• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୁବନେଶ୍ୱର

ନେଟ ଜିରୋ ବିଶ୍ଵ ଗଠନ ପାଇଁ କ୍ଲାଇମେଟ ପ୍ଲେଜରେ ଓଡ଼ିଶାର ସିଏସଏମ

September 21, 2022 by Rameswar Leave a Comment

ଭୁବନେଶ୍ୱର,ସେପ୍ଟେମ୍ବର ୨୧(ଲୋକାଲ ୱାୟାର) ସିଏସଏମ ଟେକ୍ ଏକ ଭାରତୀୟ ଆଇଟି କନସଲଟିଂ ଫାର୍ମ ଭାବରେ ଆଫ୍ରିକା, ୟୁଏସ ଏବଂ ଦୁବାଇରେ ନିଜର ବ୍ୟବସାୟ କରିବା ସହ ୨୦୪୦ ମଧ୍ୟରେ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ କ୍ଲାଇମେଟ୍ ପ୍ଲେଜ୍ ହସ୍ତାକ୍ଷର କରିବା ପାଇଁ ୩୭୬ ହସ୍ତାକ୍ଷରକାରୀଙ୍କୁ ସାମିଲ କରିଛି। ସିଏସଏମ ୭ମ ଭାରତୀୟ ତଥା ଓଡି଼ଶାର ପ୍ରଥମ କମ୍ପାନୀ ଭାବରେ ଏହି କାର୍ଯ୍ୟ କରିଛି।

ସିଏସଏମ ୩୭୬ ସଂଗଠନ ସମୂହରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛି। ଯେଉଁଥିରେ ଆମାଜନ, ମାଇକ୍ରୋସଫ୍ଟ, ଉବେର, ସାଇମେନସ୍, କୋକାକୋଲା, ଆଇବିଏମ, ଫିଲିପ୍ସ ଓ ଭିସା ଭଳି ବଡ଼ ବଡ଼ କମ୍ପାନୀ ସାମିଲ ଅଛନ୍ତି। ଏହି ସବୁ କମ୍ପାନୀ ବିଶ୍ୱକୁ ସୁରକ୍ଷା ଦେବା ଏବଂ ଏକ ସବୁଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଜ୍ଞା କରିଛନ୍ତି। ସେପ୍ଟେମ୍ୱର ୧୯ ତାରିଖରେ ନ୍ୟୁୟର୍କରେ ହୋଇଥିବା ଜଳବାୟୁ ସପ୍ତାହ ଏନୱାଇସି ମଧ୍ୟରେ ଏହା ଘୋଷଣା କରିବା ବେଶ ମହତ୍ତ୍ୱ ବହନ କରୁଛି।

ଜଳବାୟୁ ସପ୍ତାହ ଏନୱାଇସି ୨୦୨୨ ଏହାର ୧୪ତମ ବର୍ଷକୁ ସର୍ବ ବୃହତ ବିଶ୍ୱ ଜଳବାୟୁ ଇଭେଣ୍ଟ ଭାବରେ ଚିହ୍ନଟ କରେ। ମିଳିତ ଜାତିସଂଘର ସାଧାରଣ ସଭା ଏବଂ ନ୍ୟୁୟର୍କ ସହର ସହିତ ମିଳିତ ଭାବରେ ଜଳବାୟୁ ସପ୍ତାହ ଏନୱାଇସି ବ୍ୟବସାୟ, ସରକାର ଏବଂ ଜଳବାୟୁ ସମୁଦାୟର ବହୁ ପ୍ରଭାବଶାଳୀ ନେତାଙ୍କୁ ଏକତ୍ରିତ କରି ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।

ସିଏସଏମ ଟେକ୍ ର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି ’’ବିଶ୍ୱର କେତେକ ଦାୟିତ୍ୱବାନ ସଂଗଠନ ସହିତ କ୍ଲାଇମେଟ୍ ପ୍ଲେଜ୍ ରେ ଯୋଗ ଦେଇ ଆମେ ବେଶ ଖୁସି । ଏକ ସବୁଜ , ସ୍ଥାୟୀ ପୃଥିବୀ ପାଇଁ ଆମ ପ୍ରୟାସକୁ ପୁନଃ ଜୀବିତ କରିବା ପ୍ରତିଶ୍ରୁତି ଆମକୁ ଉତ୍ସାହିତ କରିବ। ଜଳବାୟୁ ପରିବର୍ତ୍ତନର କ୍ଷତିକାରକ ପ୍ରଭାବ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ସଚେତନ। ସ୍ମାର୍ଟ ଟେକ୍ନୋଲୋଜି ଏହି ସବୁ ଅସୁବିଧାକୁ ଯଥେଷ୍ଟମାତ୍ରାରେ ହ୍ରାସ କରିପାରିବ। ଆମର ବିଶୃଙ୍ଖଳିତ ସମାଧାନ ମାଧ୍ୟମରେ ଆମେ କ୍ଲିନ୍ ଟେକ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛୁ ଏବଂ ସ୍ଥାୟୀ ସମାଧାନର ଏହି ଯାତ୍ରା ଜାରି ରଖିବୁ।’’

ଏହାପୂର୍ବରୁ ସିଏସଏମ ଟେକ୍ କ୍ଲାଇମେଟ ନ୍ୟୁଟ୍ରାଲର ଅଂଶଗ୍ରହଣକାରୀ ଭାବେ ତାଲିକାଭୁକ୍ତ ହୋଇଥିଲା। କ୍ଲାଇମେଟ ନ୍ୟୁଟ୍ରାଲ ବର୍ତ୍ତମାନ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନର ଉପକ୍ରମ ଅଟେ। କ୍ଲାଇମେଟ୍ ନ୍ୟୁଟ୍ରାଲ ନାଓକୁ ୨୦୧୫ ମସିହାରେ ସମାଜର ସମସ୍ତ ସ୍ତରକୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଦେବା ପାଇଁ ଆରମ୍ଭ କରାଯାଇଥିଲା। ଯାହା ମଧ୍ୟ ଶତାବ୍ଦୀ ବେଳକୁ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ ପ୍ରୋତ୍ସାହିତ କରୁଥିଲା। ଏହା ସେହି ବର୍ଷ ପ୍ୟାରିସ ଚୁକ୍ତିରେ ମଧ୍ୟ ଦର୍ଶାଯାଇଥିଲା ।

୨୦୪୦ ସୁଦ୍ଧା ନେଟ୍ ଜିରୋ ବିଶ୍ୱ ସହ କାର୍ବନ ନିର୍ଗମନରେ ପହଞ୍ଚିବା ପାଇଁ ଜଳବାୟୁ ପ୍ରତିଶ୍ରୁତି ଏକ ପ୍ରତିବଦ୍ଧତା। ଯାହା ପ୍ୟାରିସ ଚୁକ୍ତିଠାରୁ ଧାର୍ଯ୍ୟ ସମୟସୀମାଠାରୁ ୧୦ ବର୍ଷ ଆଗରେ ରହିଛି। ୨୦୧୯ ମସିହାରେ ଗ୍ଲୋବାଲ ଅପ୍ଟିମିଜିମ ସହ ସହ-ସଂସ୍ଥାପକ ହେବା ପରେ ଆମାଜନ ପ୍ରଥମ କମ୍ପାନୀଭାବେ କ୍ଲାଇମେଟ୍ ପ୍ଲେଜ୍ ରେ ହସ୍ତାକ୍ଷର କରିଥିଲା । ଏହାର ଉଦ୍ଦେଶ୍ୟ ହେଉଛି କମ୍ପାନୀ, ସଂଗଠନ, ବ୍ୟକ୍ତି ବିଶେଷ ଏବଂ ସହଭାଗୀମାନଙ୍କୁ ନେଇ ଏକ କ୍ରସ ସେକ୍ଟର ସମ୍ପ୍ରଦାୟ ଗଠନ କରିବା। ଏହା ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ମିଳିମିଶି କାମ କରିବ, ଏହାସହ ଆମର ଅର୍ଥବ୍ୟବସ୍ଥାକୁ କାର୍ବନ ମୁକ୍ତ କରିବା ପାଇଁ ରହିଥିବା ଆହ୍ୱାନର ସମାଧାନ କରିବ।

କ୍ଲାଇମେଟ୍ ପ୍ଲେଜ୍ କୁ ସମସ୍ତ ୩୭୬ ଦସ୍ତଖସ୍ତକାରୀ ଜିଏଚଜି ନିର୍ଗମନକୁ ମାପିବା ଏବଂ ରିପୋର୍ଟ କରିବା , କାର୍ବନ ମୁକ୍ତ ରଣନୀତି ପ୍ରସ୍ତୁତ କରିବା ଏବଂ ବିଶ୍ୱାସଯୋଗ୍ୟ ଅଫସେଟ ସହିତ ଅବଶିଷ୍ଟ ନିର୍ଗମନକୁ ନିରପେକ୍ଷ କରିବା ପାଇଁ ପ୍ରତିବଦ୍ଧ।

Rameswar
Rameswar

Filed Under: ଓଡିଶା ଖବର Tagged With: ଓଡିଶା, ଭୁବନେଶ୍ୱର

UNESCO International Literacy Prize 2022 to KISS

September 8, 2022 by Rameswar Leave a Comment

Bhubaneswar, Sept 8: Kalinga Institute of Social Sciences (KISS) has been conferred with the highest global recognition on Literacy- UNESCO International Literacy Prize 2022. The prize carries an endowment of US$ 20,000, a medal and a citation. It was given away at a global award ceremony organised by UNESCO in Côte d’Ivoire on 8 September 2022.

As a grassroots organisation aimed at nation-building, KISS has the coveted recognition to be the fifth recipient from India and the first and only institute from Odisha to receive this International honour. It is also the third among the Indian non-profit NGOs and the first Indian tribal-based organisation to be conferred with this award, which is a matter of pride for India.

The UNESCO prize for KISS was announced by KISS Founder Dr. Achyuta Samanta during the celebration of International Literacy Day at the KISS campus. The announcement was met with a spontaneous outpouring of celebration by 30,000 KISS students.

KISS is a fully free residential education institution. It was founded by Dr Samanta, a well-known Educationist and Social Activist. It provides scope for comprehensive development, vocational and sports empowerment for 70,000 tribal children (30,000 children pursuing education at campus and 40,000 alumni).

Founded in 1993 with 125 students, it has grown on to become the World’s largest educational institution for tribal children. KISS has collaborations with various UN bodies and international organisations. It has been in special consultative status with ECOSOC since 2015, affiliated to the UN Department of Public Information besides being conferred with a plethora of accolades and awards for its initiative at tribal empowerment and education.

Rameswar
Rameswar

Filed Under: ଶିକ୍ଷା Tagged With: ଓଡିଶା, ଭୁବନେଶ୍ୱର, ଶିକ୍ଷା

ଓଡିଶାରେ ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁ ଏକ ବ୍ୟବସ୍ଥା) ଉପରେ ଏକ ପୁସ୍ତକ ଉନ୍ମୋଚନ

August 16, 2022 by Rameswar Leave a Comment

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ବିଚାରଧିନ ଥିବା ମାମଲା ଗୁଡିକ ଆଏଲ୍ଏମ୍ଏସ୍ ସହାୟତାରେ ୫୯ ପ୍ରତିଶତ ହ୍ରାସ

ଭୁବନେଶ୍ୱର – ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ୍ ଲିଗାଲ ମନିଟରିଂ ସିଷ୍ଟମ୍ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି ।

ଏହି ପୁସ୍ତକ ରେ ଦୃଢ, ନିରବିହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି ଯାହାକି ରାଜ୍ୟ ସରକାରଙ୍କୁ ଆଇନଗତ ମାମଲାର ପୃଷ୍ଠଭୂମୀ ହ୍ରାସ କରିବାରେ ସହାୟକ ହେବା ସହିତ ଉନ୍ନତ ତଦାରଖ ତଥା ବର୍ଦ୍ଧିତ ଶାସନ, ସ୍ୱଚ୍ଛ ଓ ଦକ୍ଷ ମାମଲା ପରିଚାଳନା ଏବଂ ନ୍ୟାୟ ପ୍ରଦାନର ଏକ ନୂତନ ଯୁଗକୁ ସୂଚିତ ହୋଇଛି ।

ଏହି ପୁସ୍ତକଟିକୁ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏବଂ ଓଡିଶା କମ୍ପୁ୍ୟଟର ଆପ୍ଲିକେସନ ସେଣ୍ଟର (ଓକାକ୍)ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।

ଆଇଏଲଏମଏସ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ପୁସ୍ତକରେ ଆଇନଗତ ଯାତ୍ରାର ବ୍ୟବସ୍ଥା, ଦୃଶ୍ୟମାନ ସୁବିଧା ଉପରେ ବର୍ଣ୍ଣନା ଏବଂ ଭବିଷ୍ୟତ ପାଇଁ ଏକ କାର୍ଯ୍ୟପନ୍ଥା ଉପରେ ସ୍ପଷ୍ଟ ଭାବେ ଚିତ୍ରଣ କରାଯାଇଛି ।

ଆଇଏଲଏମଏସ ଓଡିଶା ସରକାରଙ୍କ ୫ ଟି ଶାସନ ପ୍ରତିକୃତି ସହିତ ସଂଯୋଗ କରାଯାଇଛି ଯାହାଦ୍ୱାରା ସରକାରୀ ବିଭାଗରେ ଆଇନଗତ ମାମଲାର ଭାର ଅପେକ୍ଷାକୃତଭାବେ ହ୍ରାସ ପାଇବ ।

ଡିଜିଟାଲ ସମାଧାନ ଯୋଗୁଁ ଆଇନଗତ ମାମଲା ଗୁଡିକର ପରିଚାଳନା କରିବା ଏବଂ ଅନ୍ୟାନ୍ୟ ବୈଶିଷ୍ଟ ଯେପରିକି ଶୁଣାଣିର ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିଦେ୍ର୍ଦଶ ଏବଂ ପ୍ରତିକ୍ରିୟା ଅନୁପାଳନ ର ସମୟସୀମା ଜାଣିବାରେ ସହଜ ହେବ ବୋଲି, ମାନ୍ୟବର ମନ୍ତ୍ରୀ ନିଜ ସମ୍ଭାଷଣରେ କହିଛନ୍ତି ।।

ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ବିଭାଗୀୟ ସଚିବ ଶ୍ରୀ ମିଶ୍ର କହିଛନ୍ତି, ଏହି ପୁସ୍ତକ ସର୍ବସାଧାରଣଙ୍କ ନିମନ୍ତେ ଉତ୍ତମ ସେବା ଯୋଗାଇବା ବ୍ୟତୀତ ଟେକ୍ନୋଲୋଜି ବ୍ୟାଘାତକାରୀ ସମ୍ଭାବନା ଉପରେ ଆଲୋକପାତ କରାଇବ ।

ଆଇନଗତ ମାମଲା ପରିଚାଳନା କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଅଟେ ।

ଶୁଣାଣିର ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିଦେ୍ର୍ଦଶ ଏବଂ ପ୍ରତିକ୍ରିୟା ଅନୁପାଳନ ର ସମୟସୀମା ଜାଣିବାରେ ଆଇଏଲ୍ଏମ୍ଏସ୍ ସୂଚେଇବା ସହିତ ମାମଲା ଗୁଡିକର ପରିଚାଳନା କରିବା କ୍ଷେତ୍ରରେ ନିଜର ଆଭିମୁଖ୍ୟ ପ୍ରଦାନ କରିଥାଏ ।

ଓଡିଶାରେ କାର୍ଯ୍ୟକାରୀ ହୋଇଥିବା ସଂସ୍କାରବାଦୀ ଟେକ୍ନୋଲୋଜି ହସ୍ତକ୍ଷେପ ମଧ୍ୟରୁ ଆଇଏଲ୍ଏମ୍ଏସ୍ ଅନ୍ୟତମ । ଏହି ବ୍ୟବସ୍ଥା କାର୍ଯ୍ୟନ୍ୱୟନ ପରେ, ମାମଲା ଗୁଡିକର ବ୍ୟକ୍ଲଗ ରେ ଏକ ଅଦ୍ଭୁତ୍ତପୂର୍ଣ୍ଣ ହ୍ରାସ ଘଟିଛି ।

ପ୍ରଥମ କରି ପରୀକ୍ଷାମୂଳକ ଭାବେ ଏହି ଟେକ୍ନୋଲୋଜିର କାର୍ଯନ୍ୱୟନ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ହୋଇଥିଲା ଏବଂ ଏହାର ପରିଣାମ ବିଶେଷଭାବରେ ଏହି ବିଭାଗରେ ବେଶ ପ୍ରଭାବଶାଳୀ ହୋଇଛି ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରତିଦିନ ହାରାହାରୀ ଭାବେ ୧୦ଟି ମାମଲା ର ସମ୍ମୁଖୀନ ହେଉଥିଲା ଯାହାକି ୨୦୧୭ ମସିହାରେ ପ୍ରାୟ ୮୦,୦୦୦ ମାମଲାକୁ ବୃଦ୍ଧି ହୋଇଥିଲା ।

ଏପ୍ରିଲ ୨୦୨୨ ଶେଷ ସୁଦ୍ଧା କୋର୍ଟରେ ବିଚରାଧିନ ଥିବା ମାମଲା ଆଇଏଲ୍ଏମଏସ ଟେକ୍ନୋଲୋଜି ସହାୟତାରେ ୩୨୬୫୪ କୁ ହ୍ରାସ ପାଇଥିଲା ଯାହାକି ୫୯ ପ୍ରତିଶତ ମାମଲା ହ୍ରାସ ପାଇଥିଲା ।

ଭାରତରେ ନ୍ୟାୟିକ ବ୍ୟବସ୍ଥା ବହୁ ପରିମାଣରେ ଆଇନଗତ ମାମଲାର ସାମ୍ନା କରୁଛି । ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡର ଆକଳନ ଅନୁଯାୟୀ, ବିଭିନ୍ନ ଅଦାଲତରେ ପ୍ରାୟ ୪୨.୪ ନିୟୁତ ମାମଲା ବିଚାରାଧୀନ ଅଛି ଏବଂ ଏହି ବିଚାରାଧୀନ ମାମଲାରେ ପ୍ରାୟ ୪୦ ପ୍ରତିଶତରୁ ଅଧିକ ସରକାରୀ ବିଭାଗର କିମ୍ବା କାର୍ଯ୍ୟାଳୟର ମକଦ୍ଦମା ।

ଏହି ସମସ୍ୟାକୁ ସାମ୍ନା କରିବା ପାଇଁ ଓଡିଶା ସରକାର ଟେକ୍ନିଲୋଜିର ସହାୟତା ଲୋଡିଛନ୍ତି ।

ଆଇସିଟି ଆଇଏଲଏମଏସ୍ ଭଳି ସମାଧାନ କରିବାରେ ସକ୍ଷମ ହୋଇପାରିଛି, ଆଇଏଲଏମଏସ୍ ପ୍ରଶାସନର ମୁଖ ଚିତ୍ର ପରିବର୍ତ୍ତନ କରିବା ଏବଂ ନାଗରିକ ତଥା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି ସରକାରଙ୍କ ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାରେ କ୍ଷମତା ରଖୁଚି ।

ଯେହେତୁ ଏହି ମାମଲା ସମ୍ବନ୍ଧୀୟ ପ୍ରତ୍ୟେକ ବିବରଣୀ ଅନଲାଇନରେ ରେ ଉପଲବ୍ଧ, ଏହା ମାନବ ସମ୍ବଳକୁ ସାଂପ୍ରତିକ ତଥା ଏପରି କଠିନ କାର୍ଯ୍ୟ ରେ ସମୟ ଅତିବାହିତ କରିବାକୁ ବାରଣ କରିଥାଏ, ଯାହାକି ସେମାନଙ୍କୁ ଅଧିକ ଉତ୍ପାଦନକାରୀ କାର୍ଯ୍ୟରେ ନିୟୋଜିତ କରାଇଥାଏ ।

Rameswar
Rameswar

Filed Under: ଓଡିଶା ଖବର, ଶିକ୍ଷା Tagged With: ଓଡିଶା, ଭୁବନେଶ୍ୱର

ବିଷ୍ଣୁପଦ ସେଠୀଙ୍କ ଅନୁବାଦ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା”ର ଉନ୍ମୋଚନ

August 1, 2022 by Rameswar Leave a Comment

ମଣିଷ ଅସୀମ । କବିତ।ରେ ସେହି ଅସୀମତ।କୁ ଆହ୍ବାନ କରୁଥିବା ଚେତନା ଥିଲେ ହିଁ ମଣିଷର ପ୍ରତିଟି ପ୍ରାଣକୁ ସଞ୍ଚରି ଥାଏ ।

ବରିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଅନୁଦିତ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା” ପୁସ୍ତକ ରେ ସେହି ଅସୀମ ସ୍ଵର ସ୍ପଷ୍ଟ ବାରିହୋଇ ପାରିଛି ବୋଲି ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଜୟଦେବ ବିହାର ନିକଟ କ୍ଵାଣ୍ଟମ ଲିପ ସଂସ୍ଥାର ସଭା ଗୃହରେ ଆୟୋଜିତ ଏକ ବରଣାଢ୍ୟ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଫେସର ତଥା ଇଞ୍ଜିନିୟର ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।

ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ କୌଣସି ଭାଷାର ଅନୁବାଦ ସେଇ ଭାଷାର ଲେଖାକୁ ବିସ୍ତାର କରିବା ସହ ସେଇ ଭାଷାର ତଥା ଜାତିର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇ ଥାଏ।

ଓଡିଆରେ ଖୁବ ସୁନ୍ଦର ଲେଖାମାନ ରହିଛି କିନ୍ତୁ ଅନୁବାଦ ନ ହେବାରୁ ଲୋକେ ଓଡିଆ ଜାତିର ସଂସ୍କୃତିକୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି ।

ଠିକ ସେମିତି ଇଂରାଜୀ ଭାଷାରେ ମଧ୍ୟ ବହୁତ କଥା ଅଛି କିନ୍ତୁ ଅନୁବାଦ ନ ହେବାରୁ ଆମେ ଜାଣି ପାରୁନାହୁଁ ।

ଅନୁବାଦ କବିତା ବହିରର ଅତିଥି ଆଲୋଚକ ଭାବରେ ଯୋଗ ଦେଇଥିଲେ ପ୍ରଫେସର ବିଜୟ ଶତପଥୀ ।

ଓଡିଆ ଭାଷାର କବିତ।ରେ ରଜନୀକୁ ନେଇ କିଭଳି ଓଡିଆ କବିମାନେ ନିଜର ବିଚାର ରଖି ଛନ୍ତି ତାର ଅନେକ ଉଦାହରଣ ଦେଇ କହିଲେ ଯେ ଶ୍ରୀ ବିଷ୍ଣୁପଦ ସେଠୀଙ୍କ କବିତାକୁ ବୁଝିବାକୁ ହେଲେ ଜଣେ ମଣିଷ ପାଖରେ ଏକ ନିଷ୍କପଟ ହୃଦୟର ଆବଶ୍ୟକତା ରହିବା ଉଚିତ ।

ତାଙ୍କ କବିତା ଖୁବ ସରଳ କିନ୍ତୁ ଅତି ସାବଲୀଳ । ସିଏ ମା, ମାଟି ଓ ମଣିଷର କଥାକୁ ଅତି ନିଖୁଣ ଭାବରେ ବର୍ଣନା କରିଛନ୍ତି ।

ଅନୁବାଦକ ଶ୍ରୀ ପ୍ରସାଦ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଲେଯେ ଉଚ୍ଚକୋଟିର ଭାବନା ଓ ଚେତନାରେ ପରିପୂର୍ଣ କବିତା ସବୁକୁ ଅନୁବାଦ କରିବା ସହଜ ନ ଥିଲା।

ବିଷ୍ଣୁପଦ ସେଠୀଙ୍କ କବିତା ଯେହେତୁ ସୂକ୍ଷ୍ମ ଚେତନାରେ ପରିପୂର୍ଣ ତେଣୁ ସେଇ ଚେତନାର ଭାବକୁ ଓଡିଆରେ ରୂପ ଦେଇ କେତେ ସଫଳ ହେଇଛି ତାହା ପାଠକେ ବିଚାର କରିବେ ବୋଲି ସ୍ଵୀକାର କରିଥିଲେ।

ମୂଳ ପୁସ୍ତକର ରଚୟିତା ଶ୍ରୀ ବିଷ୍ଣୁପଦ ସେଠୀ ତାଙ୍କ କବିତା ରଚନାର ଅନୁଭୂତିକୁ ନେଇ କହିଥିଲେ ଯେ ସିଏ ତାଙ୍କ ଚାରିଆଡେ ଘଟୁଥିବା ଘଟଣ।ମାନଙ୍କ ଠାରୁ ପ୍ରେରଣା ପାଇ ନିଜ ସୃଷ୍ଟି ସମ୍ଭାରକୁ ସମ୍ବରୁଦ୍ଧ କରିଛନ୍ତି ।

ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ସମୟର ଅନୁଭବ ସ।ରାଜୀବନ ପାଇଁ ଅଭୂଲା ହେଇ ରହିବ ବୋଲି କହିବ। ସହ ଅନୁବାଦକ, ପ୍ରକାଶକ ତଥା ପୁସ୍ତକ ଉନ୍ମୋଚନ ସମୟରେ ଉପସ୍ଥିତ ଥିବ। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟତମ ଆଲୋଚକ କବି ବାସୁଦେବ ସୁନାନୀ ପୁସ୍ତକ ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରି କହିଥିଲେ ଯେ ବିଶ୍ଵର ମଣିଷ ସମାଜକୁ ମହାମାନବ ବୁଦ୍ଧ ଅହିଂଶା ଓ କରୁଣା ଦେଇ ଯାଇଛନ୍ତି ।

ସେଇ କରୁଣାକୁ ଆଧାର କରି ମହିମାଧର୍ମର ମୁଖ୍ୟ ପ୍ରବକ୍ତା କବି ଭୀମ ଭୋଇ ଜଗତ ଉଦ୍ଧାର କଥା କହି ଯାଇଛନ୍ତି । ଭୀମ ଭୋଇଙ୍କ ଦ୍ବାରା ଅନୁପ୍ରେରିତ କବି ତଥା ଦକ୍ଷ ପ୍ରଶ।ସକ ବିଷ୍ଣୁପଦ ସେଠୀ ନିଜର ରଚନାକୁ ସମ୍ବରୁଦ୍ଧ କରିଥିବାରୁ ସେଇ ଲେଖାର ମାନବୀୟ ଆବେଦନ ଯଥେଷ୍ଟ ରହିଛି ବୋଲି ମତ ରଖି ଥିଲେ।

ଏହି ସାହିତ୍ୟ ସମାରୋହରେ କବି ମନୁଆ ଦାସ, ଇଂରାଜୀ କବି ରବୀନ୍ଦ୍ର ସ୍ୱାଇଁ, ଅର୍ପିତା ପତ୍ରିକାର ସମ୍ପାଦକ ସୁବାଷ ଷଡଙ୍ଗୀ, ନୀଳକଇଁ ପତ୍ରିକାର ସମ୍ପାଦିକା ସସ୍ମିତ। ଦାସ, କବି ପ୍ରବୀର ମହାନ୍ତି, କବି ମହେନ୍ଦ୍ର କୁମାର ମଲିକ, ଶ୍ରୀ ଗଙ୍ଗାଧର ନାୟକ, କବି ଯୋଶନ। ରାଣୀ ଭୋଇ, ଶ୍ରୀ ଅରବିନ୍ଦ ରାୟ, କବି ମଧୁସୂଦନ ଦାସ, ପ୍ରଫେସର ବିଜୟ ପ।ତ୍ର, ପ୍ରଫେସର ପଙ୍କଜ ନାୟକ ଇତ୍ୟାଦିଙ୍କ ସହ ବହୁ ସାହିତ୍ୟିକ, ସମ୍ପାଦକ, ପ୍ରଶାସକ, ଅନୁବଦକ ଯୋଗ ଦେଇ ଥିଲେ ।

ପ୍ରାଚୀ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଶକ୍ତି ପ୍ରସାଦ ତ୍ରିପାଠୀଙ୍କ ଦ୍ବାର ଆୟୋଜିତ ଏଇ ଉତ୍ସବକୁ କବି ବାସୁଦେବ ସୁନାନୀ ସଂଚାଳନ କରିଥିଲେ । ଶେଷରେ ଗାଳ୍ପିକ ଶ୍ରୀ ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Rameswar
Rameswar

Filed Under: ଓଡିଶା ଖବର, ପୁସ୍ତକ ସମୀକ୍ଷା, ବିଶେଷ ଖବର Tagged With: ଓଡିଶା, ଭୁବନେଶ୍ୱର

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ

December 9, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍): ସହରୀକରଣ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସବୁଜ ବଳୟ ନଷ୍ଟ ହୋଇ ସାରିଥିବା ବେଳେ କ୍ୱଚିତ ଲୋକ ଏହାର ରକ୍ଷା ପାଇଁ ଆଗେଇ ଆସୁଛନ୍ତି ।

ଜଗତସିଂହପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ ଓ ଢିଙ୍କିଆ ଅଞ୍ଚଳର ଜଙ୍ଗଲ ଜମି ଯେଉଁଠି ଶହ ଶହ ବର୍ଷ ଧରି ଲୋକେ ପାନ ଚାଷ ଓ ମାଛ ଧରି ଲୋକେ ଜୀବିକା ନିର୍ବାହ କରୁଥିଲେ ସେସବୁ ଅଞ୍ଚଳକୁ ସରକାର ପୋସ୍କୋ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରି ପରେ ଗ୍ରାମବାସୀଙ୍କୁ ହସ୍ତାନ୍ତର କଲେ ।

ସେହିପରି କୋରାପୁଟ ଜିଲ୍ଲାର କୋଟପାଡର ଜଙ୍ଗଲ ଜମିରେ ଇଲେକ୍ଟ୍ରି ପ୍ଲାଣ୍ଟ ସ୍ଥାପନ ପାଇଁ ସବୁଜ ବଳୟ ନଷ୍ଟ କରାଯାଉଛି ।

ପିଲାବେଳୁ ନିଜ ଗାଁର ପ୍ରାକୃତିକ ଶୋଭାରାଜିରେ ବିମୋହିତ ଯୁବ ଚିତ୍ରଶିଳ୍ପୀ ଓ ଅଙ୍ଗାର ଶିଳ୍ପୀ ଶୁଭମୟ ବିଶ୍ୱାଳଙ୍କ ‘ଟଙ୍କା ପାଇଁ ପ୍ରକୃତିର ବିନାଶ’ ଶୀର୍ଷକରେ ଚିତ୍ରକଳା ପ୍ରଦର୍ଶନୀ ନୂଆଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ଚଳିତ ବର୍ଷ ଡିସେମ୍ବରରେ ଆୟୋଜିତ ହେବ ।

ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ୱାଟରକଲର, ଆକ୍ରିଲିକ ଓ ଅଏଲ କଲରକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀ ଲୋକଙ୍କୁ ଦୈନନ୍ଦିନ କର୍ମଜଞ୍ଜାଳରୁ ବହୁ ପ୍ରତୀକ୍ଷିତ ବିରତି ଦେବ ।

ଅଙ୍ଗାରରେ ତାଙ୍କ ପ୍ରତିବେଦନରୁ ପ୍ରାଚୀନ ଭାରତୀୟ କଳାର ପ୍ରଭାବ ବାରି ହୋଇପଡ଼େ । ତାଙ୍କ ପ୍ରମୁଖ କଳାକୃତିଗୁଡ଼ିକରେ ନ୍ୟୁନତମ ଶୈଳୀ ଓ ପ୍ରକୃତି ପ୍ରତି ଆକର୍ଷଣ ପ୍ରମୁଖତା ପାଏ ।

ପ୍ରତ୍ୟେକ ଚିତ୍ରକଳାରେ ପ୍ରତିଭାର ଝଲକ ସାଙ୍ଗକୁ ଏହାର ବାର୍ତ୍ତା ବିଶ୍ୱାଳଙ୍କ ପାଇଁ ନୂଆ ପ୍ରଶଂସକ ସୃଷ୍ଟି କରିଥାଏ । ନୀରବ ବିପ୍ଳବୀ ଶୁଭମୟ ସହସ୍ରାବ୍ଦୀର ସ୍ପନ୍ଦନକୁ ବୁଝି ପାରନ୍ତି ଓ ନିଜ ଗାଁର ସବୁଜ ପରିବର୍ତ୍ତନ ବିପ୍ଲବରେ ବେଶ ଲୋକପ୍ରିୟ ।

ଲୋକାଲ ୱାୟାର ସହ ବାର୍ତ୍ତାଳାପ ବେଳେ ଶୁଭମୟ କହିଥିଲେ ସବୁଜ ବଳୟ ବଞ୍ଚାଇ ରଖିବାକୁ ମୋ ଅଭିଯାନକୁ ବିରୋଧ କରୁଥିବା ବ୍ୟକ୍ତିମାନେ ମୋତେ ଅନେକ ସମୟରେ ଧମକଚମକ ଦିଅନ୍ତି । ତେବେ ଏଥର ମୁଁ ମୋ ଚିତ୍ରକଳା ମାଧ୍ୟମରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନୂଆଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ପ୍ରଦର୍ଶନ କରିବି ।

ପୂର୍ବରୁ ମଧ୍ୟ ଅନେକ ଓଡ଼ିଆ ଚିତ୍ରଶିଳ୍ପୀ ସେଠାରେ ଏକକ ପ୍ରଦର୍ଶନୀ କରିଛନ୍ତି । ତେବେ ମୁଁ ୱାଟର କଲର, ଆକ୍ରିଲିକ ଓ ତୈଳ ଚିତ୍ର ମାଧ୍ୟମରେ ମୋ କଳା ପ୍ରଦର୍ଶନ କରିବି ।

ଶୁୁୁଭମୟଙ୍କ ଗୁରୁ ଓ ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ କହିଛନ୍ତି, ଏତେ କମ ବୟସରେ ଏକକ ଚିତ୍ରକଳା ପ୍ରଦର୍ଶନୀ କରିବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗର୍ବର ମୁହୂର୍ତ୍ତ ଓ ଓଡିଶାର କଳା ଓ ସଂସ୍କୃତି ତାଙ୍କ ପ୍ରୟୋଗାତ୍ମକ ଶୈଳୀର ଭିତ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଧାରିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଲୋକେ ତାଙ୍କ ନିଆରା ସୃଜନଶୀଳତାକୁ ନିଶ୍ଚିତ ଭାବରେ ପରଖି ପାରିବେ ।

ଧଉଳି କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଡିନ ପଞ୍ଚାନନ ସାମଲ କହିଛନ୍ତି ଓଡ଼ିଶା ଚିତ୍ରଶିଳ୍ପୀମାନେ ଖୁବ ଅର୍ଥପୂର୍ଣ୍ଣ, ତେବେ ଦୁଃଖର କଥା ଖୁବ କମ୍ ଚିତ୍ରଶିଳ୍ପୀ ଅନେକ ପ୍ରଖ୍ୟାତ ଶିଳ୍ପୀଙ୍କ କଳାକୃତି ସ୍ଥାନ ପାଇଥିବା ଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ଏକକ ପ୍ରଦର୍ଶନୀ କରିଛନ୍ତି ।

ୱାଟର କଲର, ଆକ୍ରିଲିକ ଓ ଅଏଲ କଲର ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଶୁଭମୟଙ୍କ ସଦ୍ୟତମ ଚିତ୍ରକଳାଗୁଡ଼ିକ ମତେ ଓ ଓଡ଼ିଶାର ଅନେକ ବରିଷ୍ଠ ଶିଳ୍ପୀଙ୍କୁ ଅଭିଭୂତ କରିଛି । ନିଜ ଗାଁ ଜଗନ୍ନାଥପୁରର ସବୁଜିମା ରକ୍ଷା କରିବା ପାଇଁ ସେ ଉଲ୍ଲେଖନୀୟ କାମ କରି ସାରିଛନ୍ତି ।
ଆଗାମୀ ଦିନରେ ଶୁଭମୟ ବିଶ୍ୱାଳ ୨୦ରୁ ଅଧିକ ଚିତ୍ରକଳା ପ୍ରଦର୍ଶନ କରିବେ । ନିକଟରେ ସେ ଡେରାସରେ କରିଥିବା ୱାଟରକଲର କ୍ୟାମ୍ପ୍ ପାଇଁ ବେଶ ପ୍ରଶଂସିତ ହେବା ସହ କଳାକାର ଭାବେ ବିଶ୍ୱସନୀୟତା ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପରିବେଶ, ସୌନ୍ଦର୍ଯ୍ୟ ଚର୍ଚା Tagged With: କୋରାପୁଟ, ଭୁବନେଶ୍ୱର

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

June 28, 2018 by Jharana Jena Leave a Comment

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।


ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବିନାୟକ ସ୍ମରଣେ । ବିଘ୍ନ ବିନାଶକବିନାୟକଙ୍କ ଅର୍ଚ୍ଚନାରେ ଏହା ପ୍ରସ୍ତୁତ ହୋଇଥିଲା । ପରେ ପରେ ନୃତ୍ୟ ସର୍ଜନାର ଶାସ୍ତ୍ରୀୟତାକୁ ନେଇଆସିଥିଲେ ନୃତ୍ୟ ରଚନା ସିନ୍ଥେସିସ ।

ଏହା ପରେ ତୁଳସୀଦାସକୃତ ରାମରଚିତ ମାନସଗ୍ରନ୍ଥ ଆଧାରିତ ଶବରୀ ଚରିତ୍ରର ନିଖୁଣ ଅଭିନୟକୁ ବାଢି ଦେଇ ସମର୍ପଣର ଚିତ୍ର ଆଙ୍କିଥିଲେ ଗୁରୁ ରତିକାନ୍ତ  ମହାପାତ୍ର । ଶିବ ତତ୍ତ୍ୱ ଓ ଶକ୍ତି ତତ୍ତ୍ୱର ମିଳିତ ପ୍ରକାଶକୁ ନେଇ ମଞ୍ଚସ୍ଥ ହୋଇଥିଲା ଅର୍ଦ୍ଧନାରୀଶ୍ୱର । ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବନ୍ଦେ ମାତରମର ନୃତ୍ୟାଭିନୟ ।

ସନ୍ଧ୍ୟାର ଅତିଥିମାନେ ଥିଲେ ଓପାଲୀ ଅପରାଜିତା; ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ବଳିଆର ସିଂହ ନେଗୀ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ଖୀରୋଦ ପଟ୍ଟନାୟକ  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

ଓଡିଶା ଡଟ କମ

Jharana Jena
Jharana Jena

Filed Under: କଳା ଓ ସଂସ୍କୃତି Tagged With: ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର, ସାଂସ୍କୃତିକ

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟର ଉଦଘାଟନ

May 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୧୦ (ଓଡିଶା ଡଟ କମ ) ଜାତୀୟ ତୈଳ କମ୍ପାନୀ ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟ ରବିବାର ଭୁବନେଶ୍ଵର ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି ।

ONGC Odisha Office Inauguration - Photograph 1ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଓଏନଜିସି ଓଡ଼ିଶା ଭଳି ଏକ ବିକାଶଶୀଳ ରାଜ୍ୟରେ ଶକ୍ତି ଉତ୍ସ ମାନଙ୍କର ଅନ୍ୱେଷଣ ପ୍ରକ୍ରିୟା ନୂତନ ଭାବରେ ଆରମ୍ଭ କରୁଛି । ପ୍ରାଥମିକ ଆକଳନ ଅନୁଯାୟୀ, ଓଡିଶାରେ ବ୍ୟାପକ ପରିମାଣରେ ହାଇଡ୍ରୋକାର୍ବନ ଗଚ୍ଛିତ ରହିଛି ।

ବିଶେଷକରି ଉପକୁଳରୁ ଦୂରବର୍ତ୍ତୀ ଅଂଚଳରେ ଗ୍ୟାସ୍ ରିଜର୍ଭମାନ ରହିଅଛି । ଓଏନଜିସି ଖୁବଶୀଘ୍ର ଓଡିଶାରେ ଦୁଇ ଡାଇମେନସନ ସେସମିକ ସର୍ଭେ କରିବାକୁ ଯାଉଅଛି ଯାହାକି ରାଜ୍ୟର ମୂଳ ଭୂଖଣ୍ଡରେ ଗଚ୍ଛିତ ସମ୍ପଦ ସମ୍ପର୍କରେ ସବିଶେଷ ବିବରଣୀ ଦେବ ।

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ତଥା ଏକ ସମୃଦ୍ଧ ସଂସ୍କୃତି ସମ୍ପନ୍ନ ରାଜ୍ୟ ଭାବେ ସୁପରିଚିତ ଓଡ଼ିଶାରେ ଓଏନଜିସିର ଉପସ୍ଥିତି, ଏହି ମହାରତ୍ନ କମ୍ପାନୀର ଗୌରବମୟ ଯାତ୍ରାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡିହୋଇଥିବା ସେ କହିଥିଲେ ।

୧୯୯୯ ମସିହାରେ ପ୍ରବର୍ତ୍ତନ କରାଯାଇଥିବା ନୂତନ ଉତ୍ତୋଳନ ଲାଇସେନସିଂ ନୀତି ପରଠାରୁ ଓଏନଜିସି, ଓଡିଶା ଉପକୂଳରେ ମହାନଦୀ ଅବବାହିକାର ଉଭୟ ଗଭୀର ଏବଂ ଅଗଭୀର ଜଳ କ୍ଷେତ୍ରରେ ନୂତନ ଶକ୍ତି ଉତ୍ସର ଅନ୍ୱେଷଣରେ ଲାଗିଥିବା ସେ କହିଥିଲେ ।

ଓଏନଜିସିର ଭୁବନେଶ୍ୱରଠାରେ ଉଦଘାଟିତ ହୋଇଥିବା ନୂତନ ରାଜ୍ୟ କାର୍ଯ୍ୟାଳୟ ମହାନଦୀ ଅବବାହିକାରେ ଅନ୍ୱେଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଅଧ୍ୟକ୍ଷ ଦୀନେଶ ସରାଫ, ଓ ବରିଷ୍ଠ ଅଧିକାରୀ ଏ କେ ଦ୍ୱିବେଦି, ଡି ଡି ମିଶ୍ର ଏବଂ ଏ ଭି ସାଥେ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିଶିଷ୍ଟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କୁ କମ୍ପାନୀ ତରଫରୁ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ବର୍ନ୍ଧିତ କରିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ, ସଭା ସମିତି Tagged With: ଓଏନଜିସି, ଜାତୀୟ ତୈଳ କମ୍ପାନୀ, ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର

ସ୍ଥାୟୀତ୍ଵ ଦାବିକରି ପର୍ଯ୍ୟଟନ ନିଗମ କର୍ମଚାରୀଙ୍କ ଆନ୍ଦୋଳନ ଧମକ

May 3, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ) ୨୫ ବର୍ଷ ଧରି ନିୟମିତ ଭାବେ କାର୍ଯ୍ୟ କରି ଆସୁଥିଲେବି ୨୭ ଜଣ ବିଭାଗୀୟ କର୍ମଚାରୀଙ୍କୁ ସରକାର ସ୍ଥାୟୀ କରୁନଥିବାରୁ ଏହା ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଶ୍ରମିକ ସଂଘ ଧମକ ଦେଇଛି ।

୧୯୮୦ ମସିହାରେ ରାଜ୍ୟସରକାର ଦର୍ଶନୀୟସ୍ଥାନ ମାନଙ୍କରେ ପର୍ଯ୍ୟଟକମାନଙ୍କ ଭ୍ରମଣ, ରହିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସଂସ୍ଥା ଗଠନ କରିଥିଲେ । ଏଥିପାଇଁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ଟି ଶାଖା ଖୋଲଯାଇଥିଲା ଓ ସେଥିରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ କାମ କରୁଥିବା ସଂଘ କହିଛି ।

ତେବେ ୨୭ଜଣ କର୍ମଚାରୀ ଲଗାତର ଭାବରେ୨୫ ବର୍ଷଧରି କାର୍ଯ୍ୟକରୁ ଥିଲେ ମଧ୍ୟ ନା ସେମାନଙ୍କୁ ନା ସ୍ଥାୟୀ କରାଯାଇଛି ନା ସେମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କର ସୁବିଧା ସୁଯୋଗ ଦିଆଯାଇଛି । ସେମାନଙ୍କର ମହଙ୍ଗାଭତ୍ତା୨୦୧୨ ମସିହାରୁ ବାକି ରହିଛି। କାର୍ଯ୍ୟ ସମୟରେ ୧୮ଜଣ ଶ୍ରମିକ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ପରିବାରର କାହାକୁ ହେଲେ ନିଯୁକ୍ତି ମିଳିନାହିଁ ।

ରାଜ୍ୟ ସରକାରଙ୍କ ଅନ୍ୟ ସଂସ୍ଥାମାନଙ୍କରେ କର୍ମଚାରୀମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଥିଲାବେଳେ ପର୍ଯ୍ୟଟନ ନିଗମ କର୍ମଚାରୀମାନେ ସେଥିରୁ ବଞ୍ଚିତ । ଗୁପ୍ତ ଭୋଟ ଜରିଆରେ ସଂଗଠନ ସ୍ଵୀକୃତିପାଇଁ ଶ୍ରମ କମିଶନର ନୋଟିସ କରିଥିଲେ ମଧ୍ୟ ନିଗମ କର୍ତ୍ତୁପକ୍ଷ ବେଖାତିର କରି ଚାଲିଥିବା ସଂଘ ଅଭିଯୋଗ କରିଛି ।

ଦୁର୍ନୀତି ରୋକିବାପାଇଁ କର୍ତ୍ତୁପକ୍ଷ ଓ କର୍ମଚାରୀ ସଂଗଠନ ପ୍ରତିନିଧୀଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲେ ମଧ୍ୟ ତାହା ଆଉ କାର୍ଯ୍ୟ କରୁନାହିଁ । ନିଗମରେ ଦୁର୍ନୀତି ଦିନକୁ ଦିନ ବଢୁଥିବା ବେଳେ ଷଡଯନ୍ତ୍ର କରି ଶ୍ରମିକମାନଙ୍କୁ ଶୋଷଣ କରାଯାଉଛି ।

ଏପରି ପରିସ୍ଥିତିରେ ଶ୍ରମିକ ଓ  କର୍ମଚାରୀଙ୍କ ସ୍ଵାର୍ଥରକ୍ଷା ପାଇଁ ସଂଗଠନ ତରଫରୁ ୧୨ ଦଫା ସମ୍ବଳିତ ଦାବିପତ୍ର କର୍ତ୍ତୁପକ୍ଷଙ୍କ ସମେତ ଶ୍ରମ ବିଭାଗକୁ ପ୍ରଦାନ କରାଯାଇ ତୁରନ୍ତ ଚୁକ୍ତିନାମା କରିବାକୁ ନିବେଦନ କରଯାଇଥିଲେ ସୁଦ୍ଧା କର୍ତ୍ତୁପକ୍ଷଙ୍କର ଏହାଉପରେ ନୀରବତା ଶ୍ରମିକମାନଙ୍କ ମନରୁ ବିଶ୍ଵାସ ହରାଇ ସାରିଛି ।

ନିକଟ ଭବିଷ୍ୟତରେ ଯଦି ଶ୍ରମିକ ଓ କର୍ମଚାରୀମାନଙ୍କର ସୁବିଧା ସୁଯୋଗପ୍ରତି ଦ୍ରୁଷ୍ଟି ଦିଅ ନ ଯାଏ ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସଂଗଠନ ସାଧାରଣ ସଂମ୍ପାଦକ ଲକ୍ଷ୍ମୀଧର ବାରିକ ଓ ସଭାପତି ନବକିଶୋର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ପର୍ଯଟନ, ସଭା ସମିତି Tagged With: ପର୍ଯ୍ୟଟକ, ଭୁବନେଶ୍ୱର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 9
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ