• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୁଲିସ

ଧଳ ସାମନ୍ତଙ୍କ ସାମ୍ରାଜ୍ୟ ଓ ନେତାଙ୍କ ତଥାକଥିତ ନିରୀହତା

February 15, 2016 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

– ମୁଁ ତାଙ୍କର ଅପରାଧୀ ପୃଷ୍ଠଭୂମି ବିଷୟରେ ଜାଣିଥିଲି, ହେଲେ ରକ୍ତଦାନ ଭଳି ମହାନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥିଲି । ଏହା କୌଣସି ଅପରାଧ ନୁହେଁ । (ଦେବାଶିଷ ସାମନ୍ତରାୟ, ବିଧାୟକ, ବାରବାଟୀ, କଟକ)

ସାମାଜିକ ଜୀବନରେ ସବୁଲୋକଙ୍କର ସବୁକଥା ଜାଣିବା ସମ୍ଭବ ନୁହେଁ । ବନ୍ଧୁ ସମୀର୍ ଦେଙ୍କ କଥାରେ ମୁଁ ସେଠାକୁ ଯାଇଥିଲି । ଯାହାକି ମୋର ଭୁଲ୍ ଥିଲା । (ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ)
dhala12
ସେମାନେ ଯଦି ଅପରାଧୀ ତାଙ୍କୁ ପୋଲିସ୍ ଗିରଫ କରୁନଥିଲା କାହିଁକି ? ମୁଁ ଜାଣିଥିଲି ସେ ଅପରାଧ ସହ ଜଡ଼ିତ, ହେଲେ ତା’ ନାଁରେ ଆଉ କୌଣସି ମାମଲା ନାହିଁ ବୋଲି ସେ କହିଥିଲା (ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କଂଗ୍ରେସ ନେତା)

ଜଣେ ବନ୍ଧୁ ମୋତେ ଡାକିଲେ, ଏକ ମହତ୍ କାର୍ଯ୍ୟରେ ଯୋଗଦେବାକୁ ମୁଁ ସେଠାକୁ ଯାଇଥିଲି । ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଚିହ୍ନିନଥିଲି  । (ଜଷ୍ଟିସ୍ ଏ.ଏସ୍. ନାଇଡୁ, ପୂର୍ବତନ ବିଚା ରପତି)dhala4

ଏସବୁ ମତ ଓ ମନ୍ତବ୍ୟ ଗତ ସପ୍ତାହେ ଧରି ଆମେ ଶୁଣିଆସୁଛୁ । ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରି କଟକ-ଭୁବନେଶ୍ୱର ପୋଲିସ୍ କମିଶନର ଦୁଇଜଣ ବଡ଼ ଅପରାଧୀଙ୍କୁ ଗିରଫ କଲେ । ଗିରଫଦାରୀ ପରେ ଓଡ଼ିଶାର ମିଡ଼ିଆ ଜଗତରେ କାହାଣୀ ଲମ୍ବି ଚାଲିଲା ।DHALA14

ଦୁଇକୋଟି ତେଷଠି ଲକ୍ଷ ଟଙ୍କା ସମେତ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହେବାର ଛବି ପ୍ରକାଶ ପାଇଲା । କଟକର ଦୁଇ କୁଖ୍ୟାତ ଅପରାଧୀ ସୁଶୀଲ୍ ଓ ସୁଶାନ୍ତ ଧଳ ସାମନ୍ତଙ୍କୁ ପୋଲିସ୍ ଗିରଫ କରିବା ଘଟଣାକୁ ଏକ ବଡ଼ ସଫଳତା ବୋଲି ପ୍ରଚାର କରାଗଲା ।

ତେବେ ସୁଶାନ୍ତ ଓ ସୁଶୀଲ୍ ଧଳ ସାମନ୍ତ ମାଫିଆ ଡନ୍ ପରିଚୟ ପାଇବା ପୂର୍ବରୁ ସାଧାରଣ ଜୀବନରେ କେଉଁ ଭୂମିକାରେ ଥିଲେ, ଏହି ପ୍ରଶ୍ନ ଆଜି ପଚାରିବାକୁ ପଡ଼ିବ ।dhala8

ମାତ୍ର ୧୫ ଦିନ ଆଗରୁ ଏହି ଦୁଇଭାଇ ଥିଲେ ଗଣମାଧ୍ୟମରେ ବିଶିଷ୍ଟ ସମାଜସେବୀ । ସୁଶୀଳ ଧଳ ସାମନ୍ତଙ୍କ ନେତୃତ୍ୱରେ କଟକ ନଗର ଯୁବ ସଂଗଠନ ଜାନୁଆରୀ ୯ ଓ ୧୦ ତାରିଖ ଦୁଇଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଥିଲା ।

ଏହି ଆୟୋଜନରେ ଓଡ଼ିଶାର ସବୁ ପ୍ରମୁଖ ରାଜନୈତିକ ଦଳର ମୁଣ୍ଡିଆଳମାନେ ଯୋଗଦେଇ ଧଳ ସାମନ୍ତଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷାରେ ସୁଶୀଳ ଥିଲେ ତାଙ୍କର ସାନଭାଇ, ଯାହାକୁ ସହଯୋଗ କରିବା ତାଙ୍କର ନୈତିକ ଦାୟିତ୍ୱ ।dhala3

କେବଳ ରକ୍ତଦାନ ଶିବିର ନୁହେଁ, ଇଦ୍ ମିଳନ, ସାଇକେଲ୍ ଶୋଭାଯାତ୍ରା, ନେତାଜୀ ଓ ବିବେକାନନ୍ଦ ଜୟନ୍ତୀ ତଥା ଅନ୍ୟାନ୍ୟ ବହୁ ସାମାଜିକ କାର୍ଯ୍ୟରେ ଆୟୋଜନ ଧଳସାମନ୍ତ କରିଥିଲେ ଓ ସେଥିରେ ବହୁ ପଦସ୍ଥ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇଛନ୍ତି ।

ଏହି ପଦସ୍ଥ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଝାଡଖଣ୍ଡର ରାଜ୍ୟପାଳ, ପୂର୍ବତନ ହାଇକୋର୍ଟ ବିଚାରପତି, ପୂର୍ବତନ ପୋଲିସ୍ ମହାନିର୍ଦେଶକ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଆହୁରି ଅନେକ । ସମସ୍ତଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ବହୁ ପରିମାଣରେ ପ୍ରସାରିତ ।dhala1

ଜଣେ ତଥାକଥିତ କୁଖ୍ୟାତ ଅପରାଧୀ ଯାହାଙ୍କ ପାଖରେ ବହୁ ପରିମାଣରେ କଳାଟଙ୍କା ରହିଛି ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ରହିଛି, ତାଙ୍କ ବିଷୟରେ ଏହି ବିଶିଷ୍ଟ ବ୍ୟକ୍ତିମାନେ କିଛି ଜାଣିନଥିଲେ ବୋଲି ଭାବିବା ନିର୍ବୋଧତା ହେବ । ଧଳ ସାମନ୍ତଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ଊଣା ଅଧିକେ କଟକବାସୀ ଜାଣନ୍ତି ।

ସେଥିରେ ଲୋକପ୍ରତିନିଧି ଓ ବିଶିଷ୍ଟ ମାନେ ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ଭାବିବା ସେମାନଙ୍କର ପ୍ରଜ୍ଞା ପ୍ରତି ଅବମାନନା ହେବ । ସରଳ ଭାଷାରେ କହିବାକୁ ଗଲେ, ସମସ୍ତେ ସବୁକିଛି ଜାଣି ସମାଜସେବା ଆଳରେ ତାଙ୍କୁ ସାମାଜିକ ପ୍ରତିଷ୍ଠା ଦେବାରେ ସହାୟତା କରୁଥିଲେ ।

ଏହା ମାନିବାକୁ ପଡ଼ିବ ଗତ କୋଡ଼ିଏ ବର୍ଷ ଧରି ବହୁ ହତ୍ୟାକାଣ୍ଡ, ରାହାଜାନି, ଟେଣ୍ଡର୍ ଫିକ୍ସିଂ ଇତ୍ୟାଦି ଅପରାଧ ସହ ଧଳସାମନ୍ତ ଭ୍ରାତା ଜଡ଼ିତ ଥିବା ପ୍ରଚାର ହୋଇଛି । ସେମାନଙ୍କ ନାଁରେ ବହୁ ମାମଲା ରହିଛି । ପୂର୍ବରୁ ସୁଶୀଳଙ୍କ ଉପରକୁ ପୋଲିସ୍ ଗୁଳି ମଧ୍ୟ ଚଳାଇଛି ।  ଯେଉଁ ପୋଲିସ୍ ଅଧିକାରୀ ସୁଶୀଳଙ୍କ ଉପରକୁ ଗୁଳି ଚଳାଇଥିଲେ ତାଙ୍କୁ ପ୍ରଶାସନରେ ବହୁମୂଲ୍ୟ ଦେବାକୁ ପଡ଼ିଛି ।

ମୋଟାମୋଟି କହିବାକୁ ଗଲେ, ଧଳସାମନ୍ତଙ୍କ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ରାଜନୈତିକ ନେତା, ପୋଲିସ୍ ଓ ପ୍ରଶାସନର ପରୋକ୍ଷ ସମର୍ଥନ ସବୁବେଳେ ରହିଆସିଛି । ଆଜି କଥା ପ୍ରଘଟ ହୋଇଗଲା ପରେ ସମସ୍ତେ ନିଜର ନିରୀହତା ଦେଖାଇବାକୁ ଚାହୁଁଛନ୍ତି । ତେବେ ଏହି ନିରୀହତା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଅପରାଧୀମାନଙ୍କଠାରୁ ରାଜନୈତିକ ଫାଇଦା ଉଠାଇବା ଓ ସେମାନଙ୍କୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ପାଇଁ ନେତାମାନେ ସବୁବେଳେ ଉଦ୍ୟମ କରି ଆସିଛନ୍ତି ।

ତଥାକଥିତ ଲୋକସମର୍ଥନ ଯୋଗାଡ଼ରେ ବାହୁବଳୀମାନଙ୍କର ଭୂମିକା ସବୁବେଳେ ରହିଆସିଛି । ଦଳମତ ନିର୍ବିଶେଷରେ ସମସ୍ତେ ଅପରାଧୀମାନଙ୍କଠାରୁ ସାହାଯ୍ୟ ନିଅନ୍ତି ଓ ପ୍ରତିବଦଳରେ ସେମାନଙ୍କ ସାମ୍ରାଜ୍ୟକୁ ବିକଶିତ ହେବାରେ ସହଯୋଗ କରନ୍ତି ।dhala2

କଟକର ସବୁ ଛାମୁଆ ନେତା ଧଳ ସାମନ୍ତଙ୍କ କଳା ସାମ୍ରାଜ୍ୟରୁ କିଛି କିଛି ମହୁ ସଂଗ୍ରହ କରିଛନ୍ତି । ପ୍ରତିବଦଳରେ ଧଳସାମନ୍ତଙ୍କୁ ମହାପୁରୁଷ ବୋଲି ବନ୍ଦାଣ କରିଛନ୍ତି । ଆଜି ହଠାତ୍ ଗଣମାଧ୍ୟମରେ ନିନ୍ଦିତ ହେଲା ପରେ ନିଜ ଲାଜ ଲୁଚାଇବାକୁ ସେମାନଙ୍କ ନିରୀହତା ଲୋକଙ୍କ ଆଖିରେ ଛଳନା ହୋଇ ଦିଶୁଛି ।

ଧଳସାମନ୍ତ କେବଳ ସମାଜସେବୀ ନଥିଲେ, ସେମାନେ ନିଜ ତରଫରୁ ଗୋଟେ ଖବରକାଗଜ ମଧ୍ୟ ପ୍ରକାଶ କରୁଥିଲେ । ବର୍ଷ ବର୍ଷ ଧରି ସୁଶୀଳ ଧଳ ସାମନ୍ତ ଗୋଟେ ସାପ୍ତାହିକ ପତ୍ରିକାରେ ଦେଶର ରାଜନୀତି ଓ ଅର୍ଥନୀତିକୁ ନେଇ ବହୁ ପ୍ରବଚନ ଦେଇଛନ୍ତି ।

ତାଙ୍କ ପତ୍ରିକାରେ ଓଡ଼ିଶାର ବହୁ ବଡ଼ ବଡ଼ ସାମ୍ବାଦିକ ଓ ସ୍ତମ୍ଭକାର ଲେଖା ଛପାଇଛନ୍ତି । ଏପଟେ ପୋଲିସ୍ କହୁଛି ଏମାନେ ଥିଲେ ପଳାତକ ଅପରାଧୀ । କେଉଁଠିକୁ ଏମାନେ ପଳାଇଥିଲେ ? କଟକ, ଭୁବନେଶ୍ୱରର ସବୁଠୁ ପ୍ରଭାବଶାଳୀ ଲୋକମାନଙ୍କ ଗହଣରେ ଏମାନେ ଆତଯାତ ହେଉଥିଲେ ।dhala5

ୟାଙ୍କ କଳାଟଙ୍କା ସାହାଯ୍ୟରେ ରାଜନୈତିକ ସଭା ସମିତି ଆୟୋଜିତ ହେଉଥିଲା । ସବୁ ଦଳ ୟା’ଙ୍କ ସମର୍ଥନ ପାଉଥିଲେ ଓ ସମର୍ଥନ ଦେଉଥିଲେ । ତଥାପି ପୋଲିସ୍ ଏମାନଙ୍କୁ ଧରି ପାରୁନଥିଲା କାହିଁକି ?

ଏହି ଘଟଣାର ଆଉ ଏକ ଦିଗ ହେଉଛି ପୋଲିସ୍ ଜାଣିସିଆଣା ଆଚରଣ । ଧଳସାମନ୍ତଙ୍କର ଗୋଟେ ସହଯୋଗୀଙ୍କ ହତ୍ୟା ଅଭିଯୋଗ ଆସିବା ପରେ କଟକ ପୋଲିସ୍ ଏତଲା ରଖିନଥିବ ଅଭିଯୋଗ ହୋଇଥିଲା ।

ଏହି  ନିର୍ଦ୍ଦିଷ୍ଟ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଯାଇ ପୋଲିସ୍ ଧଳସାମନ୍ତଙ୍କୁ ଗିରଫ କରିଛି । ତେବେ ଏଥରର ଗିରଫଦାରୀ ନିଶ୍ଚିତ ଭାବରେ ପ୍ରଭାବଶାଳୀ । ଧଳ ସାମନ୍ତଙ୍କ କଳା ଅର୍ଥ କାରବାର ଓ ଅସ୍ତ୍ରଶସ୍ତ୍ର ଯୋଗାଡ଼କୁ ପୋଲିସ୍ ଭଣ୍ଡୁର କରିଛି । ଘଟଣାଟି କେବଳ ସେତିକିରେ ସୀମିତ ରହିଲେ ଚଳିବ ନାହିଁ ।

ଧଳ ସାମନ୍ତଙ୍କ ଛତ୍ରଛାୟାରେ କେଉଁ କେଉଁ ରାଜନୈତିକ ନେତା ଥିଲେ ଓ ସେମାନଙ୍କର କି’ପ୍ରକାର ଫାଇଦା ଏମାନଙ୍କୁ ଦେଇଛନ୍ତି, ତା’ର ସତ୍ୟାସତ୍ୟ ଅନୁସନ୍ଧାନ ହେବା ଜରୁରୀ । ପୂର୍ବରୁ ଚିଟ ଫଣ୍ଡ ମାମଲାରେ କମିଶରେଟ ପୋଲିସ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଯଥେଷ୍ଟ ରିହାତି ପ୍ରଦାନ କରିଥିଲା । ଏହି କ୍ଷେତ୍ରରେ ତାହାର ପୁନରାବୃତ୍ତି ହେବାର ସମ୍ଭାବନା ଅଧିକ । ତେଣୁ ପୋଲିସ୍ ତଦନ୍ତ ଉପରେ ଜନସାଧାରଣ ତୀକ୍ଷ୍ଣ ଆଖି ରଖିଛନ୍ତି ।dhala

ଏହି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଆକଳନ କରିବାକୁ ପଡ଼ିବ । ଆଜି ଯାହାକୁ ଆମେ ଡନ୍, ମାଫିଆ, କଳାସାମ୍ରାଜ୍ୟର ଅଧିକାରୀ ବୋଲି ଚିଲ୍ଲେଇ ଚାଲିଛୁ, ସେହିମାନଙ୍କୁ ଦୁଇସପ୍ତାହ ଆଗରୁ ଆମେ ନାୟକ ଭାବରେ ଉପସ୍ଥାପନା କରୁଥିଲେ ।

ସୁଶୀଳ ଧଳସାମନ୍ତଙ୍କ ଆଗରେ ଓଡ଼ିଶାର ପ୍ରାୟ ସମସ୍ତ ଟିଭି ଚ୍ୟାନେଲର  ବୁମ୍ ଲାଗିଥିଲା । ଯେତେବେଳେ ଅଦାଲତରେ ଜଣେ ପୀଡ଼ିତ ବାପା ନିଜ ପୁଅର ହତ୍ୟାକାଣ୍ଡ ପାଇଁ ସଂଘର୍ଷ କରୁଥିଲେ, ତାହା ଆମ ପାଇଁ ଆଦୌ ଖବର ନଥିଲା । ଅଦାଲତର ଯେଉଁ ରାୟ ଆଧାରରେ ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରିବାକୁ ପୋଲିସ୍ ବାଧ୍ୟ ହେଲା, ସେହି ମାମଲା ସଂପର୍କରେ ଧାଡ଼ିଏ ମଧ୍ୟ ଖବର କେଉଁଠି ବାହାରି ନଥିଲା ।

ଏଥିରୁ ଆମେ ସାମ୍ବାଦିକମାନେ ନ୍ୟାୟ ପ୍ରତି କେତେ ସମ୍ବେଦନଶୀଳ, ତାହା ବାରି ହୋଇପଡୁଛି । ପୋଲିସ୍ କିଛି ଗୋଟେ ଖୁଲାସା କଲା ପରେ ଯାଇ ଆମର ଜ୍ଞାନ ଉଦୟ ହେଉଛି । ତା’ ପୂର୍ବରୁ ଅପରାଧୀକୁ ଅପରାଧୀ ବୋଲି କହିବା ପାଇଁ ଆମ ଜିଭରେ ହାଡ଼ ନାହିଁ ।dhala9

ଧଳସାମନ୍ତ ପ୍ରସଙ୍ଗରେ ସମାଜର ସବୁ ଗୋଷ୍ଠୀ ଓ ବର୍ଗ ନିଜକୁ ଦୋଷୀ ଭାବରେ ପାଇବେ । ଅସାମାଜିକ ତତ୍ତ୍ୱକୁ ଏକଘରିକିଆ କରିବା ଓ ସେମାନଙ୍କୁ ସାମାଜିକ ସ୍ୱୀକୃତି ନଦେବା ଭଳି ସାହସ ଆମର ନାହିଁ ।

ରାଜନୀତିର କଦର୍ଯ୍ୟ ଚକ୍ରବ୍ୟୁହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ । ଏହି ସମର୍ଥନର ପରିଣତି ସ୍ୱରୂପ ଅପରାଧୀଙ୍କ କଳା ସାମ୍ରାଜ୍ୟ ବଢିଚାଲିଛି ଓ ନେତାମାନଙ୍କର କଳାରଙ୍ଗର ନିରୀହତା ଆମକୁ ସବୁବେଳେ ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ଅଭିପ୍ରେରିତ କରୁଛି ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଅପରାଧୀ, ଧଳ ସାମନ୍ତ, ପୁଲିସ, ରାଜନୀତି

ସଞ୍ଜୀବ ପଣ୍ଡା ଓଏସ୍ଏପି ଆଇଜି

July 6, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୬ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟସରକାର ସୋମବାର ବରିଷ୍ଠ ଆଇପିଏସ୍ କ୍ଷେତ୍ରରେ ସାମାନ୍ୟ ଅଦଳବଦଳ କରିଛନ୍ତି ।

ଏସ.ସାଇନିଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡ଼ିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବି. ରାଧିକାଙ୍କୁ ଅତିରିକ୍ତ ମହାନିର୍ଦେଶକ (ଏଡିଜି) ଭାବେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏସସିଆରବି) ର ଦାୟିତ୍ୱ ପ୍ରଦାନ କରାଯାଇଛି ।

ପଣ୍ଡା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସ୍ଏପି) ର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଅଦଳବଦଳ, ପୁଲିସ

ଦାରୁ ଶଗଡି ଦେଖିବାକୁ ଭିଡ, ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା

May 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୫ (ଓଡିଶା ଡଟ କମ) ଜଗତସିଂହପୁର ଜିଲ୍ଲାର ଖରିଆପଡାରୁ ଗୁରୁବାର ଯାତ୍ରା ଆରମ୍ଭ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି ଦେଖିବା ପାଇଁ ହୋଇଥିବା ଭିଡକୁ ନିୟନ୍ତ୍ରଣକରିବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିବାରୁ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି ।

DSCN3663 SAM_0687ଦାରୁ ଶଗଡି ଟାଣିବା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇଥିଲେ । ପୁଲିସ ଏହା ଉପରେ କଟକଣା ଲଗାଇବାରୁ କ୍ଷୁବ୍ଧ ହୋଇ କେତେକ ଲୋକ ପୁଲିସ କୁ ଲକ୍ଷ କରି ଟେକା ପଥର ମାଡ କରିଥିଲେ । ତେବେ ତାହା ଯାଇ ଦଇତାପତିଙ୍କ ଦେଖରେ ବାଜିଥିଲା।

ଭିଡ କୁ ନିୟନ୍ତ୍ରଣ କରିବାପାଇଁ ପୁଲିସକୁ କଟକ ପାରାଦୀପ ରାସ୍ତାରେ ଥିବା ଓଡାପଡା ଛକ ନିକଟରେ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା ବୋଲି ଉପ ଜିଲ୍ଲାପାଳ ନରହରି ସେଠୀ ଓଡିଶା ଡଟ କମକୁ କହିଛନ୍ତି ।

ତେବେ ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ଏହି ମୃଦୁ ଲାଠି ଚାଳନାରେ ପ୍ରାୟ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଭକ୍ତ ମାନେ ଅଭିଯୋଗ କରିଛନ୍ତି ।

ଖରିଆପଡାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି ଗଡିବା ଆରମ୍ଭ ହେବାବେଳେ ଏକ ଭକ୍ତିମୟ ପରିବେଶ ସ୍ତୃଷ୍ଟି ହୋଇଥିଲା । ଭକ୍ତ ମାନଙ୍କ ହୁଳହୁଳି, ହରିବୋଲ ଓ ନାମ ସଙ୍କୀର୍ତ୍ତନ ଧ୍ୱନିରେ ବାତାବରଣ ପ୍ରକମ୍ପିତ ହୋଇଥିଲା ।

ଦାରୁ ଦର୍ଶନ କରିବା ପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ। ରାଜପଥ ଉପରେ ମହିଳା ମାନେ ଝୋଟି ଓ ମୁରୁଜ ପକାଇ ପରିବେଶକୁ ରଙ୍ଗୀନ କରିଥିଲେ ।

ଖରିଆପଡାରେ ଗ୍ରାମର ସମସ୍ତ ମହିଳା ଏକଜୁଟ ହୋଇ ଦାରୁ ଶଗଡି ଟାଣିଥିଲେ ଓ ଭାବ ବିଭୋର ହୋଇ ମହାପ୍ରଭୁଙ୍କ ଦାରୁକୁ ବିଦାୟ ଦେଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ରାଜନୀତି Tagged With: ଖରିପଡିଆ, ଦାରୁ ଶଗଡି, ପୁଲିସ, ଶ୍ରୀ ଜଗନ୍ନାଥ

ସରକାରୀ ନିଷ୍କ୍ରିୟତା ଅଭିଯୋଗ କରି ବିଚାରାଧୀନ ବନ୍ଦୀଙ୍କ ଅନଶନ

May 6, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ୦୬ ମଇ ( ଓଡିଶା ଡଟ କମ) ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ଦାବି କରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜେଲରେ ଦୀର୍ଘ ବର୍ଷ ଧରି ବିଚାରଧିନ ବନ୍ଦୀ ଭାବେ ଦିନକାଟୁଥିବା ଏଗାର  ଜଣ ବନ୍ଦୀ ବୁଧବାର ଠାରୁ ଅନଶନ ଆରମ୍ଭ କରିଥିବା ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ ନାମକ ଏକ ସଂଗଠନ ସୂଚନା ଦେଇଛି ।

ବ୍ରହ୍ମପୁର ଏବଂ ଭଞ୍ଜନଗର ଜେଲରେ ଦୀର୍ଘ ଦୁଇ ବର୍ଷ ରୁ ଚାରି ବର୍ଷ କାଳ ବିଚାରଧୀନ ବନ୍ଦୀ ଭାବେ ବିକ୍ରମ ମଳିକ, ଆବେଲ ଗମାଙ୍ଗ, କାନ୍ଦ୍ରା ଦଳବେହେରା, ନିରାକାର ନାୟକ, ଶୀଳାଦିତ୍ୟ ସିଂ,କଦମ ବାଜିଲ , ତେଲେମ ସୋନି , ମାଳତୀ ମାଝି, ଧୋବା ଦିଗାଳଓ ସୁଦର୍ଶନ ମଣ୍ଡଳ ରହିଛନ୍ତି ।

ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ଗୁଡିକର ତୁରନ୍ତ ବିଚାର କରିବା ପାଇଁ ଆବେଦନ କରୁଥିଲେ ମଧ୍ୟ ସାକ୍ଷୀ ମାନେ ଆସୁନଥିବାରୁ ସେମାଙ୍କ ବିଚାର ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବା ଏହି ସଂଗଠନ ଅଭିଯୋଗ କରିଛି ।

ଗୋଟିଏ ପଟେ ସେମାନଙ୍କୁ ଜାମିନ ମିଳୁନାହିଁ ଏବଂ ଅନ୍ୟପଟେ ବିଚାର ପ୍ରକ୍ରିୟା ମଧ୍ୟ ସରୁନହିଁ। ସାକ୍ଷୀ ମାନେ ଆସୁନାହାନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କୁ ହାଜର କରାଇବା ଦିଗରେ କୋର୍ଟ କିମ୍ବା ପୁଲିସ କୋଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯାନ ଅଭିଯୋଗ କରିଛି ।

ଏପରିକି ସମାନ ଧରଣର କେଶରେ ଅନ୍ୟ ଜଣେ ବିଚାରଧିନ ବନ୍ଦୀ ସଂଗ୍ରାମ ମହାନ୍ତି ଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଥିଲେ ସୁଦ୍ଧା ଏବଂ ପାରଳଖାମୁଣ୍ଡି ଓ ଫୁଲବାଣୀ କୋର୍ଟରେ ତ୍ଵରିତ ବିଚାର ପ୍ରକ୍ରିୟା ରେ ଅନେକ ନିର୍ଦ୍ଦୋଶ ବ୍ୟକ୍ତି ଖଲାସ ହୋଇଥିବା ବେଳେ ଭଞ୍ଜନଗର କୋର୍ଟର ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁ ଆଦିବାସୀ ଓ ଦଳିତ ଭାଗ୍ୟକୁ ଆଦରି ଜେଲରେ ସଢୁଛନ୍ତି, ସଂଗଠନ କହିଛି  ।

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଜେଲ ରେଏହି ବିଚାରଧିନ ବନ୍ଦୀ ମାନଙ୍କ ର ଯୁକ୍ତିଯୁକ୍ତ ଦାବୀକୁ ମିଥ୍ୟା ମକୋଦ୍ଦମା ବିରୁଦ୍ଧରେ ଅଭିଯାନ ଓଡିଶା ପକ୍ଷରୁ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଓ ଉପଦେଷ୍ଟା ଆଡଭୋକେଟ ବିଶ୍ଵପ୍ରିୟ କାନୁନଗୋ ସମର୍ଥନ କରିବା ସହିତ ସମସ୍ତ ବନ୍ଦୀ ସେମାନଙ୍କ ନାମରେ କଣ କଣ କେସ ଅଛି ତାହା ଜଣାଇବା ତ୍ଵରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କ ବିଚାର ଶେଷ କରିବା , ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ସେମାନଙ୍କୁ ଜାମିନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଭଞ୍ଜନଗର ଜେଲରେ ଥିବା ଏଗାର ଜଣ ବନ୍ଦୀ ସେମାନଙ୍କ ବିଚାର କ୍ଷେତ୍ରରେ ବିଚାର ବିଭାଗ ଓ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଓ ‘ତୁରନ୍ତ ବିଚାର ନଚେତ ଜାମିନ’ ଦାବିକରି ବୁଧବାରଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି ଓ ଏ ସମ୍ପର୍କରେ ସେମାନେ ଲିଖିତ ଭାବରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଙ୍କୁ କୋର୍ଟରେ ଅବଗତ କରାଇଥିବା ଏହି ସଂଗଠନ କହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମାନବାଧିକାର Tagged With: ପୁଲିସ, ଭଞ୍ଜନଗର ଜେଲ, ମିଥ୍ୟା ଅଭିଯୋଗ

ନିଜକୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ’ ଦାବି କରି ମହିଳାଙ୍କ ପାଟିତୁଣ୍ଡ

April 18, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୮ (ଓଡିଶା ଡଟ୍ କମ୍) ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ତ୍ରୀ ଦାବିକରି ଜଣେ ମହିଳା ନବୀନ ନିବାସ ସାମନାରେ ପାଟିତୁଣ୍ଡ କରିଛନ୍ତି। ପରିସ୍ଥିତି ଏଭଳି ଅସମ୍ଭାଳ ହୋଇଛି ଯେ ଘଟଣାରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି ।

Naveenଶୁକ୍ରବାର ସ୍ଵର୍ଗତ ବିଜୁବାବୁଙ୍କର ଶ୍ରାଦ୍ଧ ଦିବସରେ ଭୁବନେଶ୍ଵରରେ ଏହି ବିଚିତ୍ର ଘଟଣା ଘଟିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।ପିଣ୍ଡଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଅଭିମୁଖେ ବାହାରିବା ସମୟରେ ନବୀନ ନିବାସ ଆଗରେ ୩୮ ବର୍ଷୀୟ ଏହି ମହିଳା ପହଞ୍ଚି ଭିତରକୁ ଯିବା ପାଇଁ ଉଦ୍ୟମ କଲେ ।

ସୁରକ୍ଷା କର୍ମୀ ତାଙ୍କୁ ବାରଣ କରିବାରୁ ସେ ସୁରକ୍ଷା କର୍ମୀଙ୍କୁ ଧମକ ଦେଇ କହିଲେ, ” ମୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଆଜି ହେଉଛି ମୋ ଶ୍ଵଶୁରଙ୍କ ଶ୍ରାଦ୍ଧ, ମୋ ସ୍ଵାମୀଙ୍କ ସହ ମିଶି ଶ୍ରାଦ୍ଧ ଦେବି, ତିଳତର୍ପଣ କରିବି,ମୋତେ ଅଟକେଇବାକୁ ତୁମେ କିଏ ? ଭିତରକୁ ଛାଡିବା ନ ଏବେ ଦେଖିବ”?

ଦୈନିକ ସଂବାଦ ଖବରକାଗଜରେ ପ୍ରକାଶିତ ଏହି ଖବର ଅନୁସାରେ ଏହି ମହିଳା ଜଣକ ସାଙ୍ଗରେ ଅରୁଆ ଚାଉଳ ଓ ଶ୍ରାଦ୍ଧ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଆଣିଥିଲେ । ସେ ଏକ ହାଇସ୍କୁଲ ଦିଦି ପିନ୍ଧୁଥିବା ଶାଢୀ ପିନ୍ଧିଥିଲେ ।
ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ନଛାଡିବାରୁ ସେ ବହୁତ ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ପୁଲିସ ହାତରେ ଦେଇଦେଇଥିଲେ ।

ପୁଲିସ ପଚରାଉଚର କରିବା ପରେ ଜଣାପଡିଲା ଯେ, ଏହି ମହିଳା ଜଣକଙ୍କ ନାମ ରାଜଶ୍ରୀ ମହାନ୍ତି ଓ ସେ ବିବାହିତା। ଗତ କେତେବର୍ଷ ହେଲା ସ୍ଵାମୀଙ୍କ ସହ ତାଙ୍କର ଭଲ ସଂପର୍କ ନାହିଁ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ଏହି ମହିଳା ଏକ ସରକାରୀ ସ୍କୁଲରେ ହିନ୍ଦୀ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ। ଏବେ ୟୁନିଟ୍ ୮ ର ଏକ ସ୍କୁଲରେ ସେ ହିନ୍ଦୀ ଶିକ୍ଷୟତ୍ରୀଭାବେ ଯୋଗ ଦେଇଛନ୍ତି ।

ମହିଳାଙ୍କ ଏଭଳି ଆଚରଣ ଦେଖି ସେ ଏକ ମାନସିକ ରୋଗୀ ହୋଇଥିବା ପୁଲିସ ସନ୍ଦେହକରି ତାଙ୍କୁ ଜଟଣୀ ସ୍ଥିତ ସର୍ଟ ଷ୍ଟେ ହୋମ ପଠାଇବା ବେଳେ ଉକ୍ତ ମହିଳାଙ୍କର ଭଉଣୀ ତାଙ୍କୁ ଛାଡିଦେବା ପାଇଁ ପୁଲିସ କୁ ନିବେଦନ କରିବାରୁ ପୁଲିସ ତାଙ୍କୁ ଛାଡି ଦେଇଥିଲା ।

ଓଡିଶା ଡଟ୍ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ପାଟିତୁଣ୍ଡ, ପୁଲିସ, ମହିଳା, ମୁଖ୍ୟମନ୍ତ୍ରୀ

ଡିଏଭି ସ୍କୁଲ ଫି’ ବୃଦ୍ଧି ପ୍ରତିବାଦ: ପୋଲିସ-ଅଭିଭାବକ ଧସ୍ତାଧସ୍ତି

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଆଜି ଠାରୁ ସମସ୍ତ ଡିଏଭି ସ୍କୁଲ ଗୁଡିକରେ ପାଠପଢା ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲକୁ ଆସିନାହାଁନ୍ତି । ମାତ୍ର ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲାବେଳେ ପୋଲିସ୍ ଏବଂ ଅଭିଭାବକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ଘଟଣା ଘଟିଛି ।

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୪୨ଟି ଡିଏଭି ସ୍କୁଲରେ ଦେଖା ଦେଇଥିବା ପରିସ୍ଥିତିକୁ କେନ୍ଦ୍ରକରି ଅଭିଭାବକ ଏବଂ ସ୍କୁଲ କତୃପକ୍ଷଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ।

ଆଜି ଭୁବନେଶ୍ୱରରେ କେତେକ ବିଦ୍ୟାଳୟରେ ଅଭିଭାବକମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ପତିର ପ୍ରତିବାଦ କରିଥିଲେ । ତେବେ ୟୁନିଟ-୮ ଡିଏଭିସ୍କୁଲ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଅନେକ ଅଭିଭାବକମାନଙ୍କୁ ଅଟକ ରଖିଥିଲେ ।

ସୂଚାନାଯୋଗ୍ୟ ଯେ,ଡିଏଭି ସ୍କୁଲ ଫି’ ବୃଦ୍ଧି ଘଟଣାର ପ୍ରତିବାଦ କରିବାକୁ ଯାଇ ମଙ୍ଗଳବାର କେତେକ ଅଭିଭାବକ କଟକ ସିଡିଏ, ସେକ୍ଟର-୬ ଡିଏଭି ପବ୍ଲିକ ସ୍କୁଲର ଧାରଣା ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ତେବେ ହଠାତ କିଛି ଅଭିଭାବକଙ୍କ ସହ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ମଧ୍ୟରେ ପଶି ଏଠାରେ ଥିବା ଗାଡିମୋଟର ଭଙ୍ଗାରୁଜା କରିଥିଲେ ।

ସେମାନେ ଅଧ୍ୟକ୍ଷା ଶ୍ରୀମତୀ ଇପିସିତା ଦାସଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଚୁଟିଧରି ଟଣାଓଟରା କରିଥିଲେ । ଏହାପରେ ସେମାନେ ଜବରଦସ୍ତ ଫି’ ବୃଦ୍ଧି ସଂକ୍ରାନ୍ତ ନୋଟିସ ପ୍ରତ୍ୟାହାର କରାଗଲା ବୋଲି ଏକ କାଗଜରେ ଲେଖାଇ ନେଇଥିଲେ ।

ଏହି ଘଟଣା ଚାଲିଥିବା ବେଳେ ବାହାରେ ଉପସ୍ଥିତ କିଛି ଶିକ୍ଷକ/ଶିକ୍ଷୟିତ୍ରୀ ପୁଲିସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ପୁଲିସ ଆସି ଉତ୍ୟକ୍ତ ଅଭିଭାବକଙ୍କୁ ରୋକିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ଶ୍ରୀମତୀ ଦାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ନ୍ୟାୟଭିକ୍ଷା କରିବା ସହ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଦୈ୍ୱତନଗରୀର ସମସ୍ତ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ନିନ୍ଦା କରିଛନ୍ତି ।

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା, କର୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ମହାନଗରୀର ସମସ୍ତ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ ନାହିଁ ବୋଲି ଉପସ୍ଥିତ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଭିଭାବକ, ଡିଏଭି ସ୍କୁଲ, ପୁଲିସ, ଶିକ୍ଷକ, ଶିକ୍ଷୟିତ୍ରୀ

ହାତୀ ଉପଦ୍ରବ ନେଇ ବିଧାନସଭାରେ ବିଧାୟକଙ୍କ ଉଦ୍ବେଗ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)-ହାତୀ,ମାଙ୍କଡକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ଉଦ୍ବେଗ ପ୍ରକାଶ କରିଛନ୍ତି । ଏମାନଙ୍କ ଉପଦ୍ରବ ଅସହ୍ୟ ହେଲାଣି । ସରକାର ହାତୀ ସହିତ ମଣିଷଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ ବୋଲି ବିଧାୟକମାନେ ବିଧାନସଭାରେ ମଙ୍ଗଳବାର ଦିନ ଅଭିଯୋଗ ଆଣିଛନ୍ତି ।

ନୀଳଗିରିରେ ଦେଢ଼ଶହ ପର୍ଯ୍ୟନ୍ତ ହାତୀ ଉପଦ୍ରବ କରୁଛନ୍ତି । ଏହାକୁ ରୋକାଯାଇପାରୁନି । ବନ ବିଭାଗ ଓ ପୁଲିସ କର୍ମଚାରୀ ହାତ ଟେକିଦେଇଛନ୍ତି । ହାତୀ ପଲ ଘରଦ୍ୱାର ଭାଙ୍ଗୁଛନ୍ତି । ଏହାର ସ୍ଥାୟୀ ସମାଧାନ କରିବାକୁ ଆଜି ବିଧାନସଭାରେ ସ୍ୱାଧୀନ ସଦସ୍ୟ ପ୍ରତାପ ଷଡଙ୍ଗୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ହାତୀ ସ୍କୁଲରେ ପାଠ ପଢିନାହାନ୍ତି କି ଜ୍ଞାନ ଆହରଣ କରିନାହାନ୍ତି ଯେ ସେମାନେ ସବୁ କଥା ବୁଝିଯିବେ । ହାତୀ ଏକାଠି ହେଉଥିବା ବେଳେ ଲୋକମାନେ ସେମାନଙ୍କୁ ଘେରୁଛନ୍ତି । ଫଟୋ ଉଠାଉଛନ୍ତି । ହାତୀ ରାଗିଯିବା ସ୍ୱାଭାବିକ ।

ଯେଉଁ ସ୍ଥାନରେ ହାତୀ ପଲ ଏକାଠି ହେଉଛନ୍ତି ସେ ସ୍ଥାନକୁ କେବଳ ବନ ବିଭାଗ କର୍ମଚାରୀଙ୍କୁ ଯିବାକୁ ଦିଅନ୍ତୁ । ସେମାନଙ୍କ କାମ କରିବାକୁ ଦେବା ପାଇଁ ପରାମର୍ଶ ଦେଇ ଅନ୍ୟମାନେ ପଶି ମାମଲତି ନକରିବାକୁ ମନ୍ତ୍ରୀ କହିଥିଲେ ।

ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଗୃହର ମଧ୍ୟଭାଗକୁ ଚାଲିଆସି ଧାରଣାରେ ବସିଥିଲେ । ମନ୍ତ୍ରୀ ଶ୍ରୀ ରାଉତରାୟ ନିଜ ଆସନରୁ ଉଠି ଆସି ତାଙ୍କୁ ବୁଝାଇବା ପରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ନିଜ ଆସନକୁ ଫେରିଥିଲେ ।

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ହାତୀ, ମଇଁଷି ଓ ମାଙ୍କଡ଼ ଉପଦ୍ରବ ଯୋଗୁ ଚାଷୀ ବିବ୍ରତ ହୋଇପଡ଼ିିଛନ୍ତି ପ୍ରଶ୍ନର ଉତର ରଖି ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ, ମଇଁଷି ବନ୍ୟଜନ୍ତୁ ନୁହେଁ, ଷଣ୍ଢ ଏସବୁ କରୁଥିବ । ମାଙ୍କଡ଼ଙ୍କ ପାଇଁ ସବୁଆଡ଼େ ସମସ୍ୟା ସୃଷ୍ଟି ହୋଇଛି । ମାଙ୍କଡ଼ ଘଉଡ଼େଇବା ପାଇଁ ସଦସ୍ୟ ନେତୃତ୍ୱ ନେଇ କାମ କଲେ ମୁଁ ତାଙ୍କ ପଛରେ ରହିବି ।

ହାତୀ ଉପଦ୍ରବ ଉପରେ ବିଧାୟକ ସୁବର୍ଣ୍ଣ ନାୟକ ହାତୀ ମୃତୁ୍ୟ ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ରାଉତରାୟ କହିଥିଲେ ଯେ କେତେକ ଜଙ୍ଗଲ ଓ ଚାଷ ଜମିରେ ବନ୍ୟଜନ୍ତୁଙ୍କ ପ୍ରବେଶ ପ୍ରତିହତ କରିବା ପାଇଁ ଲୋକମାନେ ଲୁହାତାର ଘେରାଉ କରି ଅନଧିକୃତ ଭାବେ ବିଦ୍ୟତ ଚାର୍ଜ କରୁଛନ୍ତି । ଏଥିଯୋଗୁଁ ବେଳେବେଳେ ହାତୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପୁଲିସ, ବିଧାନସଭା, ବିଧାୟକ, ହାତୀ

ମୁହଁ ଖୋଲିଲେ ସବ୍ୟସାଚୀ,ଆମର କିଛି କ୍ଷତି ହୋଇନାହିଁ

November 18, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)-ଏନକାଉଣ୍ଟର ପରେ ମୁହଁ ଖୋଲିଲେ ଓଡିଶା ମାଓବାଦୀ ପାର୍ଟିର ସଚିବ ସୁନୀଲ ଓରଫ ସବ୍ୟସାଚୀ ପଣ୍ଡା । ତାଙ୍କୁ ଧରିବା ପାଇଁ ପୋଲିସ ଯୋରଦାର ଉଦ୍ୟମ ଚଳାଇଥିବା ବେଳେ ସେ ଏକ ଅଡିଓ ଟେପ୍ ଜାରି କରିଛନ୍ତି ।

ଭାଲିଆଗୁଡା ଏନ୍କାଉଣ୍ଟରକୁ ସେ ଏକ ଗଣହତ୍ୟାବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଏଥିରେ ତାଙ୍କ ଦଳର କୌଣସି ସଦସ୍ୟଙ୍କ କ୍ଷତି ନହୋଇଥିଲେ ବି ପୋଲିସ ଗୁଳିରେ ସାଧାରଣ ଜନତା ପ୍ରାଣ ହରାଇଛନ୍ତି । ସେମାନଙ୍କୁ ମିଛ ବର୍ଦ୍ଧି ପିନ୍ଧାଇ ମାଓବାଦୀ ଆଖ୍ୟା ଦିଆଯାଇଛି ।

ତାଙ୍କ ଆହତ ଖବର ସଂପୂର୍ଣ୍ଣ ମିଥ୍ୟା । ଭାଲିଆଗୁଡା ଗଣହତ୍ୟା ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଓଡିଶା ବନ୍ଦ କରାଯିବ ବୋଲି ଅଡିଓ ଟେପ୍ ରେ ସାବ୍ୟସାଚୀ କହିଛନ୍ତି । ଏଥିରେ ମୃତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ ଦାବି କରିଛନ୍ତି ।

ଆଜି ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ସବ୍ୟସାଚୀକୁ ନଧରିବା ପର୍ଯ୍ୟନ୍ତ କମ୍ବିଂ ଅପରେସନ ଜାରି ରହିବ । ସେଥିପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ପୁଲିସ ତାଙ୍କୁ ଧରିବା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରିଛି । ମିଳିଥିବା ସୂଚନା ଅନୁଯାୟୀ ଅପରେସନ ସବ୍ୟସାଚୀ କାର୍ଯ୍ୟକ୍ରମ ଆହୁରି ପୁଲିସ ପକ୍ଷରୁ ଜୋରଦାର କରି ଦିଆଯାଇଛି ।

ଏକାଧିକ ଦଳରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ତିନିପଟୁ କମ୍ବିଂ ଏବଂ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । କନ୍ଧମାଳ, ଗଜପତି ଓ ଗଞ୍ଜାମ ସୀମାନ୍ତ ଅଞ୍ଚଳର ଜଙ୍ଗଲ ମଧ୍ୟରେ ସବ୍ୟସାଚୀ ଆତ୍ମଗୋପନ କରିଥିବା ଆଶଙ୍କା କରି ପୁଲିସ ବାହିନୀ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛନ୍ତି ।

ସବ୍ୟସାଚୀଙ୍କୁ ଠାବ କରିବା ପାଇଁ ଆକାଶ ମାର୍ଗରୁ ମଧ୍ୟ ହେଲିକପ୍ଟର ଯୋଗେ ପୁଲିସ ପଇଁତରା ମାରୁଥିବା ଜଣାପଡିଛି । ଶହଶହ ଜବାନ ଜଙ୍ଗଲ ମଧ୍ୟରେ ସବ୍ୟସାଚୀଙ୍କୁ ଖୋଜୁଛନ୍ତି । ସେ ଆହତ ହୋଇଥିବା ସନ୍ଦେହ କରାଯାଉଥିବାରୁ ଏହି ତିନି ଜିଲାର ସୀମାନ୍ତ ଡାକ୍ତରଖାନାଗୁଡିକ ଉପରେ ପୁଲିସ ପକ୍ଷରୁ କଡା ନଜର ମଧ୍ୟ ରଖାଯାଇଛି ।

ସେହିପରି ତିନି ଜିଲାର ସୀମାନ୍ତ ପଥକୁ ମଧ୍ୟ ପୁଲିସ ସିଲ କରି ଦେଇଛି ।ରାଜ୍ୟ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ତାଲିକାର ଶୀର୍ଷରେ ରହିଛନ୍ତି ସବ୍ୟସାଚୀ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ଗଣହତ୍ୟା, ପୁଲିସ, ସବ୍ୟସାଚୀ ପଣ୍ଡା

ଡାକ୍ତରଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)– କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତର ୨୩ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ଉପରୁ ପରଦା ହଟି ପାରିନାହିଁ । ଆତ୍ମହତ୍ୟା ପଛରେ ଲୁଚିରହିଥିବା ପ୍ରକୃତ କାରଣ ଉନ୍ମୋଚନ ହୋଇ ପାରିନାହିଁ ।

ଏ ଘଟଣାର ପ୍ରତ୍ୟେକ୍ଷଦର୍ଶୀ ରେଳ କର୍ମଚାରୀ କିଶୋର ଚନ୍ଦ୍ରଙ୍କ ବୟାନ ହେଉଛି ପୁରୀ ଆଡୁ ନୀଳାଚଳ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ଟ୍ରେନ ଷ୍ଟାଟର ସିଙ୍ଗନାଲ ପାର ହୋଇ ଯିବପରେ ଟ୍ରେନ ଆଗରେ ମାଧବୀ ମୁଣ୍ଡଦେଇ ଶୋଇ ପଡିଥିଲେ । କଟି ଗଲା କଟିଗଲା ବୋଲି ଚିତ୍କାର କରିଥିଲି । ମାତ୍ର ୨ସେକେଣ୍ଡ ମଧ୍ୟରେ ଗାଡି ମାଡିଗଲା ।

ମାଧବୀ ବଦଳି କରିବା ଘଟଣାକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି । ପୁଣି ୨୦୧୧ ମସିହାରେ ମାଧବୀଙ୍କୁ ଜଣେ ଡାକ୍ତର ରେବଣା ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା ।

ଏଇ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଜୋାତି ପାଣିଗ୍ରାହୀ ଦ୍ୱିତୀୟ ଥର ପୁରୀ ଗସ୍ତରେ ଆସି ସିଡିଏମ୍ଓଙ୍କ ସହିତ ଆଲୋଚନା କରିଛନ୍ତି ।

ସେ ଅଭିଯୋଗ ଉପରେ ତଦନ୍ତ କରିଥିଲେ ମଧ୍ୟ ଏ ଘଟଣା ପଛରେ କଣ ଅଛି ତାହା ସ୍ପଷ୍ପ ହୋଇ ପାରିନାହିଁ । କାହା ଚାପରେ ମାଧବୀଙ୍କୁ ରେବଣା ନୂଆଗାଁରୁ କଣାସ ବଦଳି କରାଯାଇଥିଲା ବୋଲି ଶ୍ରୀମତୀ ପାଣିଗ୍ରାହୀ ସିଡିଏମଓ ଡାକ୍ତର ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପଚାରିଥିଲେ ।

ସିଡିଏମଓ କମିଶନଙ୍କୁ ଜଣାଇଥିଲେଯେ ମନ୍ତ୍ରୀ, ବିଧାୟକ ଓ ଜିଲା ପରିଷଦ ସଭାପତିଙ୍କ ସୁପାରିଶ ଅନୁଯାୟୀ ମାଧବୀଙ୍କୁ ଗତ ମଇମାସ ୧୦ତାରିଖ ଦିନ ରେବଣା ନୂଆଗାଁରୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିଲା ।

ମାଧବୀଙ୍କ ବିରୋଧରେ କୌଣସି ଅଭିଯୋଗ ନଥିଲେ ମଧ୍ୟ ସେ ବାରଂ ବାରମ୍ବାର ବଦଳି ସତ୍ୱେ ପ୍ରତିଦିନ ମେଡିକାଲ ଯାଇ ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ ।

ଶ୍ରୀମତୀ ପାଣିଗ୍ରାହୀ ସର୍କିଟ ହାଉସକୁ ଯାଇ ମାଧବୀ ୧୨ତାରିଖ ଦିନ ମାଳତୀପାଟପୁର ରେଳଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧ୍ୟ ନିଖୋଜ ରିପୋର୍ଟ ପାଇଥିବା କୁମ୍ଭାରପଡା ଥାନା ପୁଲିସ ୧୫ଦିନ ପର୍ଯ୍ୟନ୍ତ ସେସମ୍ପର୍କରେ କିପରି ଜାଣିପାରିଲା ନାହିଁ ବୋଲି କମିଶନ ସେଠାରେ ଭାରପ୍ରାପ୍ତ ଏସପି ଦୟାନିଧି ଗୋଚ୍ଛାୟତଙ୍କୁ ପଚାରିଥିଲେ । ପୁଲିସ ତଦନ୍ତରେ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଆରପି ପୁଲିସ ଓ ଶବ ପୋତିଥିବା କର୍ମଚାରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ କମିଶନ କ୍ଷୋଭ ପ୍ରକାଶ କରିଥିଲେ । ମାଧବୀଙ୍କ ଶବ ଗତକାଲି ଶ୍ମଶାନରୁ ଗାଏବ ହୋଇଯିବା ଘଟଣାର ସତ୍ୟତା ଜାଣିବାପାଇଁ ପାଣିଗ୍ରାହୀ ସଂପୃକ୍ତ ସ୍ଥାନକୁ ଯାଇ ସେ ସ୍ଥାନରେ କୌଣସି ଶବ ପୋତାଯାଇନଥିବା ତଦନ୍ତ ସମୟରେ ଜଣାପଡିଥିଲା ।

ଏଥିସହିତ ସେ ମାଧବୀଙ୍କ ମଧୁବନସ୍ଥିତ ମାଉସୀଘରକୁ ଯାଇ ମଧ୍ୟ ଏହି ଘଟଣାର ଆଲୋଚନା କରିଛନ୍ତି । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ନୀଳାଚଳ ଏକ୍ସପ୍ରେସ, ପୁଲିସ, ମାଧବୀଲତା ମୃତ୍ୟୁ, ସିଡିଏମଓ

ଗୁଳିକାଣ୍ଡ ପ୍ରତିବାଦରେ ସମ୍ବଲପୁରରେ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ସମ୍ବଲପୁର ଗୋଲବଜାରରେ ଦାଦା ବଟିକୁ କେନ୍ଦ୍ରକରି ଘଟିଥିବା ଗୁଳିକାଣ୍ଡ ପ୍ରତିବାଦରେ ଆଜି ବନ୍ଦ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଗୁଳିମାଟରେ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।

ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସେକ୍ ମୁଜିର ସହିତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଆଗକୁ ଗୋଲ ବଜାରର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଦାବି କରିଛନ୍ତି ବ୍ୟବସାୟୀ ମାନେ ।

ଦାଦା ବଟି ନଦେବାରୁ ଗୁରୁବାର ଅପରାଧୀମାନଙ୍କ ଆକ୍ରମଣର ଶୀକାର ହୋଇଥିବା ଗୋଲବଜାରର ବ୍ୟବସାୟୀ ସୀତାରାମ ସାହୁ ପୁଲିସରେ ଏତଲା ଦେଇଥିବାରୁ ଶୁକ୍ରବାର ଦିନ ଗୁଳିମାଡ଼ ଖାଇଥିଲେ । ତାଙ୍କୁ ସୁରକ୍ଷା ଦେଇଥିବା ଅନ୍ୟ ଜଣେ ଦୋକାନୀ ତ୍ରିଲୋକ ସାହା ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି ।

ଏହା ସ୍ଥାନୀୟ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେମାନେ ଗୋଲବଜାର ବନ୍ଦ କରି ପ୍ରଥମେ ଟାଉନ ଥାନା ଓ ପରେ ଏସପିଙ୍କ ବାସଭବନ ଘେରାଉ କରିଥିଲେ ବୋଲି ଜଣାପଡ଼ିଛି ।

ପ୍ରଥମ ଆକ୍ରମଣ ହେଲା ପରେ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷା ଦେଇଥିଲେ ଅପରାଧୀମାନେ ଦ୍ୱିତୀୟ ଥର ଏଭଳି ମରଣାନ୍ତକ ଆକ୍ରମଣ କରିପାରିନଥାନ୍ତେ ବୋଲି ସେମାନେ କ୍ଷୋଭବ୍ୟକ୍ତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗୁଳିକାଣ୍ଡ, ଦାଦା ବଟି, ପୁଲିସ, ବ୍ୟବସାୟୀ ପ୍ରତିଷ୍ଠାନ, ସମ୍ବଲପୁର

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ