• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସରକାର

ମହିଳା କମିଶନଙ୍କ ରିପୋର୍ଟ ବିଜେଡି ପ୍ରାୟୋଜିତ: ପ୍ୟାରିମୋହନ

November 11, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ପୁରୀ ଜିଲ୍ଲା କଣାସ ସିଏଚସିର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନ ଶୁକ୍ରବାର ଯେଉଁ ରିପୋର୍ଟ ସରକାରଙ୍କୁ ପ୍ରଦାନ କଲେ ତାହା ହେଉଛି ବିଜେଡି ପ୍ରାୟୋଜିତ ବୋଲି ବିଜେଡିରୁ ନିଲମ୍ବିତ ସାଂସଦ ପ୍ୟାରିମୋହନ ମହାପାତ୍ର ଅଭିଯୋଗ କରିଛନ୍ତି ।

ଓଡିଶା ଜନମୋର୍ଚ୍ଚା ମୁଖ୍ୟ ମହାପାତ୍ର କହିଛନ୍ତି ମହିଳା କମିଶନ ଉପର ଠାଉରିଆ ଭାବେ ତଦନ୍ତ କରିଛନ୍ତି । ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇଛନ୍ତି । ଏ ଘଟଣାକୁ ନେଇ ସେ କୋର୍ଟର ଆଶ୍ରୟ ନେବେ ।

ଏ ଘଟଣାରେ ପ୍ରତିକ୍ରୀୟା ପ୍ରକାଶକରି ବିଜେଡି ଉପସଭାପତି ଶ୍ରୀ ଦାମୋଦର ରାଉତ କହିଛନ୍ତି ବିଜେଡି ଦ୍ୱାରାକିଛି ପ୍ରାୟୋଜିତ ହୋଇନାହିଁ କି କେହି ତାଙ୍କୁ କିଛି କହି ନାହାଁନ୍ତି । କମିଶନ ନିଜ ଇଛାରେ ଯାଇଛନ୍ତି ଓ ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ସେ ରିପୋର୍ଟକୁ ଆମେ ପରୀକ୍ଷା ନିରକ୍ଷା କରି ଦେଖୁଛୁ ବୋଲି ରାଉତ କହିଛନ୍ତି ।

ଏ ଘଟଣାକୁ ନେଇ ଆୟୁଷ ଡାକ୍ତର ସଂଘର କୋଷାଧ୍ୟକ୍ଷ ରାମକୃଷ୍ଣ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ମାଧବୀଙ୍କ ବଦଳୀ ବେଆଇନ ଭାବେ ହୋଇଛି । ନିୟମ ଅନୁସାରେ ଜିଲ୍ଲା ଭିତରେ ଦୁଇ ଜଣ ଡାକ୍ତରଙ୍କ ସହମତି ଭିତିରେ ବଦଳି ହୋଇ ପାରିବେ । କିନ୍ତୁ ମାଧବୀଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ହୋଇଛି ।

ପ୍ରକୃତ ଦୋଷି କିଏ ତାକୁ ବାହାର କରାଯାଉ । ମାଧବୀଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଉ ଏବଂ କ୍ଷତିପୂରଣ ଦିଆଯାଉ ବା ପରିବାରରେ ଜଣକୁ ଚାକିରୀ ଦିଆଯାଉ ବୋଲି ସଂଘ ଦାବି କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ପ୍ୟାରିମୋହନ ମହାପାତ୍ର, ବିଜେଡ଼ି, ମହିଳା କମିଶନ, ମାଧବୀଲତା ମୃତ୍ୟୁ, ସରକାର

ଓଡିଶା ଦୁର୍ନୀତିର ପର୍ଦ୍ଧା ଫାସ କରାଯିବ: ମନିଷ ସିଶୋଦିଆ

October 26, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୨୬(ଓଡ଼ିଶା ଡ଼ଟ୍ କମ୍)–ଓଡିଶାରେ ହୋଇଥିବା ସବୁ ଦୁର୍ନୀତିର ପର୍ଦ୍ଧା ଫାସ କରାଯିବ, ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଇଣ୍ଡିଆ ଏଗ୍ନେଷ୍ଟ କରପୋସନର କୋର୍ କମିଟି ସଦସ୍ୟ ମନିଷ ସିଶୋଦିଆ ।

ସେ କହିଛନ୍ତି ଖଣିଜ ସଂପଦରେ ଭରା ଓଡଶା ବିକାଶ ନହେବର କରାଣ ଏଠାରେ ଯେଉଁ ସରକାର ଆସୁଛି ସେ ପୁଞ୍ଜିପତିଙ୍କ ଦଲାଲ ସାଜୁଛି ।

ବିଜେଡି ସରକାର କଂଗ୍ରେସ ସାଂସଦ ନବୀନ ଜିନ୍ଦଲ କଂପାନୀଙ୍କ ପାଇଁ ସୁପାରିଶ କରିବା ପ୍ରସଂଗକୁ ବି ସେ ଉଠାଇଥିଲେ । ସେ କହିଥିଲେ ବିଜେଡି ସରକାରର ଏପରି ମନୋବୃଚିରେ କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି ।

ସିଶୋଦିଆ କହିଛନ୍ତି ଓଡିଶାରେ କଂଗ୍ରେସ ଓ ବିଜେପି ବିରୋଧି ଦଳ ପରି ମନେ ହେଉନାହାଁନ୍ତି । ତେବ ବିକଳ୍ପ ରାଜନୈତିକ ଶକ୍ତିଭାବେ ଆଇଏସି ସଂସ୍ଥା ଏଥର ରାଜ୍ୟର ସବୁ ବିଧାନ ସଭା ଓ ଲୋକ ସଭା ଆସନରେ ପ୍ରାର୍ଥିଦେବ ।

ତେବେ ପଞ୍ଚାୟତ ରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ନବୀନ ଜିନ୍ଦଲ କଂଗ୍ରେସର ହୁଅନ୍ତ କି ବିଜେପିର ହୁଅନ୍ତୁ ସେଥିରେ ଓଡିଶା ବ୍ୟସ୍ତ ନୁହେଁ । ଓଡଶା ପାଇଁ ସେ ଅର୍ଥ ବିନିଯୋଗ କରିଛନ୍ତି ।

ସେ ୧୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରିଛନ୍ତି । ସେ ଦୃଷ୍ଟିରୁ ଓଡିଶା ସରକାର ତାଙ୍କପାଇଁ ଖଣି ସୁପାରିଶ କରି କୌଣସି ଭୁଲ କରି ନାହାଁନ୍ତି । କୌଣସି ଦଳ ପାଇଁ ନୁହେଁ ଓଡିଶାରେ ଶିଳ୍ପ ପାଇଁ ଆସିଥିବା ସବୁ କଂପାନୀକୁ ସରକାର ଖଣି ଦେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେଡ଼ି, ବିଜେପି, ସରକାର, ସାମ୍ବାଦିକ ସମ୍ମିଳନୀ

ମୁଖ୍ୟସ୍ରୋତରେ ସାମିଲ ପାଇଁ ସବ୍ୟସାଚୀଙ୍କୁ ଗାନ୍ଧୀବାଦୀଙ୍କ ପୁଣି ଚିଠି

October 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୧୬(ଓଡ଼ିଶା ଡ଼ଟ୍ କମ୍) –ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ସବ୍ୟସାଚୀଙ୍କୁ ପୁଣିଥରେ ମଙ୍ଗଳବାର କିଛି ଗାନ୍ଧୀବାଦୀ ଏକ ଚିଠି ଜରିଆରେ ଆହ୍ୱାନ ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବ୍ୟସାଚୀଙ୍କ ଅନ୍ତରଙ୍ଗ ବନ୍ଧୁଙ୍କୁ ଭେଟିବା ସହିତ ତାଙ୍କ ଦ୍ୱାରାଉପସ୍ଥାପିତ ଦାବୀ ଓ ପ୍ରସ୍ତାବକୁ ସରକାରଙ୍କ ନିକଟରେ ରଖା ଯାଇଛି ବୋଲି ଚିଠିରେ ଉଲ୍ଲେଖ ଅଛି ।

ଦାବୀଗୁଡିକ ବିଚାରକରି ସହ ସମସ୍ତ ପ୍ରକାର ସହଯୋଗ ପାଇଁ ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ପ୍ରତିଶ୍ରୃତି ଦେଇଥିବା ଚିଠିରେ ଉଲ୍ଲେଖ ରହିଛି ।

ମାଓବାଦୀଙ୍କ ନାଁରେ ଜେଲରେ ଥିବା ବ୍ୟକ୍ତିମାନଙ୍କ କେସ୍ ପ୍ରତି ଦଦୁଇ ମାସରେ ସରକାର ସମୀକ୍ଷା କରିବା ପାଇଁ ପ୍ରତିଶୃତି ଦେଇଥିବା ଏଥିରେ କୁହାଯାଇଛି । ଠିକ୍ ସେହିପରି ଜେଲରୁ ମୁକୁଳିବା ପରେ ସେମାନଙ୍କ ସ୍ୱାଭାବିକ ଜୀବନ ଯାପନ ପାଇଁ ସରକାର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିବା ଚିଠିରେ ଉଲ୍ଲେଖ ରହିଛି ।

ସେହିପରି ଗରିବ ଆଦିବାସୀଙ୍କ ଜମି ହଡପ ସମସ୍ୟାର ସମାଧାନ ପାଇଁ ବୋର୍ଡ ଅଫ୍ ରେଭିନ୍ୟୁୟୁ ମେମ୍ବରଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେମଧ୍ୟ ସେମାନଙ୍କର ସମାଧାନ ପାଇଁ ବିଜ୍ଞାପନ ଜରିଆରେ ପ୍ରସ୍ତାବ ଆହ୍ୱାନ କରିଥିବା କୁହାଯାଉଛି ।

ଜୟପରାଜୟର ମାନସିକାତାର ଉପରକୁ ଉଠି ଆଲୋଚନା କଲେ ସବୁ ସମାଧାନର ଉପାୟ ବାହାରି ପାରିବ ବୋଲି ବୁଦ୍ଧିଜୀବୀମାନେ ଚିଠିରେ ଲେଖିଛନ୍ତି ।

ଏହି ଚିଠିରେ ଅର୍ଣ୍ଣପୂର୍ଣ୍ଣା ମହାରମା, ରବିରାୟ, ମହମ୍ମଦ ବାଜୀ, ରତନ ଦାସ, ଭଗବାନ ପ୍ରକାଶ ଏବଂ ପ୍ରଫେସର ରାଧାମୋହନଙ୍କ ନାଁଆ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗାନ୍ଧୀବାଦୀଙ୍କ ଚିଠି, ସବ୍ୟସାଚୀ, ସରକାର

ଓଏମ୍ସି-ସୈନିକ ଖଣି ମାମଲାରେ ସରକାରଙ୍କୁ ନୋଟିସ୍

October 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୧୫(ଓଡ଼ିଶା ଡ଼ଟ୍ କମ୍) –ଓଡିଶା ଖଣି ନିଗମ ଓ ଘରୋଇ ସୈନିକ କଂପାନୀ ମଧ୍ୟରେ ହୋଇଥିବା ବୁଝାମଣା ଉପରେ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ସୋମବାର ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ସମେତ ସଂପୃକ୍ତ ପକ୍ଷମାନଙ୍କୁ ନୋଟିସ ଜାରି କରିଛନ୍ତି ।

୪ ସପ୍ତାହ ମଧ୍ୟରେ ସେମାନଙ୍କୁ ନିଜର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତାଳଚେରର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ବୁଝାମଣାକୁ ବାତିଲ କରିବା ଏବଂ ଘଟଣାର ସିବିଆଇ ତଦନ୍ତ ଦାବିକରି ସୁପ୍ରିମକୋର୍ଟ ରେ ମାମଲା ଦାୟର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ମାମଲା, ସରକାର, ସୁପ୍ରିମକୋର୍ଟ

ଡବଲ ମର୍ଡର ଘଟଣାରେ ୨ ଜଣଙ୍କୁ ଫାଶୀ ଦଣ୍ଡାଦେଶ

October 13, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆପଡା,ଅକ୍ଟେବର ୧୩ (ଓଡ଼ିଶା ଡ଼ଟ୍ କମ୍) –ନୂଆପଡା ଜିଲ୍ଲାରେ ଘଟିଥିବା ଏକ ଡବଲ ମର୍ଡର ଘଟଣାରେ ନୂଆପଡା ଜିଲ୍ଲା ଦୌରାଜଜ୍ ମଧୁସୂଦନ ଧଳ ୨ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି । ଏହି ଫାଶୀ ଦଣ୍ଡକୁ ନେଇ ଗୋଟିଏ ସପ୍ତାହରେ ୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି ।

ନୂଆପଡା ଜିଲ୍ଲା ଦୌରାଜଜ୍ ମଧୁସୂଦନ ଧଳ ଆଇପିସି ଧାରା ୪୬୦ ଓ ୩୦୭ ଅନୁଯାୟୀ ଅଭିଯୁକ୍ତ ମନୋଜ ଭୋଇ ଓ ମୋତିଲାଲ ବାରିକଙ୍କୁ ଦଶବର୍ଷ ସଶ୍ରମ କାରାଦଣ୍ଡ ଓ ୩୦୨ ଦଫାରେ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,୨୦୧୧ ଫେବୃୟାରୀ ୧ ତାରିଖରେ ଦାଦାବଟି ସଂଗ୍ରହକୁ ନେଇ କୋମନା ଥାନା ସିହନାମୁଣ୍ଡା ଗାଁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା ।

ଇଟାଭାଟିକୁ ଶ୍ରମିକ ଯୋଗାଉଥିବା ସର୍ଦ୍ଧାର ପଙ୍କଜ ମିର୍ଦ୍ଧଙ୍କ ଘରକୁ ଯାଇ ଅଭୁଯୁକ୍ତମାନେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ସାଏବାନିଙ୍କୁ ୩୦ ହଜାର ଟଙ୍କା ଦାଦାବଟି ମାଗିଥିଲେ ।

ସାଏବାନି ଟଙ୍କା ଦେବାକୁ ମନାକରିଦେବାରୁ ସେମାନେ ଫେରି ଯାଇଥିଲେ । ଟଙ୍କା ନେଦେଲେ ସେମାନେ ରାତିରେ ଆସି ସମସ୍ତଙ୍କୁ ମାରିଦେବେ ବୋଲି ଧମକ ଦେଇ ଫେରି ଯାଇଥିଲେ । ପଙ୍କଜ ଘରକୁ ଫେରି ସବୁ ଶୁଣି ଏଥିପ୍ରତି ଗୁରୁତ୍ୱ ନଦେଇ ଖାଇପିଇ ଶୋଇ ପଡିଥିଲୋ

ବିଳମ୍ବିତ ରାତ୍ରିରେ ଅଭିଯୁକ୍ତମାନେ ଆସି ପଡାର ସମସ୍ତ ଘର କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ । ପରେ ପଙ୍କଜଙ୍କ ଘର ଟିଣ କବାଟ ଭାଙ୍ଗି ଘରେ ପଶିଥିଲେ ।

ଏକ ଧାରୁଆ ଅସ୍ତ୍ରରେ ପଙ୍କଜକୁ ଆଘାତ କରିବାରୁ ସେ ଅଚେତ ହୋଇ ଯାଇଥିଲେ । ଏହାପରେ ସେମାନେ ପତ୍ନୀ ସାଏବାନି, ଝିଅ କୌଶଲ୍ୟା ଓ ଦୁଇ ପୁଅ କ୍ଷିରସିନ୍ଧୁ ଓ ମୁକେଶଙ୍କୁ ହାଣି ପକାଇଥିଲେ । ସମସ୍ତେ ମରିଗଲେ ବୋଲି ଘରେ ତାଲା ପକାଇ ଚାଲି ଯାଇଥିଲେ ।

ତାପରଦିନ ପଙ୍କଜର ବଡଭାଇ ବୃନ୍ଦାବନ ଆସି ଦେଖିଲେ ଘର ବାହାରପଟୁ ତାଲା ପଡିଛି । ସେ ତାଲା ଭାଙ୍ଗି ଦେଖିଲେ ସମସ୍ତେ ରକ୍ତଜୁଡୁବୁଡୁ ହୋଇ ଅଚେତ ହୋଇ ପଡିଛନ୍ତି ।

ସେତେବଳକୁ ଝିଅ କୌଶଲ୍ୟାର ମୃତ୍ୟୁ ହୋଇ ଯାଇଥିଲା । ସଙ୍ଗେସଙ୍ଗେ ସମସ୍ତଙ୍କୁ ନୂଆପଡା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ସାଏବାନିର ମୃତ୍ୟୁ ହୋଇ ଯାଇଥିଲା । ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ବୀରସୁରେନ୍ଦ୍ର ସାଏ ବଡମେଡିକାଲକୁ ପଠା ଯାଇଥିଲା ।

ଚିକତ୍ସା ଯୋଗୁଁ ସେମାନଙ୍କର ଜୀବନ ରକ୍ଷା ପାଇ ଯାଇଥିଲା । ଖବର ପାଇ କୋମନା ଥାନା ଅଧିକାରୀ ଶିବରାମ ସାହୁ ଏ ଘଟଣାର ତଦନ୍ତ କରିଥିଲେ । ତୁରନ୍ତ ଚାର୍ଜସିଟ ଦେବାରୁ ନୂଆପଡା ସେନସସ କୋର୍ଟ ୧୭ ଜଣ ସାକ୍ଷ ପ୍ରଦାନକୁ ଭିିତିକରି ଏହି ରାୟ ଶୁଣାଇଛନ୍ତି ।

ସରକାରଙ୍କ ପକ୍ଷରୁ ଓକିଲ ମୁରଲିଧର ପଣ୍ଡା ଓ ଅଭିଯୁକ୍ତମାନଙ୍କ ପକ୍ଷରୁ ପରିମଳକାନ୍ତି ବୋଷ ଓ ବିଶ୍ୱମଣି ପାଣିଗ୍ରାହି ଏହି ମାମଲା ପରିଚାଳନା କରୁଥିଲେ । ଅଭିଯୁକ୍ତମାନେ ଏହି ରାୟ ବିରୋଧରେ ହାଇକୋର୍ଟକୁ ଯିବେ ବୋଲି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଡବଲ ମର୍ଡର, ଫାଶୀ ଦଣ୍ଡାଦେଶ, ସରକାର, ହାଇକୋର୍ଟକୁ

ବସ ଭଡା ବୃଦ୍ଧି ନ ହେଲେ ନଭେମ୍ବର ୧ରୁ ଧର୍ମଘଟ

October 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୨ (ଓଡିଶା ଡଟ୍ କମ୍)-ଘରୋଇ ବସ୍ ମାଲିକ ସଂଘ ଆସନ୍ତା ୧୪ ତାରିଖରେ ଡାକରା ଦେଇଥିବା ଧର୍ମଘଟ ଘୁଞ୍ଚି ଯାଇଛି । ଯଦି ଆସନ୍ତା ୩୧ ତାରିଖ ସୁଦ୍ଧା ବସ ଭଡା ବୃଦ୍ଧି କରାନଯାଏ ତେବେ ନଭେମ୍ବର ୧ ତାରିଖରେ ପୁଣି ଆନ୍ଦୋଳନ ହେବ ବୋଲି ମାଲିକ ସଂଘ କହିଛନ୍ତି ।

ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇଙ୍କ ସହ ମାଲିକ ସଂଘର କର୍ମକର୍ତାଙ୍କ ବୈଠକ ସଚିବାଳୟରେ ହେବାପରେ ପ୍ରସ୍ତାବିତ ଧର୍ମଘଟ ଘୁଞ୍ଚାଇବାକୁ ନିଷ୍ପତି ହୋଇଛି । ଦଶହରା ଦୃଷ୍ଟିରୁ ଧର୍ମଘଟ ଘୁଞ୍ଚାଇବା ନିମନ୍ତେ ସରକାର ଅନୁରୋଧ କରିଥିଲେ ।

ସରକାରଙ୍କ ଅନୁରୋଧପରେ ମାଲିକ ସଂଘର ଏକ ବୈଠକ ଡକାଯାଇ ୧୪ ତାରିଖ ଧର୍ମଘଟକୁ ସ୍ଥଗିତ ରଖା ଯାଇଛି । ଡିଜେଲ ଦର ବୃଦ୍ଧିହେବାପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଟିକସ ହ୍ରାସ ଓ ଭଡା ବୃଦ୍ଧି ଲାଗି ସରକାରଙ୍କ ନିକଟରେ ଦାବିକରିଥିଲେ ।

ଆଜିର ଏହି ବୈଠକରେ ବସ୍ ଭଡା ବୃଦ୍ଧି କରାଯିବ ବୋଲି ନିଷ୍ପତି ନିଆ ଯାଇଛି । ତେବେ ଚୁଡାନ୍ତ ନିଷ୍ପତି ନେବାକୁ ସମୟ ଲାଗିବ ।

ଯେପରି ଯାତ୍ରୀମାନଙ୍କୁ ନବାଧିବ ଓ ବସ୍ ମାଲିକମାନେ ବିଶେଷ କ୍ଷତିଗ୍ରସ୍ତ ହେବନାହିଁ ସେଥିପ୍ରତି ଦୃଷ୍ଟିଦେଇ ସରକାର ନିଷ୍ପତି ନେବେ ବୋଲି ବସମାଲିକ ସଂଘର କୋଷାଧକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବସ ଭଡା ବୃଦ୍ଧି, ସଚିବାଳୟ, ସରକାର

ଖଣି ଦୁର୍ନୀତି: ଭୁବନେଶ୍ୱରରେ ଶାହା କମିଶନ ଟିମ୍

October 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୩ (ଓଡ଼ିଶା ଡ଼ଟ୍ କମ୍) –ଖଣି ଦୁର୍ନୀତିର ତଦନ୍ତ ଚଳାଇଥିବା ଶାହା କମିଶନ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ।

ପୂର୍ବାହ୍ନରେ ୩ ଜଣ ସଦସ୍ୟ ପହଞ୍ଚିଥିଲେ ସେମାନେ ହେଲେ ୟୁ.ଭି.ସିଂ,ଜି.ଟି. ପାଣ୍ଡିଆ ଏବଂ ଜନାର୍ଦ୍ଧନ ପ୍ରସାଦ । ଏମାନଙ୍କପରେ ଆଉ ୩ ଜଣ ସଦସ୍ୟ ବିଶ୍ୱଜିତ ନିଶ୍ରା, ସରୋଜ ଷଡ଼ଙ୍ଗି ଷ୍ଟେନୋଗ୍ରାଫର ଏଭିଏସ୍ ପ୍ରସାଦ ସଂଧ୍ୟାବେଳେ ଆସି ପହଞ୍ଚିଥିଲେ ।

କମିଶନଙ୍କ ଟିମ୍ ଲିଡ୍ର ୟୁ.ଭି.ସିଂ ସୂଚନା ଦେଇଛନ୍ତି ଯେ, ଖଣି ଆବଣ୍ଟନ ଓ ପରିଚାଳନା ସଂପର୍କରେ ବିଭିନ୍ନ ବିଭାଗରୁ ମଗା ଯାଇଥିବା ନଥିପତ୍ର ଓ ଦଲିଲ ଗୁଡିକୁ କମିଶନ ସମୀକ୍ଷା କରିଛନ୍ତି । ଖଣି ଅଞ୍ଚଳ ଯିବାକୁ ନିସ୍ପତି ହୋଇନାହିଁ । ଆବଶ୍ୟକ ହେଲେ ଖଣି ଅଞ୍ଚଳ ଗସ୍ତ କରାଯିବ ।

ଖଣି ଦୁର୍ନୀତି ଅଭିଯୋଗ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କମିଶନଙ୍କ ଏହା ଓଡିଶାକୁ ଦ୍ୱିତୀୟ ଗସ୍ତ । କେମିତି କମିଶନଙ୍କ ସବୁ ପ୍ରଶ୍ନର ଉତରକୁ ଠିକଣା ଭାବେ ପ୍ରକାଶ କରିବେ ସେନେଇ ସରକାର ଏବେ ଲାଗି ପଡିଛନ୍ତି ।

ଏଥିପାଇଁ ଗୋଛାଗୋଛା ପାଂଇଲ ବୁହା ହୋଇ ଯାଉଛି ଅତିଥି ଭବନକୁ ।ବିଶେଷକରି ଓଏମ୍ସି ଏବଂ ରାଜ୍ୟ ଖଣି ବିଭାଗ ସବୁ ଖଣିର ଟିକିନିଖି ରେକଡକୁ ଏକାଠି କରିଛନ୍ତି । ଯେଉଁ ଫାଇଲ ଯେତେବେଳେ ମଗା ଯିବ ତାହାକୁ ତତ୍କକ୍ଷ୍ୟାଣତ ଦିଆଯିବ ।

ଗୁରୁବାର ସଂପୂର୍ଣ୍ଣ ଟିମ୍ ତିନିଭାଗରେ ବିଭକ୍ତ ହୋଇ ତଦନ୍ତ କରିବେ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରିବେ । ଅପରାହ୍ନରେ ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଥିଲା ଛାନଭିନ୍ । ହେଲେ ପ୍ରଥମ ଦିନରେ ଖଣିସଂଖ୍ୟା ନେଇ ମତଭେଦ ଦେଖା ଦେଇଛିା

ଆଇବିଏମ୍ ସୂତ୍ରରୁ ଖଣିସଂଖ୍ୟା-୧୯୩ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ୧୪୩ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣି କମିଶନ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଆବଣ୍ଟନ, ଖଣି ଦୁର୍ନୀତି, ଶାହା କମିଶନ, ସରକାର

ଲୋୟର ଶୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ କକା ପୁତୁରା ମୁହାଁମୁହିଁ

August 30, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩୦(ଓଡ଼ିଶା ଡ଼ଟ୍ କମ୍)-ଗୃହରେ ଲୋୟର ଶୁକତେଲ ଝଡ, ବିରୋଧୀ ଅନଙ୍ଗ ମୁହାଁମୁହିଁ ହୋଇ ଥିବା ବେଳେ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ବିବୃତି ରଖା ଯିବାକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତାବିତ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ବିଧାନସଭାରେ ପୁଣିଥରେ ଝଡ ସୃଷ୍ଟି ହୋଇଛି ।

ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ,ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ଦାବିରେ ବଲାଙ୍ଗୀରରେ ଆମରଣ ଅନଶନ କରୁଥିବା ଲୋକଙ୍କ ମଧ୍ୟରୁ ୨ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଛି । ଯଦି କାହାର କ୍ଷତି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ।

ବିଜେପି ପକ୍ଷରୁ ଏହା ଉପରେ ଆଲୋଚନା ଲାଗି ମୁଲତବୀ ପ୍ରସ୍ତାବ ଦିଆଯାଇଛି । ଗୃହରେ ଏ ବିଷୟରେ ଆଲୋଚନା ହେବା ଦରକାର । ଶ୍ରୀ ସିଂହଦେଓଙ୍କ ଅଭିଯୋଗକୁ ଖଣ୍ଡନକରି ବିଜେଡି ବିଧାୟକ ଅନଙ୍ଗ ଉୟ ସିଂହଦେଓ କହିଥିଲେ ଯେ,ଏ ଆନ୍ଦୋଳନ ନୂଆନୁହେଁ ।

ଏହାପୂର୍ବରୁ ଅନେକଥର ହୋଇଛି । ଯେତେବେଳେ ଏହି ପ୍ରକଳ୍ପର କାମ ଆରମ୍ଭ ହେଉଛି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠିର ଲୋକେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ସରକାର ଏହି ପ୍ରକଳ୍ପ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ବଦ୍ଧ ଅଛନ୍ତି ।

କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ଓ ସୁରେନ୍ଦ୍ର ସିଂ ଭୋଇ ଦାବି କରିଥିଲେ ଯେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିବୃତି ଦିଅନ୍ତୁ । କେବେ ଏହି ପ୍ରକଳ୍ପ ଆରମ୍ଭ ହେବ ତାହା ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରନ୍ତୁ ।

ବିଜେଡିର ଅନଙ୍ଗ ଉୟ ସିଂହ ଦେଓକହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଲାଗି ଅଙ୍ଗିକାର ବଦ୍ଧ । ଏହି ପ୍ରକଳ୍ପ ନିଶ୍ଚିତ ହେବ । ବଲାଙ୍ଗୀର ବାସୀ ପାଣି ପାଇବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଲୋୟର ଶୁକତେଲ ପ୍ରକଳ୍ପ, ସରକାର

ବିଧାନସଭା ଅଧିବେଶନ:କୋଇଲା, ସାର, ପୋଲାଭରମ ମୁଖ୍ୟ ପ୍ରସଙ୍ଗ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୭(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତାକାଲି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ସ୍ପଳ୍ପ କାଳୀନ ହେଲେ ମଧ୍ୟ ଏଥିରେ ଉଠିବାକୁ ଥିବା ବିଭିନ୍ନ ପ୍ରସଂଗକୁ ନେଇ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ଅଧିବେଶନ ସରଗରମ ହେବ ବୋଲି ଚର୍ଚ୍ଚା ଚାଲିଛି ।

ବିରୋଧିଙ୍କ ହାତରେ ଅନେକ ପ୍ରସଙ୍ଗ ଥିବା ବେଳେ ମୁଖ୍ୟ ୧୦ଟି ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ସରକାର ଆକଳନ କରିଛନ୍ତି । ଖଣି, କୋଇଲା, ସାର, ବିସ୍ତାପନ ସମସ୍ୟା, ଶିଳ୍ପ, ପସ୍କୋ, ହାଜତ ମୃତ୍ୟୁ, ମାନବାଧିକାର ଉଲ୍ଲଂଘନ, ନକ୍ସଲ ସମସ୍ୟା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏହି ସମ୍ଭାବ୍ୟ ପ୍ରସଙ୍ଗ ମଧ୍ୟରେ ରହିଛି ।

ଏଥି ସହିତ ଆଉ ନୂଆ ୯ଟି ବିଲ୍ ଆସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଥିବା ଗୃହ ବିଭାଗ ସମ୍ଭାବ୍ୟ ପ୍ରସଙ୍ଗକୁ ନେଇ ବିଭିନ୍ନ ବିଭାଗକୁ ରିପୋର୍ଟ ମାଗିଛନ୍ତି ।

ଏଥିପାଇଁ ବିଜେଡି ବାଧାୟକ ଦଳର ବୈଠକରେ ଶେଷ ହୋଇଛି । ବିରୋଧୀଙ୍କ ଯେକୌଣସି ପ୍ରସଂଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବିଜେଡି । କୋଇଲା ଦୁର୍ନୀତି ନେଇ ସରକାର ଏବେ ଅଡୁଆରେ ପଡିଛନ୍ତି ।

କୋଇଲା ବ୍ଲକ ଆବଂଟନ କ୍ଷେତ୍ରରେ ନିଲାମ ପଦ୍ଧତି ଗ୍ରହଣ ନ କରିବାକୁ ଅତୀତରେ କେନ୍ଦ୍ରକୁ ଲେଖି ସରକାର ନିଜ ଆଡକୁ ବିପଦ ଡାକି ଆଣିଥିବା ବେଳେ ଏହାକୁ ପ୍ରସଙ୍ଗକରି ବିରୋଧିଳ ପକ୍ଷରୁ ବିଧାନସଭା ଘେରାଉ ଆହ୍ୱାନ ଦିଆଯାଇଛି । ସେହିପରି ହାଜତ ମୃତ୍ୟୁ ଓ ମାନବାଧିକାର ଉଲଂଘନ ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଉପରେ ଅତ୍ୟାଚାର ମାମଲାକୁ ନେଇ ମଧ୍ୟ ପ୍ରସଙ୍ଗ ଉଷ୍ମ ରହିଛି ।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ,ନକ୍ସଲ ସମସ୍ୟା ଏବଂ ଶିଳ୍ପାୟନ ଜନିତ ବିସ୍ଥାପନ ସମସ୍ୟାପରେ ବିଧାନସଭାରେ ଆଲୋଚନା କରିବାକୁ ବିରୋଧିଳ ପ୍ରସୁତ ହୋଇ ରହିଛି । ଉପରୋକ୍ତ ପ୍ରସଙ୍ଗଗୁଡିକୁ ନେଇ ସରକାରଙ୍କୁ ହୁଏତ ବିରୋଧୀ ଦଳ ପକ୍ଷରୁ ଅଡୁଆରେ ପକାଯିବ । ଏଥିପାଇଁ ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋଇଲା ଦୁର୍ନୀତି, କୋଇଲା ବ୍ଲକ ଆବଂଟନ, ନକ୍ସଲ ସମସ୍ୟା, ବିଧାନସଭା, ସରକାର

ଜିବାସ୍ମ ଇନ୍ଧନ ଉପରେ ରିହାତି ଶେଷ କରିବା ପାଇଁ ପ୍ରସ୍ତାବ

August 20, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଅଗଷ୍ଟ ୨୦ (ଓଡ଼ିଶା ଡ଼ଟ୍ କମ୍) –ଡ଼ିଜେଲ,ଗ୍ୟାସ୍ ଏବଂ କିରୋସିନି ପରି ଇନ୍ଧନ ଉପରେ ସରକାରୀ ଅନୁଦାନ କମାଇବା ସପକ୍ଷରେ ମତ ଦେଇ ଏକ ବିଶେଷ ଅଧ୍ୟୟନରେ କୁହାଯାଇଛି ଯେ,ଦେଶର ଅର୍ଥବ୍ୟବସ୍ଥା କୁ ଠିକ୍ କରିବା ପାଇଁ ସରକାର ଜିବାସ୍ମ ଇନ୍ଧନ ଉପରେ ଦିଆଯାଉଥିବା ରିହାତି କୁ କମ କରିବା ନିହାତି ଆବଶ୍ୟକ ।

ଏହି ଅଧ୍ୟୟନରେ ମହଙ୍ଗା ଇନ୍ଧନ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପଡ଼ୁଥିବା ଆର୍ଥିକ ଏବଂ ସାମାଜିକ ପ୍ରଭାବ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏ ସଂକ୍ରାନ୍ତରେ ଆଜି ଇଣ୍ଟର ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଫର୍ ସସ୍ଷ୍ଟେନେବଲ୍ ଡ଼େଭେଲପ୍ମେଣ୍ଟ୍ ର ସଂସ୍ଥା ଗ୍ଲୋବାଲ ସବ୍ସିଡ଼ିଜ୍ ଇନିସିଏଟିଭ୍ (ଜିଏସ୍ଆଇ) ଏହି ମହତ୍ୱପୂର୍ଣ୍ଣ ଅଧ୍ୟୟନ ଜାରି କରିଛନ୍ତି ।

ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ ପବ୍ଲିକ ଫାଇନାନ୍ସ ପଲିସି(ଏନ୍ଆଇପିଏଏଫ୍ପି)ଏବଂ  ଏର୍ନଜି ରିସୋର୍ସ ଇନ୍ଷ୍ଟିଚୁ୍ୟଟ୍ (ଟିଆରଆଇ) ସହଯୋଗରେ କରାଯାିଥିବା ଏହି ଅଧ୍ୟୟନରେ ଡ଼ିଜେଲ, ଏଲ୍ପିଜି ଏବଂ ରାସନ ଜରିଆରେ ଦିଆଯାଉଥିବା କିରୋସିନି ଉପରେ ଅନୁଦାନ କମାଇବା ଦ୍ୱାରାପଡ଼ୁଥିବା ପ୍ରଭାବର ମୂଲ୍ୟାଙ୍କନ କରାଯାଇଛି । ଏହି ଅଧ୍ୟୟନରେ ଇନ୍ଧନର ମୂଲ୍ୟ ବୃଦ୍ଧି ପରେ ଗରିବ ଲୋକଙ୍କୁ ଦିଆଯିବା ଧନରାଶି ପ୍ରସ୍ତାବ ଉପରେ ମଧ୍ୟ ଅନୁଶୀଳନ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇନ୍ଧନ ଉପରେ ଅନୁଦାନ ଦେବା ଦ୍ୱାରା ସରକାରୀ ତହବିଲ ଉପରେ ବଢୁଥିବା ଆର୍ଥିକ ବୋଝ ଯୋଗୁଁ ଜିବାସ୍ମ ଇନ୍ଧନ (ଡ଼ିଜେଲ,ଗ୍ୟାସ ଇତ୍ୟାି)ଉପରେ ରିହାତି କମାଇବା ଏବଂ ଧିରେ ଧିରେ ଏହି ରିହାତି ସଂପୂର୍ଣ୍ଣ ଶେଷ କରିବା ପାଇଁ ବହୁ ଦିଗରୁ ପ୍ରସ୍ତାବ ଦିଆଯାଇଛି ।

ଏହି ଚାପ କାରଣରୁ ସରକାର ଖାଦ୍ୟ, ଅନାଜ ସମେତ ଘରୋଇ ଉପସ୍ଥିତି ସାମଗ୍ରୀ ଉପରେ ରିହାତି ଦ୍ବୁଗୁଣ କରିବା ପାଇଁ ଚିନ୍ତା କରାଯାଇଛି । କରାଯାଇଥିବା ଗବେଷଣା ଅନୁସାରେ ଇନ୍ଧନ ଓ ବିଭିନ୍ନ ଦ୍ରବ୍ୟ ଉପରେ ଦିଆଯାଉଥିବା ଅନୁଦାନ କାରଣରୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି । ଏହାଦ୍ୱାରାସାମାଜିକ ଓ ଭୌତିକ ବୁନିଆଦି ଢାଞ୍ଚା ମଧ୍ୟ ପ୍ରଭାବିତ ହେଉଛି । ଏହି କାରଣରୁ ପ୍ରମୂଖ କ୍ଷେତ୍ର ଯଥା ପରିବହନ,ଉଦ୍ୟୋଗ ଏବଂ କୃଷି ମଧ୍ୟ କ୍ଷତିଗ୍ରସ୍ତ ହେଉଛି ।

ଏହି ଗବେଷଣାର ସାରମର୍ମ ହେଲା ଡ଼ିଜେଲ ମୂଲ୍ୟ ଉପରେ ତୁଳନାତ୍ମକ ଭାବେ କମ୍ ଆର୍ଥିକ ଅନୁଦାନ ଦିଆଯାଉଛି । ନିର୍ଦ୍ଧାରିତ ଲକ୍ଷ୍ୟରୁ କମ୍ ଅନୁଦାନ ଯୋଗୁଁ ସରକାର ରାଷ୍ଟ୍ରୀୟ ତୈଳ କଂପାନୀ ଏବଂ ତୈଳ କ୍ରୟକାରୀ ସଂସ୍ଥା ମିଶି ଏହି ମୂଲ୍ୟର ୨୫ଭାଗ ପୁରା କରୁଛନ୍ତି । ଯଦି ଡ଼ିଜେଲ ମୂଲ୍ୟର ଏହି ୨୫ଭାଗକୁ ସମାପ୍ତ କରିଦିଆଯାଏ ତେବେ ଏହାଦ୍ୱାରା ସାମାନ୍ୟ ମୂଲ୍ୟରେ ଏକ ପ୍ରତିଶତ ବୃଦ୍ଧି ହେବ ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତରେ କମରମା ଏବଂ ଅନୌପଚାରିକ କ୍ଷେତ୍ରରେ ବ୍ୟାପକ ଚାକିରୀ ଥିବା ସତ୍ୱେ ଦରଦାମରେ ସାମାନ୍ୟ ବୃଦ୍ଧି ଦ୍ୱାରାଗରିବ ଉପଭୋକ୍ତା ସଂଙ୍କଟରେ ଆସିଥାଆନ୍ତି । ମହଙ୍ଗା ଇନ୍ଧନ କାରଣରୁ ଅର୍ଥବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥାଏ ।

ମହଙ୍ଗା ଇନ୍ଧନର ସବୁଠାରୁ ବେଶୀ ପ୍ରଭାବ ଯେଉଁ ସବୁ କ୍ଷେତ୍ରରେ ପଡ଼ିଥାଏ ସେ ଭିତରୁ ମୁଖ୍ୟ ହେଲା ସାର୍ବଜନିକ ପରିବହନ । ଏହାଦ୍ୱାରା ମାଲଭଡ଼ା ରେ ଦଶ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭବ ଅଟେ । ଠିକ୍ ସେହିପରି ରେଳ ପରିବହନରେ ୨.୫ ରୁ ୩.୫ପ୍ରତିଶତ ବୃଦ୍ଧି ସମ୍ଭବ । ମହଙ୍ଗା ଇନ୍ଧନ କାରଣରୁ କାରୋବର କ୍ଷେତ୍ରରେ ୦.୨୫ପ୍ରତିଶତ ମୂଲ୍ୟ ବୃଦ୍ଧିର ଆକଳନ କରାଯାଇଛି । କୃଷି କ୍ଷେତ୍ରରେ ଏହାର ପ୍ରଭାବ ଯଥା ଗହମରେ ୨.୭୫,ଏବଂ ଆଖୁରେ ୦.୭୫ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ।

ଆଜି ଜାରି କରାଯାଇଥିବା ଏହି ବିଶେଷ ଅଧ୍ୟୟନରେ କୁହାଯାଇଛି ଯେ,ଡ଼ିଜେଲ ଉପରେ ସବସିଡ଼ିକୁ ଆସ୍ତେ ଆସ୍ତେ ସମାପ୍ତ କରିଦିଆଗଲେ ଦୁର୍ବଳ ଶ୍ରେଣୀର ଉପଭୋକ୍ତାଙ୍କ ଜୀବନ ଯାପନ ସହଜ ହେବ । ଏଥିପାଇଁ ଜରୁରୀ ହେଲା ଏକବର୍ଷ ମଧ୍ୟରେ ପ୍ରତିମାସ ଥରେ ବା ଦୁଇଥର ଲିଟର ପିଛା ଏକଟଙ୍କା ବଢାଯାଉ । ସରକାର ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟହ୍ରାସକୁ ଆଖିଆଗରେ ରଖି ଇନ୍ଧନର ମୂଲ୍ୟବୃଦ୍ଧି ଉପରେ ଉଚିତ୍ ପଦକ୍ଷେପ ନେବା ଉଚିତ୍ । ତେବେ ଏହି ସମୟରେ ସରକାରକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେପରି ପ୍ରମୁଖ ଉପଭୋକ୍ତା ସାମଗ୍ରୀ ସବୁ ଉପଲବ୍ଧ ହୁଏ ।

ସରକାରକୁ ମହଙ୍ଗା ଡ଼ିଜେଲ କାରଣରୁ ସଙ୍କଟଗ୍ରସ୍ତ ଉଦ୍ୟୋଗମାନଙ୍କୁ ଅଳ୍ପ ସମୟ ପାଇଁ ସିଧାସଳଖ କ୍ଷତିପୂରଣ ଦେବା ଦିଗରେ ମଧ୍ୟ ବିଚାର କରିବାର ଆବଶ୍ୟକତା ଅଛି । ଏଭଳି ଉଦ୍ୟୋଗ ମଧ୍ୟରେ ସରକାରୀ ପରିବହନ କଂପାନୀ ମଧ୍ୟ ଅଛନ୍ତି । ଏହାଦ୍ୱାରାଭଡ଼ା ବୃଦ୍ଧି କମ୍ ହେବ ଅଥବା ନା ପରି ହେବ । ଏହି ଅଧ୍ୟୟନରେ ଏଲପିଜି ଉପରେ ଦିଆଯାଇଥିବା ସବ୍ସିଡ଼ି ବ୍ୟବସ୍ଥାରେ ପରିବର୍ତନ କରିବା ପ୍ରସ୍ତାବ ଦିଆଯାଇଛି ।

କୁହାଯାଇଛି ଯେ,ଏହି ସବସିଡ଼ି ଦ୍ୱାରାବଡ଼ ସହରରେ ରହୁଥିବା ଲୋକ ମୁଖ୍ୟତ ଗ୍ୟାସ ବ୍ୟବହାରକାରୀଙ୍କୁ ଲାଭ ମିଳୁଛି । ଅଧ୍ୟୟନରେ ଏହି ପରାମର୍ଶ ଦିଆଯାଇଛି ଯେ, ସରକାର ଯଥାଶୀଘ୍ର ଏଲପିଜିର ମୂଲ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନିଅନ୍ତୁ । ଏହା ସହ ଘରୋଇ ବ୍ୟବହାର ପାଇଁ ଅନୁଦାନ ପ୍ରାପ୍ତ ଏଲପିଜିର ସୀମା ନିର୍ଦ୍ଧାରଣ କରନ୍ତୁ । ଯେପରିକି ଆଗକୁ ଏଲପିଜିକୁ ସଂପୂର୍ଣ୍ଣ ସବସିଡ଼ି ମୁକ୍ତ କରିହେବ । ଏହି ଗବେଷଣାରେ ଗରିବଙ୍କୁ ମିଳୁଥିବା କିରୋସିନି ବଣ୍ଟନ ବ୍ୟବସ୍ଥାରେ ହେଉଥିବା ଅବ୍ୟବସ୍ଥା ଉପରେ ମଧ୍ୟ ଟିପ୍ପଣୀ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିବାସ୍ମ ଇନ୍ଧନ, ମହଙ୍ଗା ବୃଦ୍ଧି, ସରକାର

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Page 7
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ