• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଓଡିଶା ଖବର

ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ ଏସ୍.ସି.ଜମିର

March 19, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ ୧୯(ଓଡ଼ିଶା ଡ଼ଟ୍ କମ୍)-ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସରିବା ପରେ ମଙ୍ଗଳବାର ନୂଆ ରାଜ୍ୟପାଳ ସେନାୟଙ୍ଗବା ଚୁବାତୋଶୀ ଜମିର ଓଡ଼ିଶା ଆସୁଛନ୍ତି ।

ସେ ଆଜି ସଂଧ୍ୟା ସାଢେ ସାତଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନକୁ ଯିବେ । ଚଳିତ ମାସ ୨୧ତାରିଖରେ ତାଙ୍କର ରାଜ୍ୟପାଳ ଭାବେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ବିମାନବନ୍ଦର, ରାଜଭବନ, ରାଜ୍ୟପାଳ ଚନ୍ଦ୍ରକାନ୍ତ ଭଣ୍ଡାରେ

ନିର୍ଦ୍ଦେଶନା ପାଇଁ ଓଡ଼ିଆ ଝିଅଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର

March 19, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର,ମାର୍ଚ ୧୯ (ଓଡ଼ିଶା ଡ଼ଟ୍ କମ୍) ନନ୍ ଫିଚର ଫିଲ୍ମ ଚଳଚିତ୍ର ବିଭାଗରେ ନିର୍ଦେଶନା ପାଇଁ ଓଡ଼ିଆ ଝିଅ ଲିପିକା ସିଂହ ଦରାଇ ଜାତୀୟ ଚଳଚିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।

“ଏକ ଗଛ,ଏକ ମଣିଷ,ଏକ ସମୁଦ୍ର’ର ନିର୍ଦ୍ଦେଶନା ପାଇଁ ଲିପିକାଙ୍କ ନାମ ଘୋଷଣା କରାଯାଇଛି । ସେ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲ, ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟିଏସ୍ଆର୍ ଏବଂ ଟିବିକେ ଡ଼ିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ।

ଲିପିକାଙ୍କ ନିଜ ଘର ବାରିପଦାରେ । ଲିପିକା ପଶ୍ଚିମବଙ୍ଗର ପ୍ରସିଦ୍ଧ ସିନେମାଟୋଗ୍ରାଫର ଇନ୍ଦ୍ରନୀଲ ଲାହିରୀଙ୍କୁ ବିବାହ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନନ୍ ଫିଚର ଫିଲ୍ମ, ବାରିପଦା

ଯୌତୁକ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

March 17, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୧୭,(ଓଡ଼ିଶା ଡ଼ଟ୍ କମ୍)-ନିଜ ପତ୍ନୀଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କର ପୁଅ ରାଜାଶ୍ରୀ ମହାନ୍ତିକୁ ପୋଲିସ ରବିବାର କଟକ ନିକଟସ୍ଥ ଏକ ସ୍ଥାନରୁ ଗିିରଫ କରିଛି ।

ରାଜାଶ୍ରୀଙ୍କ ପତ୍ନୀ ବର୍ଷା ବାଲେଶ୍ୱରରେ ତାଙ୍କୁ ବିବାହ ପରଠାରୁ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ ତାଙ୍କ ବାପା ଯୌତୁକ ଦାବି ମୁତାବକ ନଗଦ୧୦ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ । କିନ୍ତୁ ତାଙ୍କୁ ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ସ୍କର୍ପିଓ ଗାଡ଼ି ଆଣିବା ପାଇଁ ତାଙ୍କ ସ୍ୱାମୀ,ଶ୍ୱଶୁର, ଶାଶୂ ଓ ନଣନ୍ଦ ଚାପ ପକାଇ ଆସୁଥିଲେ ।

ଏହି ଅଭିଯୋଗ ପରେ ତାଙ୍କ ଶ୍ୱଶୁର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ,ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନେ ଦାବି କରିଛନ୍ତି । ରାଜଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବର୍ଷା ସୋନି, ଯୌତୁକ ନିର୍ଯ୍ୟାତନା, ସ୍କର୍ପିଓ ଗାଡ଼ି

ବୋହୁଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

March 15, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର,ମାର୍ଚ ୧୫ (ଓଡ଼ିଶା ଡ଼ଟ୍ କମ୍)ବୋହୁ ଦ୍ୱାରା ଦିଆଯାଇଥିବା ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ପରେ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ଶୁକ୍ରବାର ମନ୍ତ୍ରୀପଦରୁଇସ୍ତଫା ଦେଇଛନ୍ତି ।

“”ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି । ଏହି ଅଭିଯୋଗ ପଛରେ କୌଣସି ସତ୍ୟତା ନାହିାଁ ”ବୋଲି ମହାନ୍ତି କହିଥିବା ବେଳେ ବିରୋଧୀଦଳ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ମହାନ୍ତି ନଗର ଉନ୍ନୟନ ବିଭାଗ ସହିତ ଆଇନ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ ।

ଗୁରୁବାର ବାଲେଶ୍ୱର ଥାନାରେ ତାଙ୍କର ବୋହୁ ବର୍ଷା ସୋନି ଚୌଧୁରୀ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନଗଦ ୨୫ଲକ୍ଷ ଟଙ୍କା ଏବଂ ଏକ ସ୍କର୍ପିଓ ଗାଡ଼ି ବାପଘରୁ ଯୌତୁକ ଭାବେ ଆଣିବା ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ବର୍ଷା ଆହୁରି ମଧ୍ୟ ଉଲେଖ କରିଥିଲେ ଯେ ଜୁନ୨୦୧୨ରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ପୁଅ ରାଜଶ୍ରୀଙ୍କୁ ସେ ବିବାହ କରିବା ପରଠାରୁ ତାଙ୍କୁ ବିଭିନ୍ନ ସମୟରେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ।

ସେ ଦାବି କରିଛନ୍ତି ଯେ,ବିବାହ ସମୟରେ ଯୌତୁକ ଦାବି ମୁତାବକ ତାଙ୍କ ବାପଘର ଲୋକେ ନଗଦ୧୦ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେଇଥିଲେ ସୁଦ୍ଧା ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ଗାଡ଼ି ସେମାନେ ଦାବି କରୁଥିଲେ ।

ପୋଲିସ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣଙ୍କ ନାମରେ ଯୌତୁକ ବିରୋଧି ଆଇନରେ ମାମଲା ରୁଜୁ କରିଛି ।

କିନ୍ତୁ ଏହି ସମସ୍ତ ଅଭିଯୋଗ ଭିତିହୀନ ବୋଲି ମହାନ୍ତି ସଫେଇ ଦେଇଛନ୍ତି । “ଆମେ ଏପରି କୌଣସି କାର୍ଯ୍ୟ କରିନାହୁଁ । ପୋଲିସ ତଦନ୍ତ କରୁ ,ବହୁତ ଶୀଘ୍ର ସତ୍ୟଜଣାପଡ଼ିବ ”ବୋଲି ସେ କହିଛନ୍ତି ।

ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ତୁମୁଳ ହଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ୍ତିଙ୍କ ଇସ୍ତଫା ଗ୍ରହଣ କରିବା ସହ ପୋଲିସର ମାନବାଧିକାରସେଲକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିବା ସତ୍ୱେ ବିରୋଧୀମାନେ ହଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭା ମୁଲତବୀ କରିବାକୁ ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପ୍ରଯୁକ୍ତି ବିଦ୍ୟା, ବର୍ଷା ସୋନି, ବାଲେଶ୍ୱର, ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଯୌତୁକ ନିର୍ଯ୍ୟାତନା, ସ୍କର୍ପିଓ ଗାଡ଼ି

କେନ୍ଦ୍ର , ରାଜ୍ୟ ବଜେଟ୍ ନିର୍ବାଚନୀମୂଳକ: ଆଲୋଚନାଚକ୍ର

March 7, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୬ (ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ‘ପରିଚର୍ଚ୍ଚା : ବଜେଟ୍ ୨୦୧୩-୧୪’ ଶୀର୍ଷକ ଏକ ଆଲୋଚନାଚକ୍ର ପ୍ରାନ୍ତ ବି·ର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ମଞ୍ଚର ରାଷ୍ଟ୍ର୍ରୀୟ ସଂଯୋଜକ ଅର୍ଥନୀତିଜ୍ଞ ଅରୁଣ ଓଝା ବେଦପାଠ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିବା ପରେ ଅଧ୍ୟକ୍ଷ ଡଃ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସହ ବକ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ପ୍ରାରମ୍ଭରେ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ସହପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ କାର୍ଯ୍ୟକ୍ରମର ପ୍ରସ୍ତାବନା ରଖି କହିଲେ ଏ ବର୍ଷର ବଜେଟରେ ସରକାର କୃଷି, କୃଷକ, ମହିଳା, ଗରିବ, ଯୁବକ ଭଳି କେବଳ କେତେଗୁଡିଏ ଶବ୍ଦ ଗୁଡିକୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବାରମ୍ବାର ପ୍ରୟୋଗ କରିଛନ୍ତି ।

ମଞ୍ଚ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିବା ସ୍ୱତନ୍ତ୍ର କୃଷି ବଜେଟ୍ କୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବାରୁ ସରକାରଙ୍କୁ ସେ ସାଧୁବାଦ ଜଣାଇଥିଲେ । ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ କୃଷି ଅର୍ଥନୀତିଜ୍ଞ ଡଃ.ଦିବାକର ନାୟକ କହିଲେ, ସରକାରଙ୍କ କୃଷି ବଜେଟରେ ସେଭଳି କିଛି ସ୍ୱତନ୍ତ୍ର ନୂତନତା ନାହିଁ ।

ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କୃଷିକ୍ଷେତ୍ର ଏବଂ କୃଷକ ମାନଙ୍କର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ମଧ୍ୟ ତାଙ୍କ ବଜେଟ୍ ରେ କୃଷି କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନ ଦେବା ଉଚିତ୍ ବୋଲି ସେ ମତ ଦେଇଥିଲେ ।

ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ପଞ୍ଚାନନ କାନୁନଗୋ ତାଙ୍କ ବକ୍ତବ୍ୟରେ କହିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ୍ ହେଉଛି କାଳ୍ପନିକ ଏବଂ ରାଜନୈତିକ ଅଭିସନ୍ଧି ମୂଳକ ।

ନିର୍ବାଚନୀ ବର୍ଷରେ କୌଣସି ସରକାରଙ୍କ ବଜେଟ୍ ଅର୍ଥନୀତିଜ୍ଞ ବା ରାଷ୍ଟ୍ରନାୟକମାନେ କରନ୍ତି ନାହିଁ । ଏହି ବଜେଟରେ ଗଣିତ, ବ୍ୟାକରଣ ଏବଂ କୌଣସି ଦର୍ଶନ ମଧ୍ୟ କାମ କରେନି ବୋଲି ସେ ବହୁ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ ।

ରାଜ୍ୟ ସରକାରଙ୍କର ‘ସ୍ୱତନ୍ତ୍ର କୃଷି ବଜେଟ୍’ ପୂର୍ବଭଳି ସେହି ୯% ରେ ସୀମିତ ଥିଲେ ମଧ୍ୟ ଏହାକୁ ନାମକୁ ମାତ୍ର ‘ସ୍ୱତନ୍ତ୍ର କୃଷି ବଜେଟ୍’ ଭାବରେ ଘୋଷଣା କରିଛନ୍ତି । ମାତ୍ର ୯%ର ବଜେଟ୍ ପାଇଁ ଅର୍ଥମନ୍ତ୍ରୀ ତାଙ୍କ ଭାଷଣର ମୋଟ ସମୟର ୬୪% ସମୟ ନେବା ଏକ ହାସ୍ୟାଷ୍ପଦ କଥା ।

ସେ ପୁଣି କହିଲେ ଦେଶର ୫୭% ଲୋକଙ୍କର ଦିନକୁ ୧୯ଟଙ୍କା ଖର୍ଚ୍ଚ କରିବାର ଦକ୍ଷତା ନଥିବା ବେଳେ ସରକାର ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପରିବର୍ତ୍ତେ ଏକ ଟଙ୍କିଆ ଚାଉଳ ନାମରେ କେଜି ପ୍ରତି ୩୪ଟଙ୍କା ସବ୍ସିଡ଼ି ଦେବା ଅତ୍ୟନ୍ତ ଦୁଃଖର ବିଷୟ ।

ଏହାଦ୍ୱାରା ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଷୁଡ଼ି ପଡ଼ିବ । ମୁଖ୍ୟବକ୍ତା ଭାବରେ ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଓଝା କେନ୍ଦ୍ର ବଜେଟ୍ କୁ ସମାଲୋଚନା କରି କହିଲେ ସରକାର ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଆମ୍ ଆଦମୀ ବୁଝି ନପାରିବା ଭଳି ଏକ ଅପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ କେବଳ ଏକ ହିସାବ ଦେଇଛନ୍ତି ।

ବିକାଶର ମାନଦଣ୍ଡ କେବଳ ଉପଭୋକ୍ତାବାଦରେ ସୀମିତ ରହିଯାଇଛି । ଦେଶର ୪୦% ପିଲା କୁପୋଷଣର ଶୀକାର ହେଉଥିବାବେଳେ ସେଥିପାଇଁ ସରକାର ଆଖିବୁଜି ଦେଇଛନ୍ତି । ୧୯୯୧ରେ ଦେଶର ଅବସ୍ଥା ଯାହା ଥିଲା ଏବେ ୨୦୧୩ରେ ମଧ୍ୟ ଦେଶରେ ସେଭଳି ଅବସ୍ଥା ଲାଗିରହିଛି ।

ଏହି ବଜେଟ୍ ସଂପୂର୍ଣ୍ଣ ମନଗଢ଼ା ଏବଂ କାଳ୍ପନିକ ହୋଇଥିବାରୁ ସରକାର ଦରଦାମ ବୃଦ୍ଧି ରୋକିବାରେ ବିଫଳ ହେବେ ଏବଂ ଏହାଦ୍ୱାରା ଟଙ୍କାର ଅବମୂଲ୍ୟାୟନ ହେବା ସହିତ ବେରୋଜଗାରୀ ମଧ୍ୟ ବଢ଼ିବ ।

ସାମ୍ପ୍ରଦାୟିକତା ନାମରେ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ପାଇଁ ପୂର୍ବ ବଜେଟ୍ ତୁଳନାରେ ୬୦% ବ୍ୟୟ ବୃଦ୍ଧି କରିବା ଦର୍ଶାଉଛି ଯେ ଏହି ବଜେଟ୍ ଭୋଟ୍ବ୍ୟାଙ୍କ ରାଜନୀତି ପାଇଁ କରାଯାଇଛି ।

ରେଳ ବଜେଟ୍ ସମ୍ବନ୍ଧରେ ସେ କହିଲେ ସରକାର ‘କ୍ୟାନ୍ସର ଟ୍ରେନ୍’ ନାମରେ ଟ୍ରେନ୍ ପ୍ରଚଳନ କରିବା ଅତ୍ୟନ୍ତ ନିନ୍ଦନୀୟ କଥା ।

ଶ୍ରୀ ଓଝା ଉଦ୍ଦବେଗ ପ୍ରକାଶ କରି କହିଲେ ଦେଶରେ କୃଷି ଓ କୃଷକର ସମସ୍ୟାକୁ ଦୂର କରାଯିବାର ରାସ୍ତା ବାହାର ନକରି ବିଦେଶୀ ପୁଞ୍ଜିକୁ ଗୁରୁତ୍ୱ ଦେଇ ପ୍ରୋତ୍ସାହନ ଦେବା ଏବଂ ଜିଏମ୍ ଫୁଡ଼୍କୁ ପ୍ରୋତ୍ସାହନ ଦେଇ ବିଦେଶୀ ବିହନ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିବାଦ୍ୱାରା ଦେଶର ଖାଦ୍ୟ ସୁରକ୍ଷା ଉପରେ ବିପଦ ଦେଖାଦେଇଛି ।

ଏହି ଆଲୋଚନା ଚକ୍ରରେ ସ୍ତମ୍ଭ ଲେଖକ ନଟବର ଖୁଣ୍ଟିଆ, ଅର୍ଥନୀତିଜ୍ଞ ସୁବାସ ଦାଶ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଅଖିଳ ପାଢ଼ୀ, ଭାରତୀୟ ମଜଦୁର୍ ସଂଘର ମୁକ୍ତିକାନ୍ତ ଶତପଥୀ, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ କୃଷକ ପଞ୍ଚାୟତ ପ୍ରମୁଖ ବିରଞ୍ଚି ନାରାୟଣ ପଣ୍ଡା ଓ ନୀଳାଦ୍ରୀ ନାଥ ଜଗଦେବ ପ୍ରମୁଖ ଭାଗନେଇ କହିଲେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭେଳିକି ଦେଖାଉଛନ୍ତି ।

ଏହାଦ୍ୱାରା ଦେଶର ଆର୍ଥିକ ବିକାଶ ହୋଇପାରିବ ନାହିଁ କାରଣ ଏହି ବଜେଟ୍ ଫିସିକାଲ ଡ଼େଫିସିଟ୍, କରେଣ୍ଟ ଡ଼େଫିସିଟ୍, ବେକାରୀ, ମୁଦ୍ରାଷ୍ପିତି ଆଦି ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ ନାହିଁ ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପ୍ରସାର ପାଇଁ ବଜେଟ୍ ରେ ସେପରି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାର ସୂଚନା ଦେଇ ଅଧ୍ୟକ୍ଷ ଡ଼କ୍ଟର ନନ୍ଦ କହିଲେ ଏହାଦ୍ୱାରା ଦେଶରେ ଅରାଜକତା, ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ବଢ଼ି ଚାଲିବ ।

ପରିଶେଷରେ ମଞ୍ଚର ପ୍ରାନ୍ତ ସଂପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେବାପରେ ମୁକ୍ତିକାନ୍ତ ଶତପଥୀ ବନ୍ଦେ ମାତରମ୍ ଗାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅରାଜକତା, ଅର୍ଥନୀତିଜ୍ଞ, କୁପୋଷଣ, କୃଷି ବିଶ୍ୱବିଦ୍ୟାଳୟ, କ୍ୟାନ୍ସର ଟ୍ରେନ୍, ଦୁର୍ନୀତି ଓ ଭ୍ରଷ୍ଟାଚାର, ବଜେଟ୍, ସରକାର

ନୃତ୍ୟ ଅନୁଷ୍ଠାନ ବାର୍ଷିକ ଉତ୍ସବ ରେ ନାଚଗୀତର ଧୁମ୍

March 1, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୧ (ଓଡ଼ିଶା ଡ଼ଟ୍ କମ୍) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃତ୍ୟ ଅନୁଷ୍ଠାନ ଡ଼େନିମ୍ ଏଣ୍ଡ୍ ବ୍ଳୁଜ୍ ତାର ଚତୁର୍ଥ ବାର୍ଷିକ ଉତ୍ସବ ନିକଟରେ ଧୁମ୍ ଧାମରେ ପାଳନ କରିଛି । ସ୍ଥାନୀୟ ଏକାମ୍ର ହାଟ ଠାରେ ଏହି ଉତ୍ସବ ଆରମ୍ଭ ହୋଇଥିଲା ଦୈନିକ ସମ୍ବାଦ ପତ୍ର ପଦର୍ଶନୀରୁ ।

ଦେଶର ୧୪ଟି ଭାଷାର ପ୍ରାୟ ୩୦୦ରୁ ଉର୍ଦ୍ଧ ଖବର କାଗଜ ଏଥିରେ ସ୍ଥାନିତ ହୋଇଥିଲା । ଦିନ ୧୧ଟରେ ଏହାକୁ ଉଦ୍ଘାଟନ କରିଥିଲେ ସାମ୍ବାଦିକ ଅଶୋକ ପ୍ରଧାନ ।

ଏବଂ ଉକ୍ତ ସଂଧ୍ୟାରେ ଅନୁଷ୍ଠିତ ମେଗା ଡ଼୍ୟାନ୍ସ୍ ସୋର ପ୍ରଦୀପ ପ୍ରଜ୍ଜଳନ କରିଥିଲେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ୍ ଦାସ ଉକ୍ତ ମଞ୍ଚରେ ଅତିଥିରୁପେ ଉପସ୍ଥିତ ଥିଲେ ଅଭିନେତା କେ.କେ. କମଲ କିରଣ, ଓ ଅନୁଷ୍ଠାନର ମୁଖ୍ୟ ପ୍ରିୟାଂଶୁ ପ୍ରିୟଦେବ ।

ଏହି ଅବସରରେ ସମାଜସେବୀ ଗୋପୀମୋହନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଭିନେତା ଓ ନିର୍ଦ୍ଦେଶକ ଅଜିତ୍ ଦାସ, ଅଭିନେତା କେ.କେ. କମଲ କିରଣ, ଡ଼େନିମ୍ ଏଣ୍ଡ୍ ବ୍ଳୁଜ୍, ସାମ୍ବାଦିକ

ଶାହା କମିଶନ ନିକଟରେ ପକ୍ଷ ରଖିଲେ ଖଣିଧାରୀ

February 28, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୮(ଓଡ଼ିଶା ଡ଼ଟ୍ କମ୍), ବୁଧବାର ଏଠାରେ ଆରମ୍ଭ ହୋଇଥିବା ଶାହା କମିଶନଙ୍କ ଶୁଣାଣିର ପ୍ରଥମ ଦିନରେ ବିଭିନ୍ନ ଖଣିଧାରୀ ସେମାନଙ୍କର ପକ୍ଷ ରଖିଛନ୍ତି ।

ଖଣି ଦୁର୍ନୀତିର ତଦନ୍ତ କରୁଥିବା ଏହି କମିଶନ ପାଖରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ନିଜର ସଫାଇ ଦେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରି ବହୁ ଖଣିଧାରୀ ପୂର୍ବରୁ ଆବେଦନ କରିଥିଲେ ।

କମିଶନ ଏହି ଶୁଣାଣି କରିବା ପାଇଁ ଓଡ଼ିଶା ଆସିଛନ୍ତି । ବିବାଦୀୟ ଖଣି ଅଞ୍ଚଳର ଚିହ୍ନଟ ଉପଗ୍ରହ ଚିତ୍ର ସାହାଯ୍ୟରେ କରାଯାଇଥିବାରୁ ଏହାର ସଠିକତା ଉପରେ ଖଣିଧାରୀମାନେ ନିଜ ଓକିଲଙ୍କ ଜରିଆରେ ପ୍ରଶ୍ନ ଉଠାଇଥିଲେ ।

ସେମାନେ ଆଉଥରେ ଖଣି ଅଞ୍ଚଳ ପରିଦର୍ଶନ କରି ଏହାର ସାନି ଯାଞ୍ଚ ଦାବି କରିଥିଲେ । କମିଶନ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଥିବା କୁହାଯାଇଛି । ଠିକ୍ ସେହିପରି ବିଭିନ୍ନ ସମୟରେ ସେମାନେ ସରକାରଙ୍କ ନିର୍ଦେଶାନାମା ସବୁ ପାଳନ କରି ଆସିଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ କରାଯାଉଛି ବୋଲି ଦର୍ଶାଇଛନ୍ତି ।

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।

ଖଣିଧାରୀମାନଙ୍କ ପକ୍ଷରୁ ଯେଉଁ ବରିଷ୍ଠ ଓକିଲ ପକ୍ଷ ରଖୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରାମ ଜେଠ୍ ମଲାନି,ଏ.ବି.ଦିୱାନ,ଗୋପାଳ ଶୁଭ୍ରମନ୍ୟମ୍ ଓ ପିନାକୀ ମିଶ୍ର ।

ଏଠାରେ ଉଲେଖଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଖଣିଦୁର୍ନୀତି ତଦନ୍ତ ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୧୦ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ୍.ବି.ଶାହା ଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରିଛନ୍ତି ।

ଏହି କମିଶନ ଗୋଆ ଏବଂ କର୍ଣ୍ଣାଟକ ଭଳି ଖଣିଜସମ୍ପଦ ଭରପୂର ରାଜ୍ୟ ମାନଙ୍କରେ ତଦନ୍ତ କଲାପରେ ଓଡ଼ିଶାରେ ୨୦୧୧ରୁ ତଦନ୍ତ ଆରମ୍ଭ କରିଛନ୍ତି । ଜ.ଶାହା ନିଜେ କମିଶନ ବିଶେଷଜ୍ଞ ଦଳ ସହ ଡ଼ିସେମ୍ବର୨୦୧୧ରେ ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳ ଗସ୍ତ କରିଥିଲେ ।

ଚଳିତ ଗସ୍ତ ଶାହାଙ୍କ ଦ୍ୱିତୀୟଗସ୍ତ ହୋଇଥିବା ବେଳେ କମିଶନ ବିଶେଷଜ୍ଞମାନେ ରାଜ୍ୟକୁ ଗତବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ତଦନ୍ତ ପାଇଁ ଆସିଥିଲେ । କମିଶନଙ୍କର କାର୍ଯ୍ୟକାଳ ୧୬ ଜୁଲାଇ ୨୦୧୨ରେ ଶେଷ ହେଉଥିବାରୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ପାଇଁ ଏହା କାର୍ଯ୍ୟକାଳ ବୃଦ୍ଧି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ଖଣିଦୁର୍ନୀତି, ଭୁବନେଶ୍ୱର, ଶାହା କମିଶନ

ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା

February 27, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର, ଫେବୃଆରୀ ୨୭ (ଓଡ଼ିଶା ଡ଼ଟ୍ କମ୍), ମଙ୍ଗଳବାର ରେଳ ମନ୍ତ୍ରୀ ପୱନ କୁମାର ବଂଶଲ ଲୋକସଭାରେ ଉପସ୍ଥାପନ କରିଥିବା ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି ।

କଂଗ୍ରେସ ଏହାକୁ ଏକ ଲୋକାଭିମୁଖୀ ଓ ସମତୁଲ ବଜେଟ୍ କହୁଥିବା ବେଳେ ବିରୋଧି ଦଳମାନେ ଏହାକୁ ସମାଲୋଚନା କରିଛନ୍ତି ।

ଏହି ବଜେଟ୍ ରେ ଓଡ଼ିଶାରେ ୬ଟି ନୂଆ ଏକ୍ସପ୍ରେସ ଟ୍ରେନ ଯାତାୟାତ କରିବ । ସେଗୁଡ଼ିକ ହେଲା ଭୁବନେଶ୍ୱର-ନିଜାମୁଦ୍ଧିନ ଭାୟା ସମ୍ବଲପୁର(ସାପ୍ତାହିକ),ପୁରୀ-ଶିରିଡ଼ି ଭାୟା
ସମ୍ବଲପୁର-ଟିଟିଲାଗଡ଼(ସାପ୍ତାହିକ),ତିରୁପତି-ଭୁବନେଶ୍ୱର(ସାପ୍ତାହିକ),ବିଶାଖାପାଟଣା-ଯୋଧପୁର ଭାୟା କେସିଙ୍ଗା-ଟିଟିଲାଗଡ଼,ପୁରୀ-ଆଜମିର ଏକ୍ସପ୍ରେସ,ହାଓଡ଼ା-ଚେନ୍ନାଇ ଏସି ଏକ୍ସପ୍ରେସ(ସପ୍ତାହରେ ଦୁଇଦିନ) ।

ଏଥିସହ ୩ଟି ଟ୍ରେନ କୁ ସଂପ୍ରସାରିତ କରାଯାଇଛି । ସେଗୁଡ଼ିକ ହେଲା ଭୁବନେଶ୍ୱର-ଭବାନୀପାଟଣାରୁ ଜୁନାଗଡ଼,ଏଲଟିଟି-ଭୁବନେଶ୍ୱରରୁ ପୁରୀ,ପୁରୀ-ଦରଭଙ୍ଗାରୁ ଜୟନଗର ପର୍ଯ୍ୟନ୍ତ ସଂପ୍ରସାରିିତ କରାଯାଇଛି ।

ଏଥିସହିତ ଗଞ୍ଜାମ ରେ ୱାଗନ କାରଖାନା, କଳାହାଣ୍ଡିରେ ମାଲଗାଡ଼ି କୋଚ୍ ମରାମତି କେନ୍ଦ୍ର, ନିରାକାରପୁର-ତାପଙ୍ଗ ନୂଆ ବାଇପାସ୍ ଲାଇନ୍, କୋରାପୁଟରେ ଖୋଲିବ ଯୁବଗୋଷ୍ଠୀ ତାଲିମ କେନ୍ଦ୍ର ଏବଂ ରାୟପୁର-ଝାରସୁଗୁଡ଼ା ନୂଆ ଲାଇନ୍ ନିର୍ମାଣ ହେବ । ସମ୍ବଲପୁର-ହଜୁର ସାହାବ ନନେ୍ଦଦ ଏକ୍ସପ୍ରେସ୍ ଚଳାଚଳ ସପ୍ତାହରେ ତିନିଦିନକୁ ବୃଦ୍ଧି କରାଯାଇଛି ।

ରେଳ ବଜେଟ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ନୈରାଶ୍ୟଜନକ ଅଟେ । ଓଡ଼ିଶା ରେଳ ମନ୍ତ୍ରଣାଳୟ ନିକଟରେ ୩୦୫୦କୋଟି ଟଙ୍କା ଦାବି ରଖିଥିବା ବେଳେ ବଜେଟ୍ ରେ ମାତ୍ର ୮୬୯କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ଓଡ଼ିଶା ବର୍ଷକୁ ରେଳବାଇକୁ ପ୍ରାୟ ୧୪୦୦୦କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ପୁଣି ଥରେ କେନ୍ଦ୍ର ଓଡ଼ିଶାକୁ ନିରାଶ କରିଛି ବୋଲି ସେ କହିଛନ୍ତି ।

ରେଳମନ୍ତ୍ରୀ ଓଡ଼ିଶାକୁ ଭଣ୍ଡାଇଛନ୍ତି ବୋଲି ବିଜେପି ନେତା ଜୁଏଲ ଓରାମ କହିଛନ୍ତି । ଭୁବନେଶ୍ୱରକୁ ଅନ୍ତର୍ଜାତିକ ସ୍ତରର ରେଳ ଷ୍ଟେସନ କରାଯିବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଏଥର ସେଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ପାଇଁ ଏହା ସବୁଠୁ ଭଲ ରେଳ ବଜେଟ୍ ବୋଲି କଂଗ୍ରେସ ସାଂସଦ ଭକ୍ତଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ରେ ଅନେକ ପ୍ରକଳ୍ପ ଓଡ଼ିଶା ପାଇଁ ରହିଛି ଓ ଗୁଡ଼ାଏ ନୂଆ ଟ୍ରେନ ଓଡ଼ିଶା ଦେଇ ଯିବ । ଏଥିରେ କଳାହାଣ୍ଡିରେ ୱାର୍କସପ ପାଇଁ ଘୋଷଣା ରହିଛି । ଯାହାଦ୍ୱାରା ୧୨୦୦ରୁ ୧୫୦୦କର୍ମଚାରୀ ଏଥିରେ ନିଯୁକ୍ତି ପାଇବେ ।

ଏହା ଏକ ନିର୍ବାଚନମୁଖୀ ବଜେଟ୍ ଏହା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି । ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଛେଷ୍ଟା କରାଯାଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସ୍ୱାର୍ଥ ପାଇଁ ଏହି ବଜେଟ୍ ପ୍ରସ୍ତୁତ କରିଛି ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି । ଅଣକଂଗ୍ରେସ ଶାସିତ ରାଜ୍ୟମାନଙ୍କ ପାଇଁ ରେଳ ବଜେଟ୍ ରେ ବିଶେଷ କିଛି ନାହିଁ ।

ରାୟବରେଲି ଭଳି ଆସନ ପାଇଁ ୪ଟି ବଡ଼ ପ୍ରକଳ୍ପ ଘୋଷଣା ପଛରେ ଗାନ୍ଧୀ ପରିବାରର ସ୍ୱାର୍ଥକୁ ଦେଖାଯାଇଛି । ଏହା ପୱନ ଏକ୍ସପ୍ରେସରେ ହାୱା ମିଠାଇ ବୋଲି ଓଡ଼ିଶା ଜନମୋର୍ଚା ତରଫରୁ
କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ ସାଂସଦ, କଳାହାଣ୍ଡି, ଜୁଏଲ ଓରାମ, ଭବାନୀପାଟଣା

ସାମାନ୍ୟ ଘଟଣାକୁ ନେଇ ରେଭେନ୍ସାରେ ସଂଘର୍ଷ,୧୫ ଆହତ

February 26, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃଆରୀ ୨୬(ଓଡ଼ିଶା ଡଟ୍ କମ୍), ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ସୋମବାର ସଂଧ୍ୟାରେ କଟକ ରେଭେନସା ବିଶ୍ୱବିଦ୍ୟାଳୟ ପରିସରରେ ଦୁଇ ଛାତ୍ର ଗୋଷ୍ଟୀଙ୍କ ମଧ୍ୟରେ ସଂଘର୍ଷ ଘଟି ପ୍ରାୟ ୧୫ଜଣ ଛାତ୍ର ଆହତ ହୋଇଛନ୍ତି ।

ଜଣେ ଛାତ୍ର ମଟରସାଇକେଲର ଇଣ୍ଡିକେଟର୍ ଜଳାଇ ନିଜ ଛାତ୍ରାବାସକୁ ଆସୁଥିବା ବେଳେ କେତେକ ଛାତ୍ରଙ୍କ ସହ ବଚସା ହେବାରୁ ଦୁଇଟି ଛାତ୍ରାବାସର ଛାତ୍ରମାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କ ହସ୍ତକ୍ଷେପ ସତ୍ୱେ ଘଟଣା ଶାନ୍ତ ପଡ଼ି ନଥିଲା ।

ବିଶ୍ୱବିଦ୍ୟାଳୟ ପରିସରରେ ଉତେଜନା ଲାଗି ରହିଥିବା ବେଳେ କର୍ତୃପକ୍ଷଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି । ଗଣ୍ଡଗୋଳରେ ଗୋଟିଏ ଛାତ୍ରାବାସର ବାରଲାଇଟ୍ ପଂଖା ଏବଂ କେତେକ ସାମଗ୍ରୀ ଭଙ୍ଗାରୁଜା ହୋଇଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଛାତ୍ରାବାସ, ରେଭେନସା ବିଶ୍ୱବିଦ୍ୟାଳୟ

ପରୀକ୍ଷାରେ କପି କରି ଧରାପଡ଼ିଲେ ୬୫୪ଜଣ ଛାତ୍ର

February 26, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୬ (ଓଡ଼ିଶା ଡ଼ଟ୍ କମ୍), ସୋମବାର ଆରମ୍ଭ ହୋଇଥିବା ୨୯୯ଟି ପରୀକ୍ଷାକେନ୍ଦ୍ରରେ ମାଟ୍ରିକ୍ ବୋର୍ଡ଼ ପରୀକ୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କପି କରି ୬୫୪ଜଣ ଛାତ୍ର ଧରା ପଡ଼ିଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କହିଛି ।

ବୋର୍ଡ଼ ପକ୍ଷରୁ ନିର୍ଦ୍ଧାରିତ ୫ଟି ଜୋନ ମଧ୍ୟରୁ ସେଣ୍ଟ୍ରାଲ ଜୋନ୍ ରେ ୨୨୫ଜଣ, ସମ୍ବଲପୁର ଜୋନ୍ ରେ୨୨୭ଜଣ, ବାଲେଶ୍ୱର ଜୋନ୍ ରେ ୧୧୧ଜଣ, ବ୍ରହ୍ମପୁର ଓ ଜୟପୁରରେ ମିଳିତ ଭାବେ ୯୦ ଓ ଭୁବନେଶ୍ୱର ଜୋନ୍ ରେ ଜଣେ ପ୍ରାର୍ଥୀଙ୍କୁ କପି କରୁଥିବା ବେଳେ ଧରାଯାଇଛି ।

ପରୀକ୍ଷାରେ ପୁରୀ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଲିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଦୁଇଜଣ ନକଲି ପରୀକ୍ଷାର୍ଥୀଙ୍କୁ ଧରାଯାଇଛି ।

ବାଲେଶ୍ୱର ଜିଲ୍ଲାର ଝାମୁଝରୀ ଅଞ୍ଚଳରେ ଥିବା ଦାମୋଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୈଳାଶ ଚନ୍ଦ୍ର ବେହେରାଙ୍କୁ କପି ପାଇଁ ସହଯୋଗ କରୁଥିବା ପାଇଁ ନିଲମ୍ବିତ କରାଯାଇଛି । ସୋମବାର ପରୀକ୍ଷାରେ ଯାଜପୁର ଜିଲ୍ଲାରେ ସର୍ବାଧିକ ୮୭ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡ଼ିଛନ୍ତି ବୋଲି ବୋର୍ଡ଼ ସଂପାଦକ ରାମକୃଷ୍ଣ ସାହୁ କହିଛନ୍ତି ।

ଏଠାରେ ଉଲେଖଯୋଗ୍ୟ ଯେ, ଚଳିତବର୍ଷ ୫ଲକ୍ଷ ୨୫ହଜାର୧୩୨ଜଣ ରେଗୁଲାର ଛାତ୍ରଛାତ୍ରୀ, ୫୭ହଜାର ୪୨୯ଜଣ ଏକ୍ସ ରେଗୁଲାର ଏବଂ ମଧ୍ୟମାରେ ୪୩୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ କପି ବନ୍ଦ କରିବା ପାଇଁ ଚଳିତ ବର୍ଷ ମୋଟ୍ ୧୩୫ଟି ସ୍କ୍ୱାଡ଼୍ ଗଠନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କପି, ଜୟପୁର, ପରୀକ୍ଷା, ସ୍କ୍ୱାଡ଼୍

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Interim pages omitted …
  • Go to page 75
  • Go to Next Page »

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)