• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ବିଜେପିକୁ ପ୍ରତିହତ କରିବାପାଇଁ ରଣନୀତି ବଦଳାଉଛନ୍ତି ନବୀନ !

December 26, 2017 by ଓଡିଶା ଡଟ କମ Leave a Comment

ରଘୁନାଥ

ମହାନଦୀ ପ୍ରସଙ୍ଗ ହେଉ କିମ୍ବା ପୋଲାବରମ ହେଉ, ରାଜ୍ୟକୁ ଅନୁଦାନ ଦେବା ପ୍ରସଙ୍ଗ ହେଉ କି ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ନ ମିଳିବା ବିଷୟକୁ ନେଇ ହେଉ ବାରମ୍ବାର କେନ୍ଦ୍ରକୁ ସମାଲୋଚନା କରିଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜ୍ୟର ଶାସକ ବିଜୁ ଜନତା ଦଳର ୨୦ ତମ ଜନ୍ମ ଦିବସରେ ନିଜ ଅଭିଭାଷଣରେ ଏସବୁ ବିଷୟ ନ ଉଠାଇ କଣ ତାଙ୍କର ଭବିଷ୍ୟତ ରଣ କୌଶଳ ସମ୍ପର୍କରେ କୌଣସି ବାର୍ତ୍ତା ଦେଇଛନ୍ତି ?

ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ସଚିବାଳୟ ବଦଳରେ ପୁରୀ ଠାରେ ରାଜ୍ୟ କେବିନେଟର ବୈଠକ ବସାଇ ଓଡିଆ ଭାଷା ସଂସ୍କୃତି ସମ୍ପର୍କରେ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବା ଏବଂ ନିଜ ଅଭିଭାଷଣରେ ଓଡିଶା , ବିଜୁ ବାବୁ ଏବଂ ବିଜୁ ଜନତା ଦଳ ସମ୍ପର୍କରେ କହିବା ସହ ନିଜର ରାଜନୈତିକ ଜୀବନ ଆରମ୍ଭ ସମୟର କଥା କହି ଦଳ କାର୍ଯ୍ୟକର୍ତ୍ତାଙ୍କୁ ଭଲ କାମ କରି ଲୋକଙ୍କ ହୃଦୟ ଜିତିବା ପାଇଁ ପରାମର୍ଶ ଦେବା ଆଦି ତାଙ୍କ ରଣନୀତି ପରିବର୍ତ୍ତନର ସୂଚନା ଦେଉଛି ।

ନିକଟରେ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ପ୍ରବଳ ସରକାରୀ ବିରୋଧୀ ହାୱା ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ପୁଣିଠାରେ ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛି। ସରକାରଙ୍କ ୨୨ ବର୍ଷ ଶାସନର ତ୍ରୁଟି ବିଚ୍ୟୁତିକୁ ବିରୋଧୀ କଂଗ୍ରେସ ଦଳ ଆୟୁଧକରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଓ ଗୁଜରାଟୀଙ୍କ ସ୍ଵାଭିମାନ ବିଷୟ ଉପସ୍ଥାପନକରିବାରୁ ବିଜେପି ଏହି ସଫଳତା ହାସଲ କରିଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

ବୋଧହୁଏ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁଜରାଟ ନିର୍ବାଚନରେ ବିଜେପିର ସଫଳତାରୁ ଶିକ୍ଷାଲାଭ କରି ନିଜ ରଣନୀତି ପରିବର୍ତ୍ତନ କରିଥିବା ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି। ପୁରୀ ଶ୍ରୀ କ୍ଷେତ୍ରକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧକ୍ଷ୍ୟ ଅମିତ ଶାହା ଆସିଥିଲେ ଓ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ।

ପୁରୀଠାରେ ଏକ ବିଶାଳ ଜନ ସମାବେଶ ଆୟୋଜନ କରିବା ସହ ନିଜର ଅଭିଭାଷଣ ଆରମ୍ଭରେ ଜୟ ଜଗନ୍ନାଥ ଉଚ୍ଛାରଣ କରି ନବୀନ ଦେଖାଇବାକୁ ଚାହିଁଛନ୍ତି ଯେ ବିଜୁ ଜନତା ଦଳର ସ୍ଥିତି ମଜବୁତ ଅଛି ।

ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ମଧ୍ୟ ଖୁବ ଗୁରୁତ୍ଵ ବହନ କରୁଛି । ଏହି କ୍ଯାବିନେଟରେ ରାଜ୍ୟର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା କରାଯିବା ନିଷ୍ପତ୍ତି ନିଆଯିବା ସହ ଏକ ଭାଷା କମିଶନ ବସାଇବାପାଇଁ ନିଷ୍ପତ୍ତି ନିଆଯାଇଛି ।

ସଂସ୍କୃତି ବିଭାଗକୁ ଓଡିଆ ଭାଷା ଓ ସଂସ୍କୃତି ବିଭାଗ ନାଁରେ ନାମିତ କରାଯିବା ସହ ପାଞ୍ଚ ବର୍ଷରେ ଥରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବା ଓ ପ୍ରତିବର୍ଷ ପୁସ୍ତକ ମେଳା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଠିକ ସେହି ପରି ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରାଯିବା ଓ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆ ଭାଷା ବ୍ୟବହାର କରାଯିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ଘୋଷଣା କରାଯାଇଛି ।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପାର୍ଟିର ଅନ୍ୟ ନେତା ଓ ମନ୍ତ୍ରୀ ମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କିନ୍ତୁ ନିଜ ଅଭିଭାଷଣରେ ବିଜେପି କି କେନ୍ଦ୍ର ସରକାରଙ୍କ ନାଁ ମଧ୍ୟ ନେଇ ନ ଥିଲେ।

“ଆଜି ରାଜନୀତି ନୁହେଁ ହୃଦୟର କଥା କହିବି” କହିବା ସହ ସେ ୧୯୯୭ରୁ ରାଜନୀତି ଆରମ୍ଭ କରିଥିବା ଓ ଲୋକଙ୍କ ଆଶୀର୍ବାଦ ପାଇଥିବା କହିଥିଲେ। ସେ କହିଥିଲେ ଭଲ କାମ କରିବାରେ ଅଧିକ ଖୁସି ଥାଏ । ତେଣୁ ଆପଣମାନେ ଭଲ କାମକରି ଲୋକଙ୍କ ହୃଦୟ ଜିତନ୍ତୁ ।

ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ । ସାଧାରଣ ଜୀବନ ଶୈଳୀ ଅବଲମ୍ବନ କରିବା ଓ ଉଛ ବିଚାର ରଖି କମ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡିଆ ତ୍ୟାଗର ଭୂମି । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିହୁଏ ବୋଲି ସେ କହିଥିଲୋ

ତୁ ତୁ ମେ ମେ ଠାରୁ ନିଜକୁ ଦୂରରେ ରଖିବା, ଜଗନ୍ନାଥ ଧାମରୁ ଓଡିଆ ଅସ୍ମିତା କଥା କହି ଓଡିଆ ଭାଷା ଓ ସଂସ୍କୃତି ସମ୍ପର୍କରେ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କଳା ଭଳି ନିଷ୍ପତ୍ତି ନେବା ଆଦିରୁ ଏହା ସ୍ପଷ୍ଟ ଯେ ନବୀନ ୨୦୧୯ ରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜ ରଣନୀତିରେ ପରିବର୍ତ୍ତନ କରୁଥିବା ବିଚାର କରୁଛନ୍ତି।

ବିରୋଧୀ ଦଳ ଯଥା କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ କହିଆସୁଥିବା ବେଳେ, ତାଙ୍କୁ ପ୍ରତ୍ୟୁତ୍ତର ଦେବା ବଦଳରେ ସକାରାତ୍ମକ ଢଙ୍ଗରେ ତାଙ୍କୁ ମୁକାବିଲା କରିବା ପାଇଁ ନବୀନ ସ୍ଥିର କରିଥିବା ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି

ମହାପ୍ରୟାଣ ଯୋଜନା; ଦଶଟି ପ୍ରମୁଖ ତଥ୍ୟ

November 6, 2017 by ନିଉଜ ଡେସ୍କ Leave a Comment

mahaprayan
pic credit Twitter @DeoKalikesh

କେଦାର ମିଶ୍ର

ଦାନ ମାଝୀ ଅ।ଜି ଓଡିଶାରୁ ବାହାରି ଗୋଟେ କିମ୍ବଦନ୍ତୀ, ଅନେକ କବିତା ଓ କାହାଣୀର ନାୟକ, ଅନେକ ଖବରର କେନ୍ଦ୍ରବିନ୍ଦୁ, ଅନେକ ରାଜନୀତିର ବିଷୟ ବସ୍ତୁ ।

ଦାନ ମାଝୀ ଯେଉଁ ରାତିରେ ନିଜ ମୃତ ସ୍ତ୍ରୀକୁ କାନ୍ଧରେ ପକେଇ ରାସ୍ତା ଚାଲିବା ଅ।ରମ୍ଭ କରିଥିଲେ, ସେ ରାତି ତାଙ୍କ ଜୀବନରେ ଗୋଟେ ବଡ଼ ପରିବର୍ତ୍ତନର ସଂକେତ ଅ।ଣିଥିଲା ।

ଦାନ ମାଝୀ ଅ।ମକୁ ଯାହା ଜଣେଇବାକୁ ଚାହୁଁଥିଲେ, ତାକୁ ଅ।ମେ ଜାଣିବାକୁ ଚାହୁଁନଥିଲୁ । ତେବେ ଇତି ମଧ୍ୟରେ ଦାନ ମାଝିଂକ କାର୍ଯ୍ୟକୁ ବିଧାନସଭାରେ ନାପସନ୍ଦ କରିଥିବା ରାଜ୍ୟ ସରକାର କିନ୍ତୁ ଟିକେ ଅଧିକ ସଚେତନ ହେବାକୁ ବାଧ୍ୟ ହୋଇଛନ୍ତି ।

ଏ ପ୍ରସଂଗରେ ରାଜ୍ୟରେ କିଛି ନୁଆ ଯୋଜନା ତିଆରି ହୋଇଛି ଓ ଏହିପରି ଲଜ୍ଜାଜନକ ସ୍ଥିତି ଏଡାଇବାକୁ ଆଜି ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ସେ ସମ୍ପର୍କରେ କେତୋଟି ପ୍ରମୁଖ ବିନ୍ଦୁର ଆଲୋଚନା –

୧. ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାରଂକ ଚେତା ପଶିଛି ଓ ସରକାର ରାଜ୍ୟର ସବୁ ଡାକ୍ତରଖାନା ଗୁଡିକୁ ଏକ ନିର୍ଦ୍ଦେଶାବଳୀ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ମୃତଦେହ ପ୍ରତି ଅବହେଳା କରାଯିବନି । ସମ୍ପୂଣ୍ଣ ବିଧି ମୁତାବକ ମୃତଦେହର ଅନ୍ତିମ ସଂସ୍କାର ହେବ ।

୨.ଡାକ୍ତରଖାନା ର ମେଡିକାଲ୍ ଅଫିସର ମୃତ ରୋଗୀଙ୍କ ଅନ୍ତିମ ଚେକଅପ୍ ପରେ ରୋଗୀକୁ ମୃତ ଘୋଷଣା କରିବେ। ମୃତଦେହ ହସପିଟାଲରୁ ଯିବା ପୂର୍ବରୁ ଡେଥ୍ ରେଜିଷ୍ଟ୍ରାରରେ ନାଁ ଦରଜ କରିବେ । ଏଥିସହ ରୋଗୀ ମୃତ୍ୟୁ ସମ୍ପୃକ୍ତ ସହ କୌଣସି ଆଇନଗତ ଜଟିଲତା ଥିଲେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବେ।

୩. ମୃତଦେହ ପରିବହନ ପାଇଁ ପାଂଠି ସମସ୍ତ ଥାନାକୁ ଯୋଗାଇଦିଆଯିବ । ସହରାଂଚଳରେ ୧ ହଜାର, ଗ୍ରାମାଂଚଳରେ ୧୫ ଶହ ଏବଂ ବିଶେଷଘଟଣାରେ ୨ ହଜାର ଟଂକା ଯୋଗାଇଦିଆଯିବ । ଏପରିକି ଶବର ଅନ୍ତିମ ସଂସ୍କାର ପାଇଁ ପରିବାର ଟଂକା ମାଗିଲେ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ତାହା ଯୋଗାଇଦେବେ। ଜିଲ୍ଲାପାଳ, ଏସପି, ସିଡିଏମଓ, ମେଡିକାଲ ଅଧିକ୍ଷକଙ୍କୁ ଏ କଥା ଜଣେଇ ଦିଆଯାଇଛି ।

୪.ଏସବୁ ସତ୍ତ୍ୱେ ମୃତ ଲୋକ ପ୍ରତି ଅ।ମର ସାମାଜିକ ଓ ପାରିବାରିକ ଅବଧାରଣା ବଦଳୁନାହିଁ। ଯିଏ ମଲା ସିଏ ଗଲା ବୋଲି ଏକ ଅ।ପ୍ତବଚନ ଓଡ଼ିଅ।ରେ ରହିଛି । ଶବକୁ ନେଇ ଅ।ମ ଭିତରେ ପ୍ରଚଣ୍ଡ ଘୃଣା ଓ ଅବଜ୍ଞାର ଭାବ । ଶବକୁ ନେଇ ଜାତି, ଧର୍ମ, ଗୋତ୍ର ଓ ପରିବାରର ଅନେକ ବନ୍ଧନ । ଶବ ସାଙ୍ଗେ ସାଙ୍ଗେ ଅସ୍ପୃଶ୍ୟ ହୋଇଯାଏ । ତାକୁ କେହି ଛୁଇଁବେ ନାହିଁ । ଯିଏ ଛୁଇଁବ, ସିଏ ମାରା ହୋଇଯିବ । ତେଣୁ ଅନେକାଂଶରେ ଶବକୁ ଉଠାଇବା ପାଇଁ ଲୋକ ମିଳନ୍ତି ନାହିଁ ।

୫. ଓଡ଼ିଶା ସରକାର ଏହା ପୂର୍ବରୁ ଶବ ସତ୍କାର ଓ ଶବ ପରିବହନ ପାଇଁ ଦୁଇଟି ବଡ଼ ଯୋଜନା କରିଛନ୍ତି । ଗୋଟିଏ “ହରିଶ୍ଚନ୍ଦ୍ର ଯୋଜନା’ ଓ ଅନ୍ୟଟି “ମହାପ୍ରୟାଣ’ ଯୋଜନା ।

ହରିଶ୍ଚନ୍ଦ୍ର ଯୋଜନାରେ ଗତ ଦୁଇବର୍ଷ ଭିତରେ ସରକାର ୧୪,୭୩,୦୧,୯୬୦ଟଙ୍କା ଖର୍ଚ୍ଚ କରି ସାରିଲେଣି । ଏହାଦ୍ୱାରା ୭୯,୮୦୬ ପରିବାର ଉପକୃତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡୁଛି । ତେବେ ଏହି ଯୋଜନାର ସର୍ବାଧିକ ଲାଭ ପୁରୀ ସ୍ୱର୍ଗଦ୍ୱାରଠାରେ ଦିଅ।ଯାଇଛି ।

କଳାହାଣ୍ଡି, ନୂଅ।ପଡ଼ା, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଇତ୍ୟାଦି ଜିଲ୍ଲାରେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ।

୭. ପୁରୀରେ ଏହି ଯୋଜନା ଦ୍ୱାରା ସର୍ବାଧିକ ୧୬,୨୪୮ପରିବାର ଉପକୃତ ହୋଇଥିବାବେଳେ ମାଲକାନଗିରି ରେ ୬୫୪, ଝାରସୁଗୁଡ଼ାରେ ୧୬୯, ବଲାଙ୍ଗିରରେ ୧୪୬୩, କଳାହାଣ୍ଡିରେ ୪୬୬, ନୂଅ।ପଡ଼ାରେ ୭୧୫, କୋରାପୁଟରେ ୧୬୫୦ ଓ କନ୍ଧମାଳରେ ୧୩୦୦ ପରିବାର ଉପକୃତ ହୋଇଛନ୍ତି ।

ଏହି ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ, ସେମାନଙ୍କ ପାଖରେ ଏହା ପହଂଚୁ ନାହିଁ ।

ରାଜ୍ୟର ସବୁଠୁ ଗରିବ ଓ ଅବହେଳିତ ଜିଲ୍ଲାଗୁଡ଼ିକରେ ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଏତେ କମ୍ ହେବା ପଛରେ କାରଣ କ’ଣ ?

୮.ଦାନ ମାଝୀ ଘଟଣା ଘଟିବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କଲେ । ୩୦ଟି ଜିଲ୍ଲା ସଦର ଡାକ୍ତରଖାନାରୁ ଶବ ବୋହିବା ପାଇଁ ମାଗଣା ପରିବହନ ସୁବିଧା ଯୋଗାଇ ଦିଅ।ଯିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଗଲା ।

ତେବେ ଏହା କ’ଣ ସତରେ ମାଗଣା ? ମହାପ୍ରୟାଣ ଯୋଜନା ପାଇଁ ଯେଉଁ ଗାଇଡ୍ ଲାଇନ୍ ଜିଲ୍ଳାମାନଙ୍କୁ ଦିଅ।ଯାଇଥିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତେବେ ଆଜିର ଗାଇଡ ଲାଇନ ଏଥିରେ କିଛିଟା ଆଶା ସଂଚାର କରିଛି ।

୯. ସର୍ବନିମ୍ନ ୧୦ କିଲୋମିଟର ଶବ ପରିବହନ ପାଇଁ ମୃତକଙ୍କ ପରିବାରକୁ ୨୦୦ଟଙ୍କା ଓ ତା’ପରେ କିଲୋମିଟର ପିଛା ୮ଟଙ୍କା ପରିବହନ ବାବଦକୁ ଗଣିବାକୁ ପଡ଼ିବ । ତା’ହେଲେ ଏହି ଯୋଜନା ମାଗଣା ହେଲା କେମିତି ?

ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ସରକାର ଗରିବ ଓ ବଂଚିତ ଲୋକଙ୍କୁ ଏହା ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି । ତେବେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ଅଧିକାର ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଅ।ଯାଇଛି । ରାଜ୍ୟର ସାଧାରଣ ଓ ଗରୀବ ଲୋକ ଯିଏ ଡାକ୍ତରଖାନାର ଚପରାସୀକୁ ଡରି ନିଜ ସ୍ତ୍ରୀର ଶବକୁ ବାନ୍ଧିବୁନ୍ଧି ଘରକୁ ଚାଲିଅ।ସନ୍ତି, ସିଏ ଜିଲ୍ଲାପାଳଙ୍କ ପାଖରେ ପହଂଚିବେ କେମିତି ?

୧୦. ଆଜିର ନିର୍ଦ୍ଦେଶାବଳୀ ରେ ସରକାରୀ ଡାକ୍ତରଖାନା ଗୁଡିକ ଉପରେ ଅଧିକ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ତେବେ ଏଥିଲାଗି ଥାନା, ଡାକ୍ତରଖାନା ଓ ସ୍ଥାନୀୟ ପ୍ରଶାସନ ର ସମନ୍ଵୟ କେମିତି ରହିବ ସେ ସମ୍ପର୍କରେ ବିଶେଷ କିଛି ଉଲ୍ଲେଖ ନାହିଁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସ୍ୱାସ୍ଥ୍ୟ Tagged With: ଅନ୍ତିମ ସଂସ୍କାର, ଡ଼ାକ୍ତରଖାନା, ଦାନ ମାଝୀ, ବିଧାନସଭା, ମହାପ୍ରୟାଣ, ମୃତଦେହ, ଯୋଜନା

ଓଡିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ

October 10, 2017 by ନିଉଜ ଡେସ୍କ 1 Comment

maa-hingula19

କେଦାର ମିଶ୍ର

ପ୍ରାଚୀନ ଭାରତୀୟ ସାଂସ୍କୃତିକ ଜୀବନରେ ଦୁଇଟି ଧାରାର ସଂଘାତ ଓ ସମାଗମ ସବୁବେଳେ ଘଟି ଆସୁଥିଲା ।

ନିଗମ ଓ ଆଗମ ନିଗମ ଧାରା ସହ ବୈଦିକ ବ୍ରାହ୍ମଣ୍ୟ ଧାରା ର ସମ୍ପର୍କ ରହିଥିବା ବେଳେ ଆଗମ ମୂଳତଃ ଅବୈଦିକ । ଅନେକାଂଶରେ ଏହା ବେଦ ବା ନିଗମର ବିକଳ୍ପ ବା ବିରୋଧୀ ।

ବୈଦିକ ଧାରାରେ ଜାତି, ବର୍ଣ୍ଣ, ଆଚରଣ ଓ କୂଳାଚାରର ବନ୍ଧନ ରହିଥିବାବେଳେ ଆଗମ ବା ତନ୍ତ୍ର ଧାରାରେ ଏହାର କୌଣସି ଉପଯୋଗିତା ନଥିଲା ।

ତନ୍ତ୍ର ହେଉଛି ଭାରତର ପ୍ରଥମ ସର୍ବୋଦୟୀ ଓ ସମତା ଭିତ୍ତିକ ବିଚାରର ଭିତ୍ତିଭୂମି । ଭାରତର ଉତ୍ତର ଖଣ୍ଡରେ ନିଗମ ର ପ୍ରଭାବ ଅଧିକ ରହିଥିବା ବେଳେ ଆଗମ ବା ତନ୍ତ୍ର ମତର ପ୍ରଭାବ ପୂର୍ବ ଭାରତରେ ପ୍ରଭାବଶାଳୀ ।

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ । ଓଡିଶାର ଦେବୀ ପରମ୍ପରା ଓ ତାରଲୌକିକ କଳ୍ପନା କୁ ନେଇ ଦଶଟି କଥା –

୧. ଓଡିଶାର ପ୍ରାଚୀନତମ ଶକ୍ତି ପୀଠ ଭାବରେ ବିରଜା କ୍ଷେତ୍ର ବା ଯାଜପୁରର ର ପ୍ରମାଣସିଦ୍ଧ ଇତିହାସ ରହିଛି । ପ୍ରଥମ ରୁ ଦଶମ ଶତାବ୍ଦୀରେ ଓଡିଶାରେ ବହୁ ଧାରା ର ତନ୍ତ୍ର ଉପାସନା ଦେଖିବାକୁ ମିଳିଥିଲା ।

ଶୈଲୋଦଭବ, ଭୌମକର, ସୁଲୁକୀ,ଭଂଜ ଇତ୍ୟାଦି ରାଜବଂଶ ଗୁଡିକ ଲୋକତନ୍ତ୍ର ଓ କୌଳତନ୍ତ୍ରର ସମନ୍ୱୟ ବିଧାନ କରିଥିଲେ ।

୨. ତେବେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ସ୍ତମ୍ଭେଶ୍ଵରୀ ବା ଖମ୍ବେଶ୍ଵରୀ ଉପାସନା ବହୁ ଆଗରୁ ରହି ଆସିଥିଲା ।

ଆସ୍କା, ସୁବର୍ଣ୍ଣପୁର,ବୌଦ୍ଧ, ଆଠମଲ୍ଲିକ ଓ କଳାହାଣ୍ଡି ରେ ସ୍ତମ୍ଭ ଉପାସନା ର ଧାରା ବହୁ ପ୍ରାଚୀନ ସ୍ତମ୍ଭେଶ୍ଵରୀ ପରମ୍ପରା ସହ ନୃସିଂହ ପରମ୍ପରାର ସମ୍ପର୍କକୁ ଅନେକ ଐତିହାସିକ ଗୁରୁତ୍ଵ ଦେଇଥାନ୍ତି ।

ସେହି ସୂତ୍ରରେ ପୂରୀ ଜଗନାଥଂକ ପୂଜା ଉପାସନା ସହ ନୃସିଂହ ମନ୍ତ୍ର ର ସମ୍ପର୍କ ଯୋଗୁଁ ତାଂକୁ ତନ୍ତ୍ର ଦେବତା ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ ।

୩. ପୂରୀ ପୂର୍ବ ଉପକୁଳର ସର୍ବ ଶ୍ରେଷ୍ଠ ବିଷ୍ଣୁପୀଠ ହୋଇଥିଲେ ମଧ୍ୟ ଏହାର କ୍ଷେତ୍ରାଧିଶ୍ଵରୀ ହେଉଛନ୍ତି ବିମଳା ।

କ୍ଷେତ୍ରେ ତୁ ବିମଳା ସ୍ଵୟଂ ଜଗନାଥସ୍ତୁ ଭୈରବ । ଜଗନାଥଂକୁ ଘେରି ବିମଳା, କମଳା, ଭୁବନେଶ୍ଵରୀ, କାଳୀ ଓ ନୀଳ ସରସ୍ଵତୀ ରହିଛନ୍ତି । ଏମାନେ ସମସ୍ତେ ତନ୍ତ୍ର ଦେବୀ ଅନେକ ସମୟରେ ଜଗନାଥଂକୁ ଦକ୍ଷିଣ କାଳିକା ବୋଲି ମଧ୍ୟ କୁହା ଯାଇଛି।

୪. ତନ୍ତ୍ର ଶାସ୍ତ୍ର ର କୌଳ ମତ ଅନୁଯାୟୀ ଓଡିଶା ବା ଓଡିୟାନ ପୀଠର ମହତ୍ତ୍ଵ ଅଧିକ କ୍ଷେତ୍ରରେ ବିମଳା, ଯାଜପୁରରେ ବିରଜା, କାକଟପୁରରେ ମଂଗଳା, ଝଂକଡରେ ଶାରଳା, ବାଣପୁରରେ ଭଗବତୀ, ଭୁଶଣ୍ଡପୁରରେ ଉଗ୍ରତାରା, ବାଂକିରେ ଚର୍ଚୀକା, ସମ୍ବଲପୁରରେ ସମଲାଇ, ସୁବର୍ଣ୍ଣପୁରରେ ସୁରେଶ୍ଵରୀ, ପାଟଣା ରେ ପାଟମେଶ୍ଵରୀ, କଳାହାଣ୍ଡିରେ ମାଣୀକେଶ୍ଵରୀ ଓ ଆହୁରି ଅନେକ ।

୫. ଓଡିଶାରେ ଦଶ ମହାବିଦ୍ୟା (କାଳୀ, ତାରା,ଭୁବନେଶ୍ଵରୀ,ବଗଳା, ମାତଂଗୀ,ଛିନ୍ନମସ୍ତା,ତ୍ରିପୁର ସୁନ୍ଦରୀ,,ଭୈରବୀ,ଧୁମାବତୀ ଓ କମଳା), ସପ୍ତ ମାତୃକା (ସ୍ଥାନ ଭେଦରେ ଅଷ୍ଟ ମାତୃକା)- ବ୍ରହ୍ମାଣୀ, ମାହେଶ୍ଵରୀ,କୌମାରୀ, ବୈଷ୍ଣବୀ,ଇନ୍ଦ୍ରାଣୀ,ବାରାହୀ ଓ ଚାମୁଣ୍ଡା ତଥା ଚୌଶଠି ଯୋଗିନୀ ପରମ୍ପରା ଓଡିଶାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବିଦ୍ୟମାନ ରହିଛି ।

୬. ଏହାଠୁ ଭିନ୍ନ ଲୋକାଚାରରେ ସାତ ଭଉଣୀ ପରମ୍ପରା ମଧ୍ୟ ବେଶ୍ ଲୋକପ୍ରିୟ । ସମଗ୍ର ଓଡିଶାରେ ଶୁଦ୍ର ତଥା ଦଳିତ ଜାତିର ଏହି ସାତ ଭଉଣୀ ସବୁଠୁ ଶକ୍ତିଶାଳୀ ଦେବୀ ଭାବରେ ପୂଜିତ ହୁଅନ୍ତି । ପାଟଣାଗଡ ଓ ସୋନପୁରରେ ସାତ ଭଉଣୀ ପରମ୍ପରାର ସାଧନା ଆଜି ମଧ୍ୟ ଦେଖିବାକୁ ମିଳେ ।

୭. କୁହାଯାଏ ସାତ ଭଉଣୀ ସାଧନା କରି ଓଡିଶାରେ ଗଂଗ ବଂଶ ସ୍ଥାପିତ ହୋଇଥିଲା । ଜ୍ଞାନଦେଇ ମାଲୁଣୀ, ନିତେଇ ଧୋବଣୀ, ପତର ଶଉରୁଣୀ,ଶୁଆ ତେଲୁଣୀ, ଗାଂଗୀ ଗଉଡୁଣୀ, ଲୁହୁକୁଟି ଲୁହୁରୁଣୀ ଓ ଶୁକୁଟି ଚମାରୁଣୀ ।

ଏଇ ସାତ ଭଉଣୀ ଓଡିଆ ଜନ ଜୀବନରେ କେବଳ ନାରୀ ଶକ୍ତିର ପ୍ରତୀକ ନୁହନ୍ତି, ସେମାନେ ସମାଜର ସବୁଠୁ ନିମ୍ନ ଜାତି ଭାବେ ପରିଗଣିତ ଆଦିବାସୀ ଓ ଦଳିତ ଶକ୍ତିର ପ୍ରତିନିଧି ମଧ୍ୟ ।

୮. ମନ୍ଦିର ଓ ପୀଠ ବାହାରେ ଗାଁ ରେ ଗ୍ରାମଦେବୀ, ନଗରରେ ସ୍ଥାନେଶ୍ଵରୀ ଓ ଜଂଗଲରେ ବନଦେବୀ ରୂପେ ଅସଂଖ୍ୟ ଦେବୀ ପୂଜା ପାଆନ୍ତି ।

ସାଧାରଣ ନାରୀ ଟିଏ ତାର ସଂଘର୍ଷ ଓସଂକଳ୍ପ କୁ ନେଇ ଦେବୀ ଭାବରେ ପୂଜା ପାଇଥାଏ ଯେମିତି ଚିଲିକାରେ କାଳିଜାଇ, ସୋନପୁରରେ ମେଟାକାନୀ, କେଉଁଠି ଷୋଳପୁଅ ମା ଭୁଆଶୁଣୀ ଓ ଆହୁରି ଅନେକ ଏମାନେ ଲୋକଂକର ଦେବୀ ଓ ଲୋକଂକ ବିଶ୍ଵାସ ର ପ୍ରତୀକ ।

୯. କାକୁଡି ଖାଇ, ବାସୁଳୀ,ଜାଗୁଳେଇ, କଂକାଲୀ,କଂଧେନ ବୁଢୀ,ପିତାବଲୀ,ଶୁଲିଆ,ଦ୍ଵାରସୁନୀ,ଡୋକରୀ, ମାଉଲୀ, ବେତାଲୀ, ମଝି ଘରିଆଣୀ, କରଲାପାଟ୍,ଶିଖରପାଟ୍, ଭିମ୍ ବୁଢା,ବରାଳ ଦେବୀ ଓ ଆହୁରି ଅନେକ ଅନେକ ନାମରେ ଦେବୀ ପୂଜାର ଏକ ବିଶାଳ ପରମ୍ପରା ଓଡିଶାରେ ରହିଛି ।

ଗୋଟିଏ ବାକ୍ୟରେ କହିଲେ” ଗାଁ ଗୋଟେ କୁ ଦେବୀ ଗୋଟେ ‘ ହେଉଛି ଓଡିଶାର ଅସଲ ପରିଚୟ ।

୧୦. ଓଡିଶାରେ ଦେବୀ ପରମ୍ପରାର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି –ଏହାର ସମତା ଭିତ୍ତିକ ବିଚାର ଦେବୀ ମନ୍ଦିରରେ ଜାତି ର ବାରଣ ନଥାଏ ।

ପ୍ରାୟ ସବୁ ମନ୍ଦିର (ଅଳ୍ପ କେତୋଟି ପୀଠକୁ ବାଦ୍ ଦେଲେ)ରେ ପୂଜକ ଆଦିବାସୀ ନଚେତ ଶୁଦ୍ର ଜାତିର । ହିନ୍ଦୁ ବ୍ରାହ୍ମଣବାଦ ବିରୋଧରେ ଏହା ଏକ ଚରମ ପ୍ରତିବାଦ । ଦେବୀ ମନ୍ଦିରର ପୂଜକ, ଦେହେରୀ,ଝାଂକର ମାନେ ଅନେକାଂଶରେ ଆଦିବାସୀ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ମୁଖ୍ୟ ଖବର Tagged With: ଓଡିଶା, ତନ୍ତ୍ର, ଦକ୍ଷିଣ ଓଡିଶା, ଦେବୀ ପରମ୍ପରା, ପରମ୍ପରା, ପଶ୍ଚିମ ଓଡ଼ିଶା, ପୂର୍ବ ଓଡିଶା, ପ୍ରାଚୀନ, ଭାରତୀୟ, ଶାକ୍ତ, ସାଂସ୍କୃତିକ

ବିଭୂତି ପଟ୍ଟନାୟକ; ଶତ ସହସ୍ର କାହାଣୀର ଏକଇ ନାୟକ

September 13, 2017 by ଓଡିଶା ଡଟ କମ 2 Comments

bibhuti

କେଦାର ମିଶ୍ର

ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ ଗତ ପଚାଶ ବର୍ଷ ଧରି ଗୋଟିଏ ପରିଚୟରେ ଆବଦ୍ଧ।

ତାଂକୁ ବାଦ୍ ଦେଇ ଓଡିଆ ଉପନ୍ୟାସର କଳ୍ପନା ମଧ୍ୟ ସମ୍ଭବ ନୁହଁ । ଓଡିଆ ଉପନ୍ୟାସର ସବୁଠୁ ମହାନ ପରମ୍ପରା ପାଖରେ ପହଂଚିବାକୁ ହେଲେ ବିଭୂତି ବାବୁଂକ ବାଟ ଦେଇ ଯିବାକୁ ଓଡିଆ ପାଠକ ବାଧ୍ୟ।

କାହ୍ନୁଚରଣ ମହାଂତିଂକ ପରେ ଓଡିଆ ଲୋକପ୍ରିୟ ଉପନ୍ୟାସର ଶ୍ରେଷ୍ଠତମ ମହାନାୟକ ସେ। ଅସରନ୍ତି କଥା ଓ କାହାଣୀ ର ସେ ଚଳନ୍ତି ବର୍ଣ୍ଣବୋଧ। ଗତ ସପ୍ତାହରେ ତାଂକୁ ଓଡିଶା ସାହିତ୍ୟ ଏକାଡେମୀ ନିଜର ସର୍ବୋଚ ପୁରଷ୍କାର “ଅତିବଡି ପୁରଷ୍କାର” ଦେବାକୁ ଘୋଷଣା କରିଛି ।

ତେବେ ଲୋକପ୍ରିୟତା ଓ ପାଠକୀୟତା ର ପ୍ରବଳ ଜୁଆର ଆଗରେ କୌଣସି ବି ପୁରଷ୍କାର ବିଭୂତି ବାବୁଂକ ଲାଗି ନିହାତି ଛୋଟ । ବିଭୁତି ପଟ୍ଟନାୟକଂକ ଜୀବନ, ସାହିତ୍ୟ ଓ ସର୍ଜନ ଜଗତକୁ ନେଇ କେତେକ ରୋଚକ ତଥ୍ୟ –

୧. ପ୍ରାୟ ୬ ବର୍ଷ ତଳେ ସେ ପୁରୀ ମନ୍ଦିର ବୁଲିବାକୁ ଯାଇଥାନ୍ତି। ହଠାତ୍ ଜଣେ ପଣ୍ଡା ଟୋକା ତାଂକୁ କହିଲା- ଆସନ୍ତୁ, ମୁଁ ଦର୍ଶନ କରେଇଦେବି। ସଚରାଚର ଆମ ଓଡିଆ ମାନେ ପଣ୍ଡା ମାନଂକୁ ଆଡେଇ ଚାଲିଯିବାକୁ ଚାହୁଁ ।

ଟୋକା ଟି କିନ୍ତୁ କହିଲା, ମୁଁ ଆପଣଂକୁ ଜାଣିଛି, ଆପଣ ବିଭୂତି ପଟ୍ଟନାୟକ। ତାପରେ ମନ୍ଦିର ଦର୍ଶନ ଚାଲିଲା। ଦର୍ଶନ ପରେ ପୁଳାଏ ମାଲପୁଆ ନେଇ ପଣ୍ଡାଟି କହିଲା- ୟାକୁ ରଖନ୍ତୁ । ବିଭୂତି ବାବୁ ପକେଟ୍ ରୁ କିଛି ପଇସା ବାହାର କରି ଦେଲା ବେଳକୁ, ଟୋକାଟି କହିଲା- ଆପଣଂକୁ ବହୁତ୍ ପଢିଛି ।

ବହୁତ ଖୁସି ଦେଇଛନ୍ତି ଆପଣ, ତେଣୁ ଆପଣଂକଠୁ ପଇସା ନେବି ନାହିଁ । ଗୋଟେ ପାଠକ କୁ ଏମିତି ଭେଟିବାର ସୌଭାଗ୍ୟ କେତେଜଣ ଓଡିଆ ଲେଖକଂକ ଭାଗ୍ୟରେ ଯୁଟେ ? ଏ ଦୃଶ୍ୟ ମୁଁ ନିଜେ ଦେଖିଛି ଓ କହିବାରେ ଦ୍ଵିଧା ନାହିଁ ଓଡିଆ ପାଠକଂକ ସବୁଠୁ ପ୍ରିୟ ଲେଖକ ବିଭୂତି ପଟ୍ଟନାୟକ ।

୨. କିଶୋର ବୟସରୁ ସେ ଉପନ୍ୟାସ ଲେଖିଛନ୍ତି। ୧୯୩୭, ଅକଟୋବର ୨୫ ତାରିଖ ଜଗତସିଂଗପୁର ଜିଲ୍ଲା ର ଡିଂଗେଶ୍ଵର ଗାଁ ରେ ତାଂକର ଜନ୍ମ । ଯେତେବେଳେ ଓଡିଆ ଲେଖକ ମାନେ ପ୍ରକାଶକ ଖୋଜି ପାଇବା ମୁସ୍କିଲ୍, ସେତେବେଳେ ବିନା ପଇସାରେ ବିଭୂତି ବାବୁଂକ ପ୍ରଥମ ଉପନ୍ୟାସ ଛପା ହୋଇଥିଲା ।

୩. ଦୀର୍ଘ ବର୍ଷ ଧରି ସେ ଥିଲେ ଓଡିଆ ଭାଷାର ଏକ ମାତ୍ର ଲେଖକ ଯିଏ ନିଜ ରୟାଲଟି ଉପରେ ଆୟକର ଦେଉଥିଲେ। ତାଂକର ପ୍ରେମିକା, ବଧୂ ନିରୁପମା, ନାୟିକାର ନାମ ଶ୍ରାବଣୀ, ଚପଳଛନ୍ଦା ଓ ଆଉ କିଛି ଉପନ୍ୟାସ ୨୦ ରୁ ଅଧିକ ସଂସ୍କରଣ ରେ ପ୍ରକାଶିତ ହୋଇ ସାରିଛି ।

୪. ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଆଲୋଚନା, ଜୀବନୀ, ଭ୍ରମଣ କାହାଣୀ, ରାଜନୈତିକ ଆଲେଖ୍ୟ ଓ ଅନୁବାଦ- ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଂକର ବିପୁଳ ଅବଦାନ ରହିଛି ।

ଗପ ଓ ଉପନ୍ୟାସରେ ସେ କେବଳ ରସାଳ ଏବଂ ରୋଚକ ଭାଷାର ପ୍ରୟୋଗ କରିନାହାନ୍ତି, ଅନେକ କ୍ଷେତ୍ରରେ ନୁଆ ଶୈଳୀ ତଥା ପ୍ରୟୋଗ ମଧ୍ୟ କରିଛନ୍ତି । ଷାଠିଏ ଦଶକରେ ପ୍ରକାଶିତ ତାଂକର ଗୁଡାଏ ଗପରେ କଳାତ୍ମକ ପରୀକ୍ଷା ନିରୀକ୍ଷା ସେ କରିଛନ୍ତି।

୫ ସମ୍ପାଦନା କ୍ଷେତ୍ରରେ ତାଂକର ଅବଦାନ, ଏଯାବତ୍ ସଠିକ୍ ଭାବରେ ଆକଳନ କରାଯାଇ ପାରିନାହିଁ । ନବରବି, ଆସନ୍ତା କାଲି ଓ ଗଳ୍ପ ପତ୍ରିକାର ସମ୍ପାଦକ ଭାବରେ ସେ ବହୁ ନୁଆ ଗାଳ୍ପିକ ସୃଷ୍ଟି କରିଛନ୍ତି ।

୬. କଲେଜ୍ ରେ ପଢୁଥିବା ବେଳେ ସମାଜବାଦୀ ଆନ୍ଦୋଳନ ସହ ଜଡିତ ହୋଇ ସେ “କୃଷକ” ପତ୍ରିକା ର ସମ୍ପାଦନା ସହଯୋଗୀ ଭାବରେ ମଧ୍ୟ କାମ କରିଛନ୍ତି। ଓଡିଶାର ପ୍ରଖ୍ୟାତ ସ୍ବାଧିନତା ସଂଗ୍ରାମୀ ତଥା ସମାଜବାଦୀ ନେତା ସାରଂଗଧର ଦାସଂକ ସହଯୋଗୀ ଭାବରେ ସେ “କୃଷକ” ପତ୍ରିକା ସହ ଜଡିତ ଥିଲେ।

ପରବର୍ତ୍ତୀ ସମୟରେ ସାରଂଗଧରଂକ ଜୀବନୀ ସେ ରଚନା କରିଥିଲେ।

୭. ପଚାଶରୁ ଅଧିକ ଉପନ୍ୟାସ ଓ ଅନେକ ଗଳ୍ପ ସଂକଳନ ର ସ୍ରଷ୍ଟା ବିଭୂତି ବାବୁ ଓଡିଶା ତଥା ଦେଶର ରାଜନୈତିକ ଘଟଣାବଳୀ କୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି। ଭାରତ ବିଭାଜନ ଓ ମହାତ୍ମା ଗାଂଧିଂକ ଜୀବନ କୁ ନେଇ ତାଂକର ପ୍ରାମାଣିକ ପୁସ୍ତକ ରହିଛି।

୮. ଓଡିଶାରେ ପୁସ୍ତକମେଳା ଆନ୍ଦୋଳନ, ଲେଖକ ସମବାୟ ସମିତି, ଲେଖକ ସାମ୍ମୁଖ୍ୟ ଇତ୍ୟାଦି ସଂଗଠନ ସହ ଜଡିତ ରହି ସେ ସାହିତ୍ୟ ସଂଗଠନ କ୍ଷେତ୍ରରେ ମଧ୍ୟ ନିଜର ବିଶିଷ୍ଟ ଅବଦାନ ଦେଇଛନ୍ତି।

୯. “ଅଶ୍ଵମେଧର ଘୋଡା” ପାଇଁ ଓଡିଶା ସାହିତ୍ୟ ଏକାଡେମୀ, “ମହିଷାସୁରର ମୁହଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ସାମଗ୍ରୀକ କୃତି ପାଇଁ ଶାରଳା ପୁରଷ୍କାର, ଅତିବଡି ପୁରଷ୍କାର, ସାହିତ୍ୟ ଭାରତୀ ପୁରଷ୍କାର ଇତ୍ୟାଦି ତାଂକୁ ମିଳିଛି।

୧୦. ଅନେକ ସମୟରେ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ବିଭୂତି ବାବୁ ବିବାଦରେ ରହି ଆସିଛନ୍ତି। ସାହିତ୍ୟ ଏକାଡେମୀ ପୁରଷ୍କାର ରେ ଦୁର୍ନୀତି ହେଉଛି ବୋଲି ସେ ଏକାଡେମୀ ଆବାହକ ଥିବାବେଳେ କହିଥିଲେ ଓ ସେତେବେଳେ ଏହାକୁ ନେଇ ପ୍ରଚୁର ବିବାଦ ସୃଷ୍ଟି ହୋଇଥିଲା ।

ସାହିତ୍ୟ ର ସବୁ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଥିବା ବିଭୂତି ପଟ୍ଟନାୟକ ରାଜନୀତିରେ ଜଣେ ସାମ୍ୟବାଦୀ ଓ ସମାଜବାଦୀ ଭାବେ ପରଚିତ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଉପନ୍ୟାସ, ଓଡିଆ, ଓଡିଶା ସାହିତ୍ୟ ଏକାଡେମୀ, କାହାଣୀ, କାହ୍ନୁଚରଣ ମହାଂତିଂ, ପରମ୍ପରା, ପାଠକ, ବର୍ଣ୍ଣବୋଧ, ବିଭୂତି ପଟ୍ଟନାୟକ, ଲୋକପ୍ରିୟ, ସାହିତ୍ୟ

ରକ୍ତ ଟାଣିବା

April 10, 2017 by ଓଡିଶା ଡଟ କମ Leave a Comment

ଡାକ୍ତରମାନେ ନାଚାର; ରୋଗୀମାନେ ଅସନ୍ତୁଷ୍ଟ । ଏଭଳି କଥା ସରକାରୀ ଡାକ୍ତରଖାନାମାନଙ୍କରେ ଦେଖିବାକୁ ମିଳୁଛି ।

ଅତି ନିକଟରେ ଗତମାସ ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାମାନଙ୍କରେ ୫ଟି ଏଭଳି ଘଟଣା ଘଟିଛି ଯେଉଁଠି ରୋଗୀମାନଙ୍କର କ୍ରୋଧିତ ସମ୍ପର୍କୀୟମାନେ ଅବହେଳାର ଦ୍ୱାହି ଦେଇ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଗତ ଦୁଇବର୍ଷ ଭିତରେ ଏଭଳି ଘଟଣା ସମ୍ପର୍କରେ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ, ବୁଲନ୍ଦସର ଓ ଚେନ୍ନାଇରୁ ମଧ୍ୟ ଖବର ଆସି ପହଂଚିଛି । ଡାକ୍ତରମାନଙ୍କ ଉପରେ ହିଂସା କେବଳ ଭାରତରେ ଘଟୁନାହିଁ । ଲାନ୍ସେଟ୍ ଓ ବ୍ରିଟିଶ ମେଡ଼ିକାଲ ଜର୍ଣ୍ଣାଲ ରିପୋର୍ଟ ମୁତାବକ ଭାରତୀୟ ଉପମହାଦେଶ ଓ ଚୀନ୍ରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ିଚାଲିଛି ।

ଯେଉଁ ସୂତାଟି ସବୁ ଘଟଣାଗୁଡ଼ିକୁ ଏକାଠି ଗୁନ୍ଥି ରଖିଛି ତାହା ହେଲା ଯେ ସବୁ ଘଟଣାଗୁଡ଼ିକ ସରକାରୀ ଡାକ୍ତରଖାନାମାନଙ୍କରେ ହିଁ ଘଟୁଛି ଯେଉଁଠି ଅତି କ୍ଷୀଣ ସମ୍ବଳକୁ ନେଇ ବହୁତ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ଦେବାକୁ ପଡ଼ୁଛି ଏବଂ ସାଧାରଣତଃ ଅକ୍ଳାନ୍ତ ପରିଶ୍ରମ କରୁଥିବା କନିଷ୍ଠ ଡାକ୍ତରମାନଙ୍କୁ ରୋଗୀଙ୍କ ଉଦବେଗ ଓ ଆଶଙ୍କା ଭିତରେ ଥିବା ସମ୍ପର୍କୀୟମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି ।

ଭାରତୀୟ ମେଡ଼ିକାଲ ଆସୋସିଏସନ୍ ୨୦୧୫ରେ ୫୦୦ ଡାକ୍ତରଙ୍କୁ ନେଇ କରିଥିବା ଏକ ସର୍ବେକ୍ଷଣ କହୁଛି ଯେ ସେମାନଙ୍କ ଭିତରୁ ପାଖାପାଖି ଶତକଡ଼ା ୭୫ଭାଗ ଡାକ୍ତର ଆକ୍ରମଣ ବା ଧମକର ଶିକାର ହେଇଛନ୍ତି ।

ଯେତେବେଳେ ଡାକ୍ତରମାନେ ମାତ୍ରାଧିକ ପରିଶ୍ରମ କରୁଛନ୍ତି, ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କ ଅସୌଜନ୍ୟ ବ୍ୟବହାର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ଅସହଯୋଗକୁ ନେଇ ଅଧିକ ଅଭିଯୋଗ ଆଣୁଛନ୍ତି ।

ସେମାନେ ଏକଥା ମଧ୍ୟ ଅଭିଯୋଗ କରୁଛନ୍ତି ଯେ ସେଠି ଆବଶ୍ୟକୀୟ ଚିକିତ୍ସା ଉପକରଣ ନାହିଁ, ଜରୁରୀ ଔଷଧ ନାହିଁ ଏବଂ ରୋଗୀର ଅବସ୍ଥାକୁ ନେଇ ବା କ’ଣ ଚିକିତ୍ସା କରାଯାଉଛି; ସେ ବିଷୟରେ କିଛି ସୂଚନା ଦିଆଯାଉ ନାହିଁ । ସବୁ ମିଶି ସେମାନଙ୍କର ଉଦ୍ବେଗକୁ ବଢ଼ାଇ ଦେଉଛି ।

ହସ୍ପିଟାଲ ବାହାରୁ ଘରୋଇ ସଂସ୍ଥାମାନଙ୍କୁ ଔଷଧ ବା ସ୍ୱାସ୍ଥ୍ୟସେବା କିଣିବା ପାଇଁ ବାଧ୍ୟ କରିବା ଘଟଣା ତାଙ୍କୁ ବିବ୍ରତ କରୁଛି । ଡାକ୍ତରମାନଙ୍କ ଦୃଷ୍ଟିକୋଣରୁ ଦେଖିଲେ, ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଦେବା ପାଇଁ ପ୍ରବଳ ଚାପ । ରୋଗୀର ସହାୟକ ଓ ସମ୍ପର୍କୀୟମାନେ ଘେରି ରହିଥାନ୍ତି ଯେମିିତିକି ଡାକ୍ତର କିଛି ଯାଦୁ ଦେଖାଇବେ ।

ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ନେତାମାନେ ଆକ୍ରମଣର ନେତୃତ୍ୱ ନେଇଥାନ୍ତି ଯେଉଁମାନେ ‘ତାଙ୍କର’ ରୋଗୀମାନଙ୍କୁ ଧ୍ୟାନ ଦେବାପାଇଁ ଦାବୀ କରିଥାନ୍ତି ।

ନିରବଚ୍ଛିନ୍ନ ଭାବେ ଦୁଃସ୍ଥ ସମ୍ବଳ ଥିବା ଅବସ୍ଥାରେ କାମ କରିବା ପରେ ଯେମିତି ନିକଟରେ ଆକ୍ରମଣ କରାଯାଇଥିବା ମୁମ୍ବାଇର ଡାକ୍ତରଜଣଙ୍କ ଅବିରତ ୩୬ଘଂଟା କାମ କରି ସାରିଥିଲେ, ସେମାନଙ୍କୁ ଯେଉଁ ହଷ୍ଟେଲରେ ‘ବିଶ୍ରାମ’ ନେବାକୁ ପଡ଼େ ସେଠିକାର ଅବ୍ୟବସ୍ଥା ଅନେକ, ନାମକୁ ମାତ୍ର ସୁବିଧା କିଛି ଥାଏ ।

‘ଜୀବନଦାତା’ ହିସାବରେ ଦେଖାଯାଉଥିବା ଡାକ୍ତରମାନଙ୍କୁ ନେଇ ଜନସାଧାରଣଙ୍କର ଭାବନାରେ ବ୍ୟାପକ ପରିବର୍ତନ ଆସିଛି । ବିଶେଷକରି ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଓ ବ୍ୟବସାୟୀକରଣ ପରେ ଏବଂ ଉଚ୍ଚହାରରେ ଅର୍ଥ ଖର୍ଚ୍ଚ କରିବାର କ୍ଷମତା ନଥିବା ରୋଗୀମାନଙ୍କ ପ୍ରତି ଘରୋଇ ଡାକ୍ତରମାନଙ୍କର ସମ୍ବେଦନହୀନ ଆଚରଣ କାହାଣୀ ସାମ୍ନାକୁ ଆସିବା ପରେ ।

ଏହାଫଳରେ କଠିନ ସମୟରେ ନିଜର ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେଉଥିବା ଡାକ୍ତରମାନଙ୍କୁ ମଧ୍ୟ ଉଦାସୀନ ବୋଲି ଧରି ନିଆଯାଏ ।

ସରକାରୀ ଡାକ୍ତରଖାନାମାନଙ୍କୁ ଏଭଳି ଅବିଶ୍ୱାସର ଏକ ବୋଝକୁ ବହନ କରିବାକୁ ପଡ଼େ ଯେତେବେଳେ କି ରୋଗୀର ଅବସ୍ଥା ଘରୋଇ ଡାକ୍ତରଖାନାରେ ସଙ୍କଟାପନ୍ନ ହେବା ପରେ ଏବଂ ପରିବାରଟି ତା’ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କଲାପରେ ଠିକ୍ ସେବା ନପାଇ ପାରି କ୍ରୋଧିତ ଅବସ୍ଥାରେ ସରକାରୀ ଡାକ୍ତରଖାନା ଆସିଥାଏ ।

୧୪ଟି ରାଜ୍ୟ ଏଯାବତ୍ ଆଇନ ଆଣିସାରିଛନ୍ତି ଡାକ୍ତରମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ଉପରେ ହିଂସାକୁ ରୋକିବା ପାଇଁ, କିନ୍ତୁ ତାକୁ କେଉଁଠି ବି ଠିକ୍ରେ କାର୍ଯ୍ୟକାରୀ କରାଯାଉ ନାହିଁ ।

ଉଦାହରଣସ୍ୱରୂପ ମହାରାଷ୍ଟ୍ରରେ ଏଭଳି ଏକ ନିୟମ ୨୦୧୦ ମସିହାରୁ ଅଛି ଯାହାର ନାଁ ହେଉଛି ‘ମହାରାଷ୍ଟ୍ର ମେଡ଼ିକାଲ ସର୍ଭିସ ପରସନସ୍ ଏଣ୍ଡ୍ ମେଡ଼ିକାଲ ସର୍ଭିସ ଇଷ୍ଟିଚ୍ୟୁସନ୍ (ପ୍ରିଭେନସନ ଅଫ୍ ଭାଓଲେନସ ଏଣ୍ଡ୍ ଡ୍ୟାମେଜ ଅର ଲସ୍ ଟୁ ପ୍ରୋପର୍ଟି) ଆକ୍ଟ ୨୦୧୦ ।

ଏହି ଆଇନ ଦ୍ୱାରା ଡାକ୍ତରମାନଙ୍କ ବିରୁଦ୍ଧରେ କରାଯାଉଥିବା ଅପରାଧ ପାଇଁ ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ, ତିନିବର୍ଷ ଜେଲଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଅଭିଯୁକ୍ତଙ୍କୁ କ୍ଷତି ପହଂଚାଇବା ସମ୍ପତିର ୨ଗୁଣା ପୈଠ କରିବା ପାଇଁ ମଧ୍ୟ କୁହାଯାଇପାରିବ । ଗତ ତିନିବର୍ଷ ଭିତରେ ଡାକ୍ତରମାନଙ୍କୁ ମାଡ଼ ମାରିଥିବା ୫୩ଟି ଘଟଣା ଘଟିଛି କିନ୍ତୁ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ।

ଗଣମାଧ୍ୟମର ସୂଚନା ମୁତାବକ ନିକଟରେ ଯେଉଁ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଥିଲା ତାହାର ସମସ୍ତ ଅଭିଯୁକ୍ତ ଜାମିନ ପାଇସାରିଛନ୍ତି ।
ଆଇନ ବ୍ୟତିରେକ ଅଧିକାଂଶ ହସ୍ପିଟାଲ ନିଜର ନିରାପତ୍ତା ବଢ଼ାଇ ଦିଅନ୍ତୁ ଘଟଣା ଘଟିବାର ତୁରନ୍ତ ପରେ ପରେ ।

ଉଦାହରଣସ୍ୱରୂପ ଦିଲ୍ଲୀର ସବୁଠାରୁ ବଡ଼ ସରକାର ହସ୍ପିଟାଲ ଦୀନ୍ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ର ବାଉନ୍ସରସ୍ (ନିରାପତା ପାଇଁ) ଭଡ଼ାରେ ନିଯୁକ୍ତ କଲେ ଯେତେବେଳେ ଏଭଳି ଆକ୍ରମଣ ଘଟଣା ମାସକୁ ଗୋଟିଏ ଗୋଟିଏ ଘଟି ଚାଲିଲା ଏବଂ ଡାକ୍ତରଖାନା କର୍ମଚାରୀମାନେ ଗତ ୬ବର୍ଷ ଭିତରେ ୨୦ଥର କାର୍ଯ୍ୟ ବନ୍ଦ କରି ପ୍ରତିବାଦ କରିଥିଲେ ।

ତଥାପି ନିରାପତା ବଢ଼ାଇବାଟା ଏକ ଅଧପନ୍ତରା ବ୍ୟବସ୍ଥା । ଏହା ଓଲଟା କାମ କରିପାରେ ଏବଂ ଡାକ୍ତର ଏବଂ ଜନସମୁଦାୟ ଭିତରେ ଥିବା ସମ୍ପର୍କଟିକୁ ଅଧିକ ରିକ୍ତ କରାଇପାରେ ।

ବିଗିଡ଼ିଚାଲିଥିବା ପରିସ୍ଥିତିକୁ ଦେଖି ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କ ସହ କେମିତି ଭଲରେ କଥାବାର୍ତା କରାଯିବ ସେ ଦିଗରେ କନିଷ୍ଠ ଡାକ୍ତରମାନଙ୍କୁ ବୁଝାଇବା ପାଇଁ ପଦକ୍ଷେପ ନେଉଛନ୍ତି । କେତୋଟି ସରକାରୀ ଡାକ୍ତରଖାନା ଏ ଦିଗରେ ଆଗୁଆ ଅଛନ୍ତି ।

ଡାକ୍ତରୀ ଶିକ୍ଷାରେ ଏଭଳି ଏକ ଦିଗପ୍ରତି ଧ୍ୟାନ ଦିଆଯାଉ ନାହିଁ । ଯାହାବି ଦିଆଯାଉଛି ରୋଗୀମାନଙ୍କର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଡାକ୍ତରମାନେ ବୁଝିନପାରିବା ଯୋଗୁଁ ଗୋଟିଏ ଖରାପ ପରିସ୍ଥିତିଟି ଅଧିକ ଖରାପ ଆଡ଼କୁ ଯାଉଛି ।

ଯଦିଓ ସହାନୁଭୂତିସମ୍ପନ୍ନ ଓ ଭଲରେ କଥା ହେଇପାରୁଥିବା ଡାକ୍ତରମାନଙ୍କର ଆବଶ୍ୟକତା ଅଛି, ତେବେ କେବଳ ସେତିକି ହେଲେ ଚଳିବ ନାହିଁ ।

ଯେଉଁ ବିରାଟ ସଂଖ୍ୟାରେ ରୋଗୀମାନେ ଦେଶର ସରକାରୀ ଡାକ୍ତରଖାନାରେ ପହଂଚୁଛନ୍ତି ତାହା ଗଭୀର ଢାଂଚାଗତ ପରିବର୍ତନ ଆଣିବାର ଆବଶ୍ୟକତାକୁ ସୂଚାଉଛି ।

ଭାରତର ସ୍ୱାସ୍ଥ୍ୟସେବା ପାଇଁ ବଜେଟର ଅର୍ଥ ଆବଂଟନ ଅତି ଦୁଃସ୍ଥ । ପୁଣି ପ୍ରତି ୭ଜଣ ରୋଗୀ ପାଇଁ ୧ଡାକ୍ତର ବ୍ୟବସ୍ଥା ଯଥେଷ୍ଟ ହେବାଠାରୁ ଅନେକ ଦୂରରେ ।

ମହାରାଷ୍ଟ୍ର ଓ ବିହାରରେ ଦେଶର ସବୁଠାରୁ ଖରାପ ଡାକ୍ତର-ରୋଗୀ ଅନୁପାତ ରହିଆସିଛି । ନିକଟରେ ମହାରାଷ୍ଟ୍ରରେ ଡାକ୍ତର ଓ ରୋଗୀମାନଙ୍କୁ ନେଇ ହୋଇଥିବା ସଂଘର୍ଷ ପରି ଯେତେବେଳେ ଗୋଟିଏ ସଙ୍କଟ ଆସେ ସେତେବେଳେ ଧିରେ କିଛି କିଛି ପଦକ୍ଷେପ ନିଆଯାଏ ।

ତେବେ, ଯଦି ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ ବୃଦ୍ଧି କରିବା ଏବଂ ସରକାରୀ ଡାକ୍ତରଖାନାରେ ଫଳପ୍ରଦ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କ୍ଷମତା ବୃଦ୍ଧି କରିବା ଭଳି ବୃହତର ପ୍ରଶ୍ନଗୁଡ଼ିକୁ ଧ୍ୟାନ ଦିଆ ନଯାଏ, ଡାକ୍ତର ଓ ରୋଗୀମାନେ ପରସ୍ପରକୁ ନିଜର ଶତ୍ରୁ ହିସାବରେ ଦେଖି ଚାଲିଥିବେ ।

 

April 1, 2017     VOL L 11  NO 13  (Drawing Blood )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି, ସ୍ୱାସ୍ଥ୍ୟ Tagged With: କ୍ରୋଧିତ, ଡ଼ାକ୍ତରଖାନା, ମହାରାଷ୍ଟ୍ର

ଲୁଲୁ ମହାପାତ୍ର ; ଜୀବନ ଓ ରାଜନୀତିକୁ ନେଇ କିଛି କଥା

November 8, 2016 by ନିଉଜ ଡେସ୍କ 1 Comment

1390462_443376125767543_280703817_n

କେଦାର ମିଶ୍ର

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ନାଁ ଟି ସହିତ ଗତ ୩୫ ବର୍ଷର ଓଡିଆ ଜନଜୀବନ ଓ ଗଣମାଧ୍ୟମ ବେଶ୍ ଅଭ୍ୟସ୍ତ। ମାତ୍ର ୫୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଲୁଲୁ (ଲଲାଟେନ୍ଦୁ ଅପେକ୍ଷା ଏ ନାଁ ଟି ସହ ଓଡିଶା ବାସୀ ବେଶୀ ପରିଚିତ) ଓଡିଶାର ଗାଁ ଗାଁ ରେ ଜଣେ ଯୁବ ନେତା ଓ ସଂଗଠକ ଭାବେ ପରିଚିତ ଥିଲେ ।

ଠୋ ଠୋ କଥା ଓ ଅପ୍ରମିତ ସାହସର ପ୍ରତୀକ ଭାବରେ ତାଂକୁ ଓଡିଶା ବାସୀ ଜାଣିଥିଲେ। ୨୦୧୫ ରେ ଓଡିଶା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଆହ୍ବାନ ଦେବାର ସାହସକୁ ନେଇ ଚର୍ଚା ଥମିନଥିବା ବେଳେ ଲୁଲୁ ଆରପାରିକୁ ଚାଲିଗଲେ।

ଅଶୀ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୁଲୁ ଥିଲେ ସବୁଠୁ ଅଲ୍ପବୟସ୍କ କିନ୍ତୁ ସବୁଠୁ ପ୍ରଭାବଶାଳୀ ରାଜନେତା। କଂଗ୍ରେସ ରାଜନୀତିରେ ମହା ମହା ନେତାଂକୁ ବେଖାତିର କରି ଲୁଲୁ ନିଜର ପତିଆରା ତିଆରି କରିଥିଲେ।

ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।

ରାଜନୀତିରେ ସେ ବହୁ ଶତ୍ରୁ ତିଆରି କରିଛନ୍ତି, ବହୁ ଲୋକଂକର ଶତ୍ରୁ ସାଜିଛନ୍ତି , କିନ୍ତୁ ଶତ୍ରୁତା ନିଭାଇବାବେଳେ ରାଜନୈତିକ ଫାଇଦାବାଜିକୁ ସେ ଗୁରୁତ୍ବ ଦେଇ ନାହାନ୍ତି।

ତାଂକ ଆଗରେ ହୁଏତ ଅନ୍ୟ ଦଳକୁ ଯାଇ କ୍ଷମତା ଦଖଲ କରିବାର ଅନେକ ମୌକା ଥିଲା, ସେ କିନ୍ତୁ କଂଗ୍ରେସ ଦଳକୁ ଛାଡ଼ି ନାହାନ୍ତି । ଏହି ଲୋକପ୍ରିୟ ଯୁବ ନେତା ଲୁଲୁ ମହାପାତ୍ର, ତାଂକ ଜୀବନ ଓ ରାଜନୀତିକୁ ନେଇ କିଛି କଥା-

୧. ଲୁଲୁ ମହାପାତ୍ର ଏକ ଐତିହାସିକ ପରିବାରର ଦାୟାଦ। ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ବଂଶର ଉତ୍ତର ପୁରୁଷ ଭାବରେ ବ୍ରହ୍ମଗିରି ର ଗଡ ରାଢନ୍ଗ ଗାଁ ରେ ତାଂକର ଜନ୍ମ ୧୪ ଫେବୃଆରୀ ୧୯୬୪ ମସିହାରେ ।

୨. ବିଜେବି କଲେଜ ରେ ପଢିବା ସମୟରୁ ତାଂକର ରାଜନୈତିକ ଜୀବନ ଆରମ୍ଭ ହୁଏ । ଅଶୀ ଦଶକରେ ଛାତ୍ର କଂଗ୍ରେସ ର ନେତୃତ୍ବ ନେଇ ସେ କଂଗ୍ରେସ ଦଳ ଲାଗି ଏକ ବଡ ସମର୍ଥକ ଗୋଷ୍ଠୀ ତିଆରି କରିଥିଲେ । ଓଡିଶାର ସବୁ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ଲୁଲୁଂକ ସମର୍ଥକ ଓ ଅନୁଗାମୀ ରହିଥିଲେ।

୩. ଲୁଲୁଂକ ପରେ ବହୁ ଛାତ୍ର ନେତା ଆସିଛନ୍ତି ଓ ଯାଇଛନ୍ତି । କିନ୍ତୁ ଲୁଲୁଂକ ପରି ଲୋକପ୍ରିୟ ତଥା ପ୍ରଭାବଶାଳୀ ହେବାରେ ତାଂକ ତୁଳନୀୟ କେହି ନାହାନ୍ତି। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯନ୍ତ ତାଂକ ଆଗରେ ଓ ପଛରେ ହଜାର ହଜାର ଛାତ୍ର ଓ ଯୁବକ ରହିଥିଲେ ।

୪. ଅଶୀ ଦଶକର ଲୁଲୁ ଥିଲେ ଦୁର୍ଦ୍ଧର୍ଷ ଛାତ୍ରନେତା । ତାଂକର କାହାକୁ ଡର ନଥିଲା ବା ଖାତିର ନଥିଲା । ଜାନକୀ ବାବୁଂକ ଶାସନରେ ସେ ଆଖି ଉଠେଇଲେ ପ୍ରଶାସନ ଥରୁଥିଲା ବୋଲି ଆଜି ବି ବିଶ୍ଵାସ କରାଯାଏ ।

୫. ଅଥଚ କୌଣସି ସମୟରେ ସେ କ୍ଷମତାରେ ନଥିଲେ । ୧୯୯୫ ରୁ ୨୦୦୦ ଜାନକୀ ବାବୁଂକ ତୃତୀୟ ପାଳିରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବ୍ରହ୍ମଗିରି ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲେ । ତେବେ ପ୍ରତିଷ୍ଠା ଓ ପତିଆରା ଲାଗି ତାଂକୁ ପଦ ପଦବୀର ଆବଶ୍ୟକତା ନଥିଲା ।

୬. ୨୦୦୦ ରୁ ୨୦୦୯ ପର୍ଯନ୍ତ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଭାବେ ତାଂକର ଭୂମିକା ଥିଲା ବେଶ୍ ପ୍ରଭାବଶାଳୀ । ବିଜେଡି-ବିଜେପି ମେଣ୍ଟ ସରକାରକୁ ବିଧାନସଭା ଭିତରେ ଓ ବାହାରେ ହଲାପଟା କରିବାରେ ତାଂକର ଭୂମିକା ବେଶ ଅଗ୍ରଣୀ ଥିଲା ।

୭. କଂଗ୍ରେସ ରାଜନୀତିରେ ସେ ଥିଲେ ସବୁଠୁ ପ୍ରଭାବଶାଳୀ ନେତା କିନ୍ତୁ ତାଂକ ନେତୃତ୍ଵ ଉପରେ କଂଗ୍ରେସ ର କେନ୍ଦ୍ରୀୟ ନେତୃତ୍ଵ ଭରସା କରି ପାରିନଥିଲେ।

ଲୁଲୁ ଛାତ୍ର ଓ ଯୁବ କଂଗ୍ରେସ ର ସଭାପତି ରହିବା ସହ ପ୍ରଦେଶ କଂଗ୍ରେସର କାର୍ୟକାରୀ ସଭାପତି ଓ ଉପ ସଭାପତି ରହିଥିଲେ। ହେଲେ ଶେଷ ଯାଏଁ ତାଂକୁ ପିସିସି ସଭାପତି ଦାୟିତ୍ଵ ମିଳି ପାରିଲା ନାହିଁ ।

୮. ଗତ କିଛି ବର୍ଷ ଧରି ବିଜେଡି ସରକାର ବିରୋଧରେ ତୀବ୍ର ସଂଗଠନ ଓ ଜନମତ ତିଆରି କରିବା ଲାଗି ତାଂକର ପ୍ରୟାସକୁ କଂଗ୍ରେସ ସମର୍ଥନ କରୁନଥିଲା । ଅନେକ ସମୟରେ ତାଂକର ଦୃଢ ଓ ଆକ୍ରମକ ରାଜନୀତିକୁ କଂଗ୍ରେସ ନେତୃତ୍ଵ ଡରି ଯାଉଥିଲେ।

୯. କଂଗ୍ରେସ ସମର୍ଥନ କରୁ ବା ନକରୁ ନିଜସ୍ବ ସଂଗଠନ ଜରିଆରେ ସେ ବିଜେଡି ନେତୃତ୍ବକୁ ସବୁବେଳେ ଅସୁବିଧାରେ ପକାଇ ଆସିଛନ୍ତି। ଅଂଡାମାଡ ରାଜନୀତିକୁ ନେଇ ଗତ ବର୍ଷ ଯେଉଁ ହଟ ଚମଟ ସୃଷ୍ଟି ହୋଇଥିଲା, ସେଥିରେ ଏକୁଟିଆ ପଡି ଯାଇଥିଲେ ମଧ୍ୟ ଲୁଲୁ ନିଜ ମତ ବଦଳାଇ ନଥିଲେ।

୧୦. ରାଜନୀତିରେ ବହୁ ନେତା ଆସିବେ ଓ ଯିବେ। ହେଲେ ସବୁ ଦଳ ଭିତରେ ନିଜର ବନ୍ଧୁ ସୃଷ୍ଟି କରି ପାରିଲା ପରି ଓ ଦରକାର ପଡିଲେ ଶତୃକୁ ବି ସାହାଯ୍ୟ କରିପାରିବା ପରି ଲୁଲୁ ମହାପାତ୍ରଂକ ଭଳି ନେତା ବିରଳ ହୋଇ ରହିବେ ।

ଗତ ୬ ନଭେମ୍ବର ସନ୍ଧ୍ୟା ରେ ଦିଲ୍ଲୀରେ ମେଦାନ୍ତ ହସପିଟାଲ୍ ରେ ତାଂକର ପରଲୋକ ଓଡିଶାର ଯୁବ ନେତୃତ୍ଵ କ୍ଷେତ୍ରରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି କରିଛି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଓଡିଶା, କଂଗ୍ରେସ, ରାଜନୀତି, ଲୁଲୁ ମହାପାତ୍ର, ଶ୍ରଦ୍ଧାଞ୍ଜଳି

ଓଡିଆ ପୂଜା ପତ୍ରିକାର ଅଭିନବ ଜୟଯାତ୍ରା; ଦଶଟି ପ୍ରମୁଖ କଥା

November 4, 2016 by ନିଉଜ ଡେସ୍କ 5 Comments

odi
କେଦାର ମିଶ୍ର

ପାଖାପାଖି ୩୦ ହଜାର ପୃଷ୍ଠାର ମୁଦ୍ରିତ ସାହିତ୍ୟ, ୧୦୦ ରୁ ଅଧିକ ଉପନ୍ୟାସ, ୨୦୦୦ ରୁ ଅଧିକ ଗଳ୍ପ, ୩୫୦୦ ରୁ ଅଧିକ କବିତା ଓ ସାହିତ୍ୟର ଆହୁରି ଅନେକ ବିଭାଗ।

ଗୋଟିଏ ମାସରେ ଏତେ ପରିମାଣର ସାହିତ୍ୟିକ ସୃଷ୍ଟି ବଜାରରେ ଉପଲବ୍ଧ ହେବା ସାରା ଭାରତରେ ଏକ ବିରଳ ଘଟଣା।

ଗତ ପ୍ରାୟ ୨୦ ବର୍ଷ ହେଲା ଓଡିଶାରେ ପୂଜା ପତ୍ରିକାର ଏକ ବିରାଟ ବଜାର ସୃଷ୍ଟି ହୋଇଛି । ସାହିତ୍ୟ ପତ୍ରିକାର ବିକ୍ରୀ ବା କାଟତି ନାହିଁ ବୋଲି ଯେଉଁମାନେ ଭାବୁଥିଲେ, ସେମାନେ ପୂଜା ବଜାର ର ଏହି ସମ୍ଭାର ଦେଖି ଚକିତ ଓ ବିସ୍ମିତ।

ବର୍ଷ ସାରା ପତ୍ରିକା ବଜାରରେ କାଉ ଉଡୁଥିବା ବେଳେ ହଠାତ୍ ଅକ୍ଟୋବର ମାସ ଆରମ୍ଭରୁ ପତ୍ରିକା ଷ୍ଟଲ୍ ଗୁଡିକରେ ଓଡିଆ ପତ୍ରିକାର ଗହଳି ଆରମ୍ଭ ହୁଏ ।

ଗତ ବର୍ଷ ପୂଜା ବେଳକୁ ୧୧୭ ଟି ଓଡିଆ ପତ୍ରିକା ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା (ନଭେମ୍ବର ୩ ) ୯୨ ଟି ପତ୍ରିକା ବଜାରକୁ ଆସି ସାରିଛି ।

ଆସନ୍ତା ମାସ ରେ ଆଉ କିଛି ପତ୍ରିକା ବଜାରକୁ ଆସିବାର ସମ୍ଭାବନା ରହିଛି । ଭାରତର କୌଣସି ବି ଭାଷା ସାହିତ୍ୟରେ ଏତେ ସଂଖ୍ୟକ ପତ୍ରିକା ଏକା ସାଂଗରେ ପ୍ରକାଶିତ ହୁଅନ୍ତି କି ନାହିଁ ତାହା ଗବେଷଣା ସାପେକ୍ଷ । ଓଡିଶ ପତ୍ର ପତ୍ରିକା ର ଏହି ବିରଳ ଜୟଯାତ୍ରା କୁ ନେଇ ଦଶଟି କଥା-

୧. ବର୍ଷ ସାରା ଓଡିଶାରେ ସାହିତ୍ୟର ପାଠକ ନାହାନ୍ତି ଓ ଓଡିଆ ପଢୁଥିବା ଲୋକଂକ ସଂଖ୍ୟା କମିଯାଉଛି ବୋଲି ଚିତ୍କାର ଶୁଭୁଥିବା ବେଳେ ଦଶହରା ସମୟରେ ସ୍ଵର ଓ ଚିତ୍ର ବଦଳିଯାଏ ।

ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ ର ବିଶ୍ଲେଷଣ ରୁ ଜଣାପଡୁଛି ଯେ ପ୍ରତି ବର୍ଷ ଏହି ସମୟରେ ପ୍ରାୟ ୧୦୦ ରୁ ୧୨୦ ପତ୍ରିକା ପ୍ରକାଶିତ ହୁଅନ୍ତି ।

୨. ୨୪ ପୃଷ୍ଠା ରୁ ୧୭୦୦ ପୃଷ୍ଠା ଯାଏଁ ବିଭିନ୍ନ ଆକାର ଓ ପ୍ରକାରର ସାହିତ୍ୟ ପତ୍ରିକା ଏହି ସମୟରେ ବଜାରକୁ ଆସେ। ଚଳିତ ବର୍ଷ ସବୁଠୁ ମୋଟା ପତ୍ରିକା “ବର୍ତ୍ତିକା” ର ପୃଷ୍ଠା ସଂଖ୍ୟା ୧୭୦୦+ ହୋଇଥିବା ବେଳେ ୨୪-୭୪ ପୃଷ୍ଠାର ଅନେକ ଛୋଟ ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛନ୍ତି।

୩. ଏତେ ପରିମାଣର ସାହିତ୍ୟ ପତ୍ରିକା ପ୍ରକାଶ ପାଉଛି ଯଦିଓ, ଏହାର ବଜାର ଅଛି କି ନା1000ହିଁ, ତାହା ଏକ ବଡ ପ୍ରଶ୍ନ ।

ତେବେ ପତ୍ରପତ୍ରିକା ର ସବୁଠୁ ବଡ ବିତରଣ କେନ୍ଦ୍ର ଭୁବନେଶ୍ଵର ପୁରୁଣା ବସଷ୍ଟାଣ୍ଡ ରେ ଏହି ସମୟରେ ପତ୍ରିକା କିଣୁଥିବା ଲୋକଂକର ବେଶ୍ ଭିଡ ଜମିଥାଏ।

ଏହି ସମୟ ମଧ୍ୟରେ କେତେ ପତ୍ରିକା ବିକ୍ରୀ ହେଉଛି ତାର ସଠିକ ଅର୍ଥନୈତିକ ଆକଳନ ସମ୍ଭବ ନଥିଲେ ମଧ୍ୟ, ଏହା ବେଶ୍ ମୋଟା ଅଂକର ବ୍ୟବସାୟ ବୋଲି ସୂଚନା ମିଳୁଛି ।

odi2୪. ପୁରୁଣା ବସ ଷ୍ତାଣ୍ଡ୍ ସ୍ଥିତ ନାରାୟଣୀ ପତ୍ରିକା ଦୋକାନର ମାଲିକ ବାବୁଲିଂକ ସୂଚନା ଅନୁସାରେ ଚଳିତ ବର୍ଷ ସବୁଠୁ ଅଧିକ ବିକ୍ରୀ ହୋଇଥିବା ପତ୍ରିକା ଗୁଡିକ ହେଲେ-

ସମ୍ବାଦ ବାର୍ଷିକ ସଂଖ୍ୟା,(ସମ୍ପାଦକ- ସୌମ୍ୟରଂଜନ ପଟ୍ଟନାୟକ ) ସାମ୍ନା, (ସଂ-ସରୋଜ ବଳ), ବର୍ତ୍ତିକା (ସଂ- ନବକୁମାର ଦାସ),କଥା (ସଂ- ଗୌରହରି ଦାସ), କାଦମ୍ବିନୀ (ସଂ- ଇତି ସାମନ୍ତ ), ପଶ୍ଚିମା (ସଂ- ଅଶୋକ ମହାନ୍ତି), ଝଂକାର (ସଂ- ସରୋଜ ରଂଜନ ମହାନ୍ତି), ନବନୀତା (ସଂ- କ୍ଷେତ୍ରବାସୀ ନାୟକ),ପୌରୁଷ( ସଂ- ଅସିତ ମହାନ୍ତି) ଓ ଶିଶିର (ସଂ- ସୁନିଲ ପୃଷ୍ଟି) ।

୫. ମୁଦ୍ରଣ ପରିପାଟୀ, ପାଠ ବିନ୍ୟାସ, ପ୍ରଛଦ ତଥା ଅନ୍ୟାନ୍ୟ ଦୃଶ୍ୟଗତ କ୍ଷେତ୍ରରେ ପତ୍ରିକା ସବୁ ସୁନ୍ଦର ଲାଗୁଥିବା ବେଳେ, ପାଠ ଦୃଷ୍ଟିରୁ ପ୍ରାୟ ସବୁ ପତ୍ରିକା ସମାନ ସମ୍ପାଦକୀୟ ସୀମା ଭିତରେ ରହିବାକୁ ଚେଷ୍ଟା କରିଛନ୍ତି ।

ନୁଆ ପାଠ ଓ ଜଣ ଜୀବନର ନୁଆ ବିଭାଗ ବିଷୟରେ ଲେଖା ସଂଯୋଜିତ କରିବାର ଆଗ୍ରହ କ୍ବଚିତ୍ ଦେଖିବାକୁ ମିଳିଛି ।

୬. ତେବେ କିଛି ପତ୍ରିକା ଅଛନ୍ତି ଯେଉଁମାନେ ନୁଆ କିଛି କରିବାର ପ୍ରୟାସ କରିବା ସହିତ ପୂଜା ସଂଖ୍ୟାରେ ସ୍ବତନ୍ତ୍ର ବିଷୟ ପ୍ରସଂଗକୁ ଆଧାର କରିଛନ୍ତି।

“ଅକ୍ଷର” ର ସମ୍ପାଦକ ଦେଶର ଅସହିଷ୍ଣୁତା ଓ ଦେଶପ୍ରେମକୁ ନେଇ ପୂରା ସଂଖ୍ୟା ପ୍ରସ୍ତୁତ କରିଥିବା ବେଳେ “ସାମ୍ନା” ଉପନ୍ୟାସ ବିଶେଷାଂକ ପ୍ରସ୍ତୁତ କରିଛି। ସେହିପରି “ନିଶାନ୍ତ” ଓଡିଆ ରଂଗମଂଚ କୁ ପ୍ରସଂଗ କରି ନିଜର ସ୍ବତନ୍ତ୍ରସଂଖ୍ୟା ବଜାରକୁ ଛାଡିଛନ୍ତି ।

୭. ଏଥର ପୂଜା ସଂଖ୍ୟାରେ ନୁଆ ଲେଖକ ଲେଖିକାମାନଙ୍କର ଉପସ୍ଥିତି ବେଶ୍ ବାରି ହୋଇ ପଡୁଛି ।

ଅନେକ ନୁଆ ଗାଳ୍ପିକ ଓ ଔପନ୍ୟାସିକଂକ ଲେଖା ସମ୍ପାଦକ ମାନେ ଛାପିଛନ୍ତି । ତରୁଣ ପିଢିର ଲେଖିକା ସ୍ଵାଗତିକା ସ୍ଵାଇଁ ଏଥର ପୂଜାରେ ଚାରୋଟି ଉପନ୍ୟାସ ଲେଖି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।

୮. ପତ୍ର ପତ୍ରିକା କେବଳ ଷ୍ଟଲରେ ନୁହଁ, ଅନ୍ ଲାଇନ୍ ରେ ମଧ୍ୟ ବିକ୍ରୀ ହେଉଛି। ଓଡିଆ ବହିର ଅନ୍ ଲାଇନ୍ ବଜାର odikart.com ପ୍ରାୟ ଷାଠିଏ ଟି ପତ୍ରିକା ଉପଲବ୍ଧ ହେଉଛି ।

୯. ବଂଗଳା ପତ୍ରିକା ର ଅନୁସରଣରେ ଓଡିଆ ପୂଜା ପତ୍ରିକା ଆରମ୍ଭ ହୋଇଥିବା ବେଳେ ପରିମାଣ ଦୃଷ୍ଟିରୁ ଏବେ ବଂଗଳା ଠାରୁ ଓଡିଆ ପତ୍ରିକା ବହୁ ଆଗରେ । ତେବେ ଗୁଣାତ୍ମକ ଦୃଷ୍ଟିରୁ ଆମ ସମ୍ପାଦକ ମାନଂକୁ ଆହୁରି ଅନେକ କଥା କରିବାକୁ ବାକି ଅଛି ।

୧୦. ତେବେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ସାହିତ୍ୟର ଏହି ଶାରଦୀୟ ଶୋଭାଯାତ୍ରା ଆମ ସମୟ ଓ ସାହିତ୍ୟ ପାଇଁ ଏକ ଶୁଭ ସୂଚନା । ଖୁବ୍ କମ୍ ସରକାରୀ ଓ କର୍ପୋରେଟ୍ ବିଜ୍ଞାପନ ସତ୍ତ୍ୱେ ବ୍ୟକ୍ତିଗତ ସାହିତ୍ୟ ପ୍ରେମ ଯୋଗୁଁ ଏତେ ଗୁଡାଏ ପତ୍ରିକା ପ୍ରକାଶ ପାଇବା କମ ବଡ ସଫଳତା ନୁହେଁ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଉପନ୍ୟାସ, ଓଡିଆ, କବିତା, ଗଳ୍ପ, ଜୟଯାତ୍ରା, ପତ୍ରିକା, ପୂଜା, ବଜାର, ସାହିତ୍ୟ

ଦେବଦାସଂକ କଲମ ଓ ବିଭୁକିଶୋରଂକ କଣ୍ଠର ଯୁଗଳବନ୍ଦୀ “ବ୍ଲୁ ମୁଡ୍”

October 1, 2016 by ନିଉଜ ଡେସ୍କ 1 Comment

2-copy

 

କେଦାର ମିଶ୍ର

ଦେବଦାସ ଛୋଟରାୟଂକ ପାଖରେ ସତେ ଅବା ଅଟକି ଯାଇଛି କୈଶୋର ଆଖିରେ ଆଖିଏ ସ୍ଵପ୍ନ ନେଇ କଟକର ଗଳିରାସ୍ତାରେ ସାଇକଲ୍ ଚଳେଇ ଗୋଟେ ତରୁଣ କବି ଆଜିବି ଗୀତ ଗାଉଛି । ବିନ୍ଦାସ୍ ସମୟର ଟିପେ ବି ଦାଗ ଲାଗିନାହିଁ କବିତାରେ । ପ୍ରଜାପତିର ରଂଗୀନ ଡେଣାରେ ଅଧଲେଖା ଫଗୁଣର କବିତା ଦେବଦାସ ଛୋଟରାୟଂକ କବିତା ।

ଏବେ ଏବେ ତାଂକ ନୁଆ କବିତାର ସିଡି ଆସିଛି ବଜାରକୁ । “ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା ଭିତରେ ଗୋଟେ ସ୍ବଛନ୍ଦ ମାଦକତା । କବିତାକୁ ସୁରରେ ସଜେଇଛନ୍ତି ଆମ ସମୟର ଖ୍ୟାତନାମା ଗାୟକ ବିଭୁ କିଶୋର ।

‘ଆମର ମ୍ୟୁଜିକ୍’ ଦ୍ଵାରା ପ୍ରସ୍ତୁତ ଏହି ସଂଗୀତ ସିଡିର ପ୍ରଯୋଜନା କରିଛନ୍ତି ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଓଡିଆ କବିତା ଓ ସଂଗୀତ କ୍ଷେତ୍ରରେ ଗୋଟେ ନୁଆ ପ୍ରୟୋଗ ଓ ଗୋଟେ ଅଭିନବ ଆବିସ୍କାରର କାହାଣୀ କହୁଥିବା “ବ୍ଲୁ ମୁଡ୍ “ କୁ ନେଇ କିଛି କଥା ।

୧. ଗୀତ ଓ କବିତା ଭିତରେ ଗୋଟେ ମୌଳିକ ଫରକ୍ ରହିଛି । ସବୁ କବିତା ଗୀତ ହୋଇପାରେ ହେଲେ ସବୁ ଗୀତ କବିତା ହୋଇ ପାରନ୍ତି ନାହିଁ । ଗୀତରେ ହୁଏତ ଗୋଟେ ଛନ୍ଦ ଥାଏ, ସ୍ଵରର ଲାଳିତ୍ୟ ଥାଏ,ଶବ୍ଦର ସୁଷମା ଥାଏ, ହେଲେ କବିତାରେ ଏସବୁରୁ କିଛି ନଥାଇ, ସବୁ କିଛି କୁ ପାଇ ହୁଏ ।

କବିତା ତାର ମୁକ୍ତ କାୟାରେ ଛନ୍ଦକୁ ଗୋପନ ରଖିଥାଏ । ଚିହ୍ନରା ଗାୟକ ତାକୁ ଠିକ ଚିହ୍ନେ, ଠିକ ସୁରରେ ବାଂଧେ ଓ ତାର ଭାବକୁ ନୀରବତା ଭିତରୁ ପ୍ରକଟିତ କରାଏ ।

1୨. “ବ୍ଲୁ ମୁଡ୍” ଗୀତ ନୁହଁ, କବିତା । ତାର ଛନ୍ଦ ମୁକ୍ତ, ଭାବ ଅବାରିତ ଓ ଅର୍ଥ ବହୁ ପ୍ରସ୍ଥିୟ । କବିଂକ ଭାଷାରେ ଏ ସବୁ ଶ୍ୟାମଳ ସ୍ବପ୍ନ (ହୁଏତ ଅନ୍ଧକାରର ସ୍ବପ୍ନ) ଓ ବିଷାଦ ର କବିତା। କୈଶୋରର ନୁଆ ସ୍ବପ୍ନ ଓ ସ୍ମୃତିକୁ ନେଇ ଏଇ କବିତା ସବୁ ଆମକୁ ଗୋଟେ ନିଛାଟିଆ ସହରର ଶୁନଶାନ ଗଳିରେ ଠିଆ କରେଇ ଦିଅନ୍ତି । ପବନର ଗୀଟାରରେ ଏଇ କବିତା ହାଲକା ହାଲକା ଆମକୁ ରୋମାଂଚିତ କରେ ।

୩. ବିଭୁ କିଶୋର ଓ ଦେବଦାସ ଦୁଇ ଭିନ୍ନ ପ୍ରଜନ୍ମ ର ଶିଳ୍ପୀ । ଅକ୍ଷୟ ମହାନ୍ତି ଯେଉଁ ଦେବଦାସଂକ ଗୀତକୁ ସ୍ଵର କରିଥିଲେ, ସେ ଦେବଦାସ, ବିଭୁକିଶୋରଂକ କଣ୍ଠରେ ସେମିତି ନୁହନ୍ତି । ଏ ଦେବଦାସ ସମୟର ପ୍ରବାହରେ ଆଉ ଏକ ଧାର । ବିଭୁ ତାଂକ କଣ୍ଠରେ ଦେବଦାସଂକ କବିତାକୁ ନୁଆ କରି ଆବିସ୍କାର କରିଛନ୍ତି ।

2୪. ଦେବଦାସଂକ ବ୍ୟାକୁଳତା, ଅଧିର ହେବାର ସ୍ପନ୍ଦନ, ତାଂକର ବିଷାଦ, ଏକଲାପଣ ଓ ଅସରନ୍ତି ସ୍ବପ୍ନର ମହୋତ୍ସବ, ବିଭୁ କିଶୋରଂକ କଣ୍ଠରେ ନୁଆ ଯୁଗର ସୁର ହୋଇ ଝରୁଛି । ୟାକୁ ଉର୍ଦୁ ଗୀତ୍ ବା ନଜମ୍ ର ଏକ ପ୍ରତିରୂପ ବୋଲି କୁହାଯାଇପାରେ । ତେବେ ଏଥିରେ ନଜମ୍ ର ସ୍ଥିର ଓ ମାର୍ମିକ ପ୍ରବାହ ନାହିଁ । ଏ କବିତା ସବୁ ଭୀଷଣ ଭାବରେ ଅସ୍ଥିର ।

୫. ବଂଗଳା କବିତା ଓ ଗୀତର ସମ୍ପର୍କ ବହୁ ପୁରୁଣା । ନଚିକେତା, କବୀର ସୁମନ ଓ ଆହୁରି ଅନେକ ଶିଳ୍ପୀ କବିତାକୁ ମୁକ୍ତ କଣ୍ଠରେ ଓ ମୁକ୍ତ ଛନ୍ଦରେ ଗାଇଛନ୍ତି। ଓଡିଶାରେ ତାର ପ୍ରଭାବ ସେତେ ବେଶୀ ନାହିଁ । କବିତାକୁ ନେଇ ଗାୟନର ଏହି ଧାରା ଆମକୁ ଗୋଟେ ନୁଆ ଦିଗ ତିଆରି କରିବାରେ ସହାୟକ ହେବ ।

3୬. ତେବେ ବ୍ଲୁ କଥା କହିଲା ବେଳେ ଆମେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ରହୁଥିବା କୃଷ୍ଣକାୟ ଆଫ୍ରିକାନ୍ ମାନଂକ ସଂଗୀତ କଥା ନିହାତି ମାନେ ପକେଇବା । ଶ୍ରମଜୀବୀ ମଣିଷର କ୍ଷୋଭ, ନିରାଶା, ସ୍ମୃତି ଓ ନିଷ୍ଠୁର ସ୍ବପ୍ନର ସେ ଗୀତ ସବୁ ଏବେ କ୍ଲାସିକ୍ ପାଲଟି ସାରିଛି । ତେବେ ଦେବଦାସଂକ “ବ୍ଲୁ ମୁଡ୍” ରେ ଶ୍ରମ ନାହିଁ- ସ୍ମୃତି ଓ ସ୍ବପ୍ନ କିନ୍ତୁ ଭରପୁର ।

୭. କିଛି ନ ଫୁଟି ଥିବା ଗୋଲାପ
ଓ ଗୋଟେ ଧରା ପଡିନଥିବା ବାଘ
ଯେଉଁ କବିତାର ସାରାଂଶ
ତମେ ମୋତେ ସେଇଠି ଖୋଜିବ……

କବିତା ସବୁ ବେଳେ ବେଳେ ଏତେ ମୁକ୍ତ ଯେ ତାକୁ ସ୍ବରରେ ବାନ୍ଧିବାକୁ ବିଭୁକିଶୋରଂକ ପରିଶ୍ରମ ବାରୀ ହୋଇ ପଡୁଛି । ଅନେକ ସମୟରେ ବିଭୁ ନିଜ ସ୍ବର କୁ ଶୀର୍ଷ କୁ ନେବାର ଚେଷ୍ଟା କରିଛନ୍ତି ଓ କବିତାର ତରଂଗକୁ ଭାବରେ ରୂପାନ୍ତରିତ କରିବାର କୌଶଳ ତିଆରିଛନ୍ତି ।

4୮. ସବୁ କବିତା କୁ ଗୀତ ରେ ନକହି କଥାରେ ବି କହିହେବ । ଯେମିତି- ଯେତେବେଳେ ତୁମେ ନଥିଲ, କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟାଏ ତୁଷାର କ୍ଷତ ପରି , ସୂର୍ୟ ଥିଲା,ଯଖ୍ମା ରୋଗୀର ହୃଦୟ ପରିକା ……ଏଠି ପ୍ରବଳ ବିଷାଦ । ବିଭୁ କିଶୋର ବିଶାଦକୁ ମଧୁର ଅର୍ଥ ଦେଇ ପାରନ୍ତି ତାଂକ ଗଳାରେ ।

୯. କବିତାକୁ ନେଇ ଗୋଟେ ବ୍ୟବସାୟର ସ୍ବପ୍ନ ଦେଖାଯାଇ ପାରେ କି ? ଏ ପ୍ରଶ୍ନ ପ୍ରଯୋଜକ ଅକ୍ଷୟ ପରିଜାଂକୁ କେବେ ଥରେ ପଚାରିବି ନିଶ୍ଚୟ । ତେବେ ଏ ସାହସ (ବରଂ ଦୁଃସାହସ) ଲାଗି ତାଂକୁ ଅନେକ ଅନେକ ଅଭିନନ୍ଦନ ।

୧୦. ଶେଷରେ “ବ୍ଲୁ ମୁଡ୍” କୁ ନେଇ ଏତିକି କୁହା ଯାଇପାରେ ଯେ- ମୁଁ ଦିନେ ଇତିହାସକୁ ଧଳାବାଲିର ଅପନ୍ତରା କରିଦେବି , ତୁମେ ଦେଖିବ । ସେଦିନ ଦେଖିବାକୁ ବୋଧ ହୁଏ “ବ୍ଲୁ ମୁଡ୍” ର ଜନ୍ମ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: କବିତା, କଲମ, ତରୁଣ କବି, ଦେବଦାସ, ବଜାର, ବିଭୁକିଶୋର, ବ୍ଲୁ ମୁଡ୍, ଯୁଗଳବନ୍ଦୀ, ସାହିତ୍ୟ

ଦିଗପହଣ୍ଡି ରୁ ଅନେକ ଦିଗନ୍ତ ; ଦିନନାଥ ପାଠୀ ଓ ଓଡିଶୀ ଚିତ୍ରକଳା

August 30, 2016 by ଓଡିଶା ଡଟ କମ Leave a Comment

pathi2

କେଦାର ମିଶ୍ର

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହଁ।

କେବଳ ଚିତ୍ରକଳା ନୁହଁ ସାହିତ୍ୟ, ସଂଗୀତ, ନୃତ୍ୟ, ଲୋକ କଳା, ପର୍ୟଟନ ଓ କଳା ସଂଗଠନ କ୍ଷେତ୍ରରେ ତାଂକର ଅବଦାନ ଅତୁଳନୀୟ । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର ଭାବେ ପରିଚିତ ଦିନନାଥ ନିଜ ଜୀବନରେ ବହୁ ପଥ ଅତିକ୍ରମ କରିଛନ୍ତି ଓ ତାଂକ ଚିତ୍ରକଳା ଓଡିଶାର ସୀମା ଟପି ଜାତୀୟ ଓ ଆନ୍ତର୍ଜାତିକ ସ୍ବୀକୃତି ପାଇଛି।

ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ସେ ଚିତ୍ରଶିଳ୍ପୀ ଭାବରେ ଓଡିଶା ର ପ୍ରତିନିଧିତ୍ଵ କରିଛନ୍ତି । ଯେଉଁଠିକି ବି ଯାଇଛନ୍ତି ସେଠିକି ନେଇଯାଇଛନ୍ତି ଓଡିଶା ମାଟିର ମହକ।

ତାଂକ ଚିତ୍ରକଳା ରେ ନୁଆ ରୂପ ପାଇଛି ଓଡିଆଣୀ ର ଝୋଟି ଚିତା, ସଉରା ଆଦିବାସୀର ଡୁମା ଓ ଡଂଗର, ଉଷାକୋଠି ଓ ପଟଚିତ୍ରର ବର୍ଣାଳୀ, ଗଣ୍ଡ ଭୈରବ ଓ ନବ ଗୁଂଜରର ରହସ୍ୟ, କନ୍ଦର୍ପ ରଥ ଓ ରାସ ଲୀଳାର ଯାଦୁକରୀ କମନୀୟ଼ତା ଓ ଓଡିଶାର ପ୍ରକୃତି।

ସେ ଚିଲିକା ପାଣିର ଚିତ୍ରକର, ନିଜକୁ କହନ୍ତି ରୂପଜୀବୀ ବୋଲି- କାରଣ ରୂପ ଭିତରେ ସ୍ବରୂପ ଖୋଜିବା ତାଂକର ଜୀବନ ଓ ଜୀବିକା ।

pathi3ତାଂକର ଚର୍ଚିତ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟରେ” ରେ ସେ କୁହନ୍ତି- “ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇ ପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର ।‘’

ସେଇ ଡ୍ରଇଂ ମାଷ୍ଟର ଓଡିଶାର ଚିତ୍ରକଳା ରେ ଆଣିଛନ୍ତି ବୈପ୍ଲବିକ ପରିବର୍ତନ । ଶିଳ୍ପୀ ଓ ସାହିତ୍ୟିକ ଭାବରେ ନିଜଲାଗି ତିଆରି କରିଛନ୍ତି ଏକ ନିଆରା ପରିଚୟ । ପ୍ରଥମ ଓଡିଆ ଭାବରେ କେନ୍ଦ୍ର ଲଳିତ କଳା ଏକାଡେମୀ ର ସମ୍ପାଦକ ଦାୟିତ୍ଵ ତୁଲାଇଛନ୍ତି।

ଗଂଜାମୀ ଓଡିଆ କହି ନିଜର ଖାଂଟୀ ଦକ୍ଷିଣୀ ଥାଟ ରେ ପହଂଚି ଯାଇଛନ୍ତି ଜୁରିକ୍ ବା ଲଣ୍ଡନ । ଜୀବନ ତାଂକ ଲାଗି ଏକ ବିରାଟ ଦୁଃସାହସ । ୭୪ ବର୍ଷ ବୟସରେ ଆଜି (୨୯, ଅଗଷ୍ଟ,୨୦୧୬) ଅକସ୍ମାତ୍ ମୃତ୍ୟୁବରଣ କରିଥିବା ଦିନନାଥ ପାଠୀନ୍କ ବିଷୟରେ କେତୋଟି କଥା-

୧. ତାଂକ ନିଜ ଭାଷାରେ ସେ “ଦିଗ ଦିଶୁନାହିଁ ଦିଗ ପହଣ୍ଡି ଦିବସ ଅନ୍ଧାର, ହାଲ ଚାଲ ପଚାର କିସ ଜଂଗଲେ କରିଛି ଘର’’- ସେଇ ଜଂଗଲ ଓ ଅନ୍ଧାର ଘେରା ଦିଗପହଣ୍ଡି ରେ ତାଂକର ଜନ୍ମ ୧୯୪୨ ମସିହାରେ।

ବଡ ଭାଇ ଲୋକନାଥ ପାଠୀ ତାଂକର ଆଦ୍ୟଗୁରୁ। ନାଟକର ପରଦା ଅଂକନ ରୁ ଆରମ୍ଭ ହୁଏ ଚିତ୍ର ଶିକ୍ଷା । ଶିଳ୍ପ କଳା ମନ୍ଦିର- ବଡ ଭାଇ ଲୋକନାଥଂକ ଚିତ୍ରଶାଳାରୁ ଆରମ୍ଭ ହୁଏ ତାଲିମ ।

୨. ଗାଁ ରୁ ଖଲିକୋଟ୍ । ଓଡିଶାର ଏକମାତ୍ର ଚାରୁକଳା ମହାବିଦ୍ୟାଳୟ। ସେ ଅନୁଷ୍ଠାନ ଦିନନାଥଂକୁ ଯେମିତି ଗଢିଛି, ସେ ବି ତାକୁ ଗଢିଛନ୍ତି । ଶରତ କୁମାର ଦେବ, ଅଜିତ କେଶରୀ ରାୟ, ବିପ୍ରଚରଣ ମହାନ୍ତି ଓ ଆହୁରି ଅନେକ ଶିଳ୍ପୀ ଙ୍କ ଛାତ୍ର ହେବାର ସୁଯୋଗ ତାଂକୁ ଖଲିକୋଟ୍ ରେ ମିଳିଥିଲା । ପରେ ସେ ନିଜ ଶିକ୍ଷକଙ୍କ ସହକର୍ମୀ ହେବାର ସୁଯୋଗ ପାଇଛନ୍ତି ।

pathi-1୩. ଶିଳ୍ପୀ ଭାବରେ ତାଂକ ଜୀବନ ବହୁ ଉଠାପକା ଦେଇ ଯାଇଛି। ଅନେକ ଚାକିରୀ ସେ କରିଛନ୍ତି ଓ ଛାଡିଛନ୍ତି । ଅନେକ ଅନୁଷ୍ଠାନ ଗଢିଛନ୍ତି ଓ ତାକୁ ଭାଂଗି ପୁଣି ନୁଆ କିଛି ଗଢିଛନ୍ତି। ଓଡିଶା ସଂଗ୍ରହାଳୟ, ଓଡିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ ..ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଛନ୍ତି ।

୪. ଭୁବନେଶ୍ଵର ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ପ୍ରତିଷ୍ଠା ଓ ତାର ପରିଚାଳନା ରେ ସେ ଏକ ବିରାଟ ଭୂମିକା ନେଇଛନ୍ତି। ଓଡିଶାର ବହୁ ପ୍ରତିଭାବାନ୍ ଶିଳ୍ପୀ ଏହି ମହା ବିଦ୍ୟାଳୟରେ ତାଂକରି ହାତରେ ଗଢା ହୋଇ ଜାତୀୟ ଓ ବିଶ୍ଵବ୍ୟାପୀ ନାଁ କରିଛନ୍ତି। ଅଦ୍ଵେତ  ଗଡନାୟକ, ଜଗନ୍ନାଥ ପଣ୍ଡା, ପ୍ରତୁଲ ଦାଶ ଓ ଆହୁରି ଅନେକ ଶିଳ୍ପୀ ତାଂକ ଛାତ୍ର ଭାବେ ଆଜି ବେଶ୍ ପ୍ରତିଷ୍ଠିତ ।

୫. ଚିତ୍ର ଶିଳ୍ପୀ ଭାବେ ତାଂକ ଶୈଳୀ କୁ ସବୁବେଳେ ସେ ଗଂଜାମ ଶୈଳୀ ବୋଲି କହି ଆସିଛନ୍ତି। ତାଂକ ରେଖା ର ଗତି ସେଥିଲାଗି ଅନେକାଂଶରେ ଅଳସ ଓ ତାଂକ ରଂଗ ଟିକେ ଅଧିକ ଗାଢ। ଅମୂର୍ତ୍ତ ତୁଳନାରେ ମୂର୍ତ୍ତି ଗଢିବା ତାଂକ ଶୈଳୀ ର ଏକ ବିଶେଷ ଲକ୍ଷଣ ।

ତାଂକର ଚର୍ଚିତ ଉପନ୍ୟାସ “ପୁନର୍ନବା’’ ରେ ସେ ଲେଖନ୍ତି – “ଚିତ୍ର କଣ ସତରେ ମଣିଷ ଭଳିଆ ଦିଶେ, ନା ମଣିଷଂକ ସ୍ବପ୍ନ ପରି ଲାଗେ ? ଚିତ୍ର କଣ ନିଜେଇ ମଣିଷ ନା ମଣିଷଂକ ଛାଇ? ମଣିଷ ପରି ଦିଶେ ଅଥଚ ମଣିଷ ନୁହେଁ “ ରୂପ ଓ ସ୍ଵରୂପ ଭିତରେ ଏକ ସୂକ୍ଷ୍ମ ଜଗତ ସେ ସୃଜନ କରନ୍ତି ।

୬. ଶିଳ୍ପୀ ଭାବରେ ସେ ଯେତିକି ବଡ, ଠିକ ସେତିକି ବଡ ଲେଖକ ଭାବରେ । କବିତା, ଉପନ୍ୟାସ, ଆତ୍ମଜୀବନୀ, ପ୍ରବନ୍ଧ, ଫିଚର ଓ ଗବେଷଣା ଗ୍ରନ୍ଥ କ୍ଷେତ୍ରରେ ତାଂକର ଅବଦାନ ଅନନ୍ୟ । ସାହିତ୍ୟ, ଚିତ୍ରକଳା ଓ ପ୍ରଦର୍ଶନକାରୀ କଳା ର ସମନ୍ଵୟ ଘଟାଇ ଏକ ବୌଦ୍ଧିକ ଆନ୍ଦୋଳନ ସେ ଓଡିଶାରେ ଆରମ୍ଭ କରିଥିଲେ ।

୭. ତାଂକର ଉପନ୍ୟାସ –ସାୟୋନାରା, ପୁନର୍ନବା, ଗଂଗାବତରଣ, ଗଚ୍ଛ କୋରଡରେ ହୃଦୟ ଇତ୍ୟାଦି ସାହିତ୍ୟ କ୍ଷେତ୍ରରେ ନୁଆ ଭାଷା ଓ ଶୈଳୀ ନିର୍ମାଣ କରିଛି । ଚିତ୍ର ଭାଷା କୁ ସାହିତ୍ୟର ଭାଷାରେ ରୂପାନ୍ତରିତ କଲାବେଳେ ଏକ ଚମତ୍କାର କାବ୍ୟ ର ଛଟା ସେ ତିଆରି କରି ଯାଇଛନ୍ତି।

୮. ନିଜ ଜୀବନ କାହାଣୀ କୁ ସାହିତ୍ୟ ର ମର୍ୟଦା ଦେବା କମ ସଫଳତା ନୁହଁ । ପ୍ରାୟ ୨୦୦୦ ପୃଷ୍ଠାର ଆତ୍ମଜୀବନୀ ସେ ଭିନ୍ନ ଭିନ୍ନ ଖଣ୍ଡରେ ଲେଖିଛନ୍ତି । ଦିଗପହଣ୍ଡିର ଡ୍ରଇଂ ମାଷ୍ଟର, ପୂଁଜିକୟାଁର ଫକିର, ଚିଲିକା ପାଣିର ଛାଇ, ରୂପଜୀବିର ଡାଏରୀ, କଲେଜ୍ ଗଢିବାର ବେଳ ଓ ଆହୁରି କିଛି ତାଂକ ଆତ୍ନଜୀବନୀ ର ବୟାନ।

ସତ୍ୟ କୁ ସ୍ଵୀକାର କରିବାରେ ସେ ବେଳେ ବେଳେ ଅତି ନିର୍ମମ ।ତାଂକ ଆଖିରେ ବନ୍ଧୁ ଓ ଶତୃର ଭେଦ ନଥାଏ। ତେଣୁ ତାଂକର ଆତ୍ମ ଜୀବନୀ ଅନେକଂକ ଲାଗି ଅସହଜ ।

୯.କଳା ସୃଷ୍ଟି, ତାର ସମୀକ୍ଷା ଓ ତାର ଇତିହାସ ରଚନା – ଏଇ ତିନୋଟି ଯାକ ବିନ୍ଦୁରେ ସେ ଥିଲେ ଅତ୍ୟନ୍ତ ଦକ୍ଷ। ଭାରତର ଅଳ୍ପ କେତେଜଣ କଳା ଐତିହାସିକଂକ ଭିତରୁ ସେ ଅନ୍ୟତମ । ଶହ ଶହ ପ୍ରବନ୍ଧ ସେ ଲେଖିଛନ୍ତି ଓ ସବୁଥିରେ ତାଂକ ବୌଦ୍ଧିକ ପ୍ରୟାସ ବାରୀ ହୋଇପଡେ। ନୃତ୍ୟ କ୍ଷେତ୍ରରେ ତାଂକର ପୁସ୍ତକ Rethinking Odissi ଅନେକ କିଛି ନୂତନତା ର ଆଭାସ ଦେଇଛି ।

୧୦. ସମ୍ପାଦନା, ସଂଗଠନ ଓ ନେତୃତ୍ବ – ଏଇ ତିନୋଟି କ୍ଷେତ୍ରରେ ତାଂକର ବିକଳ୍ପ ନାହିଁ । ଇଂରାଜୀ ରେ ତାଂକ ସମ୍ପାଦିତ “ଅଂଗରାଗ” ଏକ ଅନନ୍ୟ ପତ୍ରିକା । ବହୁ ପତ୍ରିକାର ସମ୍ପାଦନା ଓ ପୁସ୍ତକ ସମ୍ପାଦନାରେ ସେ ନିଜର ଅବଦାନ ଦେଇଛନ୍ତି। ପଚାଶ ବର୍ଷ ଧରି ବହୁ ସଂଗଠନ ର ସେ ନେତୃତ୍ଵ ନେଇଛନ୍ତି । ତାଂକ ସୃଷ୍ଟି ଓ ସମୀକ୍ଷା ର ଦିଗନ୍ତ ଏତେ ବିସ୍ତୃତ ଯେ ଯେତେ କହୁଥିଲେ ସରିବା ନାହିଁ।

ତେବେ ଜର୍ମାନ ଗବେଷକ ଏବର୍ହାର୍ଡ଼ ଫିଶରଙ୍କ ସହ ତାଂକର ସମ୍ପର୍କ ଓଡିଶାର କଳା କୁ ବିଶ୍ଵ  ମାନଚିତ୍ରରେ ବେଶ୍ ପ୍ରତିଷ୍ଠା ଦେଇଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଆଧୁନିକ, ଓଡିଶୀ, ଚିତ୍ରକଳା, ଦିଗପହଣ୍ଡି, ଦିନନାଥ ପାଠୀ, ନୃତ୍ୟ, ଲୋକ କଳା, ସଂଗୀତ, ସାହିତ୍ୟ

କଥାଶିଳ୍ପୀ ବିଭୁତି ଭୁଷଣ ପ୍ରଧାନଂକ ଅକାଳ ବିୟୋଗ

August 24, 2016 by ଓଡିଶା ଡଟ କମ Leave a Comment

405165_104962626335045_242221068_n

ଓଡିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ଗାଳ୍ପିକ, ଔପନ୍ୟାସିକ ତଥା ସ୍ତମ୍ଭକାର ବିଭୁତି ଭୁଷଣ ପ୍ରଧାନ ଆଉ ନାହାନ୍ତି ।ମାତ୍ର ୫୯ ବର୍ଷ ବୟସରେ ହୃଦଘାତରେ ତାଂକର ମୃତ୍ୟୁ ଘଟିଛି ।

୩ ଏପ୍ରିଲ୍ ୧୯୫୭ ରେ କେନ୍ଦ୍ରାପଡା ଜିଲାର ବଳରାମପୁର ରେ ସେ ଜନ୍ମ ଗ୍ରହଣ କରିଥିଲେ। ମହାବାତ୍ୟା ପରେ ପରେ ଗଳ୍ପ ପତ୍ରିକା “କଥା” ରେ ପ୍ରକାଶିତ ତାଂକର “ଯାତ୍ରା” ଉପନ୍ୟାସ ସେତେବେଳେ ବେଶ୍ ଚର୍ଚିତ ହୋଇଥିଲା ।

ଓଡିଶାର ପ୍ରାକୃତିକ ବିପର୍ୟୟ ଓ ତାର ସମାଜ ତାତ୍ତ୍ବିକ ଦିଗକୁ ନେଇ ଉପନ୍ୟାସ ରଚନା କରିବାରେ ତାଂକର ସମକକ୍ଷ କଥାଶିଳ୍ପୀ ଓଡିଶାରେ ବିରଳ। ତାଂକ ଘଟଣା, ଚରିତ୍ର ଓ ଚିତ୍ରାୟନ ଗୋଟେ ବିରଳ ଶିଳ୍ପ ର ନିର୍ମାଣ କରୁଥିଲା ।

ତାଂକର ଉପନ୍ୟାସ ଗୁଡିକ ମଧ୍ୟରେ ରହିଛି ଯାତ୍ରା, ଘଟ, ଦାହ, ନଟ, ଢେଉ ଓ ପୁସ୍ତକ ହାକିଂ । “ସମ୍ବାଦ’ ରେ ପ୍ରକାଶିତ ତାଂକର ସ୍ତମ୍ଭ ଗୁଡିକ “ଅର୍ଧସତ୍ୟ” ପୁସ୍ତକରେ ସଂକଳିତ ହୋଇଥିଲା । ଏହି ପ୍ରତିଭା ସମ୍ପନ୍ନ କଥାକାରଂକ ଅକାଳ ବିୟୋଗ ଓଡିଆ ସାହିତ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଔପନ୍ୟାସିକ, କଥାଶିଳ୍ପୀ, ଗାଳ୍ପିକ, ହୃଦଘାତ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ