଡି ପ୍ରସ୍ତାବ ।
ମେ-୨୯:- ପ୍ୟାରୀମୋହନ ମହାପାତ୍ରଙ୍କ ଦ୍ୱାରାନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ତଥାକଥିତ ମିଡ୍ ନାଇଟ ଅପରେସନ ।

ଜୁନ-୧:- ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଡେଡିରୁ ନିଲମ୍ବିତ ଘୋଷଣା ।
ଜୁନ-୫:- ୪ ଏନ୍ସିପି ବିଧାୟକ ଅମର ପ୍ରସାଦ ଶତପଥି, ପ୍ରଶାନ୍ତ ନନ୍ଦ, ନବୀନ ନନ୍ଦ ଓ ରାମଚନ୍ଦ୍ର ହାଂସଦା ବିଜେଡିରେ ମିଶିଲେ ।
ଜୁନ-୧୮:- ହାଇକୋର୍ଟ ବିଜେପି ବିଧାୟକ କରେନ୍ଦ୍ର ମାଝୀଙ୍କ ଆବେଦନର ଶୁଣାଣିକରି ମାସକ ଭିତରେ ବିଜେପି ବିଧାୟକ ଭୀମସେନଙ୍କ ସଭ୍ୟ ପଦ ରଦ୍ଧ ମାମଲାରେ ପୁଣି ଥରେ ନିଷ୍ପତି ନେବାକୁ ବାଚସ୍ପତିଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ଜୁନ-୧୯:- ରାଷ୍ଟ୍ରପତି ନିର୍ବାଚନରେ ଓଡିଶାରୁ ପ୍ରଣବ ମୁଖାର୍ଜୀଙ୍କୁ ୨୬ଟି ଓ ପିଏ ସାଙ୍ଗମାକୁ ମିଳିଥିଲା ୧୧୫ଟି ଭୋଟ ।
ଜୁନ-୨୦:- ଉତ୍କଳ ପ୍ରସଙ୍ଗର ସଂପାଦକ ହୁସେନ୍ ରବି ଗାନ୍ଧିଙ୍କ ଉପରେ ଆକ୍ରମଣ ।
ଜୁନ-୨୧:- ଆଖି ବୁଜିଲେ ପିପିଲି ପିଡିତା ।

ଜୁଲାଇ ୧୦:- ନୟାଗଡରେ ଅଙ୍ଗନୱାଡି କେନ୍ଦ୍ର ଧସି ୭ ଶିଶୁ ମୃତ ।
ଜୁଲାଇ ୧୧:- ପାଟନାରୁ ନନ୍ଦନ କାନନ ଆସିଲା ଜିରାଫ ଅତିଥି ।
ଜୁଲାଇ ୧୪:- ଆରମ୍ଭ ହେଲା ଭୁବନେଶ୍ୱରରୁ ତିରୁପତି ସାପ୍ତାହିକ ଏକ୍ସପ୍ରେସ ଟ୍ରେନ । ଓଡିଶା ଆସିଥିଲେ ବାବା ରାମ ଦେବ ।

ଅଗଷ୍ଟ-୨:- ରାଜ୍ୟ ମନ୍ତ୍ରିମଣ୍ଡଳରେ ହୋଇଥିଲା ବହୁ ପ୍ରତୀକ୍ଷିତ ଅଦଳବଦଳ । ବାଦ ପଡିଲେ ୫ଜଣ । ସେମାନେ ପ୍ରଫୁଲ ଘଡେଇ,ପ୍ରଫୁଲ ସାମଲ,ଅତନୁ ସବ୍ୟସାଚୀ,ପ୍ରତାପ ଜେନା ଓ ପଷ୍ପେନ୍ଦ୍ର ସିଂହଦେଓ ଆଉ ସାମିଲ ହେଲେ ୯ ଜଣ । ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।
ଅଗଷ୍ଟ-୧୪:- ଶଶୀ ଭୂଷଣ ବେହେରା ବିଜେଡିର ରାଜ୍ୟସଭା ନେତା ।
ଅଗଷ୍ଟ ୨୦:- ଓଡିଶାର ଦ୍ୱିତୀୟ ମହିଳା କ୍ରିକେଟର ଭାବେ ଜାତୀୟ ଦଳ ପକ୍ଷରୁ ଟି୨୦ ବିଶ୍ୱକପ ଖେଳିବାକୁ ମନୋନୀତ ।
ଅଗଷ୍ଟ-୨୪:- ରାଉରକେଲା -ଭୁବନେଶ୍ୱର ଇଂଟରସିଟି ଧକ୍କା-୧୩ ମୃତ ।
ଅଗଷ୍ଟ ୨୬:- ବିଜୁ ଛାତ୍ର ଜନତା ଦଳର ନୂଆ ସଭାପତି ଭାବେ ବ୍ୟୋମକେଶ ରାୟ ଓ ଉପସଭାପତି ଭାବେ ରଣଜିତ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି କରିଥିଲେ ।
ଅଗଷ୍ଟ-୨୮:- ଲୋୟର ଶୁକତେଲ ଲେଖାଯାଇଥିବା ପୋଷକ ପିନ୍ଧି ବିଧାନସଭା ଆସିଲେ ସନ୍ତୋଷ ସିଂହ ସାଲୁଜା ।

ସେପ୍ଟେମ୍ବର-୬:- କଂଗ୍ରେସ ତରଫରୁ ରାଜଧାନୀରେ ପରିବର୍ତନ ର୍ୟାଲି,ହିଂସାକାଣ୍ଡ ।
ସେପ୍ଟେମ୍ବର-୧୩:- ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଦେହାନ୍ତ ।
ସେପ୍ଟେମ୍ବର-୭:- ପଣ୍ଡିତ ଅଚ୍ୟୁତାନନ୍ଦ କରଙ୍କ ଦେହାନ୍ତ ।
ସେପ୍ଟେମ୍ବର-୨୯:- ନୀଳଚକ୍ରରୁ ବାନା ଉଡିଗଲା ।

ଅକ୍ଟୋବର-୩:- ମାର୍ଶାଘାଇରେ ବାପା,ପୁଅ ଓ ଝିଅଙ୍କୁ ପୋଡି ହତ୍ୟା ।
ଅକ୍ଟୋବର-୭:- ଶ୍ରୀମନ୍ଦିରରୁ ପଥର ଖସିଲା ।
ଅକ୍ଟୋବର-୮:- ସମ୍ବଲପୁର ତଅଁଲପଡାରେ ନାବାଳିକାକୁ ବତକ୍ରାର ଘଟଣାରେ ଫାଶୀଦଣ୍ଡାଦେଶ ।
ଅକ୍ଟୋବର-୯:- ଫୁଲବାଣୀ ଶିକ୍ଷା ସହାୟକଙ୍କୁ କୁଇମାନେ ଗୋଡାଇ ପିଟିଲେ ।
ଅକ୍ଟୋବର-୧୨:- ପୁରୀର ଆୟୁଷ ଡାକ୍ତର ମାଧବୀଲତାର ଶବ ମାଳତୀପାଟପୁରଠାରେ ମିଳିବା ପରେ ସ୍ଥାନୀୟ ଲୋକେ ଓ ରାଜନୈତିକ ଦଳ ଏହି ଘଟଣା ଉଚସ୍ତରୀୟ ତଦନ୍ତ ଦାବୀ କରିଥିଲେ ।
ଅକ୍ଟୋବର-୧୩:- ପୂର୍ବତନ ମନ୍ତ୍ରୀ ହରିହର ସ୍ୱାଇଁଙ୍କ ପରଲୋକ ।
ଅକ୍ଟୋବର-୨୯:- ଲୋୟର ପିଏମ୍ଜିରେ ବ୍ଲକଗ୍ରାଂଟ ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ହୋଇଥିବା ଆନ୍ଦୋଳନରେ ଉଭୟ ପକ୍ଷରୁ ୫୦ ଜଣ ଆହତ ।
ନଭେମ୍ବର-୨:- ବ୍ରହ୍ମପୁର ହଳଦିଆରେ ପାର୍ସଲ ବୋମା ବିସ୍ପୋରଣରେ ଛାତ୍ରୀ ଆହାତ ।
ନଭେମ୍ବର-୧୪:- ଏନକାଉଂଟରରେ ସବ୍ୟସାଚୀ ଗୋଷ୍ଠୀର ୫ ନିହତ ।
ନଭେମ୍ବର-୧୭:- ବିଜେଡିରୁ ପ୍ୟାରୀ ବହିଷ୍କୃତ ଘୋଷଣାକଲେ ନବୀନ ପଟ୍ଟନାୟକ ।
ନଭେମ୍ବର-୨୫:- ଶ୍ରୀରାମ ପଣ୍ଡାଙ୍କୁ ଲାଇଫ ଟାଇମ ଆଚିଭିମେ ଆୱାର୍ଡ ।
ନଭେମ୍ବର-୩୦:- ଲୋପାମୂଦ୍ରା ବକ୍ସିପାତ୍ର ମହିଳା କମିଶନ ଅଧ୍ୟକ୍ଷା ।

ଡିସେମ୍ବର-୫:- ବେଦାନ୍ତ ଆଲୁମିନିୟମର ଲାଂଜିଗଡ ବିଶୋଧନ ପ୍ରକଳ୍ପରୁ ଉପôାଦନ ବନ୍ଦ ।
ଡିସେମ୍ବର-୨୬:- କିଟ୍ ପରିସରରେ ଅଧିବକ୍ତା ପରିଷଦର ତ୍ରୀଦିବସୀୟ ଜାତୀୟ ସମ୍ମିଳନୀ ଉଦ୍ଘାଟିତ ।
ଡିସେମ୍ବର-୨୭:- ଓଡିଆ ସାହିତ୍ୟ ଜଗତ ପାଇଁ ଏକ ସ୍ମରଣୀୟ ଦିନ । ଏହି ଦିନ ଓଡିଆ କଥାକାର ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ନାମ ଜ୍ଞାନପୀଠ ପୁରସ୍କାର ୨୦୧୧ ପାଇଁ ଘୋଷଣା କରାଗଲା ।
ଡିସେମ୍ବର-୨୯:- ରାଜଧାନୀରେ ଜାତି ଜନଜାତି ସାଂସ୍କୃତିକ ସମାରୋହ ସମିତି ତରୁଫରୁ ଦଦୁଇ ଦିବସୀୟ ଜାତି ମୁଖିଆ ସମ୍ମିଳନୀ ଆରମ୍ଭ ।
ଡିସେମ୍ବର-୩୦:- ରମ୍ଭା ନିକଟରେ ଏକ୍ସପ୍ରେସ ଧକ୍କାରେ ୬ ହାତିଙ୍କ ମୃତ୍ୟୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ୨୦୧୨ ର କିଛି ଘଟଣା, ନନ୍ଦନକାନନ, ନାରାୟଣ ପାଟଣା, ପ୍ୟାରୀମୋହନ ମହାପାତ୍ର, ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟମନ୍ତ୍ରୀ

ନନ୍ଦନକାନନ ରେ ସିଂହ ସଫାରୀରୁ ପର୍ଯ୍ୟଟକ ଉଦ୍ଧାର

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୫(ଓଡ଼ିଶା ଡ଼ଟ୍ କମ୍)- ନନ୍ଦନକାନନ ରେ ଆଜି ଏକ ଅଘଟଣ ଘଟିଛି । ଜଣେ ପର୍ଯ୍ୟଟକଙ୍କୁ ସିଂହ ସଫାରୀ ଭିତରେ କେତକ ସିଂହ ଟାଣିନେଇ ଆକ୍ରମଣ କରିବା ଯୋଗୁଁ ସେ ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭତି କରାଯାଇଛି ।

ପ୍ରକାଶ ଯେ,ଆଜି ମଧ୍ୟାହ୍ନରେ ଛତ୍ରପୁର ସୂର୍ଯ୍ୟନାରାୟଣ ଦାସ ନାମକ ଜଣେ ବ୍ୟକ୍ତି ନନ୍ଦନକାନନ ଆସି ସିଂହ ସଫାରୀନିକଟକୁ ଯାଇଥିଲେ ।

ସେଠାରେ ସେ ପୋଷାକ ଓହ୍ଲାଇବା ସହ ସିଂହ ସଫାରୀର ତାରବାଡ ଉପରେ ଚଢିଥିଲେ । ତେବେ କୌଣସି କାରଣରୁ ସେ ଏନ୍କ୍ଲୋଜର ଭିତରକୁ ହଠାତ୍ ଖସି ପଡିବାରୁ ସିଂହମାନେ ତାଙ୍କୁ ଟାଣି ନେଇଥିଲେ ।

ଖବର ପାଇ ତୁରନ୍ତ ନନ୍ଦନ କାନନ ପ୍ରାଣୀ ବିଭାଗର ଅଧିକାରୀମାନେ ଏନ୍କ୍ଲୋଜ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ତେବେ ଉକ୍ତ ଯୁବକ ଜଣକ କାହିଁକି ତାରବାଡ ଉପରେ ଚଢିଥିଲେ ତାର କାରଣ ଜଣାପଡି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନନ୍ଦନକାନନ, ପର୍ଯ୍ୟଟକ ଉଦ୍ଧାର, ସିଂହ ସଫାରୀ

ନନ୍ଦନକାନନରେ ଅସୁସ୍ଥ ସିଂହର ମୃତ୍ୟୁ

March 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ
ଉଦ୍ୟାନରେ ଗୁରୁବାର ଏକ ସିଂହର ମୃତ୍ୟୁ ହୋଇଛି ।

ଦୀର୍ଘଦିନ ଧରି ଅସୁସ୍ଥ ଅବସ୍ଥାରେ ଥିବା ୭ବର୍ଷର ସିଂହ “କୁନା’ର ମୃତ୍ୟୁ ଘଟିଛି । ଏହାର ମୃତ୍ୟୁ ପରେ ସଫାରୀରେ ୭ଟି ସିଂହ ଓ ୬ଟି ସିଂହୀ ଅଛନ୍ତି ।

ଗତ ଦୁଇ ବର୍ଷ ମଧ୍ୟରେ ନନ୍ଦନକାନନର ୫ଟି ସିଂହଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ଭୁବନେଶ୍ୱର

ନନ୍ଦନକାନନରେ ଧଳା ବାଘର ମୃତ୍ୟୁ

January 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ଗୋଟିଏ ଧଳା ବାଘର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

୧୪ ବର୍ଷିୟ ବାଘର ନାଁ ଜଗତ ଏବଂ ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା । ନାଲି ବାଘ ସୁକାନ୍ତ ଓ ଧଳାବାଘୁଣୀ ଦୁର୍ଗା ଔଷଧ ରସରୁ ୧୯୯୮ରେ ସେ ନନ୍ଦନ କାନନରେ ଜନ୍ମଗ୍ରହଣ କରିଥିଲା ।

ଏହି ବାଘର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୪କୁ ହ୍ରାସ ପାଇଛି । ବର୍ତମାନ ୮ଟି ଧଳାବାଘ,୧୩ଟି ନାଲି ସାଧାରଣ ବାଘ ଓ ୩ଟି ଶାବକ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ପ୍ରାଣୀ ଉଦ୍ୟାନ

ନନ୍ଦନକାନନରେ ତିନି ବାଘ ଛୁଆଙ୍କ ଜନ୍ମ

January 14, 2012 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ତିନୋଟି ବାଘ ଛୁଆ ଜନ୍ମଗ୍ରହଣ କରିଥିବା ଶନିବାର ଜଣେ ଅଧିକାରୀ କହିଛନ୍ତି ।

୨୩ (ସି) ଏନ୍କ୍ଲୋଜରରେ ରହୁଥିବା ବାଘୁଣୀ ସାରା ବହାବଳ ବାଘ ଋଷି ଔରଷରୁ ଶୁକ୍ରବାର ଏହି ଛୁଆ ଗୁଡ଼ିକ ଜନ୍ମ ନେଇଛି । ନନ୍ଦନକାନନ ପକ୍ଷରୁ ଏମାନଙ୍କ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ
ଦିଆଯାଇଛି ।

୧୦ଦିନ ପାଇଁ ତାହା ନିକଟକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି । ମା’ର ଖାଦ୍ୟ ସେମାନଙ୍କ ପାଇଁ ହେଉଛି କି ନାହିଁ ଏବଂ ସେମାନେ କିପରି ଅବସ୍ଥାରେ ଅଛନ୍ତି ତାହା ଅନୁଧ୍ୟାନ କରିବା ପାଇଁ ସିସିଟିଭି ଲଗାଯାଇଛି ।

ସାରାକୁ ୩ବର୍ଷ ହୋଇଥିବା ବେଳେ ଭୋପାଳ ଚିଡ଼ିଆଖାନାରୁ ୨୦୦୯ ଅପ୍ରେଲ ୧୮ରେ ନନ୍ଦନକାନନ ଅଣାଯାଇଥିଲା । ୮ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ୩ଟି ଶାବକଙ୍କୁ ଜନ୍ମ ଦେଇଛି ।

ଗତ ନଭେମ୍ବରରେ ବାଘ ପ୍ରିୟଙ୍କାର ୫ଟି ଛୁଆଙ୍କ ଗୋଟିଏଦିନରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସାରା ଓ ଛୁଆଙ୍କ ଯତ୍ନ ପ୍ରତି ଧ୍ୟାନ ନିଆଯାଉଥିବା ସେ କହିଛନ୍ତି ।

ନବଜାତ ବାଘ ଛୁଆଙ୍କୁ ମିଶାଇ ବର୍ତମାନ ନନ୍ଦନକାନନରେ ୨୬ଟି ବାଘ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ବାଘ ଛୁଆ

ନନ୍ଦନକାନନରେ ବଉଳା କୁମ୍ଭୀରର ମୃତ୍ୟୁ

November 26, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ
ପ୍ରାଣୀଉଦ୍ୟାନରେ ଥିବା ଗୋଟିଏ ମାଈ ବଉଳା କୁମ୍ଭୀରର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ
ରବିବାର କହିଛନ୍ତି ।

ଶନିବାର ମୃତ୍ୟୁବରଣ କରିଥିବା ଏହି କୁମ୍ଭୀରକୁ ୧୯୯୯ରେ ପାରାଦୀପରୁ ଅଣାଯାଇଥିଲା ଓ ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲା ।

ଅସୁସ୍ଥତା ଯୋଗୁଁ ସେ କିଛି ଖିଆପିଆ କରୁନଥିଲା ଏବଂ ତାକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ତେବେ କିଡ଼ନୀରେ ଷ୍ଟୋନ ଯୋଗୁଁ ତାର ମୃତ୍ୟୁ ହୋଇଥିବା କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବାଘୁଣୀ ତନୁଜା, ୫ଟି ବାଘ ଛୁଆ ଏବଂ କଲିକତାରୁ ଆସିଥିବା ସିଲଭର ପିଜାଂଟର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ବଉଳା କୁମ୍ଭୀର, ମୁଖ୍ୟ ଖବର

ନନ୍ଦନକାନନରେ ୧୨ ନୂଆ ଅତିଥି ପକ୍ଷୀ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଛଅ ପ୍ରକାରର ୧୨ଟି ନୂତନ ପକ୍ଷୀଙ୍କୁ ଅଣାଯାଇଛି ।

କଲିକତା ସ୍ଥିତ ପ୍ରତୀକ୍ ଏକ୍ସପୋର୍ଟ-ଇମ୍ପୋର୍ଟ ଫାର୍ମରୁ ସୋମବାର ଏହି ପକ୍ଷୀ ମାନଙ୍କୁ ଅଣାଯାଇଥିବା ପ୍ରାଣୀ ଉଦ୍ୟାନର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଅତିଥି ପକ୍ଷୀ ମାନଙ୍କ ମଧ୍ୟରେଦୁଇଟି ସ୍ୱର୍ଣ୍ଣ ଫିଜାଂଟ,ଦୁଇଟି ରୌପ୍ୟ ଫିଜାଂଟ,ଦୁଇଟି ହଳିଆ ସୁବର୍ଣ୍ଣ ଫିଜାଂଟ,ଦୁଇଟି ଲେଡ଼ି ଆର୍ମଷ୍ଟ୍ରଙ୍ଗ, ଦୁଇ ଆଲଲରି ଓଦୁଇଟି ସ୍ୱର୍ଣ୍ଣ ରୋଜେଲା ରହିଛନ୍ତି ।

ନୂଆ ଅତିଥି ମାନଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ନନ୍ଦନକାନନରେ ଥିବା ଚିକିତ୍ସାଳୟରେ ରଖାଯିବ ଏବଂ ପରେ ପକ୍ଷୀ ଏନ କ୍ଲୋଜରରେ ଛଡ଼ାଯିବ ବୋଲି ସେ କହିଛନ୍ତି ।

ଗତ ଶୁକ୍ରବାର ନନ୍ଦନକାନନର ଏକ ଦଳ କଲିକତା ଯାଇ ୨ ଲକ୍ଷ ୯ ହଜାର ଟଙ୍କାରେ ଏହି ପକ୍ଷୀ ଗୁଡ଼ିକୁ କ୍ରୟ କରି ଆଣିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ପକ୍ଷୀ, ମୁଖ୍ୟ ଖବର

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ