ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ଵର,୨୯ ଜୁନ (ଓଡିଶା ଡଟ୍ କମ୍) ରାଜ୍ୟରେ ହାତୀ ସଂଖ୍ୟା ୧୯୫୪କୁ ବୃଦ୍ଧି ପାଇଥିବା ସରକାର ସୋମବାର ସୂଚନା ଦେଇଛନ୍ତି ।
ରାଜ୍ୟରେ ୨୦୧୨ରେ ୧୯୩୦ଟି ହାତୀ ଥିବା ବେଳେ ଗତ ୩ ବର୍ଷରେ ମଧ୍ୟରେ ଏହି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।
ଚଳିତ ବର୍ଷ ରାଜ୍ୟର ୪୪ଟି ଜଙ୍ଗଲ ଡିଭିଜନରେ ହାତୀ ଗଣନା କରାଯାଇଥିଲା । ଏଥିପାଇଁ ବନ ବିଭାଗ ତରଫରୁ ୧୮୬୯ଟି ୟୁନିଟ୍ ରେ ୫,୬୦୭ ଜଣ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରା ଯାଇଥିଲା ।
ଏହି ଗଣନାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ସର୍ବାଧିକ ୩୩୭ଟି ହାତୀ ମୟୂରଭଞ୍ଜରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ, ଏଠାରେ ୧୬୪ଟି ହାତୀ ଅଛନ୍ତି । ଗତ ୩ ବର୍ଷରେ ୨୧୩ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ସରକାର ସୂଚନା ଦେଇଛନ୍ତି ।
ଓଡିଶା ଡଟ୍ କମ୍