• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଖବର

ଜୁନ ୧ରେ ପ୍ରକାଶ ପାଇବ ଯୁକ୍ତ ୨ପରୀକ୍ଷା ଫଳ

May 26, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୬ (ଓଡିଶା ଡଟ କମ) : ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଜୁନ ୧ରେ ପ୍ରକାଶ ପାଇବ । ଏକ ସଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା  ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଭୁବନେଶ୍ଵର ସମେତ ଅନ୍ୟ ତିନୋଟି ଜୋନ ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦାରେ ଏକକାଳୀନ ଫଳ ପ୍ରକାଶ ପାଇବ ।  ଏଥର ୩ ଲକ୍ଷ ୭୨ ହଜାର ପିଲା ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି।  ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଦିନ ୧୦ ବେଳେ ସଚ୍ଚିବାଳୟରେ ପରୀକ୍ଷା ଫଳ ଘୋଷଣା କରିବେ।

ଏହାପରେ ଭୁବନେଶ୍ଵର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ ଅଫିସ ସମେତ  ଅନ୍ୟ ୩ଟି ଜୋନାଲ ଅଫିସରେ ପରୀକ୍ଷା ଫଳ ପୁସ୍ତିକା ଉପଲବ୍ଧ ହେବ। ଏହା ଛଡା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟwww.chseodisha.nic.inରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ।

ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଯୁକ୍ତ ୨ ପରୀକ୍ଷା ଫଳ

ରାଜ୍ୟରେ ବିଦ୍ୟୁତ କାଟ୍ କୁ ନେଇ ବିଜେପି ର ବିକ୍ଷୋଭ

May 26, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୬ (ଓଡିଶା ଡଟ କମ) : ରାଜ୍ୟରେ ଗତ କିଛିଦିନଧରି ହେଉଥିବା ବିଦ୍ୟୁତ କାଟ୍ ର ପ୍ରତିବାଦରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟସକାରଙ୍କୁ ଧମକପୂର୍ଣ୍ଣ ସ୍ଵରରେ କହିଥିଲେ ଯେ, ଯଦି ରାଜ୍ୟରେ ବିଦ୍ୟୁତ କାଟ୍ ର ଏହି ସମସ୍ୟାକୁ ଶୀଘ୍ର ସମାଧାନ ନକରାଯାଏ ତେବେ ସାରା ରାଜ୍ୟରେ ବିଜେପି ଆନ୍ଦୋଳନ କୁ ଓହ୍ଲାଇବ।

ଆହୁରି ମଧ୍ୟ ସେ କହିଥିଲେ ଯେ, ଗତ ୧୧ ତାରିଖ ଦିନ ସଚିବାଳୟରେ ଶକ୍ତି ସଚିବ ନିଜ ମନ୍ତବ୍ୟ ରେ କହିଲେ କି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ବିଦ୍ୟୁତ ଉତ୍ପାଦନ ହେଉଛି । ତେଣୁ ଏବେ ବିଦ୍ୟୁତର ସମସ୍ୟା ଶ୍ରୂଷ୍ଠି ହେବ ନହିଁ। ତେବେ ଏବେ କାହିଁକି ବାରମ୍ବାର ବିଦ୍ୟୁତ କାଟ୍ ହେଉଛି ବୋଲି ସେ ଶକ୍ତି ସଚିବଙ୍କୁ ପ୍ରଶ୍ନ କରିଛନ୍ତି।

ଭୁବନେଶ୍ଵର ସମେତ କଟକ, ପୁରୀ, ଖୋର୍ଦ୍ଦା, ନିମାପଡା ଆଦି ଜାଗାରେ ଦିନରେ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ଦିନକୁ ପ୍ରାୟ ପାଞ୍ଚ ରୁ ଛଅ ଘଣ୍ଟା ବିଦ୍ୟୁତ କାଟ୍ ହେଉଛି।

ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗ୍ରାମାଞ୍ଚଳ, ବିଦ୍ୟୁତ କାଟ୍

ଓଡିଆରେ ସବୁ ଆଇନର ଅନୁବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ବର,ମଇ ୨୫ (ଓଡିଶା ଡଟ କମ) : ରାଜ୍ୟ ବିଧାନସଭାରେ ଆଗତ ହେବାକୁ ଥିବା ସବୁ ବିଲ୍, ଅଧ୍ୟାଦେଶ, ନିୟମାବଳୀ ଓ ସଂଶୋଧନ ଇତ୍ୟାଦି ସହ ବର୍ତ୍ତମାନ ପ୍ରଚଳିତ ସବୁ ଗୁରୁତ୍ୱପୂର୍ଣ୍ଣ ଆଇନ ଓ ନିୟମାବଳୀ ର ଓଡିଆ ଅନୁବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅନୁବାଦ ପାଇଁ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ଏହି କାର୍ଯ୍ୟକୁ ସମୟବଦ୍ଧ ଭାବରେ ସାରିବା ପାଇଁ କହିଥିଲେ।

law-booksଏଥିପାଇଁ ବିଧି ବିଭାଗ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହା ଦ୍ଵାରା ସାଧାରଣ ଲୋକଙ୍କ ଆଇନ ସଚେତନତାର ବୃଦ୍ଧି ଘଟିବ ।

ସୋମବାରେ ସଚିବାଳୟରେ ଆଇନ ବିଭାଗର କାର୍ଯ୍ୟସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ପଞ୍ଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯିବ ।

ସେହିପରି ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୱାକଫ୍ ବୋଡ, ହଜ କମିଟି, ସର୍ଭେ କମିଶନର ଏବଂ ତାଲିକା ପେନସନ ଆଦି ସମଗ୍ର ୱାକଫ୍ ପ୍ରଶାସନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅଧୀନରେ ଏଣିକି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଇନ କମିଶନର ବିଚାର ପୂର୍ବରୁ ରାଜ୍ୟର ସମସ୍ତ ଅବ୍ୟବହୃତ ଓ ପୁରୁଣା କାଳିଆ ଆଇନର ତର୍ଜମା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ଏବଂ ଏହାକୁ ବାଦ ଦେବା ବା ଏଥିରେ ପରିବହନ କରିବା ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଭିନ୍ନ କୋର୍ଟ ମାନଙ୍କରେ ନିଯୁକ୍ତି ଆଇନ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା ସହିତ ସରକାରଙ୍କ ବିଭିନ୍ନ ବିଭଗର ନିଯୁକ୍ତି ପ୍ରକ୍ରିୟା ଯେପରି କୋର୍ଟ କଚେରୀରେ ଝୁଲି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରାଯିବାସହ ଦୋଷୀ କୁ ଯେପରି ଶୀଘ୍ର ଦଣ୍ଡ ମିଳେ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ଏଥିପାଇଁ ସ୍ଵତନ୍ତ୍ର ଓକିଲ ନିଯୁକ୍ତି କରିବା ସହିତ ଏସବୁ ମକୋଦ୍ଦମାର ତାଲିକା ପ୍ରସ୍ତୁତ କରି ଗୃହ ବିଭାଗ ଓ ଆଇନ ବିଭଗ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ଉନ୍ନୟନ କମିଶନର ପଞ୍ଚାୟତ ବିଭାଗର ସଚିବ,ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଏବଂ ଆଇନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆ, ପଞ୍ଚାୟତ, ବିଧାନସଭା, ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ବର୍ଦ୍ଧିତ ହେବ ବିଜୁଳି କାଟର ସମୟ ସୀମା

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୫ (ଓଡିଶା ଡଟ କମ) : ରାଜଧାନୀ ଭୁବନେଶ୍ଵର ସମେତେ ପୁରୀ, ଖୋର୍ଦ୍ଦା, ନିମାପଡା ଆଦି ସ୍ଥାନରେ ଆସନ୍ତା କିଛିଦିନ ଯାଏ ବିଦୁତ କାଟ ହେବା ସହ ବିଦୁତ କାଟର ସମୟ ସୀମା ବଢିବ ବୋଲି, ବିଦ୍ୟୁତ ପରିବହନ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ଦିନ ନରେନ୍ଦ୍ରପୁର-ଖୋର୍ଦ୍ଦା ଓ ନରେନ୍ଦ୍ରପୁର-ମେଣ୍ଢାଶାଳର ନାଚୁଣୀ ଠାରେ ଦୁଇଟି ଟାୱାର ଲାଇନ ଭାଙ୍ଗି ଯାଇଥିବାରୁ ଖୋର୍ଦ୍ଦା, ମେଣ୍ଢାଶାଳ ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ଘଟିଛି । ଏହି ଟାୱାର କାମ ଶେଷ ହେବାପାଇଁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି ଓପିଟିସିଏଲ ପକ୍ଷରୁ କୁହାଯାଇଛି।

ଭୁବନେଶ୍ଵରରେ ପ୍ରାୟ ୨୫୦ ରୁ ୩୧୫ ମେଗାୱାଟ ବିଦ୍ୟୁତ ଆବଶ୍ୟକ ହେଉଥିବା ବେଳେ ନାଚୁଣୀ ଠାରେ ଟାୱାର ଲାଇନ ଭାଙ୍ଗିଥିବାରୁ ୫୦ ରୁ ୬୦ ମେଗାୱାଟ ବିଦ୍ୟୁତ ଯୋଗାଣ କମିଯିବ । ଏହିସ୍ଥଳରେ ବିଦ୍ୟୁତ କାଟ କରିବାକୁ ପଡିବ ବୋଲି ଗ୍ରୀଡ୍କୋ ତରଫରୁ କୁହାଯାଇଛି।

ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଖୋର୍ଦ୍ଦା, ନିମାପଡା, ପୁରୀ, ବିଜୁଳି କାଟ

ଲାଞ୍ଚ ନେବା ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ସୁନ୍ଦରଗଡ,ମଇ ୨୫ (ଓଡିଶା ଡଟ କମ) : ଜିଲ୍ଲା ପୋଲିସ ପ୍ରତିଷ୍ଠା ଦିବସରେ ଜଣେ ଆଦର୍ଶ ମହିଳା ପୋଲିସ ଅଫିସର ଭାବେ ସମ୍ମାନିତ ହୋଇଥିବା ରିଆମାଳ ଥାନା ଆଇଆଇସି ସନ୍ତୋଷିନୀ ମହନ୍ତ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ।

୨୦୧୪ ସେପ୍ଟମ୍ବର ୨୬ ରେ ତେନ୍ତୁଳିତଇଳା ରେ ଘଟିଥିବା ଡକାୟତି ଓ ଅନ୍ୟାନ ଘଟଣାରେ ପୁଅ ଲେନିନ ଜଡିତ ଥିବା କଥା କହି ବାପା ଅଶୋକ ପ୍ରଧାନଙ୍କୁ ,ବାରମ୍ବାର ହାବିଲଦାର ନବଘନ ସାହୁ ଥାନାକୁ ଡକାଉଥିଲେ। ଟଙ୍କା ଦେଲେ ସେ ଲେନିନ ନାଁ ରେ ଥିବା ସମସ୍ତ ମାମଲା କୁ ରଫଦଫା କରିଦେବେ ବୋଲି କହିଥିଲେ।

ତେଣୁ ଅଶୋକ ହାବିଲଦାରକୁ ପ୍ରଥମେ ପାଞ୍ଚ ହଜାର ତା’ପରେ ତିନି ହଜାର ଦେବା ସତ୍ବେ ଆଉ ଦଶ ହଜାର ଦେଲେ ପୁରା ମମାଲାର ରଫଦଫା କରାଯିବ ବୋଲି ଆଇଆଇସି ସନ୍ତୋଷିନୀ, ହାବିଲଦାର ନବଘନଙ୍କ ଜରିଆରେ କହିଥିଲେ।

ଶେଷରେ ବାଧ୍ୟ ହୋଇ ସେ ସମ୍ବଲପୁର ଭିଜିଲାନ୍ସ ଏସପି ଜୟନାରାୟଣ ପଙ୍କଜଙ୍କ ସହ ଦେଖା କରି ପୁରା ଘଟଣା ବିଷୟରେ ଜଣାଇଥିଲେ।

ତା’ପରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଶୋକ ଟଙ୍କା ନେଇ ଥାନା କୁ ଯାଇଥିଲେ। ସେଠାରେ ସେ ଆଇଆଇସି ସନ୍ତୋଷିନୀଙ୍କୁ ଦଶ ହଜାର ଟଙ୍କା ଦେଇଥିଲେ ସେଥିରୁ ଆଠ ହଜାର ରଖି ବାକି ଦୁଇ ହଜାର ଟଙ୍କା ହାବିଲଦାର କୁ ଦେବା ପାଇଁ ଆଇଆଇସି ତାଙ୍କୁ ନିର୍ଦ୍ଦେଶ ଦେବା ସମୟରେ ଭିଜିଲାନ୍ସର ଏକ ସ୍କ୍ବାର୍ ଦ୍ଵାରା ତାଙ୍କୁ ଗିରଫ କରଯାଇଛି।

ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଇଆଇସି, ତେନ୍ତୁଳିତଇଳା, ଭିଜିଲାନ୍ସ, ଲାଞ୍ଚ

କ୍ଷତ୍ରିୟ ଏକତା ମହାଯଜ୍ଞ ଓ ଏକତା ସମ୍ମାନ ସମାରୋହ ଅନୁଷ୍ଠିତ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ୱର,ମଇ ୨୫ (ଓଡିଶା ଡଟ କମ) : ଭୁବନେଶ୍ୱରର ଗଡ଼ଡୁମୁଡୁମା ଠାରେ ବିଶିଷ୍ଠ ସମାଜସେବୀ ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ପୃଥ୍ୱୀ କ୍ଷତ୍ରିୟ ମହାସଂଘ ଆୟୋଜିତ କ୍ଷତ୍ରିୟ ଏକତା ମହାଯଜ୍ଞ ଓ କ୍ଷତ୍ରିୟ ଏକତା ସମ୍ମାନ-୨୦୧୫ ସମାରୋହରେ ଅନୁଷ୍ଠିତ ହୋଇଛି ।

Paika-dଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ଡା. ବେଣୁଧର ବଳିଆରସିଂହ ମୁଖ୍ୟ ଅତିଥି, ପ୍ରାକ୍ତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।

ମହାସଂଘର ରାଷ୍ଟ୍ରୀୟ ଆବାହକ ଦେବୀଦତ୍ତପୃଥ୍ୱୀରାଜ ପ୍ରତାପସିଂହ ସମାରୋହର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କ୍ଷତ୍ରିୟ, ଖଣ୍ଡାୟତ, ପାଇକ, ଚଷା, କୁଲତା, ବାଣାୟତ, ଓଡ଼ିଆ, କାଳଞ୍ଜୀ, ଦଳପତୀ ମାନଙ୍କୁ ଏକତ୍ରିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଡା.ବଳିଆରସିଂହ କ୍ଷତ୍ରିୟ ମାନଙ୍କର ଅତିତ ଗୌରବର ଗାଥା ଉପରେ ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ କ୍ଷତ୍ରିୟମାନଙ୍କର ଏକତ୍ରିକରଣ ଆମ ଓଡ଼ିଶା ପାଇଁ ନିଶ୍ଚତ ଭାବେ ଗୌରବ ଓ ଗାରିମାର ବିଷୟ ହେବ ।

ସଭାକୁ ସମ୍ଭୋଧନ କରି ମୁଖ୍ୟବକ୍ତା ଶ୍ରୀ ସ୍ୱାଇଁ କହିଲେ ଯେ ମଣିଷ ମାନଙ୍କର ଜାତିପ୍ରଥା ଭାରତରେ ଆଦିମ କାଳରୁ ନିଜର କୌଳିକ ବୃତ୍ତିକୁ ନେଇ ଅଦ୍ୟାବଧି ରହିଆସିଅଛି । କ୍ଷତ୍ରିୟ ମାନଙ୍କର ଦେଶର ସ୍ୱାଧୀନତା ଓ ପରବର୍ତ୍ତି ସମୟରେ ଦେଶ ସେବା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ କ୍ଷତ୍ରିୟମାନଙ୍କୁ ଭୂୟସୀ ପ୍ରସଂଶା କରିଥିଲେ । ସଂଘବଧ ଭାବେ କୌଣସି କାର୍ଯ୍ୟକ୍ରମକୁ ନିର୍ଦ୍ଧିଷ୍ଟ ରୂପରେଖ ଦେବା ପାଇଁ କ୍ଷତ୍ରିୟ ମାନଙ୍କୁ ସେDSC08708 ଅନୁରୋଧ କରିଥିଲେ ।

ଏତଦ୍ ବ୍ୟତୀତ ସଭାରେ ସମ୍ମାନିତ ଅତିଥି ଭାବରେ ଇଂ. ଶିଶିର କୁମାର ନାୟକ, ବିଷିଷ୍ଠ ଶିକ୍ଷାବିତ୍ କାଳିଚରଣ ଜୟସିଂହ, ବଂଶୀଧର ନାୟକ, ପର୍ଶୁରାମ ସ୍ୱାଇଁ, ରାମଚନ୍ଦ୍ର ବଳବନ୍ତରାୟ, ଉଗ୍ରସେନ ମଙ୍ଗରାଜ ବାଳକୁଷ୍ଣ ସ୍ୱାଇଂ କ୍ଷତ୍ରିୟ ମାନଙ୍କର ବୈପ୍ଳବିକ ମୂଲ୍ୟବୋଧକୁ ସରକାରଙ୍କର ଅଣଦେଖା ପ୍ରତି କ୍ଷୋଭ ପ୍ରକାଶ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ କ୍ଷତ୍ରିୟ ମାନଙ୍କୁ ଯୋଗ୍ୟତା ଭିତ୍ତିକ ସୁଯୋଗ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ କ୍ଷତ୍ରିୟ ମାନଙ୍କର ସହଯୋଗ ପାଇଁ ଓଡ଼ିଶାର ବ୍ଲକ ଓ ଜିଲ୍ଲା ସ୍ତରୀୟ ସଭାର ଅୟୋଜନ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମତ ରଖିଥିଲେ ।

ସଭାକୁ ଅଧିକ ରୂଚକ ଓ ରୁଦ୍ଧିମନ୍ତ କରିବା ପାଇଁ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ଆସିଥିବା ପାଇକ ଆଖଡ଼ା ଦଳ ସେମାନଙ୍କର ସମରକଳା ପଦର୍ଶନ କରିଥିଲେ ।

ଶେଷରେ ୩୦ଜଣ ବିଷିଷ୍ଟ କ୍ଷତ୍ରିୟ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ଷତ୍ରିୟ ଏକତା ସମ୍ମାନ ୨୦୧୫ ପ୍ରଦାନ କରାଯାଇଥିଲା ।

ଓଡିଶା ଡଟ କମ

Filed Under: ଓଡିଶା ଖବର, ସଭା ସମିତି Tagged With: ଏକତା ମହାଯଜ୍ଞ, ସମାଜସେବୀ ଲୋକନାଥ ପାତ୍ର

ବ୍ରହ୍ମପୁରରେ ଦିନିକିଆ ଶିଶୁ ସାମ୍ବାଦିକତା ତାଲିମ୍ କାର୍ଯ୍ୟକ୍ରମ

May 24, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ବ୍ରହ୍ମପୁର,ମଇ ୨୪ (ଓଡିଶା ଡଟ କମ), ରବିବାର ବ୍ରହ୍ମପୁରର ଗଞ୍ଜାମ କଳାପରିଷଦଠାରେ ଶିଶୁ ମହାସଂଘ ଏବଂ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ର ମିଳିତ ଉଦ୍ୟମରେ ଦିନିକିଆ ଶିଶୁ ସମ୍ବାଦିକତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଦିନିକିଆ ଶିଶୁ ସମ୍ବାଦିକତା ତାଲିମ କାର୍ଯ୍ୟକ୍ରମରେ ସହରର ତିରିଶିଟି ବସ୍ତିରୁ ସତୁରୀ ଜଣରୁ ଉର୍ଦ୍ଧ୍ଵ ଶିଶୁ ଅଂଶ ଗ୍ରହଣ କରିଛନ୍ତି।

IMG_4356 ଶିଶୁମାନଙ୍କୁ ନିଜ ଅଞ୍ଚଳର ଖବରକୁ ଅନ୍ୟଠାରେ ପହଞ୍ଚାଇବାର ଶିକ୍ଷାଦେବା, ଲେଖିବାରେ ସେମାନଙ୍କ ଆଗ୍ରହକୁ ବଢାଇବା ଓ ତାଙ୍କର ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରିବା ସହ କମ ଖର୍ଚରେ ଖବରଟି କିପରି ପ୍ରତ୍ୟେକ ଲୋକ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶିଶୁ ମହାସଂଘ ପକ୍ଷରୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶିବ କୁମାର ଦାଶ ଯୋଗ ଦେଇ, ସମ୍ବାଦିକତା କ’ଣ ? ଖବର ଲୋକମାନଙ୍କ ପାଖରେ କିପରି ପହଞ୍ଚାଯାଏ ? ସମ୍ବାଦ କ’ଣ ? ଜନସାଧାରଣଙ୍କୁ ଖବର ଜଣାଇବାର କାରଣ କ’ଣ ? ଆଦି ବିଷୟରେ ଆଲୋଚନା କରିବା ସହ ଶିଶୁ ମହାସଂଘ ର ଦାୟିତ୍ଵ ଓ ଭୂମିକା ବିଷୟରେ ମଧ୍ୟ ପର୍ଯ୍ୟାଲୋଚନା କରିଛନ୍ତି ।

ଏହି ଅବସରରେ ଶିଶୁ ମହାସଂଘ ତରଫରୁ ଏକ କାନ୍ଥପତ୍ରିକା “ଆମେ କହୁଛୁ ଆମ କଥା” ପ୍ରତି ୧୫ ଦିନରେ ଥରେ ପ୍ରକାଶ କରାଯିବ ପାଇଁ ସ୍ଥିର ହୋଇଛି । ଏଥିରେ ଗପ, ଗୀତ,ନୀତିଶିକ୍ଷା,ଜାଣିବା କଥା,ହସ କଥା, ଖବର ଓ ଚିତ୍ର ପ୍ରକାଶ ପାଇବ ଆଉ ଏହାକୁ ଶିଶୁ ମାନେ ଲେଖିବେ ଏବଂ ଅଙ୍କନ କରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।IMG_435

ତେବେ ଏହି ସମାରୋହକୁ ଶିଶୁ ମହାସଂଘର ଶୃତି କୁମାରୀ ସାହୁ, କେ ଦିପୁ, ଶିବାନି ବେହେରା, ସୁନୀଲ ସେଠୀ, ସୋନାଲୀ ମହାରଣା ଏବଂ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ଅଭିରାମ କହଁର, ଶଶୀକାନ୍ତ ଦାସ, ଚନ୍ଦନ କୁମାର ସାହୁ, ଏ ଶ୍ରୀନିବାସ ଦୋରା, ସୁଜାତା ବିଷୋଇ ଓ ସୁଚିତ୍ରା ରାଉତ ପ୍ରମୁଖ ପରିଚାଳନା କରିଛନ୍ତି।

ଓଡିଶା ଡଟ କମ

Filed Under: ଓଡିଶା ଖବର, ସଭା ସମିତି Tagged With: ବ୍ରହ୍ମପୁର, ୟୁଥ ଫର ସୋସିଆଲ, ଶିଶୁ ମହାସଂଘ, ସମ୍ବାଦିକତା ତାଲିମ୍

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

May 22, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ମଇ ୨୨(ଓଡିଶା ଡଟ କମ), ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ପ୍ରି-ମେଟ୍ରିକ ଛାତ୍ରବୃତ୍ତି ସରକାର ଶୁକ୍ରବାର ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ନିଆଯାଇଥିବା ଏହି ନିଷ୍ପତ୍ତି ଉଭୟ ହଷ୍ଟେଲ ରହୁଥିବା ଛାତ୍ରଛାତ୍ରୀ ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁ ହେବ ।

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପଞ୍ଚମ ରୁ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଦିବାଧ୍ୟାୟୀ ଛାତ୍ରମାନଙ୍କ ବୃତ୍ତି ମାସିକ ୧୮୦ ଟଙ୍କାକୁ କରାଯାଇଥିବା ବେଳେ ଛାତ୍ରୀମାନଙ୍କ ବୃତ୍ତି ୨୪୦ ଟଙ୍କା କୁ ବୃଦ୍ଧି କରାଯାଇଛି।

ଅଷ୍ଟମ ଶ୍ରେଣୀରେ ପଢୁଥିବା ଦିବାଧ୍ୟାୟୀ ଛାତ୍ରମାନଙ୍କ ବୃତ୍ତିର ପରିମାଣ ୨୪୦ ଟଙ୍କା କୁ ଏବଂ ଛାତ୍ରୀମାନଙ୍କ ବୃତ୍ତିର ପରିମାଣ ୩୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।

ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଆଦିବାସୀ, ଛାତ୍ରଛାତ୍ରୀ, ଛାତ୍ରବୃତ୍ତି

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

May 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨(ଓଡିଶା ଡଟ କମ), ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ Pre-matric ଛାତ୍ରବୃତ୍ତିରେ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ହଷ୍ଟେଲ ରହୁଥିବା ଛାତ୍ରଛାତ୍ରୀ ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଲାଗୁ ହେବ।

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ପଞ୍ଚମ ରୁ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଦିବାଧ୍ୟାୟୀ ଛାତ୍ରମାନଙ୍କ ବୃତ୍ତି ମାସିକ ୧୮୦ ଟଙ୍କାକୁ କରାଯାଇଥିବା ବେଳେ ଛାତ୍ରୀମାନଙ୍କ ବୃତ୍ତି ୨୪୦ ଟଙ୍କା କୁ ବୃଦ୍ଧି କରାଯାଇଛି।

ଅଷ୍ଟମ ଶ୍ରେଣୀରେ ପଢୁଥିବା ଦିବାଧ୍ୟାୟୀ ଛାତ୍ରମାନଙ୍କ ବୃତ୍ତିର ପରିମାଣ ୨୪୦ ଟଙ୍କା କୁ ଏବଂ ଛାତ୍ରୀମାନଙ୍କ ବୃତ୍ତିର ପରିମାଣ ୩୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।

ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଆଦିବାସୀ, ଛାତ୍ରଛାତ୍ରୀ, ଛାତ୍ରବୃତ୍ତି

ଚିଟଫଣ୍ଡ ମାମଲା: ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ

October 31, 2014 by ଓଡିଶା ଡଟ କମ Leave a Comment

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଅକ୍ଟୋବର ୩୧ (ଓଡିଶା ଡଟ କମ) ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଶୁକ୍ରବାର ଘଣ୍ଟାବ୍ୟାପୀ ଜେରା ପରେ ଚିଟ ଫଣ୍ଡ ମାମଲାରେ ଗିରଫ କରିଛି।

prabhat ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତ୍ରିପାଠୀଙ୍କ ଅର୍ଥ ତତ୍ଵ ଗ୍ରୁପ ସହ ସମ୍ପୃକ୍ତ ଥିବା ଅ।ପତତ ପ୍ରମାଣ ମିଳିଛି। ତ୍ରିପାଠୀ ବିଧାନସଭାରେ ବାଙ୍କି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ଵ  କରୁଛନ୍ତି । ଗିରଫର କିଛି ସମୟ ପରେ ବିଜେଡି ତାଙ୍କୁ ଦଳରୁ ସସପେଣ୍ଡ କରିଥିବା ଘୋଷଣା କରିଛି।

ଅଗଷ୍ଟରେ ସିବିଆଇ ତ୍ରିପାଠୀଙ୍କ ବାଙ୍କି ଏବଂ କଟକ ରେ ଥିବା ଘର ଉପରେ ଚଢଉ କରି ବହୁ ଗୁରୁତ୍ଵପୂର୍ଣ କାଗଜପତ୍ର ଜବତ କରିଥିଲା

ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଚିଟଫଣ୍ଡ, ବିଜେଡ଼ି, ସିବିଆଇ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 75
  • Go to Next Page »

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ