• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୁବନେଶ୍ୱର

ଡ଼ା. ଅଶୋକ ମହାପାତ୍ର ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ

July 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ସ୍ନାୟୁ ବିଭାଗ ବିଶେଷଜ୍ଞ ଡ଼ାକ୍ତର ଅଶୋକ ମହାପାତ୍ରଙ୍କୁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟିର ଅନୁମୋଦନ ପରେ କେନ୍ଦ୍ର ସରକାର ଭୁବନେଶ୍ୱର ସମେତ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଛଅଟି ଏମ୍ସ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏମ୍ସ, ଭୁବନେଶ୍ୱର

ଜୁନରେ ଏଫ୍ସିଆଇ ଚାଉଳ ସଂଗ୍ରହ କରିବ: କେନ୍ଦ୍ର ସଚିବ

May 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜୁନ୍ ମାସରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ରାଜ୍ୟରୁ ବଳକା ଚାଉଳରୁ ୫୦ ହଜାର ଟନ୍ ଉଠାଇବ ବୋଲି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ସଚିବ ବି.ସି. ଗୁପ୍ତା ଭୁବନେଶ୍ୱରରେ କହିଛନ୍ତି ।

ଶନିବାର ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚି ରାଜ୍ୟ ଯୋଗାଣ ସଚିବ ମଧୁସୂନ ପାଢୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

୫୦ ହଜାର ଟନ୍ ବଳକା ଚାଉଳକୁ ଅନ୍ୟ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଗୁପ୍ତା କହିଛନ୍ତି । ରାଜ୍ୟରୁ ସଂଗୃହୀତ ଚାଉଳ ଯେଭଳି ପିଡିଏସ୍ରେ ବଂଟନ କରାଯାଉଛି ତାହା ଠିକ୍ ବୋଲି ସେ କହିଛନ୍ତି ।

ଗରିବ ପରିବାର ପାଇଁ ଉଦ୍ଧିଷ୍ଟ ଚାଉଳକୁ ସରକାର ଠିକ୍ ସମୟରେ ଉଠାଉ ନାହାଁନ୍ତି ବୋଲି ସେ ଜାଣିବାକୁ ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟରେ ବଳକା ଥିବା ଚାଉଳକୁ ଏଫ୍ସିଆଇ ଉଠାଉ ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।

ଗତ ଅପ୍ରେଲ ମାସ ଠାରୁ ଏଫ୍ସିଆଇ କୌଣସି ଚାଉଳ ରାଜ୍ୟରୁ ଉଠାଇନଥିବାରୁ ଗୋଦାମ ଘର ଅଭାବରୁ ରବି ଋତୁର ଚାଉଳ ସଂଗ୍ରହ ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ ଦର୍ଶାଇଥିଲେ ।

ତେଣୁ ପ୍ରତି ମାସରେ ଏକ ଲକ୍ଷ ଟନ୍ ଚାଉଳ ଉଠାଣ ପାଇଁ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏଫ୍ସିଆଇ, ଚାଉଳ, ଭୁବନେଶ୍ୱର

କିଟ୍ ରେ ଗଣିତ ଉପରେ ଜାତୀୟ ସମ୍ମିଳନୀ

May 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱି୍ବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଔଦ୍ୟୋଗିକ ଗଣିତ ଓ ସଫ୍ଟ କମ୍ପୁ୍ୟଟିଂ ସଂପର୍କିତ ଜାତୀୟ ସମ୍ମିଳନୀ ଶନିବାର ଉ୍ଘାଟିତ ହୋଇଛି ।

ଦୁଇଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଶେଷର ବିଭିନ୍ନ ଆଇଆଇଟି, ଏନ୍ଆଇଟି, ରେଭେନ୍ସା ବିଶ୍ୱବିଦ୍ୟାଳୟ ତଥା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଶାରଦମାନେ ଯୋଗ ଦେବେ ।

ଏଥିରେ ବିଶେଷ କରି ଉଦ୍ୟୋଗ ଗୁଡ଼ିକରେ କମ୍ପ୍ୟୁଟର ବିଭିନ୍ନ ବ୍ୟବହାରିକ ଜ୍ଞାନ ଓ ଗାଣିତିକ କୌଶଳସଂପର୍କିତ ଜ୍ଞାନ ଉପରେ ଆଲୋଚନା କରାଯିବ । ଉପରୋକ୍ତ ବିଷୟ ଗୁଡ଼ିକୁ ନେଇ ବିଭିନ୍ନ ଅଧିବେଶନ ମଧ୍ୟ କରାଯାଇଛି ।

ଉ୍ଘାଟନୀ ଉତ୍ସବରେ କିଟ୍ ପ୍ରଫେସର ଅଫ୍ ଏମିନେନ୍ସ ଆଣ୍ଡ ରିସର୍ଚ୍ଚ ଚେୟାରମ୍ୟାନ ଡ. ଏସ୍ ନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜି.ଦାସ, କିଟ୍ ଓ କିସ୍ ର ଉପଦେଷ୍ଟା ଆର୍. ଏନ୍ ଦାଶ, କିଟ୍ ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନ୍ସର ଡିନ୍ ପ୍ରଫେସର ବି. ବି. ପାତ୍ର ଏବଂ କାର୍ଯ୍ୟକ୍ରମର ସଂଯୋଜକ ଡ. ଏସ୍. କେ. ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କିଟ୍, ଭୁବନେଶ୍ୱର

ଗ୍ରୀଷ୍ମପ୍ରବାହ ଜାରି, ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ

May 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଶନିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୬.୭ ଡ଼ିଗ୍ରୀ ସେଲ୍ସିଅସ୍ ରେକର୍ଡ଼ କରାଯାଇଥିବା ବେଳେ ୧୩ଟି ସହରର ତାପମାତ୍ରା ୪୨ ଡ଼ିଗ୍ରୀ ଉପରେ ରହିଛି ।

ସେହିପରି ସୋନପୁର ଏବଂ ହୀରାକୁର ତାପମାତ୍ରା ୪୬.୨ ଡ଼ିଗ୍ରୀ ସେଲ୍ସିଅସ୍, ଝାରସୁଗୁଡ଼ା ୪୬.୦, ଟିଟିଲାଗଡ଼ ୪୫.୮, ବଲାଙ୍ଗୀର ୪୫.୫, ସୁନ୍ଦରଗଡ଼ ୪୫.୦ ଏବଂ ଭବାନୀପାଟଣାର ତାପମାତ୍ରା ୪୪.୭ ଡ଼ିଗ୍ରୀ ସେଲ୍ସିଅସ୍ ରେକର୍ଡ଼ କରାଯାଇଛି ।

ସରକାରୀଭାବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ  ଅଂଶୁଘାତରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେସରକାରୀ ଭାବେ ୭୯ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଂଶୁଘାତ, ଗ୍ରୀଷ୍ମପ୍ରବାହ, ଭୁବନେଶ୍ୱର

ବିଦ୍ୟୁତ କାଟ୍ ନେଇ ଗୃହ କମିଟିର ଉଦ୍ଦବେଗ

May 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ୍ ନେଇ ବିଧାନସଭା ଗୃହ କମିଟି ଉଦ୍ଦବେଗ ପ୍ରକାଶ କରିଛି ।

ବିଦ୍ୟୁତ କାଟ୍ ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କମିଟି ପରାମର୍ଶ ଦେଇଛି ।

ବିଦ୍ୟୁତ କାଟ୍ କୁ  ବୈଠକରେ ଉପସ୍ଥିତ ବିଧାୟକମାନେ ବିରୋଧ କରିବା ସହ ଏଥିପାଇଁ ଘରୋଇ ବଂଟନ କମ୍ପାନୀଙ୍କୁ ଦାୟୀ କରିଛନ୍ତି ।

ରାଜ୍ୟରେ ଅସହ୍ୟ ଗରମ ଅନୁଭୁତ ହେବା ସହ ନଈ, ପୋଖରୀ ଓ କୂଅ ଇତ୍ୟାଦି ସୁଖି ଗଲାଣି । ଏହି
ସମୟରେ ବାରମ୍ବାର ବିଦ୍ୟୁତ କାଟ୍ ବେଡି ଉପରେ କୋରଡା ଭଳି ହୋଇଛି ବୋଲି ସେମାନେ କହିଛନ୍ତି ।

ତେବେ ରାଜ୍ୟରେ ତିନିଟି ଅଲଟ୍ରା ପାୱାର ପ୍ଳାଣ୍ଟ ପ୍ରତିଷ୍ଠା କରାଯିବ ଏବଂ ସେଥିରୁ ସୁନ୍ଦରଗଡ ଜିଲ୍ଲାର ବେଡାବାହାଲରେ ଗୋଟିଏ ପାଇଁ ସ୍ଥାନ ନିରୂପଣ ହୋଇଥିବା ବେଳେ ଅନ୍ୟଦୁଇଟି ବଲାଙ୍ଗିର ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା ବୈଠକରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗୃହ କମିଟି, ବିଦ୍ୟୁତ, ବିଧାନସଭା, ଭୁବନେଶ୍ୱର

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ୩୧ରେ ଓଡ଼ିଶା ବନ୍ଦ

May 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ଦର ବୃଦ୍ଧି ପ୍ରତିବାରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୩୧ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଜନବିରୋଧୀ । ଏହି ସରକାର ସମୟରେ ୧୧ଥର ପେଟ୍ରୋଲ ଦରବୃଦ୍ଧି ଘଟିଛି ।

ଦରବୃଦ୍ଧି ଯୋଗୁଁ କେବଳ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ ତାହା ନୁହେଁ ରାଜ୍ୟର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହେବ ବୋଲି ଘଡ଼ାଇ କହିଛନ୍ତି । ଏହିଦିନ ଏନ୍ଡ଼ିଏ ଓ ସହଯୋଗୀ ଦଳ ଗୁଡ଼ିକ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଛି ।

ଗତ ବୁଧବାର ମଧ୍ୟରାତ୍ରରୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୭ଟଙ୍କା ୫୦ ପଇସା ବୃଦ୍ଧି କରିଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ଓଡ଼ିଶା ବନ୍ଦ, ପେଟ୍ରୋଲ, ଭୁବନେଶ୍ୱର

ଜେଲ୍ ରେ ଥିବା ଆଦିବାସୀଙ୍କୁ ଖଲାସ କର: ଜୟରାମ

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) ବିନା କାରଣରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ନିକଟରେ ଓଡ଼ିଶା ଗସ୍ତ ସମୟରେ ସେ ଅନେକ ମାଓ ଉପ୍ରୁତ ଅଂଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ତେବେ କୌଣସି କାରଣ ନଥାଇ ଆଦିବାସୀମାନେ ଜେଲରେ ଥିବା ଜାଣିବାକୁ ପାଇଛନ୍ତି ବୋଲି ରମେଶ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଜଣାଇଛନ୍ତି । ସେମାନେ ଜେଲରୁ ତୁରନ୍ତ ମୁକ୍ତ ହେବା ଉଚିତ୍ ବୋଲି ସେ ଦର୍ଶାଇଛନ୍ତି ।

ଏ ବିଷୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀଙ୍କ ଠାରୁ ମଧ୍ୟ ଜାଣିବାକୁ ପାଇଛନ୍ତି । ଯେଉଁ ନୀରିହ ଆଦିବାସୀମାନେ ଛୋଟ ଘଟଣାରେ ଜେଲ୍ ରେ ଅଛନ୍ତି ସେମାନଙ୍କୁ ନ୍ୟାୟ ମିଳିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ରମେଶଙ୍କ ଏହି ଚିଠିକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଜଣେ କେନ୍ଦ୍ର ମନ୍ତ୍ରୀ କିପରି ହସ୍ତକ୍ଷେପ କରୁଛନ୍ତି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜେଲ୍, ଭୁବନେଶ୍ୱର, ମାଓବାଦୀ

ଦିଲ୍ଲୀରେ କିସ୍ ଭଳି ଆବାସିକ ସ୍କୁଲ କରିବାକୁ ନିଷ୍ପତି

May 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କିସ୍ କୁ ମଡ଼େଲ୍ ହିସାବରେ ଗ୍ରହଣ କରି ଦିଲ୍ଲୀରେ ଏହାର ଢାଞ୍ଚାରେ ଏକ ଆବାସିକ ସ୍କୁଲ ସ୍ଥାପନ କରିବାକୁ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି ।

ଗତ ୧୪ ତାରିଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଦ୍ୱାରାଆୟୋଜିତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପ୍ରସ୍ତାବିତ ସ୍କୁଲ୍ ରେ ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ।

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ନଜବଗଡ଼ଠାରେ ଏହି ସ୍କୁଲ ସ୍ଥାପନ ହେବ । ଦିଲ୍ଲୀ ସରକାରଙ୍କ ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ତତ୍ୱାବଧାନରେ ହେବାକୁ ଥିବା ଏହି ସ୍କୁଲରେ  ସମସ୍ତ ପରିଚାଳନା ଦାୟିତ୍ୱ କିସ୍ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତି ହୋଇଛି ।

ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନଜବଗଡ଼ଠାରେ ଦିର୍ଘ ଏକ ବର୍ଷ ହେଲା ୨୦ ଏକର ପରିମିତ ଜମିରେ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଛି ।

ନିକଟରେ ଦିଲ୍ଲୀ ସରକାରଙ୍କ ଏକ ପ୍ରତିନିଧି ଦଳ କିସ୍ ପରିଦର୍ଶନ କରିବା ସହ କିସ୍ ୧୬,୫୦୦ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶ୍ରେଣୀଠାରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରୁଥିବା ହୃଦବୋଧ କରିଥିଲେ ।

ଏହି ପ୍ରତିନିଧି ଦଳର ରିପୋର୍ଟକୁ ଆଧାର କରି ଦିଲ୍ଲୀ ସରକାର ସେଠାରେ କିସ୍ ଭଳି ଏକ ମଡେଲ୍ ସ୍କୁଲ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି । କିସ୍ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରୁଥିବାରୁ ଶିକ୍ଷାାନ ପାଇଁ କିସ୍ ର ଶିକ୍ଷକ ମାନଙ୍କୁ ଏଠାକୁ ଅଣାଯିବ ବୋଲି ବୈଠକରେ କୁହାଯାଇଛି ।

ଛତିଶଗଡ଼ରେ କିସ୍ ଢାଞ୍ଚାରେ ଏକ ସ୍କୁଲ ଚାଲୁ ରହିଛି । ସେହିପରି ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ସରକାର ମଧ୍ୟ ଏଭଳି ସ୍କୁଲ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ବୋଲି କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହ ଉକ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଶିକ୍ଷାଦାନ କରିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କିସ୍, ଛାତ୍ରଛାତ୍ରୀ, ଦିଲ୍ଲୀ, ଭୁବନେଶ୍ୱର

ସ୍କଟଲ୍ୟାଣ୍ଡ ମ୍ୟୁଜିୟମରେ ଓଡ଼ିଶାର ଶହେବର୍ଷ ତଳର ଫଟୋଚିତ୍ର

May 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସମେତ ଅନ୍ୟ କେତେକ ସ୍ଥାନର ଏକ ଶହ ବର୍ଷ ତଳର ବ୍ରିଟିଶ ଶାସନ ସମୟର ଐତିହାସିକ ଫଟୋଚିତ୍ର ଗୁଡ଼ିକ ସ୍କଟଲ୍ୟାଣ୍ଡ ମ୍ୟୁଜିୟମ୍ ରେ ରଖାଯାଇଛି ।

ନିକଟରେ ଇଡ଼ିନ୍ବର୍ଗରେ ଏକ ଜୋତା ବାକ୍ସରୁ ଏଗୁଡ଼ିକୁ ଉଦ୍ଧାର କରାଯାଇଛି । ରଏଲ କମିଶନ ଅନ୍ ଦି ଆନ୍ସିଆନ୍ଟ ଆଣ୍ଡ ହିଷ୍ଟୋରିକାଲ ମୁମେଣ୍ଟ ଅଫ୍ ସ୍କଟଲ୍ୟାଣ୍ଡ(ଆର୍ସିଏଏଚ୍ଏମ୍ଏସ୍) ଦ୍ୱାରା ସମୁଦାୟ ୧୭୮ଟି ନେଗେଟିଭ୍ ଉଦ୍ଧାର କରାଯାଇଛି ।

୫/୮ ଇଞ୍ଚ ପ୍ଲେଟ ବାକ୍ସ ଭିତରେ ୧୯୧୪ ମସିହାର ଦୀ ଷ୍ଟେଟ୍ସମ୍ୟାନ୍ ଖବର କାଗଜରେ ଏହି ନେଗେଟିଭ୍ ଗୁଡ଼ିକ ରଖାଯାଇଥିଲା ।

ଏହି ଐତିହାସିକ ଫଟୋ ଗୁଡ଼ିକ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ । ତାଙ୍କ ବିଷୟରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି ।

ଏଗୁଡ଼ିକ ମଧ୍ୟରେ ୧୯୧୨ରେ ରାଜା ଜର୍ଜ ୫ ଏବଂ ରାଣୀ ମେରୀ କଲିକତା ପରିଦର୍ଶନରେ ଆସିବା, ଏକ ଧାର୍ମିକ ଉତ୍ସବରେ ତୀର୍ଥଯାତ୍ରୀମାନେ ଏକତ୍ରିତ ହୋଇଥିବା, ପୁରୀ ଜଗନ୍ନାଥ ମନ୍ଦିର ବାହାରେ ବ୍ୟବସାୟୀମାନେ ସାମଗ୍ରୀ ବିକ୍ରି କରୁଥିବା ଆଦି ଫଟୋଚିତ୍ର ରହିଛି ।

ସେହିପରି ହାୱଡ଼ା ଷ୍ଟେସନରେ ଶ୍ରମିକମାନେ ଗାଡ଼ି ଟାଣୁଥିବା, ଦାର୍ଜିଲିଂରେ ଏକ ଘର ବାହାରେ ଜଣେ ମହିଳା ଛିଡ଼ା ହୋଇଥିବା ଫଟୋଚିତ୍ର ରହିଛି ।

ଓଡ଼ିଶା ଡ଼ଟ୍ କମ୍

ସୌଜନ୍ୟ: ଆର୍ସିଏଏଚ୍ଏମ୍ଏସ୍

admin
admin

Filed Under: ମୁଖ୍ୟ ଖବର Tagged With: ଐତିହାସିକ, ଫଟୋ ଉତ୍ତୋଳନ, ଭୁବନେଶ୍ୱର

କାନ୍ଭାସ୍ରେ ସୁଦର୍ଶନଙ୍କ ବାଲୁକା କଳା

April 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) “ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍” ଭୁବନେଶ୍ୱରରେ ହେବାକୁ ଥିବା ଏହି ଅଭିନବ ପ୍ରଦର୍ଶନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ବାଲୁକା କଳାକୃତି ଗୁଡ଼ିକ ପ୍ରଥମଥର ପାଇଁ କାନଭାସ୍ରେ ପ୍ରଦର୍ଶିତ ହେବ ।

ରାଷ୍ଟ୍ରୀୟ ଲଳିତ କଳା ଏକାଡ଼େମୀ ଗ୍ୟାାଲେରୀରେ ଅପ୍ରେଲ ୧୪ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

କାନ୍ଭାସ୍ ଉପରେ ପ୍ରଦର୍ଶିତ ହେବାକୁ ଥିବା ଶ୍ରେଷ୍ଠ କଳାକୃତି ଗୁଡିକ ଉପରେ ବାଲୁକା ସ୍ଥାପନା ତଥା ରଙ୍ଗ ବ୍ୟବହାର କରି ଏହାକୁ ଅଧିକ ଜୀବନ୍ତ କରିବା ପାଇଁ ସୁଦର୍ଶନଙ୍କ ଯୋଜନା ରଖିଛନ୍ତି ।

ସାଧାରଣତଃ ବାଲୁକା କୃତି ଗୁଡ଼ିକ କ୍ଷଣସ୍ଥାୟୀ ହୋଇଥିବାରୁ, ଏହି ଆନ୍ତର୍ଜାତୀୟ ପ୍ରଦର୍ଶନୀ ମାଧ୍ୟମରେ କଳାପ୍ରେମୀ ମାନେ ଦୀର୍ଘବର୍ଷ ଧରି ସୁଦର୍ଶନଙ୍କ ଦ୍ୱାରାନିର୍ମିତ ସମସ୍ତ ପ୍ରମୁଖ ବାଲୁକା କୃତିଗୁଡିକୁ ଗୋଟିଏ ସ୍ଥାନରେ ଏକତ୍ର ଦେଖିବାର ସୁଯୋଗ ପାଇପାରିବେ ।

ଏଥିରେ ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ୧୦୦ରୁ ଉଦ୍ଧ୍ୱର୍ ପ୍ରସିଦ୍ଧ ବାଲୁକାକୃତି ଗୁଡ଼ିକର ଫଟୋଚିତ୍ର କାନ୍ଭାସ୍ରେ ପ୍ରଦର୍ଶୀତ ହେବ ।

“ମୋର ସମସ୍ତ ପ୍ରମୁଖ ବାଲୁକା କଳାକୃତି ଗୁଡ଼ିକୁ କାନ୍ଭାସ୍ରେ ସାଧାରଣ ଜନତା ଏବଂ
କଳାପ୍ରେମୀଙ୍କ ପାଇଁ ଏକତ୍ରିତ କରି ପ୍ରଦର୍ଶନ କରି ବାଲୁକା ଏବଂ ବାଲୁକା କଳାକୃତିକୁ ସମ୍ମାନ
ଜଣାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ” ସୁଦର୍ଶନ କହିଛନ୍ତି ।

ଏହାଦ୍ୱାରାଗୋଟିଏ ସ୍ଥାନରେ ସାଧାରଣ ଜନତାମାନେ ମୋର ସମସ୍ତ ବାଲୁକା କଳାକୃତିଗୁଡିକୁ ଦେଖିପାରିବେ ବୋଲି ସେ କହିଛନ୍ତି ।

ସୁଦର୍ଶନ ୫୦ରୁ ଉଦ୍ଧ୍ୱର୍ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ବିଭିନ୍ନ ପୁରସ୍କାର ଜିତିଛନ୍ତି । ଏହି ଚାରିଦିନିଆ ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ସକାଳ ୧୧.୩୦ରୁ ସଂଧ୍ୟା ୭.୩୦ ପର୍ଯ୍ୟନ୍ତ ଖୋଲା ରହିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ, ଭୁବନେଶ୍ୱର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 9
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ