ରଘୁନାଥ
ମହାନଦୀ ପ୍ରସଙ୍ଗ ହେଉ କିମ୍ବା ପୋଲାବରମ ହେଉ, ରାଜ୍ୟକୁ ଅନୁଦାନ ଦେବା ପ୍ରସଙ୍ଗ ହେଉ କି ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ନ ମିଳିବା ବିଷୟକୁ ନେଇ ହେଉ ବାରମ୍ବାର କେନ୍ଦ୍ରକୁ ସମାଲୋଚନା କରିଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜ୍ୟର ଶାସକ ବିଜୁ ଜନତା ଦଳର ୨୦ ତମ ଜନ୍ମ ଦିବସରେ ନିଜ ଅଭିଭାଷଣରେ ଏସବୁ ବିଷୟ ନ ଉଠାଇ କଣ ତାଙ୍କର ଭବିଷ୍ୟତ ରଣ କୌଶଳ ସମ୍ପର୍କରେ କୌଣସି ବାର୍ତ୍ତା ଦେଇଛନ୍ତି ?
ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ସଚିବାଳୟ ବଦଳରେ ପୁରୀ ଠାରେ ରାଜ୍ୟ କେବିନେଟର ବୈଠକ ବସାଇ ଓଡିଆ ଭାଷା ସଂସ୍କୃତି ସମ୍ପର୍କରେ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବା ଏବଂ ନିଜ ଅଭିଭାଷଣରେ ଓଡିଶା , ବିଜୁ ବାବୁ ଏବଂ ବିଜୁ ଜନତା ଦଳ ସମ୍ପର୍କରେ କହିବା ସହ ନିଜର ରାଜନୈତିକ ଜୀବନ ଆରମ୍ଭ ସମୟର କଥା କହି ଦଳ କାର୍ଯ୍ୟକର୍ତ୍ତାଙ୍କୁ ଭଲ କାମ କରି ଲୋକଙ୍କ ହୃଦୟ ଜିତିବା ପାଇଁ ପରାମର୍ଶ ଦେବା ଆଦି ତାଙ୍କ ରଣନୀତି ପରିବର୍ତ୍ତନର ସୂଚନା ଦେଉଛି ।
ନିକଟରେ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ପ୍ରବଳ ସରକାରୀ ବିରୋଧୀ ହାୱା ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ପୁଣିଠାରେ ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛି। ସରକାରଙ୍କ ୨୨ ବର୍ଷ ଶାସନର ତ୍ରୁଟି ବିଚ୍ୟୁତିକୁ ବିରୋଧୀ କଂଗ୍ରେସ ଦଳ ଆୟୁଧକରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଓ ଗୁଜରାଟୀଙ୍କ ସ୍ଵାଭିମାନ ବିଷୟ ଉପସ୍ଥାପନକରିବାରୁ ବିଜେପି ଏହି ସଫଳତା ହାସଲ କରିଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
ବୋଧହୁଏ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁଜରାଟ ନିର୍ବାଚନରେ ବିଜେପିର ସଫଳତାରୁ ଶିକ୍ଷାଲାଭ କରି ନିଜ ରଣନୀତି ପରିବର୍ତ୍ତନ କରିଥିବା ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି। ପୁରୀ ଶ୍ରୀ କ୍ଷେତ୍ରକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧକ୍ଷ୍ୟ ଅମିତ ଶାହା ଆସିଥିଲେ ଓ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ।
ପୁରୀଠାରେ ଏକ ବିଶାଳ ଜନ ସମାବେଶ ଆୟୋଜନ କରିବା ସହ ନିଜର ଅଭିଭାଷଣ ଆରମ୍ଭରେ ଜୟ ଜଗନ୍ନାଥ ଉଚ୍ଛାରଣ କରି ନବୀନ ଦେଖାଇବାକୁ ଚାହିଁଛନ୍ତି ଯେ ବିଜୁ ଜନତା ଦଳର ସ୍ଥିତି ମଜବୁତ ଅଛି ।
ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ମଧ୍ୟ ଖୁବ ଗୁରୁତ୍ଵ ବହନ କରୁଛି । ଏହି କ୍ଯାବିନେଟରେ ରାଜ୍ୟର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା କରାଯିବା ନିଷ୍ପତ୍ତି ନିଆଯିବା ସହ ଏକ ଭାଷା କମିଶନ ବସାଇବାପାଇଁ ନିଷ୍ପତ୍ତି ନିଆଯାଇଛି ।
ସଂସ୍କୃତି ବିଭାଗକୁ ଓଡିଆ ଭାଷା ଓ ସଂସ୍କୃତି ବିଭାଗ ନାଁରେ ନାମିତ କରାଯିବା ସହ ପାଞ୍ଚ ବର୍ଷରେ ଥରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବା ଓ ପ୍ରତିବର୍ଷ ପୁସ୍ତକ ମେଳା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଠିକ ସେହି ପରି ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରାଯିବା ଓ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆ ଭାଷା ବ୍ୟବହାର କରାଯିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ଘୋଷଣା କରାଯାଇଛି ।
ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପାର୍ଟିର ଅନ୍ୟ ନେତା ଓ ମନ୍ତ୍ରୀ ମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କିନ୍ତୁ ନିଜ ଅଭିଭାଷଣରେ ବିଜେପି କି କେନ୍ଦ୍ର ସରକାରଙ୍କ ନାଁ ମଧ୍ୟ ନେଇ ନ ଥିଲେ।
“ଆଜି ରାଜନୀତି ନୁହେଁ ହୃଦୟର କଥା କହିବି” କହିବା ସହ ସେ ୧୯୯୭ରୁ ରାଜନୀତି ଆରମ୍ଭ କରିଥିବା ଓ ଲୋକଙ୍କ ଆଶୀର୍ବାଦ ପାଇଥିବା କହିଥିଲେ। ସେ କହିଥିଲେ ଭଲ କାମ କରିବାରେ ଅଧିକ ଖୁସି ଥାଏ । ତେଣୁ ଆପଣମାନେ ଭଲ କାମକରି ଲୋକଙ୍କ ହୃଦୟ ଜିତନ୍ତୁ ।
ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ । ସାଧାରଣ ଜୀବନ ଶୈଳୀ ଅବଲମ୍ବନ କରିବା ଓ ଉଛ ବିଚାର ରଖି କମ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡିଆ ତ୍ୟାଗର ଭୂମି । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିହୁଏ ବୋଲି ସେ କହିଥିଲୋ
ତୁ ତୁ ମେ ମେ ଠାରୁ ନିଜକୁ ଦୂରରେ ରଖିବା, ଜଗନ୍ନାଥ ଧାମରୁ ଓଡିଆ ଅସ୍ମିତା କଥା କହି ଓଡିଆ ଭାଷା ଓ ସଂସ୍କୃତି ସମ୍ପର୍କରେ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କଳା ଭଳି ନିଷ୍ପତ୍ତି ନେବା ଆଦିରୁ ଏହା ସ୍ପଷ୍ଟ ଯେ ନବୀନ ୨୦୧୯ ରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜ ରଣନୀତିରେ ପରିବର୍ତ୍ତନ କରୁଥିବା ବିଚାର କରୁଛନ୍ତି।
ବିରୋଧୀ ଦଳ ଯଥା କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ କହିଆସୁଥିବା ବେଳେ, ତାଙ୍କୁ ପ୍ରତ୍ୟୁତ୍ତର ଦେବା ବଦଳରେ ସକାରାତ୍ମକ ଢଙ୍ଗରେ ତାଙ୍କୁ ମୁକାବିଲା କରିବା ପାଇଁ ନବୀନ ସ୍ଥିର କରିଥିବା ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି।






୪. ପୁରୁଣା ବସ ଷ୍ତାଣ୍ଡ୍ ସ୍ଥିତ ନାରାୟଣୀ ପତ୍ରିକା ଦୋକାନର ମାଲିକ ବାବୁଲିଂକ ସୂଚନା ଅନୁସାରେ ଚଳିତ ବର୍ଷ ସବୁଠୁ ଅଧିକ ବିକ୍ରୀ ହୋଇଥିବା ପତ୍ରିକା ଗୁଡିକ ହେଲେ-
୨. “ବ୍ଲୁ ମୁଡ୍” ଗୀତ ନୁହଁ, କବିତା । ତାର ଛନ୍ଦ ମୁକ୍ତ, ଭାବ ଅବାରିତ ଓ ଅର୍ଥ ବହୁ ପ୍ରସ୍ଥିୟ । କବିଂକ ଭାଷାରେ ଏ ସବୁ ଶ୍ୟାମଳ ସ୍ବପ୍ନ (ହୁଏତ ଅନ୍ଧକାରର ସ୍ବପ୍ନ) ଓ ବିଷାଦ ର କବିତା। କୈଶୋରର ନୁଆ ସ୍ବପ୍ନ ଓ ସ୍ମୃତିକୁ ନେଇ ଏଇ କବିତା ସବୁ ଆମକୁ ଗୋଟେ ନିଛାଟିଆ ସହରର ଶୁନଶାନ ଗଳିରେ ଠିଆ କରେଇ ଦିଅନ୍ତି । ପବନର ଗୀଟାରରେ ଏଇ କବିତା ହାଲକା ହାଲକା ଆମକୁ ରୋମାଂଚିତ କରେ ।
୪. ଦେବଦାସଂକ ବ୍ୟାକୁଳତା, ଅଧିର ହେବାର ସ୍ପନ୍ଦନ, ତାଂକର ବିଷାଦ, ଏକଲାପଣ ଓ ଅସରନ୍ତି ସ୍ବପ୍ନର ମହୋତ୍ସବ, ବିଭୁ କିଶୋରଂକ କଣ୍ଠରେ ନୁଆ ଯୁଗର ସୁର ହୋଇ ଝରୁଛି । ୟାକୁ ଉର୍ଦୁ ଗୀତ୍ ବା ନଜମ୍ ର ଏକ ପ୍ରତିରୂପ ବୋଲି କୁହାଯାଇପାରେ । ତେବେ ଏଥିରେ ନଜମ୍ ର ସ୍ଥିର ଓ ମାର୍ମିକ ପ୍ରବାହ ନାହିଁ । ଏ କବିତା ସବୁ ଭୀଷଣ ଭାବରେ ଅସ୍ଥିର ।
୬. ତେବେ ବ୍ଲୁ କଥା କହିଲା ବେଳେ ଆମେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ରହୁଥିବା କୃଷ୍ଣକାୟ ଆଫ୍ରିକାନ୍ ମାନଂକ ସଂଗୀତ କଥା ନିହାତି ମାନେ ପକେଇବା । ଶ୍ରମଜୀବୀ ମଣିଷର କ୍ଷୋଭ, ନିରାଶା, ସ୍ମୃତି ଓ ନିଷ୍ଠୁର ସ୍ବପ୍ନର ସେ ଗୀତ ସବୁ ଏବେ କ୍ଲାସିକ୍ ପାଲଟି ସାରିଛି । ତେବେ ଦେବଦାସଂକ “ବ୍ଲୁ ମୁଡ୍” ରେ ଶ୍ରମ ନାହିଁ- ସ୍ମୃତି ଓ ସ୍ବପ୍ନ କିନ୍ତୁ ଭରପୁର ।
୮. ସବୁ କବିତା କୁ ଗୀତ ରେ ନକହି କଥାରେ ବି କହିହେବ । ଯେମିତି- ଯେତେବେଳେ ତୁମେ ନଥିଲ, କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟାଏ ତୁଷାର କ୍ଷତ ପରି , ସୂର୍ୟ ଥିଲା,ଯଖ୍ମା ରୋଗୀର ହୃଦୟ ପରିକା ……ଏଠି ପ୍ରବଳ ବିଷାଦ । ବିଭୁ କିଶୋର ବିଶାଦକୁ ମଧୁର ଅର୍ଥ ଦେଇ ପାରନ୍ତି ତାଂକ ଗଳାରେ ।
ତାଂକର ଚର୍ଚିତ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟରେ” ରେ ସେ କୁହନ୍ତି- “ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇ ପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର ।‘’
୩. ଶିଳ୍ପୀ ଭାବରେ ତାଂକ ଜୀବନ ବହୁ ଉଠାପକା ଦେଇ ଯାଇଛି। ଅନେକ ଚାକିରୀ ସେ କରିଛନ୍ତି ଓ ଛାଡିଛନ୍ତି । ଅନେକ ଅନୁଷ୍ଠାନ ଗଢିଛନ୍ତି ଓ ତାକୁ ଭାଂଗି ପୁଣି ନୁଆ କିଛି ଗଢିଛନ୍ତି। ଓଡିଶା ସଂଗ୍ରହାଳୟ, ଓଡିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ ..ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଛନ୍ତି ।