• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିର୍ବାଚନ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

January 27, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବାପରେ ବିରୋଧୀ ସମାଲୋଚନା କରିଛନ୍ତି ।

କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ନିର୍ବାଚନୀ ଚାଲ । ଖାଦ୍ୟ ସୁରକ୍ଷା ବିଲ୍ ଗୃହୀତ ହେବାପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସାଧାରଣ ବଣ୍ଟନ ସାମଗ୍ରୀକ ଭାବରେ ଅନେକ ରିହାତି ଦେଉଛନ୍ତି । ଏଥିରେ ରାଜ୍ୟର କିଛି ବାହାଦୁରି ନାହିଁ । କେବଳ ଘୋଷଣା କରି ଭୋଟ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦ୍ଦେଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ଏହାଛଡା ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବାପରେ କେନ୍ଦ୍ର ସରକାର ଗରୀବ ପରିବାରକୁ ଚାଉଳ କିଲୋ ପିଛା ୩ଟଙ୍କାରେ ଦେବାକୁ ଯୋଜନା କରିଥିଲେ । ଏବେ ରାଜ୍ୟ ସରକାର କିଲୋପିଛା ଏକ ଟଙ୍କା ଦେଲେ ସେଥିରେ କିଛି ବାହାଦୁରି ନାହିଁ ।

ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଛି । ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ରାଜ୍ୟର ୪୪ ଲକ୍ଷ ଗରିବ ପରିବାର ଭୋଟ ହାତେଇବା ପାଇଁ ସାଧାରଣତନ୍ତ୍ର ଦିବସରେ ଏପରି ଅସାଧରଣ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ରାଜନୈତିକ ବିଶେଷଜ୍ଞଙ୍କ ମତହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସାଧାରଣ ଜନତାଙ୍କ ଉନ୍ନତି ହେବ ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଗାମୀ ଦିନରେ ମଧ୍ୟ ମାଗଣାରେ ଚାଉଳ ମିଳି ପାରିବ ।

ସାଧାରଣ ବଣ୍ଟନ ନିୟମରେ ବିପିଏଲ ପରିବାରକୁ ପ୍ରତିକିଲୋ ଚାଉଳ ପିଛା କେନ୍ଦ୍ର ସରକାର ଦେଉଛନ୍ତି ୧୬ ଟଙ୍କା ରିହାତି । ରାଜ୍ୟ ସରକାର କେନ୍ଦ୍ର ସରକାର ଠାରୁ ଚାଉଳ କିଣୁଛନ୍ତି କିଲୋ ପିଛା ୬ ଟଙ୍କା ଦରରେ । ସେଥିରେ ୫ଟଙ୍କା ରିହାତି ଦେଇ କିଲୋ ପିଛା ଏକଟଙ୍କା ଦରରେ ଚାଉଳ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ୧ ଟଙ୍କାରେ ଚାଉଳ, କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର, ସାଧାରଣତନ୍ତ୍ର ଦିବସ

ନବୀନ ପଞ୍ଚମ ଥରପାଇଁ ସଭାପତି ହେବା ନିଶ୍ଚିତ

January 25, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୫,(ଓଡିଶା ଡଟ୍ କମ୍)-ସଭାପତି ପଦପାଇଁ ବିଜେଡି ନିର୍ବାଚନ କମିଶନର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପାର୍ଥୀରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ ଶ୍ରୀ ପଟ୍ଟନାୟକ ପୁଣିଥରେ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । କେବଳ ୨୮ ତାରିଖରେ ଔପଚାରିକ ଘୋଷଣା କରାଯିବ ।

19-1-2013=3naveen

ନବୀନଙ୍କ ପାର୍ଥୀପତ୍ର ଦାଖଲକଲେ ମନ୍ତ୍ରୀ କଳ୍ପତରୁ ଦାସ । ସେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ନିକଟରେ ପାର୍ଥୀପତ୍ର ଦାଖଲ କଲେ । ନବୀନଙ୍କ ପାର୍ଥୀପତ୍ରରେ ୧୦ ଜଣ ସମର୍ଥକ ରହିଛନ୍ତି ।

ଆସନ୍ତା ୨୮ ତାରିଖରେ ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜେଡି ନିର୍ବାଚନ ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ,ଜିଲା ସଭାପତି ନିର୍ବାଚନ ପରେ ବିଜେଡି ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ପରିଷଦକୁ ୩୩୧ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।

ପରିଷଦକୁ ୧୪୭ଟି ବିଧାନସଭା ଆସନରୁ ୧୪୭ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ ୧୦୩ ବିଧାୟକ, ୩୨ ସାଙ୍ଗଠନିକ ଜିଲା ସଭାପତି, ୧୪ଜଣ ଲୋକସଭା ସଭ୍ୟ, ୬ଜଣ ରାଜ୍ୟସଭା ସଭ୍ୟ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ୨୫ଜଣ ଓ ସାଂସଦ ନିର୍ବାଚନରେ ପରାଜିତ ୪ଜଣ ନେତାଙ୍କୁ ମନୋନୀତ କରାଯାଇଛି ।

ଗତ ୮ତାରିଖରେ ବିଜେଡିର ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ଅର୍ଦ୍ଧାଧିକ ଜିଲାରେ ଏକାଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ ମତୈକ ଭିତିରେ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ତେବେ ଏଥିରେ ନବୀନନିବାସର ହସ୍ତକ୍ଷେପ ଯୋଗୁ ନିର୍ବାଚନ ସହଜ ହୋଇଥିଲା ।

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀଶେଖର ଦେଓଙ୍କ ସମେତ ମାନସ ମାଡ଼କାନି, ରାମକୃଷ୍ଣ ଦାସମହାପାତ୍ର, ମୁନ୍ନା ଖାଁ, ନଗେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ପରିଷଦକୁ ମନୋନୀତ କରାଯାଇଛି ।

ଏହି ନିର୍ବାଚନ ମତୈକ ଭିତିରେ ହୋଇଥିବା ନିର୍ବାଚନ ଅଧିକାରୀ କହୁଥିଲେ ହେଁ ଏଥିନେଇ ଦଳୀୟ ମହଲରେ ଅସନ୍ତୋଷ ଭରି ରହିଛି । ନୂଆ ପରିଷଦରେ ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୁବ ନେତା, ମହିଳା, ସଂଖ୍ୟାଲଘୁ, ଯାଦବ ସମ୍ପ୍ରଦାୟ ସମେତ ବିଭିନ୍ନ ବର୍ଗର ଅନୁଭବୀ ନେତାଙ୍କୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖୋର୍ଦ୍ଧା, ନିର୍ବାଚନ, ପଶ୍ଚିମ ଓଡ଼ିଶା, ବିଜେଡ଼ି, ବିଧାନସଭା, ମୁଖ୍ୟମନ୍ତ୍ରୀ, ରାଜ୍ୟସଭା, ଲୋକସଭା

୨୮ରେ ବିଜେଡି ସଭାପତି ନିର୍ବାଚନ

January 22, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)-ଆସନ୍ତା ୨୮ତାରିଖରେ ବିଜେଡି ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨୫ତାରିଖରେ ନାମାଙ୍କନପତ୍ର ଦାଖଲ ହେବ ।

19-1-2013=3naveen

ବର୍ତମାନର ସଭାପତି ଆସନ୍ତା ୨୫ରେ ନାମାଙ୍କନପତ୍ର ଦାଖଲ କରିବେ । ୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଜିଲା ସଭାପତି ନିର୍ବାଚନ ପରେ ବିଜେଡି ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ପରିଷଦକୁ ୩୩୧ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ସର୍ବସମ୍ମତି କ୍ରମେ ଏହି ନିର୍ବାଚନ ହୋଇଥିବା ଦଳର ନିର୍ବାଚନ ଅଧିକାରୀ ବିଧାୟକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଏହି ନିର୍ବାଚନ ମତୈକ ଭିତିରେ ହୋଇଥିବା ନିର୍ବାଚନ ଅଧିକାରୀ କହୁଥିଲେ ହେଁ ଏଥିନେଇ ଦଳୀୟ ମହଲରେ ଅସନ୍ତୋଷ ଭରି ରହିଛି । ନୂଆ ପରିଷଦରେ ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୁବ ନେତା, ମହିଳା, ସଂଖ୍ୟାଲଘୁ, ଯାଦବ ସମ୍ପ୍ରଦାୟ ସମେତ ବିଭିନ୍ନ ବର୍ଗର ଅନୁଭବୀ ନେତାଙ୍କୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ପରିଷଦକୁ ୧୪୭ଟି ବିଧାନସଭା ଆସନରୁ ୧୪୭ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ ୧୦୩ ବିଧାୟକ, ୩୨ ସାଙ୍ଗଠନିକ ଜିଲା ସଭାପତି, ୧୪ଜଣ ଲୋକସଭା ସଭ୍ୟ, ୬ଜଣ ରାଜ୍ୟସଭା ସଭ୍ୟ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ୨୫ଜଣ ଓ ସାଂସଦ ନିର୍ବାଚନରେ ପରାଜିତ ୪ଜଣ ନେତାଙ୍କୁ ମନୋନୀତ କରାଯାଇଛି ।

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀଶେଖର ଦେଓଙ୍କ ସମେତ ମାନସ ମାଡ଼କାନି, ରାମକୃଷ୍ଣ ଦାସମହାପାତ୍ର, ମୁନ୍ନା ଖାଁ, ନଗେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ପରିଷଦକୁ ମନୋନୀତ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନିର୍ବାଚନ, ବିଜେଡ଼ି, ବିଧାନସଭା, ବିଧାୟକ, ରାଜ୍ୟସଭା ସଭ୍ୟ, ଲୋକସଭା ସଭ୍ୟ

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)- ଆଗାମୀ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

19-1-2013=3naveen

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପୂର୍ବରୁ ଏ ସମ୍ପର୍କରେ ସ୍ପଷ୍ଟ ମତରଖିସାରିଛନ୍ତି । ତେଣୁ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ନିର୍ବାଚନ, ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକମାନେ

ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା-ପ୍ୟାରୀ

November 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-ଆସନ୍ତା ୨୦୧୪ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା । ଏକଥା ଆଜି ସ୍ପଷ୍ଟ କରିଛନ୍ତି ମୋର୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର ।

ପ୍ୟାରୀ କହିଛନ୍ତି ଦୁଇ ମାସରେ ୨୦ ବର୍ଷର ଯୁବକ ପାଲଟିଛି ଜନମୋର୍ଚ୍ଚା । ଏହି ସ୍ରୋତରେ ବର୍ତମାନ ଏତେ ଲୋକ ମିଶିଲେଣି ଯାହାକି କର୍ମୀଙ୍କ ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ । ଏହାପରେ ପ୍ରତିମାସରେ ତିନିଚାରି ଲକ୍ଷ ଲେଖାଏଁ ବୃଦ୍ଧି ପାଇବ । ଆସନ୍ତା ଏପ୍ରୀଲ ମାସସୁଦ୍ଧା ମୋର୍ଚ୍ଚାର କର୍ମୀ ସଂଖ୍ୟା ୨୦ରୁ ୨୫ ଲକ୍ଷ ଟପିଯିବ ।

ବିଜେଡିର ଯେଉଁ ପିରାମିଡ ଅଛି ତା ଉପରେ ବସିଥିବା ସଭାପତି ତାଙ୍କ କ୍ଷମତା ହରାଇ ବସିଛନ୍ତି । ସେ ପିରାମିଡର ଯଦି ତଳୁ ଖସିଗଲା ସେ ପିରାମିଡ ତ ଭୁସୁଡିବ । ଆଉ ଭୁସୁଡି ପଡିବ ନବୀନଙ୍କ ପିରାମିଡ । ଯଦି ବିଜେଡି ବାଟକୁ ନଆସେ ତେବେ ଅସଲ ବିଜେଡି ପାଲଟିବ ଜନମୋର୍ଚ୍ଚା ।

ନିର୍ବାଚନରେ ମୋର୍ଚ୍ଚା ପକ୍ଷରୁ ପ୍ରାର୍ଥି ଦିଆଯିବ। ସେମାନେ ହେବେ ପ୍ରକୃତ ବିଜେଡି ପ୍ରାର୍ଥି । ଯଦି ସେ ନିର୍ବାଚନ କମିଶନରଙ୍କ ନିକଟରେ ନିଜର ସ୍ଥିତି ବଜାୟ ରଖନ୍ତି ତାହେଲେ ଜନମୋର୍ଚ୍ଚା ରାଜନୈତିକ ଦଳ ହୋଇ ନିର୍ବାଚନରେ ପ୍ରତିଦୋନ୍ଦିତା କରିବ ।

ସେ ତାତ୍ସଲ୍ୟ କରିକହିଛନ୍ତି ଯେ, ମୋର୍ଚ୍ଚା କିମ୍ବା ତାଙ୍କୁ ରୋକିବାପାଇଁ ନବୀନଙ୍କ ନିକଟରେ ବୁଦ୍ଧି ନାହିଁ । କୌଣସି ଜାଗାରେ ଘେରି ପାରିବେ ନାହିଁ । ମୋର୍ଚ୍ଚା ପକ୍ଷରୁ ଜାରି ରହିଛି କର୍ମୀ ସଂଗ୍ରହ ଅଭିଯାନ । ରାଜ୍ୟସ୍ତରୀୟ ଯୁବ ସଂଗଠନ ମଧ୍ୟ ଗଠନ କରାଯାଇଛି ।

ପ୍ୟାରୀ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ବିଜେଡିରୁ ବହିଷ୍କାର କରିବାକୁ ନିସ୍ପତି ନେବାପରେ ରାଜ୍ୟ ସରକାର ତାଙ୍କ ସହ ସଂପର୍କ ରଖିଥିବା ବ୍ୟକ୍ତି ବିଶେଷଙ୍କର ଫୋନ ଟ୍ୟାପିଂ କରିଛନ୍ତି ।

ସେ କହିଛନ୍ତି ୨୦୦୮ ଡିସେମ୍ବର ପର୍ଯ୍ୟନ୍ତ ଫୋନ ଟ୍ୟାପିଂ ସଂଖ୍ୟା କମ୍ ଥିବାବେଳେ ତା ପରଠାରୁ ଏହି ପରିମାଣ ଅଧିକ ହୋଇଛି । ବିଶେଷକରି ତାଙ୍କୁ ବିଜେଡିରୁ ବାହାର କରିବାକୁ ନିସ୍ପତି ନିଆଯିବାପରେ ୪ ହଜାରରୁ ଅଧିକ ଫୋନ ଟ୍ୟାପିଂ କରାଯାଇଛିା ଏ ସମୟରେ ନିର୍ଦିଷ୍ଟ ଭାବେ କେତେକଣ ଫୋନ ଟ୍ୟାପିଂ ହୋଇଛି ତାର ତାଲିକା ଦେବାକୁ ଦାବି କରିଛନ୍ତି ପ୍ୟାରୀ ମୋହନ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ନିର୍ବାଚନ, ପ୍ୟାରୀମୋହନ ମହାପାତ୍ର, ବିଧାନସଭା, ରାଜ୍ୟ ସରକାର

ଓଡିଆଙ୍କର ଉନ୍ନତି ପାଇଁ ନବୀନଙ୍କ ଆନ୍ତରିକତା ନାହିଁ :ପ୍ୟାରୀ

November 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ନଭେମ୍ବର ୨୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କୃତ ହେବାପରେ ପ୍ୟାରିମୋହନ ମହାପାତ୍ରଙ୍କ ପ୍ରଥମ ଶକ୍ତି ପଦର୍ଶନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରାନ୍ତି ସମାବେଶରେ ଜନମୋର୍ଚ୍ଚାର ଅନ୍ୟତମ ପ୍ରତିଷ୍ଠା ସଦସ୍ୟ ତଥା ପୂର୍ବତନ ସାଂସଦ ରବି ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।

ଭୁବନେଶ୍ୱର କ୍ରାନ୍ତି ସମାବେଶ ପରେ ରାଜଧାନୀ ବାହାରେ ପ୍ରଥମ କରି କେବିକେ ଜିଲ୍ଲାରେ ହୋଇଥିବା ଏହି ସମାବେଶରେ କଳାହାଣ୍ଡିର ୫ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ୧୩ଟି ବ୍ଲକ ଏବଂ ଭବାନୀପାଟଣା, ଜୁନାଗଡ ଏବଂ କେସିଙ୍ଗା ପୌରପରିଷଦ ସହ ପଡ଼ୋଶୀ ଜିଲ୍ଲା ନୂଆପଡ଼ା,ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ହଜାର ଜନମୋର୍ଚ୍ଚାର ସମର୍ଥକ ଯୋଗ ଦେଇଥିଲେ ।

ସମାବେଶ ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ର, ସାଧାରଣ ସଂପାଦକ ଯଜେ୍ଞଶ୍ୱର ବାବୁ, ଅନ୍ୟତମ ସାଧାରଣ ସଂପାଦକ ସୁନୀଲ ନାଏକ ଏବଂ ପୂର୍ବତନ ବିଧାୟକ ରାଜୁ ସିଂହ ମାଁ ମାଣିକେଶ୍ୱରୀଙ୍କ ମନ୍ଦିରକୁ ଆସି ନଡିଆ ଫଟାଇ ପୂଜା କରିଥିଲେ ।

ପରେ ସେଠାରୁ ଘୁମୁରା ଏବଂ ଗଉଡ ବାଡି ନାଚର ତାଳେ ତାଳେ ଏକ ଶୋଭାଯାତ୍ରାରେ କଲେଜ ପଡିଆକୁ ଆସିଥିଲେ । ଭବାନୀପାଟଣା ସ୍ଥିତ କଲେଜ ପଡିଆରେ ଅନୁଷ୍ଠିତ ଜନମୋର୍ଚ୍ଚାର ବିଶାଳ ସମାବେଶକୁ ଉଦ୍ବୋଧନ ଦେଇ ଜନମୋର୍ଚ୍ଚାର ଅଧ୍ୟକ୍ଷ ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରୀରରେ ପଞ୍ଜାବୀ, ବଙ୍ଗାଳିର ରକ୍ତ ଶତକଡା ୭୫ ପ୍ରତିଶତ ବହୁଥିବା ବେଳେ ୨୫ ଭାଗ ମାତ୍ର ଓଡିଆ ରକ୍ତ ରହିଛି ।

ତେଣୁ ତାଙ୍କର ଓଡିଶା ତଥା ଓଡିଆଙ୍କର ଉନ୍ନତି ଓ ଓଡିଶାର ଦାରିଦ୍ର୍ୟ ଦୂରୀକରଣ କରିବା ପାଇଁ ଆନ୍ତରିକତା ନାହିଁ । ୧୨ବର୍ଷ ହୋଇଗଲା ଯିଏ ଭଲକରି ଓଡିଆ ପଦଟିଏ ମଧ୍ୟ କହିପାରୁନାହାନ୍ତି ସେ କିପରି ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଧଶା ବୁଝି ପାରିବେ ?

ଯଦି ଆଗାମୀ ସାଧାରଣ ନିର୍ବାଚନରେ ଓଡିଶା ଜନମୋର୍ଚ୍ଚା ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ଓଡିଶାର ଦାରିଦ୍ର୍ୟ ଦୂର ହେବା ସହିତ ରାଜ୍ୟରେ ଏକ ସୁଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

ବିଜେଡ଼ିରେ କେହି ସଭାପତି ନାହାଁନ୍ତି । ଏଥିରେ ଗଣତନ୍ତ୍ର ବୋଲି କିଛି ନାହିଁ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ତାର ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶୃତି ତୁରନ୍ତ ପୂରଣ କରିବା ଆଦି କେତେକ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ମତାନ୍ତର ସୃଷ୍ଟି ହୋଇଛି ।

ମୋର ଉଦ୍ୟମରେ ଓଡିଶାରେ ସର୍ବାଧିକ ୧୦୨ ବିଧାୟକ ବିଜୟ ହୋଇଥିଲେ । ସେଥିରେ ମୋର ନିଜର ୯୨ରୁ ଉର୍ଦ୍ଧ ବିଧାୟକ ରହିଛନ୍ତି । ସେହି ସମୟରେ ମୁଁ ନବୀନ ବାବୁଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ହୋଇ ପାରିଥାନ୍ତି । କିନ୍ତୁ ମୁଁ ପଦ ପଦବୀ ଲୋଭୀ ନୁହେଁ । ମୁଁ ଚାହେଁ ଓଡିଶା ଏବଂ ଓଡିଆର ଉନ୍ନତି ।

ବିଜେଡି ଦଳରେ କିଛି ଅପାରଗ ଓ ଅବାଞ୍ଛିତ ନେତାମାନଙ୍କୁ ସାବାଡ କରିବା ପାଇଁ ଗଠିତ ହୋଇଛି ଓଡିଶା ଜନମୋର୍ଚ୍ଚା । ନବୀନ ପଟ୍ଟନାୟକ ୧୨ ବର୍ଷ ଶାସନ ମଧ୍ୟରେ ଓଡିଶାରେ ଦାରିଦ୍ର୍ୟ ଯେତିକି ବଢିଛି ତାହାଠାରୁ ଅଧିକ କୃଷକମାନେ ଆର୍ଥିକ ଶୋଷଣର ଶିକାର ହୋଇଛନ୍ତି ।

ନବୀନବାବୁଙ୍କ ପାଇଁ ଦେଇଥିବା ୧୨ ବର୍ଷ ସମୟ ଶୁଖୁଆ ଝୋଳରେ ଯାଇଛି । ଏହି ୧୨ବର୍ଷ ମଧ୍ୟରେ ନବୀନ ବାବୁଙ୍କ ସବୁ ଅପକର୍ମର ପାପ ମୁଁ ନିଜେ ମୋ ମୁଣ୍ଡରେ ନେଇଛି । ସବୁ ପ୍ରଶଂସା ନବୀନବାବୁଙ୍କ ମୁଣ୍ଡରେ ଲଦି ଦେଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆଙ୍କର ଉନ୍ନତ୍ତି, କୃଷକ, ଗଣତନ୍ତ୍ର, ଜନମୋର୍ଚ୍ଚା, ନିର୍ବାଚନ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଉପା ସରକାରକୁ ସମର୍ଥନ ଦେବ ନାହିଁ ବିିଜେଡି: ମୁଖ୍ୟମନ୍ତ୍ରୀ

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଦୁର୍ନୀତିରେ ଉବୁଟୁବୁ ହେଉଥିବା କଂଗ୍ରେସ ନେତୃତ୍ୱାଧୀନ ସରକରାକୁ କୌଣସି ପରିସ୍ଥିତିରେ ବିଜେଡି ବାହାରୁ କିମ୍ବା ଭିତରୁ ସମର୍ଥନ ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି ବିିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି ।

ଆଜିଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ୨୩ ତାରିଖରେ ଫେରିବେ । ଯିବା ପୂର୍ବରୁ ନବୀନ ନିବାସଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଲେ ଯେ,କେନ୍ଦ୍ର ସରକାରରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମର୍ଥନ ପ୍ରତ୍ୟାହାର ଘୋଷଣାପରେ ଏହି ସରକାର ଏବେ ଅସ୍ଥିର ଦୁର୍ବଳ ହୋଇଛି ।

ତେବେ ବିଜେଡି ଆଗକୁ କ’ଣ ଘଟୁଛି ତାକୁ ଅପେକ୍ଷା କରିଛି । ଦେଶର ବିଭିନ୍ନ ଆଂଚଳିକ ଦଳ ଗୁଡିକ ଦିନ କୁ ଦିନ ଶକ୍ତିଶାଳୀ ହେଉଛନ୍ତି । ଓଡିଶାରେ ବିଜେଡି ସାଧାରଣ ଲୋକଙ୍କ ଆର୍ଶୀବାଦରେ ବେଶ୍ ମଜବୁତ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ନିର୍ବାଚନ ଏବେ ହେଉ ବା କେବେ ହେଉ ବିଜେଡିକୁ କିଛି ଫରକ ପଡିବ ନାହିଁ । ପାକ୍ ନିର୍ବାଚନ ମେଣ୍ଟ ପାଇଁ ଏବେ କିଛି କୁହା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକ ସମ୍ମିଳନୀ

ନବଗଠିତ ଏନ୍ଏସିରେ ନିର୍ବାଚନ ପାଇଁ ସୁପାରିଶ

July 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ନବଗଠିତ ନୂଆପଡ଼ା, ବରଗଡ଼ ଜିଲ୍ଲାର ଅତାବିରା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷ(ଏନ୍ଏସି)ରେ ଆସନ୍ତା ମାର୍ଚ୍ଚରେ ନିର୍ବାଚନ କରିବାକୁ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ।

ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୩ ମାର୍ଚ୍ଚ ୨୦୧୨ରେ ସରକାର ନୂଆପଡ଼ା, ଅତାବିରା ଏବଂ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ଗଠନ ବିଷୟରେ ବିଜ୍ଞପ୍ତି ଜାରି କରିଥିଲେ ।

ଏହି ସମସ୍ତ ପରିଷରେ ସଂପୃକ୍ତ ଅଂଚଳର ଉପଜିଲ୍ଲାପାଳମାନେ ଦାୟିତ୍ୱରେ ରହିଛନ୍ତି । ଓଡ଼ିଶା ପୌରପରିଷଦ ଆଇନ ଅନୁଯାୟୀ ଏହି ନବଗଠିତ ପରିଷଦରେ ୱାର୍ଡ଼ ଗଠନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି ।

ବିଜ୍ଞପ୍ତି ଘୋଷଣାର ଏକ ବର୍ଷ ମଧ୍ୟରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି ତେଣୁ ଆସନ୍ତା ମାର୍ଚ୍ଚରେ ଏହି ଏନ୍ଏସି ଗୁଡ଼ିକରେ ନିର୍ବାଚନ କରିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ଏନ୍ଏସ, ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭା ନିର୍ବାଚନ ପାଇଁ ମୋଟ୍ ସାତ ଜଣ ପ୍ରାର୍ଥୀ ସୋମବାର ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଦିଲୀପ ତିର୍କୀ ଏବଂ ରବି ମହାପାତ୍ର ବିଜେଡ଼ି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଏ.ଭି.ସ୍ୱାମୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସ୍ୱାମୀଙ୍କୁ ଏନ୍ସିପିର ଚାରି ଜଣ ଏବଂ ବିଜେଡ଼ିର ଛଅ ଜଣ ବିଧାୟକ ସମର୍ଥନ କରିଛନ୍ତି । ସେହିପରି କୌଣସି ଦଳର ବିଧାୟକଙ୍କ ସମର୍ଥନ ନଥାଇ ଚାରିଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ବିଜେପି ଏହି ନିର୍ବାଚନରୁ ବିରତ ରହିବା ପାଇଁ କହିଥିବା ବେଳେ ଆବଶ୍ୟକ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦିଆଯାଇ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଆସନ୍ତା ୩୦ ତାରିଖରେ ରାଜ୍ୟର ତିନୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଧାନସଭା, ରାଜ୍ୟସଭା

ଦିଲୀପ ତିର୍କୀ, ରବି ମହାପାତ୍ର ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ

March 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଶୁକ୍ରବାର ଘୋଷଣା କରିଛି ।

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏବଂ ନୟାଗଡ଼ ବିଜେଡ଼ି ଜିଲ୍ଲା ସଭାପତି ରବି ମହାପାତ୍ର ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ତେବେ ଆବଶ୍ୟକ ସଂଖ୍ୟକ ଭୋଟ୍ ନଥିବାରୁ ଦଳ ତୃତୀୟ ପ୍ରାର୍ଥୀ ଦେବେ ନାହିଁ ବୋଲି ସେ କହିଛନ୍ତି ।

ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗେସର ସୁଶୀଳା ତିରିଆ ଏବଂ ବିଜେପିର ର୍ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ୩୦ ତାରିଖରେ ନିର୍ବାଚନ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନିର୍ବାଚନ, ହକି ଦଳ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ