• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

କୋଇଲା ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିରୋଧୀ

August 29, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୯(ଓଡ଼ିଶା ଡ଼ଟ୍ କମ୍)-ବହୁଚର୍ଚ୍ଚିତ କୋଇଲା ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ କରି ସିବିଆଇ ତଦନ୍ତ ଲାଗି କଂଗ୍ରେସ ଦାବି କରିଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଜକୁ ଦାୟୀ କରି ପରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କହିଛି ।

କୋଇଲା ପ୍ରସଙ୍ଗରେ ଗତକାଲି ଆସିଥିବା ମୁଲତବୀ ପ୍ରସ୍ତାବ ଆଜି ଆଲୋଚନା କରାଯାଇଥିଲା । କୋଇଲା ପ୍ରସଙ୍ଗରେ ଗତକାଲି ଆଲୋଚନା ହେବାକୁ ଥିଲେ ହେଁ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ ବିରୋଧରେ ଟିପ୍ପଣୀନେଇ ହଟ୍ଟଗୋଳ ହେବାରୁ ଏହା ଆଲୋଚନା ହୋଇ ପାରିନଥିଲା ।

ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂ ବିରୋଧୀଦଳ ପ୍ରସ୍ତାବ ଉପରେ ପ୍ରଥମେ ତାଙ୍କର ଉତର ରଖିଥିଲେ । ଏହାପରେ ଆଲୋଚନା ହୋଇଥିଲା ।

ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭକରି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ କୋଇଲାରେ ନିଆଁ ଲାଗିଛି । ଏହି ନିଆଁର ତାପ ସବୁଆଡେ ଯାଇଛି ।

କେନ୍ଦ୍ର ସରକାର ଯେତେବେଳେ ପ୍ରତିଯୋଗିତାମୂଳକ ବିଡିଂ ମାଧ୍ୟମରେ କୋଇଲା ବ୍ଲକ ଆବଂଟନ କରିବାକୁ ଚାହିଁଥିଲେ ସେତେବେଳେ ଓଡିଶା ସରକାର ଲିଖିତ ଭାବେ ଏହାର ବିରୋଧ କରିଥିଲେ । ସରକାର କୋଇଲା ଦୁର୍ନୀତିରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବିଭିନ୍ନ କଂପାନୀକୁ କୋଇଲା ବ୍ଲକ ଦେବା ନେଇ ସୁପାରିଶ ଉପରେ ମୋହର ଲଗାଇଥିଲେ ।

ହରିଚନ୍ଦନ କହିଲେ ରାଜ୍ୟ ସରକାର କୋଇଲା ବ୍ଲକ ଆବଂଟନ କ୍ଷେତ୍ରରେ ୪୦ରୁ ଉର୍ଦ୍ଧକମ୍ପାନୀ ପାଇଁ ସୁପାରିଶ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଜିନ୍ଦଲ ଷ୍ଟିଲ ନିମନ୍ତେ ଚିଠି ଲେଖିଛନ୍ତି ।

ରାଜ୍ୟ ସରକାର ସୁପାରିଶ କରିଥିବା କଂପାନୀ ମାନଙ୍କ ମଧ୍ୟରେ ଅଛନ୍ତି ଭୂଷଣ, ରୁଂଗଟା ମାଇନ୍ସ, ମନେଟ ଇସ୍ପାତ, ଜିନ୍ଦଲ ଷ୍ଟିଲ, ଟାଟା ପାୱାର ଓଷ୍ଟ୍ରାଟେଜିକ୍ ପାୱାର ଭଳି ଅନେକ କମ୍ପାନୀ । ଏଣୁ ରାଜ୍ୟ ସରକାର ନିଜଆଡୁ ନିଜର ସଂପୃକ୍ତି ନେଇ ସିବିଆଇ ତଦନ୍ତ ଘୋଷଣା କରନ୍ତୁ ।

ସିଏଜି ରିପୋଟ ଆସିବା ପୂର୍ବରୁ କୋଇଲା ଦୁର୍ନୀତିର ତଦନ୍ତଭାର କେନ୍ଦ୍ର ସରକାର ସିବିଆଇକୁ ଦେଇଛନ୍ତି । ତେଣୁ ରାଜ୍ୟ ସରକାର ନିଜର ସ୍ୱଚ୍ଛତା ପ୍ରମାଣ ଲାଗି ଓଡିଶାର ସଂପୃକ୍ତି ନେଇ ସିବିଆଇ ତଦନ୍ତ କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ।

ଶ୍ରୀ ହରିଚନ୍ଦନ ପ୍ରାୟ ଏକ ଘଂଟା କହିସାରିବା ପରେ କଂଗ୍ରେସ ବିଧାୟକ ଅନୁପ ସାଏ ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯିବାକୁ ଦାବି କରିଥିଲେ । ୧୪ ଜଣ ବିଧାୟକ ଏହି ଦାବି ସପକ୍ଷରେ ଛିଡା ହୋଇ ସମର୍ଥନ ଜଣାଇବାରୁ ବାଚସ୍ପତି ଏହା ଉପରେ ଦୁଇ ଘଣ୍ଟିଆ ଆଲୋଚନା ପାଇଁ ଅନୁମତି ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର, ରାଜନୀତି Tagged With: କୋଇଲା ଆବଣ୍ଟନ, ଜିନ୍ଦଲ ଷ୍ଟିଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

କୋଇଲା ଦୁର୍ନୀତିରେ ଓଡିଶା ସରକାରଙ୍କ ସଂପୃକ୍ତି ଅଭିଯୋଗକୁ ଖଣ୍ଡନ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-କୋଇଲା ସମେତ ଅନ୍ୟ ସମସ୍ତ ଖଣିଜ ପାଥର ଆବଣ୍ଟନ ନିଲାମ ପଦ୍ଧତିରେ କରା ଯିବାକୁ ଓଡିଶା ବହୁଦିନରୁ ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଦାବିକୁ ଗ୍ରହଣକରି ନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚ୍ଚିବାଳୟଠାରେ ଗୁରୁବାର ସାମ୍ବାିକମାନଙ୍କୁ କହିଛନ୍ତି ।

ସବୁ ସମୟରେ ଏକ ସ୍ୱଚ୍ଛ ପଦ୍ଧତିରେ ଖଣିଜ ସଂପଦର ବିନିଯୋଗ କରାଯିବା ଉଚିତ । ଏଥିପାଇଁ ମୂଲ୍ୟଭିତିକ ବ୍ୟବସ୍ଥା ଲାଗୁ ଉପରେ ଓଡିଶା ଗୁରୁତ୍ୱ ଦେଇଛି । ଏହାଦ୍ୱାରା ରାଜସ୍ୱ ବଢିବା ସାଙ୍ଗକୁ ଅଧିକ ନିଯୁକ୍ତି ହୋଇ ପାରିବ ।

ପଟ୍ଟନାୟକ କୋଇଲା ଦୁର୍ନୀତିରେ ଓଡିଶା ସରକାରଙ୍କ ସଂପୃକ୍ତି ଅଭିଯୋଗକୁ ଦୃଢଭାବେ ଖଣ୍ଡନ କରିଛନ୍ତି । ସେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଘରୋଇ କଂପାନୀ ଗୁଡିକ ଖଣିରୁ ନେଉଥିବା ବଳକା ଲାଭ ଉପରେ ଟିକସ ବସାଇବାକୁ ଓଡିଶା ସରକାର ଦାବି କରି ଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, କୋଇଲା ଦୁର୍ନୀତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସଚ୍ଚିବାଳୟ

ବାରିପଦାରେ ଖୋଲିବ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ କୋର୍ଟ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ମୟୁରଭଞ୍ଜ ଜିଲ୍ଲାର ବାରିପଦାଠାରେ ଏକ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ କୋର୍ଟ ଖୋଲା ଯିବ ।

ସେହିପରି ଗଂଜାମ ଜିଲ୍ଲାର ଛତ୍ରପରୁଠାରେ ଏକ ଅତିରିକ୍ତ ଜିଲ୍ଲା ଜଜ୍କୋର୍ଟ ଖୋଲାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ପ୍ରଦାନ କରିଛନ୍ତି । ଖୁବ୍ଶୀଘ୍ର ଏହା କାଯ୍ୟକାରୀ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଗନ୍ଧମାର୍ଦ୍ଧନ ସୁରକ୍ଷା ପ୍ରତିଶୃତି ପାଳନ ନ ହେବାରୁ ଉ୍ବେଗ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍) -ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଭରା ଐତିହାସିକ ତୀର୍ଥସ୍ଥଳୀ ଗନ୍ଧମାର୍ଦ୍ଧନର ସୁରକ୍ଷା ପାଇଁ ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଅଂଚଳବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ ନ ହେବାରୁ ଉ୍ବେଗ ପ୍ରକାଶ ପାଇଛି ।

ଗନ୍ଧମାର୍ଦ୍ଧନର ସୁରକ୍ଷା ଦାବି ନେଇ ୨୦୦୪ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ନେତା ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ତିନି ହଜାର ବ୍ୟକ୍ତି ନୃସିଂହନାଥରୁ ନବୀନ ନିବାସ ପର୍ଯ୍ୟନ୍ତ ସାଇକଲ ଯାତ୍ରା କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଗନ୍ଧମାର୍ଦ୍ଧନର ସୁରକ୍ଷା ନିମନ୍ତେ ଗନ୍ଧମାର୍ଦ୍ଧନକୁ ଜୈବ ମଣ୍ଡଳ ଘୋଷଣା କରିବା ପାଇଁ ଦାବି କରାଯିବା ସହ ସମସ୍ତ ପ୍ରକାର ଖଣିଖନନ ବନ୍ଦ କରାଯିବାକୁ ଦାବି ପତ୍ର ଦିଆଯାଇଥିଲା । ଏହା ସହିତ ନୃସିଂହନାଥ ମନ୍ଦିରର ବିକାଶ ନିମନ୍ତେ ଅନୁରୋଧ କରାଯାଇଥିଲା ।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସକାରାତ୍ମକ ମନୋଭାବ ପୋଷଣ କରିଥିଲେ । ତେବେ ବିକାଶର ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଥିବା ଏବଂ ଗନ୍ଧମାର୍ଦ୍ଧନକୁ ସଂରକ୍ଷିତ ଅଂଚଳ ଘୋଷଣାର ପ୍ରସ୍ତାବ ଏବେ ମଧ୍ୟ ନାଲିଫିତା ତଳେ ଚାପି ହୋଇ ରହିଥିବାରୁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷର ୨୮ ତମ ପ୍ରତିଷ୍ଠା ଦିବସରେ ଉ୍ବେଗ ପ୍ରକାଶ ପାଇଥିଲା ।ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଚେତେଇ ଦେବା ପାଇଁ ଆବଶ୍ୟକ ସ୍ଥଳେ ପୁଣି ଏକ ସାଇକଲ ଯାତ୍ରାର ଆୟୋଜନ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ପାଇକମାଲ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷର ପ୍ରତିଷ୍ଠା ଉତ୍ସବରେ ସୁଶ୍ରୀ ଫାର୍ମାସିନୀ ଶାହା,ମୀନା ବାରିକ,ଜାହ୍ନବୀ ପଟ୍ଟନାୟକ,ଅଭୟ ତ୍ରିପାଠୀ, ମୁକୁନ୍ଦ ହଂସ,ବିପ୍ର ବିଶି ଓ ରଘୁମଣୀ ବାଗଙ୍କୁ ନେଇ ଗଠିତ ସଭାପତି ମଣ୍ଡଲୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହାକ ଧୀରେନ ମହାନ୍ତି ସ୍ୱାଗତ ଜଣାଇବା ସହ ପ୍ରକାଶ କରିଥିଲେ ଯେ ଗନ୍ଧମାର୍ଦ୍ଧନ ପର୍ବତରେ ଗଚ୍ଛିତ ବକସାଇଟ ଖନନ ପାଇଁ ବାଲକୋ କମ୍ପାନୀ ଖଣି ଖନନ କରୁଥିବାରୁ ଗନ୍ଧମାର୍ଦ୍ଧନର ସୁରକ୍ଷା ସହ ବାଲକୋ କମ୍ପାନୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ୧୯ ଅଗଷ୍ଟ ୧୯୮୩ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଗଠିତ ହୋଇଥିଲା ।

ଏହାର ନିଷ୍ଠାପର ଉଦ୍ୟମ ସହ ସ୍ଥାନୀୟ ଜନସାଧାରଣଙ୍କ ଭାଗିଦାରୀ ଯୋଗୁଁ ଏହି ପ୍ରକଳ୍ପରୁ ବାଲକୋ କମ୍ପାନୀ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲା ।ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ବାଳକୋ ହଟାଓ ଆନ୍ଦୋଳନ ଦେଶର ଅନ୍ୟତମ ସଫଳ ଜନତାନ୍ତ୍ରିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ।

ବାଲକୋ ହଟାଓ ଆନ୍ଦୋଳନ ପରେ ବିଭିନ୍ନ ସମୟରେ ଆର୍ନ୍ତଜାତିକ ସ୍ତରରେ ବିଦେଶୀ କମ୍ପାନୀର ନଜର ଗନ୍ଧମାର୍ଦ୍ଧନର ବକସାଇଟ ଖଣି ଉପରେ ପଡ଼ିଛି ଏବଂ ସେହି ସମୟରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଛି ।ଯାହା ଫଳରେ ଏପର୍ଯ୍ୟନ୍ତ ବହୁରାଷ୍ଟ୍ରୀୟ କମ୍ପାନୀ କବଳରୁ ଗନ୍ଧମାର୍ଦ୍ଧନ ମୁକ୍ତ ରହିଛି ।

ଅନ୍ୟାନ୍ୟ ଆଲୋଚ୍ୟ ପ୍ରସଙ୍ଗ ମଧ୍ୟରେ ଗନ୍ଧମାର୍ଦ୍ଧନର ପ୍ରାକୃତିକ ସମ୍ପଦକୁ ଭିତିକରି ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ, ନୃସିଂହନାଥ ଓ ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବାସ୍ତବ ବିକାଶ ସହ ଉଭୟ ମନ୍ଦିରର ରକ୍ଷଣାବେକ୍ଷଣ କେନ୍ଦ୍ରୀୟ ପ୍ରତ୍ନତତ୍ୱ ବିଭାଗକୁ ପ୍ରଦାନ କରାଯିବା, ନୃସିଂହନାଥରେ ବିଚାରାଧିନ ଥିବା ହାର୍ବେଲ ଟୁରିଜନ ପ୍ରକଳ୍ପ, ସାଇନସ ପାର୍କ ସ୍ଥାପନ ସହ ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା ସହ ଗନ୍ଧମାର୍ଦ୍ଧନ ଜଙ୍ଗଳକୁ ନେଇ ଏକ ସ୍ୱତନ୍ତ୍ର ଫରେଷ୍ଟ ଜୋନ ଗଠନ କରାଯାଇ ଜଣେ ସ୍ୱତନ୍ତ୍ର ଡ଼ି.ଏଫ.ଓ ନିଯୁକ୍ତି, ଗନ୍ଧମାର୍ଦ୍ଧନରେ ମାଓବାଦୀ ପ୍ରସଙ୍ଗ ଆଦି ସ୍ଥାନ ପାଇଥିଲା ।

ଏହି ବୈଠକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ରଘୁବୀର ବରିହା, ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ବ୍ରହ୍ମାଶଙ୍କର ପ୍ରଧାନ, ନରେଶ ପ୍ରଧାନ, ପତି କୁମ୍ଭାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ରଘୁବୀର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗନ୍ଧମାର୍ଦ୍ଧନ ସୁରକ୍ଷା, ନବୀନ ନିବାସ, ବାଲକୋ କମ୍ପାନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ସ୍ୱାଧିନତା ସଂଗ୍ରାମର ଅବହେଳିତ ଅନ୍ୟତମ ସ୍ମାରକୀ

August 15, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୧୫ (ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ମାଟିରେ ଇଂରେଜ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଲାଇଥିବା ଘେଁସ ଜମିାର ମାଧବ ସିଂ ବରିହାଙ୍କୁ ଇଂରେଜ ରେକର୍ଡ଼ରେ ମାଧୋ ସିଂ ରୂପେ ବର୍ଣ୍ଣନା କରାଯାଇଛି ।

ଇଂରେଜ ମାନେ ୧୮୫୮ରେ ମାଧୋ ସିଂଙ୍କୁ ପାଶୀ ଦେଇଥିଲେ ଏବଂ ପରବର୍ତି ସମୟରେ ତାଙ୍କର ତିନି ପୂତ୍ର ହଟେ ସିଂ, କୁଞ୍ଜଳ ସିଂ ଓ ବୈରୀ ସିଂଙ୍କୁ ଆଣ୍ଡାମାନ ରେ ଥିବା ସେଲ୍ୟୁଲାର ଜେଲକୁ ପଠାଇଥିଲେ । ସେଠାରେ ବନ୍ଦୀ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉତୋଳନ କରି ସେଲୁ୍ୟଲାର ଜେଳକୁ ଯିବାରେ ଏହା ହେଉଛି ଓଡ଼ିଶାର ପ୍ରଥମ ଘଟଣା ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ୧୮୦୩ରେ ଇଂରେଜ ମାନଙ୍କ ଦ୍ୱାରାଓଡ଼ିଶା ଦଖଲ ପରେ ବିଭିନ୍ନ ସ୍ଥାନରେ ଇଂରେଜ ଶାସନ ବିରୁଦ୍ଧରେ ବି୍େରାହ ଦେଖା ଯାଇଥିଲା ।

୧୮୫୭ର ସିାହୀ ବି୍େରାହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ବୋଲି କୁହାଯାଇଛି । ତେବେ ଏହାର ଢ଼େର ପୂର୍ବରୁ ୧୮୩୩ ରୁ ୧୮୫୬ପର୍ଯ୍ୟନ୍ତ ବରଗଡ଼ ଜିଲ୍ଳାର ଘେଁସ ଜମିାର ମାଧବ ସିଂ ବରିହା (ମାଧୋ ସିଂ) ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଲାଇଥିଲେ ।

୧୦ ସେପଟେମ୍ବର ୧୮୪୯ରେ ସମ୍ବଲପୁରର ଶେଷ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ଚୌହାନ ବୀର ସୁରେନ୍ଦ୍ର ସାଏ ରାଜ ସିଂହାସନ ପାଇଁ ଦାବି ଜଣାଇଥିଲେ । ମାତ୍ର ଇଂରେଜ ମାନେ ସୁରେନ୍ଦ୍ର ସାଏଙ୍କ ଦାବିକୁ ଅଣଦେଖା କରି ନାରାୟଣ ସିଂଙ୍କ ବିଧବା ପତ୍ନୀଙ୍କୁ ରାଜଗାଦି ଅର୍ପଣ କରିଥିଲେ ।

ଏଣୁ ଏହାକୁ କେନ୍ଦ୍ରକରି ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସ୍ଥାନୀୟ ଅଧିବାସୀ ମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଘେଁସ ଜମିାର ମାଧୋ ସିଂ ଏହାର ନେତୃତ୍ୱ ନେଇଥିଲେ ।

ଏହି ଐତିହାସିକ ଘଟଣା ଭାରତୀୟ ଆଦ୍ୟ ମୁକ୍ତି ସଂଗ୍ରାମର ପ୍ରତୀକ । ଏଥି ସକାଶେ ସମଗ୍ର ଭାରତବାସୀ ଗର୍ବିତ ।ତେବେ ଭାରତୀୟ ମୁକ୍ତି ସଂଗ୍ରାମର ଏହି ଆଦ୍ୟ ସ୍ମାରକୀ ଆଜି ଅବହେଳିତ ତଥା ଧ୍ୱଂସ ସ୍ତୁରେ ପରିଣତ ହୋଇଛି । ଏହି ସ୍ଥଳୀକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହେଉଛି ।

ମାତ୍ର ନିଷ୍ପତି ନେବାରେ ସରକାରୀ ଅବହେଲା ତଥା ବର୍ତମାନ ଘେଁସ ଜମିାରଙ୍କ ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ଏହି ଐତିହାସିକ ଧରୋହରର ସୁରକ୍ଷା କରିବାପାଇଁ ସେମାନେ ସମର୍ଥ ନୁହନ୍ତି ।

ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ଘେଁସ ଜମିଦାର ମାଧୋ ସିଂ ନିଜେ ଶହୀଦ ହେବା ସାଙ୍ଗକୁ ତାଙ୍କର ତିନି ପୁତ୍ର ଓ ଜ୍ୱାଇଁ ମଧ୍ୟ ଶହୀଦ ହୋଇଥିଲେ ।

ଏଭଳି ଏକ ଘଟଣା ସମଗ୍ର ଓଡ଼ିଶା ତଥା ଭାରତରେ ବିରଳ । ମାତ୍ର ଏହାର ପ୍ରତିଦାନରେ ଓଡ଼ିଶା ତଥା କେନ୍ଦ୍ର ସରକାର ଏହି ପରିବାରପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି କି ?

ତାହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସ୍ୱାଧିନତାରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀଙ୍କୁ ସରକାର ପେନସନ ଦେବାର ବ୍ୟବସ୍ଥା କରିବା ସହ ବିଭିନ୍ନ ସୁବିଧା ସୁଯୋଗର ବନ୍ଦୋବସ୍ତ କରିଛନ୍ତି ।

ମାତ୍ର ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରି ସର୍ବସ୍ୱ ହରାଇଥିବା ଘେଁସ ଜମିାରଙ୍କ ଦାୟଦ ମାନଙ୍କ ପ୍ରତି ସରକାରଙ୍କ କଣ କିଛି କର୍ତବ୍ୟ ଓ ଦାୟିତ୍ୱ ନାହିଁ ।

ଗତବର୍ଷ ଖଡ଼ିଆଲର ମହାରାଣୀ ରାଜର୍ଷି ଦେବୀ ଘେଁସର ଶହୀଦ ପରିବାରଙ୍କ ଦୁରାବସ୍ଥା ଦେଖି ଏହି ସେମାନଙ୍କୁ ସ୍ୱାଧିନତା ସଂଗ୍ରାମୀର ଯଥୋଚିତ ମାନ୍ୟତା ଦେବା ସହ ଏହାକୁ ଜାତୀୟ ସ୍ୱାରକୀ ଘୋଷିତ କରାଯାଇ ତହିଁର ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ରୂପେ ନିବେଦନ କରିଥିଲେ ।

ରାଜଶ୍ରୀ ଦେବୀଙ୍କ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇବା ସହ ରାଜସ୍ୱ ଓ ଅର୍ଥବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦେଇଥିଲେ ।ଏହାର କପି ଏବେ ବି ରାଜଶ୍ରୀ ଦେବୀଙ୍କ ନିକଟରେ ରହିଛି ।ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁାରିସ ପତ୍ର ଏବେ ବି ସଚିବାଳୟର ନାଲିଫିତା ତଳେ ଚାପି ହୋଇ ରହିଛି ।

ସଂପ୍ରତି ସମଗ୍ର ଦେଶ ସ୍ୱାଧିନତା ଦିବସର ସ୍ମାରକୀ ପାଳନରେ ବ୍ୟସ୍ତ ରହିଥିବା ସମୟରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନକୁ ପ୍ରାରମ୍ଭିକ ସ୍ତରରେ ଆରମ୍ଭ କରିଥିବା ବ୍ୟକ୍ତି ମାନଙ୍କୁ ସଭିଏଁ ଭୁଲି ଯାଉଛନ୍ତି ।

ଯଦିବା ତାଙ୍କ ନାମ ସ୍ୱାଧିନତା ଦିବସ ଅଥବା ଜନରାଜ୍ୟ ଦିବସର ଭାଷଣରେ ସ୍ଥାନ ପାଉଛି । ସେମାନଙ୍କ ଉତ୍ତର ଦାୟଦ ମାନଙ୍କ ପ୍ରତି ଆମର ସମ୍ମାନ ଓ କର୍ତବ୍ୟ ପ୍ରତି ସଭିଏଁ ଭୁଲି ଯାଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସ୍ୱାଧିନତା ସଂଗ୍ରାମ

ପୋଲାଭରମ୍: ଆନ୍ଧ୍ର ଠାରୁ ସ୍ପଷ୍ଟିକରଣ ଲୋଡ଼ିଲେ ଓଡ଼ିଶା ସରକାର

August 13, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ୍ ପ୍ରକଳ୍ପ ସଂପର୍କରେ ରାଜ୍ୟ ଜଳସଂପଦ ବିଭାଗ ଆନ୍ଧ୍ର ପ୍ରଦେଶ ସରକାରଙ୍କଠାରୁ କେତେକ ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ଲୋଡ଼ିଛି ।

ଏହାର ଉତ୍ତର ମିଳିବା ପରେ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ହେବକି ନାହିଁ ସ୍ଥିର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପୋଲାଭରମ ପ୍ରକଳ୍ପ ନିଶ୍ଚୟ ହେବ ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିବା ପରେ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି ।

ପୋଲାଭରମ୍ ମାମଲା ସୁପ୍ରିମକୋର୍ଟଙ୍କ ବିଚାରଧିନ ରହିଛି ଓ ଓଡ଼ିଶା ସରକାର ଏ ସଂପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ କେତେକ ସ୍ପଷ୍ଟିକରଣ ଲୋଡିଛନ୍ତି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଗତମାସ ୨୬ ତାରିଖରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଯନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ । ତେଣୁ ଓଡ଼ିଶା ଜଳ ସଂପଦ ବିଭାଗ ଏ ସଂପର୍କରେ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖି କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜାଣିବାକୁ ଚାହିଁଛନ୍ତି ବୋଲି ବିଭାଗୀୟ ସଚିବ କହିଛନ୍ତି ।

ତେବେ ପୋଲାଭରମ ବିବାଦ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଜରିଆରେ ବିଚାର କରିବାକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ବଂଶଧାରା ମାମଲାରେ ସୁପ୍ରିମ କୋର୍ଟ ହୃୟଙ୍ଗମ କରି ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିଦେ୍ର୍ଧଶ ଦେଇଥିଲେ ।

ସେହିପରି ପୋଲାଭରମ୍ ବିବା ମଧ୍ୟ ଏକ ଟ୍ରିବ୍ୟୁନାଲରେ ବିଚାର ହେବା ଆବଶ୍ୟକ ବୋଲି ସରକାର ଦର୍ଶାଇଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆନ୍ଧ୍ର ସରକାର, ଓଡ଼ିଶା ସରକାର, ପୋଲାଭରମ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସୁପ୍ରିମକୋର୍ଟ

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡିର ଭୋଟ ବର୍ଜନ ନିଷ୍ପତି

August 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୫(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୭ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରୁ ବିରତ ରହି ବିଜେଡି ଭୋଟ୍ ବର୍ଜନ କରିବ ବୋଲି ଦଳ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।

ଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏସଂପର୍କରେ ଘୋଷଣା କରିଛନ୍ତି । ଦୁଇ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିର ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି କାହାକୁ ଭୋଟ ଦେବ ସେନେଇ ଦଳ ମଧ୍ୟରେ କୌଣସି ନିଷ୍ପତି ହୋଇପାରିନଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉପରାଷ୍ଟ୍ରପତି ନିର୍ବାଚନ, ବିଜେଡ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଜଳସେଚନ ସୁବିଧା ପାଇଁ ତିନି ବର୍ଷରେ ଏକଲକ୍ଷ ନଳକୂପ

August 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ତିନିବର୍ଷରେ ରାଜ୍ୟରେ ଏକଲକ୍ଷ ନଳକୂପ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଖରିଫ୍ ଋତୁରେ ୧୦ ଲକ୍ଷ ହେକ୍ଟର ଏବଂ ରବି ଋତୁରେଦୁଇଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ ।

ବର୍ତମାନ ସୁଦ୍ଧା ରାଜ୍ୟରେ ୧୩,୦୦୦ ନଳକୂପ ଚାଷ ଜମିରେ ଖୋଳାଯାଇଛି । ଏହାମଧ୍ୟରୁ ୨୫୧୪ରେ ବିଦ୍ୟୁତ୍ ସଂଯୋଗ
କରାଯାଇଥିବା ବେଳେ ଆଗାମୀ ଏକମାସ ମଧ୍ୟରେ ଆଉ ୫,୦୦୦ ପ୍ରକଳ୍ପରେ ବିଦ୍ୟୁତ୍ ସଂଯୋଗ କରାଯାଇ ରବିଚାଷ ପାଇଁ ପାଣି ଯୋଗାଇ ଦିଆଯାଇ ପାରିବ ବୋଲି ବୈଠକରେ କୁହାଯାଇଛି ।

ଏହି ଜଳସେଚନ ବ୍ୟବସ୍ଥା ଦ୍ୱାରାଚାଷୀମାନେ ବର୍ଷକୁ ତିନୋଟି ଫସଲ ଅମଳ କରିପାରିବେ ଏବଂ ବର୍ଷସାରା ପାଣି ପାଇପାରିବେ । ସୂଚନାଯୋଗ୍ୟ ଯେ ଗୋଟିଏ ନଳକୂପରୁ ହାରାହାରି ୧୦ ହେକ୍ଟରରୁ ଅଧିକ ଜମିକୁ ପାଣି ଯୋଗାଇ ଦିଆଯାଇପାରୁଛି । ଏତ୍ବ୍ୟତୀତ ରାଜ୍ୟର ବିଭିନ୍ନ ନଦୀରେ ବର୍ତମାନ ସୁଦ୍ଧା ଦୁଇ ହଜାର ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି ବୋଲି ବୈଠକରୁ ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଳସେଚନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମନ୍ତ୍ରୀମଣ୍ଡଳ ଅଦଳବଦଳ: ପ୍ରସନ୍ନଙ୍କୁ ଅର୍ଥ ଦାମଙ୍କୁ ସ୍ୱାସ୍ଥ୍ୟ ବିଭାଗ

August 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସହ କେତେକ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଶପଥ ଗ୍ରହଣ କରିଥିବା ଦାମୋଦର ରାଉତଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କଳ୍ପତରୁ ଦାସଙ୍କୁ ପଂଚାୟତିରାଜ ଓ ବିଜୟଶ୍ରୀ ରାଉତରାୟଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି ।

ମନ୍ତ୍ରୀଙ୍କ ବିଭାଗ
———-
ନବୀନ ପଟ୍ଟନାୟକ(ମୁଖ୍ୟମନ୍ତ୍ରୀ)ଗୃହ, ପୂର୍ତ ଓ ଜଳ ସଂପଦ, ସାଧାରଣ ପ୍ରଶାସନ
ପ୍ରସନ୍ନ ଆଚାର୍ଯ୍ୟ-ଅର୍ଥ, ସାଧାରଣ ଉଦ୍ୟୋଗ
ଦାମୋଦର ରାଉତ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଏମ୍ଏସ୍ଏମ୍ଇ
ବିଜୟଶ୍ରୀ ରାଉତରାୟ-ଜଙ୍ଗଲ ଓ ପରିବେଶ, ଶ୍ରମ ଇଏସ୍ଆଇ
ରବିନାରାୟଣ ନନ୍ଦ-ସ୍କୁଲ ଓ ଗଣଶିକ୍ଷା
କଳ୍ପତରୁ ଦାସ-ପଂଚାୟତିରାଜ, ସଂସଦୀୟ ବ୍ୟାପାର
ଅରୁଣ ସାହୁ-ଶକ୍ତି ଓ ସୂଚନା ଲୋକସଂପର୍କ
ପ୍ରତାପ କେଶରୀ ଗୋ-ଖାଦ୍ୟ ଯୋଗଣ, ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ
ରଜନୀକାନ୍ତ ସିଂହ- ଖଣି ଓ ଇସ୍ପାତ
ସରୋଜିନୀ ହେମ୍ବ୍ରମ୍- ହସ୍ତତନ୍ତ ଓ ବୟନଶିଳ୍ପ
ସୁବ୍ରତ ତରାଇ- ବାଣିଜ୍ୟ ଓ ପରିବହନ
ନିରଂଜନ ପୂଜାରୀ- ଶିଳ୍ପ, ଅବକାରୀ
ରଘୁନାଥ ମହାନ୍ତି- ଗୃହ ନିର୍ମାଣ ନଗର ଉନ୍ନୟନ, ଆଇନ ଓ ସୂଚନା ପ୍ରଯୁକ୍ତି
ସୂର୍ଯ୍ୟ ନାରାୟଣ ପାତ୍ର- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ରମେଶ ମାଝୀ- କ୍ରୀଡ଼ା ଯୁବ ବ୍ୟାପାର, ବିଜ୍ଞାନ ଓ କାରିଗରୀ, ସାଧାରଣ ଅଭିଯୋଗ
ମହେଶ୍ୱର ମହାନ୍ତି- ସଂସ୍କୃତି ଓ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ
ବିକ୍ରମ ଆରୁଖ- ଗ୍ରାମ୍ୟ ଉନ୍ନୟନ ଓ ସମବାୟ
ବେୀ ପ୍ରସା ମିଶ୍ର- କୃଷି ମତ୍ସ୍ୟ ଓ ପଶୁ ସଂପଦ
ଉଷା ଦେବୀ-ମହିଳା ଓ ଶିଶୁ ବିକାଶ
ଲାଲବିହାରୀ ହିମିରିକା- ଆଦିବାସୀ, ଅନୁସୂଚିତ ଜାତି ଓ ଜନଜାତି
ବଦ୍ରି ନାରାୟଣ ପାତ୍ର-ଉଚ୍ଚଶିକ୍ଷା

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମନ୍ତ୍ରୀମଣ୍ଡଳ ଅଦଳବଦଳ, ୯ ନୂଆ ମନ୍ତ୍ରୀ

August 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଥିବା ବେଳେ ୯ଜଣ ନୂଆ ମନ୍ତ୍ରୀଙ୍କୁ ଏଥିରେ ସାମିଲ କରିଛନ୍ତି ।

ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ ଏବଂ କଳ୍ପତରୁ ଦାସଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିବା ବେଳେ ରବିନାରାୟଣ ନନ୍ଦ, ଅରୁଣ ସାହୁ, ସରୋଜିନୀ ହେମ୍ବ୍ରମ, ପ୍ରତାପ ଦେବ, ରଜନୀକାନ୍ତ ସିଂହ, ସୁବ୍ରତ ତରାଇ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ନୂଆ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇଛନ୍ତି ।

ସେହିପରି ଅର୍ଥ ଓ ଅବକାରୀ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଶକ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଶାସକ ଦଳ ମୁଖ୍ୟ ସଚେତକ ଏବଂ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କୁ ଉପମୁଖ୍ୟ ସଚେତକ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମନ୍ତ୍ରୀମଣ୍ଡଳ ଅଦଳବଦଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Page 7
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ