• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଓବାଦୀ

ସରକାର-ମାଓବାଦୀ ସଂପର୍କ ଅଭିଯୋଗ: ଏନ୍ଆଇଏ ତଦନ୍ତ ଦାବିକଲା କଂଗ୍ରେସ

December 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୬(ଓଡିଶା ଡଟ୍ କମ୍)-ସରକାର ଓ ମାଓବାଦୀଙ୍କ ମଧ୍ୟରେ ଥିବା ସଂପର୍କ ଅଭିଯୋଗ ଏନ୍ଆଇଏ ଦ୍ୱାରାତଦନ୍ତ କରାଯାଉ ବୋଲି କଂଗ୍ରେସ ତରଫରୁ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

ଭୁବନେଶ୍ୱରରେ ଆୟୋଜିତ ଏହି ସମ୍ମିଳନୀରେ ବିରୋଧୀଦଳର ନେତା ଭୂପିନ୍ଦର ସିଂହ ଓ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ମାଲକାନଗୀରିର ତତ୍କାଳିନ ଜିଲ୍ଲପାଳ ଭିନିଲ୍ କ୍ରିଷ୍ଣାଙ୍କ ପାଇଁ ୪କୋଟି ଟଙ୍କା ଓ ବିଧାୟକ ଝିନ୍ନହିକ୍କାଙ୍କୁ ମାଓବାଦୀଙ୍କ କବଳରୁ ମୁକ୍ତ କରିବାକୁ ୨କୋଟି ଟଙ୍କା କାରବାର ଅଭିଯୋଗ ହୋଇଛି ।

ଏଘଟଣାର ତଦନ୍ତ ଦାବୀକରି କଂଗ୍ରେସ ତରଫରୁ ଏନଆଇଏକୁ ଚିଠି ଲେଖାଯିବ ବୋଲି କହିଛନ୍ତି ।

ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ବନ୍ଦର ପ୍ରତିଷ୍ଠା ନେଇ ସରକାର କରିଥିବା ଏମ୍ୟୁରେ ଦୁର୍ନୀତି ଭରି ରହିଛି । ସିଏଜି ରିପୋର୍ଟ ପରିପ୍ରେକ୍ଷିରେ ସେ ଏହି ଅଭିଯୋଗ ଆଣିଛନ୍ତି । ଏ ରିପୋର୍ଟରେ ଯାହା ଅଛି ତାହାଠାରୁ ଆହୁରି ବ୍ୟାପକ ଦୁର୍ନୀତି ହୋଇଛି ।

ବନ୍ଦର ଦୁର୍ନୀତି ନେଇ ଆହୁରି ତଥ୍ୟ ଅଛି,ଗୃହରେ ଖୁଲାସା କରିବୁ । ଯେଉଁ ଚାରୋଟି ବନ୍ଦର କଥା ଉଲ୍ଲେଖ ଅଛି ସେଥିରେ ମାତ୍ର ୪ ବର୍ଷର ଦୁର୍ନୀତି କଥା ଉଲ୍ଲେଖ ଅଛି । ସିଏଜିଙ୍କତ ବାରଣ ନଥିଲା ୩୪ ବର୍ଷର ରିପୋର୍ଟ ପ୍ରକାଶ କରିବାକୁ । ଟୁ-ଜି,କୋଲ ଗେଟ୍ ଦୁର୍ନୀତି ଭଳି କ୍ଷତିର ପୂରା ତଥ୍ୟ ଦିଆଯାଇନାହିଁ ।

ଡାଲି,ଚାଉଳ,ଆଇଏପି,ବନ୍ଦର ଦୁର୍ନୀତିକଥା ଆମେ ଆଗରୁ ଉଠାଇଛୁ । ସରକାର କହୁଥିଲେ ଏହା ବିରୋଧୀଦଳଙ୍କ ସବୁଦିନିଆ କଥା । ବିରୋଧୀଦଳ ଏହାକୁ ଘୋଷା କରିଛନ୍ତି ଏବଂ ସଦାବେଳେ କହୁଛନ୍ତି । ସିଏଜି ରିପୋର୍ଟ ଆସିବାପରେ ଏହା ସିଦ୍ଧ ହୋଇଯାଇଛି । ବନ୍ଦର ଦୁର୍ନୀତିର ସିଏଜି ରିପୋର୍ଟରେ ପାତର ଅନ୍ତର କରାଯାଇଛି ବୋଲି ହରିଚନ୍ଦନ ପ୍ରକାଶ କରିଛନ୍ତି ।

ବିଜେଡି ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି କଂଗ୍ରେସ ତରଫରୁ ଯାହା ସବୁ ଅଭିଯୋଗ ହେଉଛି ସଂପୂର୍ଣ୍ଣ ଭିତିହିନ ଓ କପୋଳ କଳ୍ପିତ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ଜିଲ୍ଲପାଳ ଭିନିଲ୍ କ୍ରିଷ୍ଣା, ବନ୍ଦର ଦୁର୍ନୀତି, ବିଧାୟକ ଝିନ୍ନହିକ୍କା, ମାଓବାଦୀ, ମାଲକାନଗୀରି, ସରକାର

ବିଜେଡି ଓ ମାଓବାଦୀଙ୍କର ରହିଛି ଭିତିରି ସଂପର୍କ-ପ୍ୟାରୀ

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଆସନ୍ତା ନିର୍ବାଚନରେ ବିଜେପି ସହ ବିଜେଡି ମେଣ୍ଟ କରିପାରେ । ସେହି ଆଶାନେଇ ବିଜେଡି ଏଫ୍ଡିଆ ବିରୋଧରେ ଭୋଟ ଦେଇଛି ବୋଲି ଓଡିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ରାଜ୍ୟ ସଭାରେ ସ୍ୱାଧୀନ ସଭ୍ୟଭାବେ ରହିପାରିବେ ବୋଲି ସୁପ୍ରୀମକୋର୍ଟ ଯେଉଁ ରାୟ ଦେଇଛନ୍ତି ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠାରେ ତାହା ପ୍ରଥମ ସୋପାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘର ପ୍ରଥମ ପତନ ।

ଏହାପରେ ଯଦି ନବୀନଙ୍କର ସାମାନ୍ୟ ଆତ୍ମସମ୍ନାନ ଥାଏ ତାହାହେଲେ ସେ ଇସ୍ତପା ଦେଇ ଦିଅନ୍ତୁ ବୋଲି ପ୍ୟାରୀ କହିଛନ୍ତି । ପ୍ୟାରୀ କହିଛନ୍ତି ମାଓବାଦୀଙ୍କ ସହ ସରକାରଙ୍କ ଭିତିରି ସଂପର୍କ ରହିଛି । ଆଇଏଏସ୍ ଭିନିଲ କ୍ରୀଷ୍ଣା ଓ ବିଧାୟକ ଝିନ୍ନ ହିକାକାଙ୍କ ମୁକ୍ତିପାଇଁ ସରକାର ମାଓବାଦୀଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି ।

ସେ କହିଛନ୍ତି ବର୍ତମାନର ଡିଜିପି ମୁଖ୍ୟମନ୍ତ୍ରୀଙ୍କ ହାତବାରିସି ସାଜିଛନ୍ତି । ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକୁ ଗିରଫ କରାଯିବା ପଛରେ ଜନମୋର୍ଚ୍ଚାରେ ଯୋଗଦେବାଏକମାତ୍ର କାରଣ । ଯଦି ସରକାର ଭାବୁଛନ୍ତି ତାଙ୍କର ନକସଲଙ୍କ ସହିତ ସଂପର୍କ ଅଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ।

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ କହିଛନ୍ତି ପ୍ୟାରୀ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏସବୁ କହୁଛନ୍ତି । ଡିଜିପି କାହାର ହାତବାରିସ ହୋଇ କାମ କରୁନାହାଁନ୍ତି । ପ୍ୟାରୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏହା ଏକ ଜଙ୍ଗଲି ଅଭିଯୋଗ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଝିନ୍ନ ହିକାକା, ନବୀନ, ବିଜେଡ଼ି, ଭିନିଲ କ୍ରୀଷ୍ଣା, ମାଓବାଦୀ

ଜେଲରେ ଅନଶନ କଲେ ଦଣ୍ଡପାଣିଙ୍କ ପୁଅ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ମାଓବାଦୀଙ୍କ ସହିତ ସମ୍ପର୍କ ରଖିଥିବା ତଥା ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ମୋହନା ପୁଲିସ ଗିରଫ କରିଥିବା ଦମନ ପ୍ରତିରୋଧ ମଞ୍ଚର ଆବାହକ ତଥା ମାଓବାଦୀ-ସରକାରଙ୍କ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକେଶରୀ ମହାନ୍ତି ଓ ତାଙ୍କ ସାଥିଙ୍କୁ ଜେଏମ୍ସି କୋର୍ଟରେ ହାଜର କରିବା ପରେ ଆର ଉଦୟଗିରି ଜେଲକୁ ପଠାଇ ଦିଆଯାଇଛି ।

ସେମାନଙ୍କର ଜାମିନ ଆବେଦନ ଗୁରୁବାର ଦିନ କୋର୍ଟରେ ଖାରଜ ହୋଇ ଯାଇଛି । ତେବେ ଜେଲ୍ ଭିତରେ ସେହି ଦୁଇଜଣ ଅନଶନରେ ବସିଥିବାର ଜଣାପଡିଛି ।

ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଆକ୍ରୋଶ ମୂଳକ ଭାବେ ପୋଲିସ ଗିରଫ କରିଛି । ମାଓବାଦୀଙ୍କ ସହ ସେମାନଙ୍କର କୌଣସି ସମ୍ପର୍କନାହିଁ । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ସେମାନେ ଖାଦ୍ୟ ଗ୍ରହଣ କରିବେ ନାହିଁ । ସେ ନକସଲ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ ବୋଲି ସଂଗ୍ରାମ କହିଛନ୍ତି । ଗତକାଲି ରାତିରେ ସଂଗ୍ରାମକୁ ମୋହନାରୁ ଆର ଉଦୟଗିରିକୁ ସ୍ଥାନାନ୍ତରିତ କରାଯାଇଥିଲା ।

ବୁଧବାର ପୂର୍ବାହ୍ନରେ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଗେଟ ନିକଟରେ ସଂଗ୍ରାମଙ୍କୁ ଗିରଫ କରାଯାଇଥିଲା । ସଂଗ୍ରାମ କିଛି ମାଓପୁସ୍ତିକା, ବିସ୍ଫୋରକ ଦ୍ରବ୍ୟ ଓ ବିଭିନ୍ନ ସାମଗ୍ରୀ କୈଳାସ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଦେବା ସମୟରେ ମୋହନା ପୁଲିସ ତାଙ୍କୁ ଗିରଫ କରିଥିବା ଦାବି କରିଥିଲା ।

ମାଓ ମଧ୍ୟସ୍ଥି ଦଣ୍ଡପାଣି ପ୍ରାୟ ଏକ ବର୍ଷ ହେଲା ଚର୍ଚ୍ଚାରେ ରହିଥିଲେ । କିଛି ମାସ ତଳେ ଦୁଇ ଇଟାଲି ପର୍ଯ୍ୟଟକଙ୍କୁ ମାଓବାଦୀ ଅପହରଣ କରି ନେବା ପରେ ଦଣ୍ଡପାଣି ମାଓବାଦୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥି ଦାୟିତ୍ୱ ନିର୍ବାହ କରିଥିଲେ । ପୂର୍ବରୁ ତତ୍କାଳୀନ ମାଲକାନଗିରି ଜିଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣ ସମୟରେ ଦଣ୍ଡପାଣି ମଧ୍ୟସ୍ଥି ରୂପେ କାର୍ଯ୍ୟ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜିଲାପାଳ ଭିନିଲ କ୍ରିଷ୍ଣା, ପୋଲିସ, ମାଓବାଦୀ, ସରକାର

ଜନଅଧିକାର ମଞ୍ଚର ଆବାହକ ଦଣ୍ଡପାଣି ମହାନ୍ତିଙ୍କ ପୁଅ ଗିରଫ

December 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଜନଅଧିକାର ମଞ୍ଚର ଆବାହକ ତଥା ନକ୍ସଲ ସମର୍ଥକ ଭାବେ ପରିଚିତ ଓ ମାଓ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ବ୍ରହ୍ମପୁରରେ ଗିରଫ କରାଯାଇଥିବା ପୋଲିସ କହିଛି ।

ଗୁଇନ୍ଦା ଖବର ଆଧାରରେ ପୋଲିସ ସଂଗ୍ରାମ ଓ ତାଙ୍କ ସହଯୋଗି କୈଳାସଙ୍କୁ ମୋହନାର କମାଳାପୁର ଅଞ୍ଚଳରୁ ଗିରଫ କରିବାସହ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ,ପ୍ରାୟ ୯୫ ରାଉଣ୍ଡ ଗୁଳି, ମୋବାଇଲ,ମାଓ ପ୍ରଚାର ପତ୍ର,ଖାଦ୍ୟ ପଦାର୍ଥ ଜବତ କରାଯାଇ ପୋଲିସ ଦାବି କରିଛି ।

ବୈଦ୍ୟନାଥ ଥାନା,ବ୍ରହ୍ମପରୁରେ ପାଲଟା ଅଭିଯୋଗ ଆଣିଛନ୍ତି ଦଣ୍ଡପାଣି ମହାନ୍ତି । ସେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅକୁ ପୋଲିସ ଅପହରଣ କରିନେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୩୦ରେ ଭୁବନେଶ୍ୱରରେ ଦଣ୍ଡପାଣିଙ୍କ ନେତୃତ୍ୱରେ ଅପରେସନ ସବ୍ୟସାଚୀ ବନ୍ଦ କରିବାପାଇଁ ଆନ୍ଦୋଳନ କରାଯାଇଥିଲା । ଭାଲିଆଗୁଡା ଏନ୍କାଉଁଟରରେ ନିରିହ ଆଦିବାସୀ ନିହତ ହୋଇଥିଲେ ବୋଲି କହିଥିଲେ ଦଣ୍ଡପାଣି । ଏଥିସହିତ ସେ ସରକାର ଓ ମାଓବାଦୀଙ୍କ ମଧ୍ୟରେ ଅନେକ ଥର ମଧ୍ୟସ୍ଥତା କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପୋଲିସ, ମାଓବାଦୀ, ସରକାର

ଆଜିଠାରୁ ମାଓବାଦୀଙ୍କ ପିଏଲ୍ଜି ସପ୍ତାହ,ସୁରକ୍ଷା କଡାକଡି

December 2, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନାଗିରି,ଡିସେମ୍ବର ୨(ଓଡିଶା ଡଟ୍ କମ୍)-ରବିବାର ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲ୍ଜି ସପ୍ତାହ । ଏହାକୁ ଆଖି ଆଗରେ ରଖି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ମାଲକାନାଗିରି ଏସ୍ ପି ଅବିନାଶ କୁମାର କହିଛନ୍ତି ।

ଏସ୍ ପି କହିଛନ୍ତି ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ତରଫରୁ ପାଳନ କରାଯାଉଥିବା ପିଏଲ୍ଜି ସପ୍ତାହ ଅବସରରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି ନଘଟୁ ସେଥିପାଇଁ ପୋଲିସକୁ ସଜାଗ ରଖାଯାଇଛି । ଜିଲ୍ଲା ପୋଲିସ, ଡିଭିଏଫ୍, ବିଏସ୍ଏଫ୍ ତରଫରୁ ସମସ୍ତ ଅଞ୍ଚଳରେ ପୋଲିସ କର୍ମୀମାନେ ମୁତୟନ ହୋଇଛନ୍ତି ।

ଜନସାଧାରଣମାନେ ଯେପରି ଭୟଭିତ ନହେବେ ସେଥିପାଇଁ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଇଛି । ମାଲକାନାଗୀରିରୁ ମୋଟୁ, ଚିତ୍ରକୋଣ୍ଡା, କାଲିମେଳା ରାସ୍ତାରେ ଗାଡି ମଟର ଚଳାଚଳ କରୁନାହିଁ । କମ୍ଭି ଅପରେସନ ଚାଲିବା ସହ ଯାନବାହନ ଯାଞ୍ଚ କରାଯାଉଛି ।

ଜୟପୁରରୁ କନ୍ଧମାଳ ବସଚଳାଚଳ ବନ୍ଦ ରହିଛି । ଜୟପୁରରୁ ରାୟଗଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆସୁଥିବା ବସ୍ ଆନ୍ଦ୍ରପ୍ରଦେଶ ଦେଇ ଚଳାଚଳ କରୁଛି । ଲମତାପୁଟ, ବୈପାରିଗୁଡା, ନାରାୟଣ ପାଟଣାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାୟଗଡାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଗାଡି ଗୁଡିକ ଯାଞ୍ଚ ଚାଲଛି । କୋରାପୁଟ ସହରରେ ସାଧା ବେଶରେ ମୁତୟନ ହୋଇଥିବା ପୋଲିସ ସମସ୍ତ ଗାଡି ଯାଞ୍ଚ କରୁଛନ୍ତି ।

ଗଜପତି ଜିଲ୍ଲା ଦେଇ କୌଣସି ସରକାରୀ ବସ ଚଳାଚଳ କରୁନାହିଁ । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଅନ୍ୟ ସ୍ଥାନ ଗୁଡିକରେ ଘରୋଇ ବସ ଚଳାଚଳ କରୁଥିବା ବେଳେ ଦୋକାନ ବଜାର ଖୋଲା ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ପୋଲିସ, ମାଓବାଦୀ

ଗଞ୍ଜାମ ପୋଲିସ ନିକଟରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ

November 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ନଭେମ୍ବର ୨୭(ଓଡିଶା ଡଟ୍ କମ୍)-ଗଂଜାମ ପୋଲିସ ନିକଟରେ ମଙ୍ଗଳବାର ଦିନ ପୁଣି ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ମହିଳା ଅନ୍ତର୍ଭୁକ୍ତ । ସମସ୍ତଙ୍କ ଘର ଅବିଭକ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୋଲି ପୋଲିସ କହିଛି ।

ଗଞ୍ଜାମ ଏସ୍ପି ଆଶିଷ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଚଳିତମାସ ୧୪ ତାରିଖରେ ସଂଘଟିତ ଭାଲିଆଗୁଡା ଏନ୍କାଉଣ୍ଟର ପରେ ଏହା ହେଉଛି ତୃତୀୟ ଆତ୍ମସମର୍ପଣ ।

ପୋଲିସର ସୂଚନା ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଲଛମନ୍ ରାଇକ ଓରଫ ପାଟୁ,ମମିତା ଗମାଙ୍ଗ ଓରଫ ମଞ୍ଜୁଳା ଓ ଇଷ୍ଟର ରାଇକା ଓରଫ ମମତା । ପାଟୁ ମାଓବାଦୀଙ୍କ ନାଟ ଦଳର ନେତୃତ୍ୱ ନେଉଥିଲା ।

ତାର ଘର ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଖଇରାମାହା ପଞ୍ଚାୟତ ତୁଡୁପଙ୍କା ଗ୍ରାମରେ । ମଞ୍ଜୁଳା ଓ ମମତାଙ୍କ ଘର ଗଂଜାମ ଜିଲ୍ଲା ବଡଗଡ ଥାନା ସାହାବା ପଞ୍ଚାୟତ ପାଟଶାଳା ଗାଁରେ ।

ପୋଲିସ କହିଛି ଏ ସମସ୍ତ ମାଓବାଦୀମାନେ ହେଉଛନ୍ତି ସବ୍ୟସାଚୀଙ୍କ ମାଓବାଦୀ ଦଳର କ୍ୟାଡର ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମାଓବାଦୀ, ସାମ୍ବାଦିକ ସମ୍ମିଳନୀ

ମାଓବାଦୀଙ୍କୁ ଧରିବା ପାଇଁ ପୋଷ୍ଟର ମାରିଲା ପୋଲିସ

November 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବଡଧରଣର ସଫଳତା ମିଳିବା ପରେ ବଂଶଧାର ଓ ଘୁମୁସର ଡିଭିଜନର ୬ ଜଣ କ୍ୟାଡର ମାଓବାଦୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ଜାରି କରିଛି ଗଜପତି ପୋଲିସ ।

ଏହି ମାଓବାଦୀମାନେ ହେଲେ ଅରୁଣା, କ୍ରୀଷ୍ଣା, ଆନ୍ଦ୍ରୀୟ ମାଝି, ପ୍ରମୋଦ ମାଝି, ପ୍ରତାପ ନାୟକ ଓ ପମି ନାୟକ । ଏମାନଙ୍କୁ ଧରାଇଦେଲେ ପୁରସ୍କାର ପ୍ରଦାନ କରାଯିବ । ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ କହିଛି ।

ଏନ୍କାଉଣ୍ଟରରେ ପ୍ରାଣ ହରାଇଥିବା ୫ ମାଓବାଦୀମାନଙ୍କ ମୃତଦେହକୁ ମୋହନା ଡାକ୍ତରଖାନାରୁ ବ୍ରହ୍ମପୁର ବଡ ମେଡିକାଲକୁ ଅଣା ଯାଇଛି । ଏଠାରେ ତାଙ୍କ ଶବର ବ୍ୟବଚ୍ଛେଦ କରାଯିବ । ସରକରୀ ଭାବେ ଏମାନଙ୍କ ପରିଚୟ ଘୋଷଣା କରାଯାଇ ନାହିଁ । ମୃତ ପରିବାରର ଲୋକେ ତାଙ୍କୁ ଚିହ୍ନଟ କରିବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଏହି ୫ ଜଣ ନୟାଗଡ ଆକ୍ରମଣରେ ସବ୍ୟସାଚୀଙ୍କ ସହିତ ଥିଲେ ବୋଲି ପୋଲିସ କହିଛି ।

ଗଂଜାମ ଏସିପି ଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ତା ନାମ ହେଉଛି ସୁମିତ୍ରା । ଘର ଗୋଛା ଗାଁ ରେ । ସେ ଘୁମସର ଡିଭିଜନରେ କ୍ୟାଡର ମାଓବାଦୀ ଭାବେ କାମ କରୁଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପୋଲିସ, ମାଓବାଦୀ

କନ୍ଧମାଳ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳର ଶ୍ରୀରାମପୁର ଜଙ୍ଗଲରୁ ଆଜି ତିନୋଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଛି ।

ଜିଲ୍ଲାପୋଲିସ,ସିଆରପିଏସ୍ ଅଷ୍ଟମ ବାଟାଲିୟନର ଜବାନ ମାନେ ମିଳିତ ଭାବେ କମ୍ବିଂ ଅସରେସନ ଚଳାଇଥିବାବେଳେ ସେହି ଲ୍ୟାଣ୍ଡମାଇନ ଗୁଡିକୁ ଜବତ କରିଛନ୍ତି ।

ଏଗୁଡିକୁର ଓଜନ ୨୦ କି.ଗ୍ରା,୧୪ କି.ଗ୍ରା ଓ ୫ କି.ଗ୍ରା ବୋଲି ଜଣାପଡିଛି । ଏହାକୁ ଅକାମି କରିବା ପାଇଁ ବୋମା ଡିସ୍ପୋଜାଲ ସ୍ୱାଡ ଘଟଣାସ୍ଥଳକୁ ଯାଇଥିଲେ ।

ଛତିଶଗଡ କ୍ୟାଡରର ସିପିଆଇ ମାଓବାଦୀମାନେ ବିସ୍ପୋରଣ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଏସ୍ ପି ଜୟନାରାୟଣ ପଙ୍କଜ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, କମ୍ବିଂ ଅସରେସନ, ମାଓବାଦୀ, ଲ୍ୟାଣ୍ଡମାଇନ୍

ନାରାୟଣ ପାଟଣା ମାଓ ଶିବର ଉପରେ ଚଢଉ

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ଆଜି ଭୋର ୬ଟାରେ କୋରାପୁଟ ଜିଲ୍ଲା ନାରାୟଣ ପାଟଣାର ପୋଡାପଦର ପଞ୍ଚାୟତର ସାମନା ଓ ପିଣ୍ଡମାଳ ଗାଁ ମଧ୍ୟସ୍ତ ଜଙ୍ଗଲରେ ଥିବା ମାଓ ଶିବର ଉପରେ ବିଏସ୍ଏଫ୍ ଓ ଏସ୍ଜିଓ ପକ୍ଷରୁ ଚଢାଉ କରାଯାଇଥିଲା ।

ସାମନା ଜଙ୍ଗଲରେ ଚାଲିଥିବା ଏହି ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୧୨୯ଟି ଜିଲୋଟିନ୍,୭ଟି ଡିଟୋନେଟର,୫ଟି ଟିଫିନ୍ ବୋମାକୁ ଜବତ କରାଯାଇଛି । ଅନୁମାନ କରାଯାଉଛି ଆସନ୍ତା ୨୪ ତାରିଖରୁ ପିଏଲ୍ଜି ସପ୍ତାହ ଆରମ୍ଭ ହେଉଥିବାରୁ ସବୁ ଅସ୍ତ୍ରଶସ୍ତ୍ରକୁ ମାଓବାଦୀମାନେ ଏଠାରେ ଲୁଚାଇ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୋରାପୁଟ, ବିଏସ୍ଏଫ୍, ମାଓବାଦୀ

ପୋଲିସ -ମାଓବାଦୀ ଗୁଳିବିନିମୟ,୫ ମାଓବାଦୀଙ୍କ ମୃତ୍ୟୁ

November 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-ଗଜପତି ଜିଲ୍ଲା ମୋହନାଠାରେ ପୋଲିସ -ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଘଟଣାରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସ୍ଓଜି ଜବାନ ଆହତ ହୋଇଛନ୍ତି କିନ୍ତୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଖସି ଯାଇଛନ୍ତି ।

ଡିଭିଏଫ ଓ ଏସ୍ଓଜିର ମିଳିତ ଅପରେସନକୁ ଏକ ସଫଳତା ମିଳିଛି । ଏ ଘଟଣାପରେ ରାଜ୍ୟ ପୋଲିସର ମନୋବଳ ବଢିଛି ବୋଲି ବହୁ ବୁଦ୍ଧିଜୀବି ମତ ଦେଇଛନ୍ତି ।

ଗୋବିନ୍ଦପୁର ପଞ୍ଚାୟତର ଭାଲିଆଗୁଡା ଠାରେ ଏହି ଏଗୁଳିବିନିମୟ ହୋଇଥିଲା । ଆଜି ଦିନ ୧୦.୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା । ଏଙ୍କାଉଣ୍ଟରର ପରେ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି ।

ଗଞ୍ଜାମ ଏସ୍ପି ଆଶିଷ ସିଂଙ୍କ କହିବା ଅନୁସାରେ ମାଓବାଦୀଙ୍କର ଏହି ଦଳରେ ସବ୍ୟସାଚୀ ପଣ୍ଡା ନେତୃତ୍ୱ ନେଉଥିଲେ । ତେବେ ସେ ଖସିଯାଇଥିଲେ ମଧ୍ୟ ଆହତ ହୋଇଥାଇ ପାରନ୍ତି । ଘଟଣାସ୍ଥଳରୁ ୫ ଜଣ ମାଓବାଦୀଙ୍କର ଶବ ମିଳିଛି ।

ଡିଭିଏଫ ଓ ଏସ୍ଓଜି ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦିକରି ଖାନତଲାସି ଜାରିରହିଛି । ଏହି ଘଟଣା ବେଳେ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲା । ଅନ୍ୟ ମାଓବାଦୀମାନେ ମଧ୍ୟ ଖସି ଚାଲିଯାଇଛନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏସ୍ଓଜି ଜବାନ, ମାଓବାଦୀ, ସବ୍ୟସାଚୀ ପଣ୍ଡା

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Interim pages omitted …
  • Page 18
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ