• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ

November 26, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ସଂପର୍କରେ ମିଥ୍ୟା ତଥ୍ୟ ପ୍ରଦାନ କରି ଗୃହକୁ ବିଭ୍ରାନ୍ତିକର ପରିସ୍ଥିତିରେ ପକାଇବା ଅଭିଯୋଗ କରି ଶୁକ୍ରବାର ବିଧାନସଭାରେ ବିଜେପି ଓ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛନ୍ତି ।

ଏହାକୁ କେନ୍ଦ୍ରକରି ଗୃହରେ ପ୍ରବଳ ହଟ୍ଟଗୋଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଗୃହ ବାରମ୍ବାର ମୁଲତବି ଘୋଷିତ ହୋଇଥିଲା । ପ୍ରଥମେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏହି ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରିଥିବା ବେଳେ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ସମର୍ଥନ କରିଥିଲେ ।

ସେହିପରି କଂଗ୍ରେସ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଅନ୍ୟ ଏକ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରିଥିବା ବେଳେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଓ ଅନ୍ୟ ବିଧାୟକମାନେ ତାଙ୍କୁ ସମର୍ଥନ କରିଥିଲେ ।

“ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତାହାର ବିକୃତ ଅବତାରଣା କରିଛନ୍ତି । ତାହାର ତୃତୀୟ ପୃଷ୍ଠାରେ ଦର୍ଶାଯାଇଥିବା ତଥ୍ୟ ସତ୍ୟ ନୁହେଁ । ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପ୍ରସ୍ତାବ ରଖାଯାଇଥିବା ବେଦାନ୍ତ ଫାଉଣ୍ଡେସନ ଏକ ପବ୍ଲିକ ଲିମିଟେଡ଼ କମ୍ପାନୀ ହୋଇଥିବା ବେଳେ ସରକାର ତହାକୁ ପ୍ରୋତ୍ସାହିତ କରି ଜମି ଅଧିଗ୍ରହଣ କରିଛନ୍ତି ।

ସେ କ୍ଷେତ୍ରରେ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ଅବତାରଣା ନକରି ସରକାରୀ ଓକିଲଙ୍କ ବୟାନକୁ ମୁଖ୍ୟମନ୍ତ୍ରୀ ଅବତାରଣାର କରିଛନ୍ତି । ଏକ୍ଷେତ୍ରରେ ଜମି ଅଧିଗ୍ରହଣ ଅବୈଧ ପ୍ରମାଣିତ ହୋଇଯାଇଛି ”ତେଣୁ ଗୃହକୁ ଭୂଲ ତଥ୍ୟ ଦିଆଯାଇଥିବାରୁ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଏବଂ ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ତୁରନ୍ତ ଆଲୋଚନା କରାଯାଉ ନଚେତ ଗୃହ କାର୍ଯ୍ୟ ଚାଲି ପାରିବ ନାହିଁ ବୋଲି ବିରୋଧି ଦଳ ନେତା କହିଥିଲେ । ମୁଖ୍ୟମନ୍ତ୍ରୀ ଗୃହକୁ ଦେଇଥିବା ତଥ୍ୟ ଆଦୌ ବିଭ୍ରାନ୍ତିକର ନୁହେଁ ଓ ଗୃହ କାର୍ଯ୍ୟ ବିଧିବଦ୍ଧ ଭାବେ ଚାଲୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି ବିରୋଧି ବିଧାୟକଙ୍କୁ ଅନୁରୋଧ କରିଥିଲେ ।

ତେବେ କଂଗ୍ରେସ ବିଧାୟକମାନେ ତୁରନ୍ତ ଆଲୋଚନା ଦାବୀ କରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଫଳରେ କାର୍ଯ୍ୟ ପରିଚାଳନାରେ ଅସୁବିଧା ହେବାରୁ ବାଚସ୍ପତି ୧୦ଟା ୫୪ ମିନିଟରୁ ୧୫ ମିନିଟ ପାଇଁ ମୁଲତବି ଘୋଷଣା କରିଥିଲେ ।

ଦ୍ଵିତୀୟ ଥର ଗୃହ କାର୍ଯ୍ୟ ପରିଚାଳନା କରିବାକୁ ଆସି ବାଚସ୍ପତି ଅନୁରୂପ ଅବସ୍ଥାର ସମ୍ମୁଖିନ ହୋଇଥିଲେ ଓ ପୁଣି ହୋହାଲ୍ଲା ଜାରି ରହିଥିବାରୁ ୧୧ଟା ୨୪ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ବେଦାନ୍ତ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜନୀତି

ବେଦାନ୍ତ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

November 26, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ଯାହା କରାଯାଇଛି ତାହା ରାଜ୍ୟର ହିତ ପାଇଁ କରାଯାଇଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି । ଆମେ କିଛି ଭୂଲ କରିନାହୁଁ ।

ସେ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ହୋଇଥିଲା ବୋଲି ହାଇକୋର୍ଟ ଯାହା ଦର୍ଶାଇଛନ୍ତି ତାହାସତ୍ୟ ନୁହେଁ, ସେ କହିଛନ୍ତି । ଶ୍ୟାମ ପିତ୍ରୋଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ଜ୍ଞାନ କମିଶନ ଶେରେ ଅନ୍ୟୁନ ୧୫୦୦ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ ।

ଏହା ବ୍ୟତୀତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ତଦନୁଯାୟୀ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା ।

ଏକ୍ଷେତ୍ରରେ ବେଦାନ୍ତ ଫାଉଣ୍ଡେସନ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇ ସେହି ସଂସ୍ଥା ସହ ବୁଝାମଣା କରିବା ପୂର୍ବରୁ ରାଜସ୍ୱ, ଉଚ୍ଚଶିକ୍ଷା ଏବଂ ଆଇନ ବିଭାଗର ମତାମତ ଲୋଡ଼ା ଯାଇଥିଲା । ପ୍ରତ୍ୟେକ ବିଭାଗ ସେହି ବିଶ୍ୱବିଦ୍ୟାଳୟ ପାଇଁ ଅନୁକୂଳ ମତ ଦେଇଥିବା ବେଳେ ଏକ ମହନୀୟ ଶିକ୍ଷାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ ଯୁକ୍ତିଯୁକ୍ତ ବୋଲି ସେ କହିଥିଲେ ।

ବେଦାନ୍ତ ଫାଉଣ୍ଡେସନ ଏକ ପ୍ରାଇଭେଟ କମ୍ପାନୀ ହୋଇଥିଲେ ବି ତାହାକୁ ପବ୍ଲିକ ଲିମିଟେଡ଼କମ୍ପାନୀ କରିବାରେ କୌଣସି ଅସୁବିଧା ନାହିଁ ।

ସେହିପରି ଚିହ୍ନଟ ଅଞ୍ଚଳରେ ୯ଟି ଗ୍ରାମରେ ଥିବା ୬୦୬ ଏକର ଜମିକୁ ପ୍ରଚଳିତ ଆଇନ ଅନୁସାରେ ଅଧିଗ୍ରହଣ କରାଯାଇଛି । ଏସବୁ ସତ୍ତ୍ୱେ ରାଜ୍ୟ ଆଡ଼ଭୋକେଟ ଜେନେରାଲ ହାଇକୋର୍ଟଙ୍କ ରାୟର ତର୍ଜମା କରୁଛନ୍ତି । ତାହାର ସୁପାରିଶ ଅନୁସାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧି ଦଳ ନେତା ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ବିରୋଧି ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଧାନସଭା ଅଚଳ

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ମଙ୍ଗଳବାର ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବାଧାପ୍ରାପ୍ତ ହୋଇଛି ।

ଶୂନ୍ୟକାଳ ଆରମ୍ଭରୁ ବିରୋଧି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେବା ସହ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ ।

ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ୧ଟା ୨୯ରୁ ୩ଟା ୨୮ ମି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ୧.୩୦ ରୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ହାଇକୋର୍ଟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ଯେଉଁ ରାୟ ଦେଇଛନ୍ତି ସେଥିରେ ସରକାରଙ୍କ ସମସ୍ତ ବେଆଇନ କାରବାର ଧରା ପଡ଼ିଯାଇଛି ବୋଲି ପ୍ରଥମେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଆଲୋଚନା ଆରମ୍ଭ କରି କହିଥିଲେ । ସରକାର ମାନବିକ ଅଧିକାରକୁ ମଧ୍ୟ ଉଲଂଘନ କରିଛନ୍ତି , ଏପରିକି ସମ୍ବିଧାନକୁ ମଧ୍ୟ ଖୋଲାଖୋଲି ଉଲଂଘନ କରିଛନ୍ତି ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ ।

ନୈତିକତା ଦୃଷ୍ଟିରୁ ଆଉ ମୁହୁର୍ତ୍ତେ ପାଇଁ ଶାସନ କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ସେ କହିଥିଲେ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଅନୂରୁପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ସାଂସଦମାନେ ମଙ୍ଗଳବାର ସଂସଦ ସମ୍ମୁଖରେ ଧାରଣା ଦେଇଛନ୍ତି । ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସେମାନେ ପ୍ଲାକାର୍ଡ଼ ଧରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ବେଦାନ୍ତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ହାଇକୋର୍ଟ

ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ବିକାଶ ପାଇଁ କ୍ୟାପେକ୍ସ ଯୋଜନା

November 23, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ଉନ୍ନତୀକରଣ ସହ ପରିବହନ ଓ ବିଦ୍ୟୁତ ଅପଚୟ ରୋକିବା ଉଦେ୍ଧଶ୍ୟରେ ସରକାରଙ୍କ ପକ୍ଷରୁ ସୋମବାର ଠାରୁ କ୍ୟାପେକ୍ସ ଯୋଜନାର ଶୁଭାରମ୍ଭ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଭିତ୍ତିଭୂମିର ବିକାଶ ପାଇଁ ୨୪୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଓ ରାଜ୍ୟ ସରକାର ୧୨୦୦ କୋଟି ଟଙ୍କା ଲେଖାଏଁ ବହନ କରିବେ ।

ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁୁ ଯାଉଥିବା ଯୋଗୁଁ ବିଦ୍ୟୁତ ଉତ୍ପାଦନ, ବଣ୍ଟନ ଓ ପରିବହନ ବ୍ୟବସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦ୍ଵାଦଶ ଯୋଜନା ଶେଷ ସୁଦ୍ଧା ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ୪୦ ହଜାର ଗେଗାୱାଟ ହେବ ।

ସେହି ଅନୁପାତରେ ବିଦ୍ୟୁତ ପରିବହନ ଓ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି କରାଯିବା ଦରକାର । ଟ୍ରାନ୍ସମିସନ ବ୍ୟବସ୍ଥାରେ ସୁଧାର ପାଇଁ ଓପିଟିସିଏଲ୍ ବାର୍ଷିକ ୬୦ କୋଟି ଟଙ୍କା ବ୍ୟୟ କରିବ । ଏହି ଅନ୍ତର୍ଗତ କେବିକେ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ନୂଆ ଗ୍ରୀଡ଼ ସବଷ୍ଟେସନ ନିର୍ମାଣ କରାଯିବ ।

୨୦୧୨ ସୁଦ୍ଧା ସବୁ ଗ୍ରାମକୁ ବିଦ୍ୟୁତ ଯୋଗାଇବାର ଲକ୍ଷ୍ୟ ରଖାଯାଇଥିବାରୁ ବର୍ତ୍ତମାନ ଥିବା ଗ୍ରାହକଙ୍କ ସଂଖ୍ୟା ୨୮ ଲକ୍ଷରୁ ୭୦ ଲକ୍ଷକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସେହିପରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୪ଟି ବିଦ୍ୟୁତ ଥାନା କାର୍ଯ୍ୟକ୍ଷମ କରିବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ଯୋଜନାରେ ପ୍ରଥମ ବର୍ଷରେ ୩୦୦ କୋଟି ଟଙ୍କା, ଦ୍ଵିତୀୟ ବର୍ଷରେ ୭୦୦ କୋଟି ଟଙ୍କା, ତୃତୀୟ ବର୍ଷରେ ୭୫୦ କୋଟି ଓ ଶେଷ ବର୍ଷରେ ୮୫୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଏହି ଅବସରରେ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଐତିହାସିକ ବାଲିଯାତ୍ରା ଆରମ୍ଭ

November 22, 2010 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦ ଦାତା

କଟକ, ନଭେମ୍ବର ୨୧ (ଓଡିଶା ଡଟ୍ କମ୍) କଟକର ମହାନଦୀ ବାଲିପଠାରେ ରବିବାର ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା ।୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରସିଦ୍ଧ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଉଦ୍ଘାଟନ କରିଛନ୍ତି ।

ଏଥିରେ ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ଵ ଷ୍ଟଲ ଖୋଲିଛି । ଏଥି ମଧ୍ୟରୁ ଓରମାସ୍ ର ସାଢ଼େ ତିନି ଶହରୁ ଉର୍ଦ୍ଧ୍ଵଷ୍ଟଲ ରହିଛି ଯେଉଁଥିରେ ସବୁ ପ୍ରକାର ହସ୍ତକର୍ମ ସାମଗ୍ରୀ ଉପଲବ୍ଧ ହେବ । ଏହା ବ୍ୟତୀତ ଆଖପାଖ ଅଞ୍ଚଳରେ ପସରା ମେଲିଛନ୍ତି ଶତାଧିକ ଛୋଟବଡ ଦୋକାନ ।

ଲୋକମାନଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଲିଯାତ୍ରା ପଡ଼ିଆର ସୁରକ୍ଷା ବ୍ୟବସ୍ଥା ପାଇଁ ୪୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାଧୀଙ୍କ ଗତିବିଧି ଜାଣିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଫୋର୍ସ ମୁତୟନ କରାଯିବା ସହିତ ଦୁଇଟି ୱାଚ ଟାୱାରର ବ୍ୟବସ୍ଥା କରାଯାଇଛି, କ୍ଲୋଜ ସର୍କିଟ କ୍ୟାମେରା ଖଞ୍ଜାଯାଇଛି ।

ଏହାବ୍ୟତୀତ ସାଦା ପୋଷାକରେ ମହିଳା ଓ ପୁରୁଷ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଟକ, ବାଲିଯାତ୍ରା, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ସୂତାର ମୂଲ୍ୟ ବୃଦ୍ଧି ଯୋଗୁଁ ଓଡ଼ିଶା ତନ୍ତୀ ହତାଶ

November 22, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ନିକଟରେ ୫୫ ଲକ୍ଷ ବେଲ ତୁଳା ବିଦେଶକୁ ରପ୍ତାନୀ କରିଥିବାରୁ ଭାରତର ଆଭ୍ୟନ୍ତରୀଣ ବଜାରରେ ସୂତାର ମୂଲ୍ୟ ୪୦ ପ୍ରତିଶତ ଅବିବୃଦ୍ଧି ଘଟିଛି ଫଳରେ ଓଡ଼ିଶାର ତନ୍ତୀମାନେ ହତାଶ ହୋଇଛନ୍ତି ।

ଦେଶର ୭୦ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । କୃଷି ପରେ ହସ୍ତତନ୍ତ କେବଳ ଓଡ଼ିଶା ନୁହେଁ, ବହୁ ରାଜ୍ୟର ଦ୍ଵୀତୀୟ ଗ୍ରାମୀଣ କର୍ମ ଯୋଗାଣର ଏକ ମାଧ୍ୟମ ହୋଇଛି ।

ସରକାରଙ୍କ ତୁଳା ରପ୍ତାନୀ ନୀତି ବିରୁଦ୍ଧରେ ଓ ଏହାର ଆଶୁ ପ୍ରତିକାର କରି ରପ୍ତାନୀ ଉପରେ ତୁରନ୍ତ କଟକଣା ଜାରି କରିବା ପାଇଁ ସମ୍ବଲପୁର ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

ତୁଳା ରପ୍ତାନୀ ବନ୍ଦ କରାନଗଲେ ଭାରତବର୍ଷର ହସ୍ତତନ୍ତ ଶୀର୍ଷ ସମବାୟ ସମିତି, ହସ୍ତତନ୍ତ ପ୍ରାଥମିକ ସମବାୟ ସମିତି, ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଲକ୍ଷାଧିକ ବୁଣାକାର କ୍ଷତିଗ୍ରସ୍ତ ହେବେ । ଫଳରେ ଦେଶର ଅନେକ ପ୍ରଦେଶରେ ଐତିହ୍ୟ ସମ୍ପନ୍ନ ହସ୍ତକଳା ଲୋପ ପାଇବାର ଆଶଂକା ପ୍ରକାଶ ପାଇଛି ।

ହସ୍ତତନ୍ତ ନିମନ୍ତେ ବ୍ୟବହୃତ ସୂତା ଉପରେ ସାଧାରଣ ବିକ୍ରୀ କର ଓ ପ୍ରବେଶ କର ଲାଗୁ ନକରିବା, କୃଷି ପରି ହସ୍ତତନ୍ତ କ୍ଷେତ୍ରରେ ଚାରି ପ୍ରତିଶତ ସୁଧ ହାରରେ ଋଣ ପ୍ରଦାନ କରିବା, ସୂତାର ୪୦ ପ୍ରତିଶତ ଦରବୃଦ୍ଧି ଯୋଗୁଁ ହସ୍ତତନ୍ତ ସଂସ୍ଥା ଗୁଡ଼ିକୁ ୨୦ ପ୍ରତିଶତ ରିହାତି ଜରିଆରେ କଞ୍ଚାମାଲ ଯୋଗାଇଦେବାକୁ ଅନୁରୋଧ କରାଯାଇଛି ।

ଏ ବିଷୟରେ ହସ୍ତକ୍ଷେପ କରି ଶ୍ରୀଘ୍ର ସମାଧାନ ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବରଗଡ଼, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସୋନିଆ ଗାନ୍ଧୀ, ହସ୍ତତନ୍ତ ଶିଳ୍ପ

ଚାଷୀଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ଋଣ ଦେବାକୁ ଲକ୍ଷ୍ୟ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ସହ ସବୁ ଚାଷୀ ପରିବାରକୁ ସମବାୟ ବ୍ୟାଙ୍କ ଜରିଆରେ ଋଣ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହାସହିତ ଚଳିତ ରବି ଋତୁରେ ଚାଷୀ ମାନଙ୍କୁ ଏହି ବ୍ୟାଙ୍କ ଜରିଆରେ ୧୪୦୦ କୋଟି ଟଙ୍କା ଋଣ ଦିଆଯିବ ବୋଲି ଶନିବାର ସମବାୟ ସପ୍ତାହ ପାଳନ ଅବସରରେ ସେ କହିଛନ୍ତି । ସମବାୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ବୈଦ୍ୟନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଇଛି ।

ପିଏସିଏସ୍ ଗୁଡ଼ିକୁ ଅଧିକ ଗଣତାନ୍ତ୍ରିକ ଓ ଅଧିକ ଅର୍ଥନୈତିକ ସ୍ୱତନ୍ତ୍ରତା ଦେବା ପାଇଁ କାମ କରାଯାଇଛି, ସେ କହିଛନ୍ତି ପିଏସିଏସ୍କୁ ମୂଳଧନ ଆକାରରେ ୬୬୦ କୋଟି ଟଙ୍କା ସହାୟତା ଦିଆଯାଇଛି । ଏଥିରେ ବୃତ୍ତିଗତ ଦକ୍ଷତା ବଢାଇବା ପାଇଁ ଏହାର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ତାଲିମ ଦିଆଯାଉଛି ।

ଓଡ଼ିଶାର ଚାଷୀ ମାନଙ୍କୁ ଏକର ପିଛା ଯେଉଁ ହାରରେ କୃଷି ଋଣ ପ୍ରଦାନ କରାଯାଉଛି ତାହା ଯଥେଷ୍ଟ ହେଉନଥିବାରୁ ଖୁବଶୀଘ୍ର ଏହି ଋଣ ହାର ବଢିବ ବୋଲି ଏଥିରେ ଯୋଗ ଦେଇ କୃଷି ଓ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

କେବଳ ଜମି ମାଲିକ ଥିବା ଚାଷୀ ମାନଙ୍କୁ ଏବେ ଋଣ ଦିଆଯାଉଥିବା ବେଳେ ଏଣିକି ଭାଗ ଚାଷୀ ମାନଙ୍କୁ ମଧ୍ୟ ସମବାୟ ଋଣ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ହେବ, ସେ କହିଛନ୍ତି । ଓଡ଼ିଶାରେ କୃଷି ଋଣ ପ୍ରଦାନ ଅନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ।

ଅନ୍ୟ ରାଜ୍ୟରେ ହେକ୍ଟର ପିଛା କୃଷି ଋଣ ୨୦ରୁ ୨୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଓଡ଼ିଶାରେ ତାହା ନଅ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ନାବାର୍ଡ଼ର ମୁଖ୍ୟ ପ୍ରବନ୍ଧକ ଚିତ୍ତରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚାଷୀ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସମବାୟ ବ୍ୟାଙ୍କ ଋଣ

ମୁଖ୍ୟ ସୂଚନା କମିଶନର ଭାବେ ତରୁଣକାନ୍ତିଙ୍କ ଶପଥ ଗ୍ରହଣ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ରାଜ୍ୟର ନୂତନ ମୁଖ୍ୟ ସୂଚନା କମିଶନର ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ପଦବୀରେ ଥିବା ଧିରେନ୍ଦ୍ର ନାଥ ପାଢୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅନେକ ଲୋକ ଏହି ଆଇନ ସଂପର୍କରେ ଜାଣିନଥିବାରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପ୍ରଥମ ଲକ୍ଷ ବୋଲି ଶପଥ ଗ୍ରହଣ ପରେ ମିଶ୍ର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା କମିଶନର ଜଗାନନ୍ଦ ଓ ପ୍ରମୋଦ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନି ଜଣିଆ କମିଟିରେ ମିଶ୍ରଙ୍କୁ ମୁଖ୍ୟ ସୂଚନା କମିଶନର ଭାବେ ମନୋନୀତ କରାଯାଇଥିଲା ।

ସେ ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ, ରାଜସ୍ୱ, ଯୋଜନା ସମନ୍ୱୟ, ଅବକାରୀ, ଶକ୍ତି, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, ସ୍କୁଲ ଓ ଗଣ ଶିକ୍ଷା ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସ ୩୧ରେ ଅବସର ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜଭବନ

ଏସୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିମା, ପ୍ରମିଳାଙ୍କୁ ବ୍ରୋଞ୍ଚ

November 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଚୀନର ଗ୍ୱାଙ୍ଗଝୌ ଠାରେ ଚାଲିଥିବା ୧୬ ତମ ଏସୀୟ କ୍ରୀଡ଼ାର ରୋଇଂ ନୌ-ଚାଳନାରେ ପ୍ରଥମ ଭାରତୀୟ ଭାବେ ଓଡ଼ିଶାର ପ୍ରତିମା ପୁହାଣ ଓ ପ୍ରମିଳା ମିଞ୍ଜ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।

ଏସୀୟ କ୍ରୀଡ଼ାର ମହିଳା ବିଭାଗରେ ଭାରତ ପ୍ରଥମ ଥର ପାଇଁ ପଦକ ପାଇଛି ।

କଟକ ଜିଲ୍ଲା ଜଗତପୁରର ପ୍ରତିମା ଓ ସୁନ୍ଦରଗଡ଼ କାଂଶବାହାଲର ପ୍ରମିଳା “କକଲେସ୍ ପେୟାର” ଇଭେଣ୍ଟରେ ୭ ମିନିଟ ୪୭ ସେକେଣ୍ଡରେ ଦୁଇ ହଜାର ମିଟର ଅତିକ୍ରମ କରି ଏହି ବିଜୟ ହାସଲ କରିଛନ୍ତି ।

ସେମାନଙ୍କ ସଫଳତା ପାଇଁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ କ୍ରୀଡ଼ାବିତ୍ ଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।

“ରୋଇଂ ପାଇଁ ଏହା ଏକ ଐତିହାସିକ ମୁହୁର୍ତ୍ତ । କେବଳ ଓଡ଼ିଶା ନୁହେଁ ଭାରତ ପାଇଁ ଏମାନେ ଗୌରବ ଆଣିଛନ୍ତି । ଉଭୟେ ଦୀର୍ଘ ଦିନଧରି କଠିନ ପରିଶ୍ରମ କରୁଥିଲେ ଓ ଏସୀଡୟ କ୍ରୀଡ଼ା ପାଇଁ ରୋଇଂ ଦଳକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା” କୋଚ୍ ଜୋସ ଜ୍ୟାକବ କହିଛନ୍ତି ।

ପ୍ରଶିକ୍ଷଣ ଶିବିରରେ ସେମାନେ ଦୈନିକ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ । ପରିଶ୍ରମର ଫଳ ମିଳିଛି ବୋଲି ସେ କହିଛନ୍ତି ।

କଟକ ମହାନଗର ନିଗମ ଅନ୍ତର୍ଗତ ପୋଡ଼ାବର ଗ୍ରାମର ସନାତନ ଓ ସଂଯୁକ୍ତା ପୁହାଣଙ୍କ ସାନ ଝିଅ ପ୍ରତିମା ଓ ରାଜଗାଙ୍ଗପୁର ଅନ୍ତର୍ଗତ ବଡ଼ ନୂଆଗାଁର ଯୋସେଫ୍ ମିଞ୍ଜଙ୍କ ଝିଅ ପ୍ରମିଳା ପଦକ ଜିତିଥିବାରୁ ଉଭୟଙ୍କ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି ।

ତୁଳସୀ ଦାସ ମଠରୁ ପାଠ ପଢା ଆରମ୍ଭ କରିଥିବା ପ୍ରତିମା ଭୈରପୁରର ଭଗବତୀ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀ ପରୀକ୍ଷା ଦେବାପରେ ଜଗତପୁର ଠାରେ ଥିବା ରୋଇଂ କ୍ରୀଡ଼ାରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ ।

ଏଠାରେ ନିଷ୍ଠାର ସହ ଶିକ୍ଷା ଲାଭ କରି ମାତ୍ର ଚାରି ମାସ ମଧ୍ୟରେ ତାମିଲନାଡ଼ୁରେ ଏକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ । ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସେ ସିଙ୍ଗାପୁର, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, ହଂକଂ ଆଦି ଯାଇ ୨୦ରୁ ଉର୍ଦ୍ଧ୍ଵ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ସେହିପରି ପ୍ରମିଳାଙ୍କ ପରିବାର ସମସ୍ତ ଭାଇ ଭଉଣୀ ଜଣେ ଜଣେ ଖେଳାଳୀ । ବଡ଼ଭାଇ ରଜତ ହକିରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ବର୍ତ୍ତମାନ ରେଳ ବିଭାଗରେ କାର୍ଯ୍ୟରତ ।

ପ୍ରମିଳା ସେଣ୍ଟମ୍ୟାରୀ ସ୍କୁଲରେ ପଢୁଥିବା ବେଳେ ସାଇ ପାଇଁ ମନୋନୀତ ହୋଇଥିଲେ । ସେ ୨୦୦୯ରେ ଜୁନିଅର ଏସିଆଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏସୀୟ କ୍ରୀଡ଼ା, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଓଡ଼ିଆ ଯୁବ ଶିଳ୍ପଦ୍ୟୋଗୀ ସାଗର ମହାନ୍ତିଙ୍କୁ ପୁରସ୍କାର

November 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୁରୀରେ ଏକ କ୍ଷୁଦ୍ର ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରାଉରକେଲାରେ ସେଲର ଏକ କ୍ଷୁଦ୍ର ବନ୍ଦର ଥିବା ବେଳେ ଝାରସୁଗୁଡ଼ା ଠାରେ ଦୀର୍ଘଦିନରୁ ଏକ ବିମାନବନ୍ଦର ଅଛି । ତାହାର ପୁନରୁଦ୍ଧାର କରାଯାଉଛି । ସେହିପରି ଭାବେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ଶୁକ୍ରବାର ସିଆଇଆଇ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏ ସଂପର୍କରେ ଖୁବ୍ଶୀଘ୍ର ବିଧିବଦ୍ଧ ନିଷ୍ପତ୍ତି ନିଆଯିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ବିଶ୍ୱର ବିଭିନ୍ନ କୋଣରୁ ପର୍ଯ୍ୟଟକମାନେ ସିଧାସଳଖ ପୁରୀକୁ ଆସିବା ପାଇଁ ସୁଯୋଗ ପାଇବେ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷୁଦ୍ର ବିମାନ ବନ୍ଦର, ପର୍ଯ୍ୟଟକ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • « Go to Previous Page
  • Page 1
  • Interim pages omitted …
  • Page 5
  • Page 6
  • Page 7
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ