• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିର୍ବାଚନ

ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା

March 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲାପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ ।

ଏଥିରେ କଂଗ୍ରେସ କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜୟୀ ହୋଇଥିବା ବେଳେ ଅନ୍ୟ ୨୮ଟିରେ ବିଜେଡ଼ି ବିଜୟୀ ହୋଇଛି ।

ଅନୁଗୁଳ-ଗିରିଜା ନନ୍ଦିନୀ ସାହୁ, ବଲାଙ୍ଗିର-ବିଜୟ ପ୍ରଧାନ, ବାଲେଶ୍ୱର-ଉର୍ମିଲତା ଦାସ
ଭଦ୍ରକ-ଜଗନ୍ନାଥ ସ୍ୱାଇଁ, ବରଗଡ଼-ଗୀତାଞ୍ଜଳୀ ପୁଟା, ବୌଦ୍ଧ-ମମତା ନାଏକ, କଟକ-ପ୍ରଶାନ୍ତ
ବେହେରା, ଦେବଗଡ଼-ସୁଷମା ବେହେରା, ଢେଙ୍କାନାଳ-ବିନୋଦିନୀ ସାମଲ, ଗଜପତି-ପି.ଲତା ।

ଗଞ୍ଜାମ-ସୁରଥ ପ୍ରଧାନ, ଜଗତସିଂହପୁର-ଦେବୀଦତ୍ତ ମହାନ୍ତି, ଯାଜପୁର-ସୁଶାନ୍ତ ମିଶ୍ର
ଝାରସୁଗୁଡ଼ା-ରେଣୁକା କଂସରାଳି, କଳାହାଣ୍ଡି-ଶ୍ରୀମତୀ ମାଝି, କନ୍ଧମାଳ-ସଂଯୁକ୍ତା କହଁର
କେନ୍ଦ୍ରାପଡା଼-ଶ୍ରୀଧର ସ୍ୱାଇଁ, କେନ୍ଦୁଝର-ସାରିଲତା ପୃଷ୍ଟି, ଖୋର୍ଦ୍ଧା-ମୀନାକ୍ଷି ସାହୁ
ମୟୂରଭଞ୍ଜ-କାଳୀ ଚରଣ କିସ୍କୁ, ନୂଆପଡ଼ା-ପୁଷ୍ପାଂଜଳି ପାଣ୍ଡେ ।

ପୁରୀ-ଦେବରାଜ ବେହେରା, ରାୟଗଡ଼ା-ସୁଜାତା ମାଣ୍ଡାଙ୍ଗି, ସମ୍ବଲପୁର-ସୌଭାଗିନୀ ନାଏକ
ସୁବର୍ଣ୍ଣପୁର-ହିମାଂଶୁ ସାହୁ, ସୁନ୍ଦରଗଡ଼-ପିତ୍ରଟା ଟପ୍ପୋ, ମାଲକାନଗିରି-ପଦ୍ମିନି ମୁୁଲି
ନବରଙ୍ଗପୁର-ମୋତିରାମ ନାଏକ, କୋରାପୁଟ-ମାଳତୀ ମାଝି, ନୟାଗଡ଼-ନଳିନୀ ପ୍ରଭା ସେଠୀ

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପରିଷଦ, ନିର୍ବାଚନ

୨୮ଜିଲ୍ଲାରେ ବିଜେଡ଼ି,୨ଟିରେ କଂଗ୍ରେସ ଜିଲ୍ଲାପରିଷଦ ଅଧ୍ୟକ୍ଷ

March 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ୨୮ଟିରେ ବିଜେଡ଼ି ଏବଂ ୨ଟି ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

କନ୍ଧମାଳ ଏବଂ ଝାରସୁଗୁଡ଼ାରେ କଂଗ୍ରେସ ଦଳର ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବିଜେଡ଼ି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ ମହିଳା ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।

ମୋଟ୍ ୮୫୪ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ କାଶୀପୁର ବ୍ଲକର ତିନୋଟି ଜୋନ୍ ବ୍ୟତୀତ ଅନ୍ୟ ୮୫୧ ଜିଲ୍ଲା ପରିଷଦ ଜୋନ୍ ର ସଦସ୍ୟମାନେ ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି ।

ଏହି ଜୋନ୍ ଗୁଡ଼ିକ ମଧ୍ୟରୁ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ୬୫୧, କଂଗ୍ରେସ ୧୨୮, ବିଜେପି ୩୬, ସିପିଆଇ ୨, ସିପିଏମ୍ ୧, ଜେଏମ୍ଏମ୍ ୧୧ ଏବଂ ସ୍ୱାଧିନ ସଦସ୍ୟମାନେ ୨୨ଟି ଆସନରେ ବିଜୟୀ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: କଂଗ୍ରେସ, ନିର୍ବାଚନ, ବିଜେଡ଼ି

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

March 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଖାଲି ପଡ଼ୁଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସଂପୃକ୍ତ ଆସନ ଗୁଡ଼ିକୁ ପୂରଣ କରିବା ପାଇଁ ବିଧାନସଭା ସଚିବ (ନିର୍ବାଚନ ଅଧିକାରୀ) ଏହି ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜ୍ୟରେ ମାର୍ଚ୍ଚ ୧୯ରେ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖା ଯାଇଥିବା ବେଳେ ୨୦ରେ ଯାଞ୍ଚ ଓ ୨୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୩୦ରେ ନିର୍ବାଚନ ଅନୁଷ୍ଠିତ ହେବ ।

ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗେସର ସୁଶୀଳା ତିରିଆ ଏବଂ ବିଜେପିର ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ନିର୍ବାଚନ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନିର୍ବାଚନ, ରାଜ୍ୟସଭା

ମାର୍ଚ୍ଚ ୩୦ରେ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୩୦ରେ ଓଡ଼ିଶାର ତିନୋଟି ଆସନ ସମେତ ୧୫ଟି ରାଜ୍ୟର ୫୮ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଛି ।

ନିର୍ବାଚନ କମିଶନ ପକ୍ଷରୁ ଶନିବାର ଏହି ଘୋଷଣା କରାଯାଇଥିବା ବେଳେ ଆସନ୍ତା ୧୨ରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ପାଇଁ ୧୯ରେ ନାମାଙ୍କନ ପତ୍ର ଦାଖଲ ଏବଂ ୨୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।

ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗ୍ରେସର ସୁଶୀଳା ତିରିଆ ଏବଂ ବିଜେପିର ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଜ୍ଞପ୍ତି ପ୍ରକାଶ, ରାଜ୍ୟସଭା

ବିପିଏଲ୍ ସର୍ଭେ ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ

February 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବନ୍ଦ ଥିବା ବିପିଏଲ୍ ସର୍ଭେ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୩୦ଟି ଜିଲ୍ଲା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସାତଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ କରାଯାଇଥିଲା । ନିର୍ବାଚନ ପାଇଁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ସାମୟିକ ଭାବେ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ଏହାବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆଠଗଡ଼ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ କଟକ ଜିଲ୍ଲାରେ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଛି ।

ନିର୍ବାଚନ ପରେ ଏହି ଜିଲ୍ଲାରେ ସର୍ଭେ କରାଯିବ ଏବଂ ଜୁନ୍ ସୁଦ୍ଧା ସର୍ଭେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିପିଏଲ୍

ଆଠଗଡ଼ ଉପନିର୍ବାଚନ ପାଇଁ ବିଜ୍ଞପ୍ତି

February 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ମାର୍ଚ୍ଚ ୧୮ରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ବୁଧବାର ଠାରୁ କଟକ ଜିଲ୍ଲାରେ ଆଚରଣବିଧି ଲାଗୁ ହୋଇଛି ।

୨୯ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖାଯାଇଥିବା ବେଳେ ମାର୍ଚ୍ଚ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ରଖାଯାଇଛି ।

ସେହିପରି ଇଭିଏମ୍ ସାହାଯ୍ୟରେ ଭୋଟ୍ ଗ୍ରହଣ କରାଯିବାକୁ ଥିବା ବେଳେ ୨୧ରେ ଗଣତି କରାଯିବ । ଗତ ଡ଼ିସେମ୍ବର ୯ରେ ସୁପ୍ରିମକୋର୍ଟ ଆଠଗଡ଼ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସାନି ନିର୍ବାଚନ କରିବା ନିର୍ଦ୍ଦେଶ ଦେବା ପରେ ଏହି ଆସନ ଖାଲି ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନିର୍ବାଚନ, ବିଧାନସଭା

ନିର୍ବାଚନ ପରବର୍ତୀ ହିଂସାକାଣ୍ଡରେ ଜଣେ ମୃତ

February 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରବର୍ତୀ ହିଂସାକାଣ୍ଡରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ୟାପଲ୍ଲୀ ଗ୍ରାମରେ ଶିବରାତ୍ରୀ ଅବସରରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ଘଟଣା ଆଜି ଉଗ୍ରରୂପ ଧାରଣ କରିଥିଲା ।

ଫଳରେ ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ କୌଶସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ନିର୍ବାଚନ

ଅନ୍ତିମ ପର୍ଯ୍ୟାୟରେ ୬୯.୪୧ ପ୍ରତିଶତ ମତଦାନ

February 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ରବିବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ୬୯.୪୧ ପ୍ରତିଶତ ମତଦାନ ହୋଇଛି ।

ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୫ ପ୍ରତିଶତ ଓ କଟକ ଜିଲ୍ଲାରେ ସର୍ବନିମ୍ନ ୬୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ହଂସାକାଣ୍ଡ, ଭୋଟ୍ ବାକ୍ସ ଲୁଟ୍ ଭଳି ବିଭିନ୍ନ କାରଣରୁ ଭୋଟ୍ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୫୬ଟି ବୁଥ୍ ରେ ସୋମବାର ସାନି ମତଦାନ କରିବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୨୪ଟି ଜିଲ୍ଲାର ୪୮ ବ୍ଲକ ଅନ୍ତର୍ଗତ ୧୧୧ଟି ଜିଲ୍ଲା ପରିଷଦ ଜୋନ ଓ ୮୦୬ ପଞ୍ଚାୟତରେ ସକାଳ
୭ଟାରୁ ଭୋଟ ଗ୍ରହଣ କରାଯାଇଥିଲା । ଏଥିପାଇଁ ମୋଟ୍ ୧୧ ହଜାର ୧୭୭ ବୁଥ୍ ରେ ୩୧ ଲକ୍ଷ ୮ଶହ
୩୦ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ନିର୍ବାଚନ କମିଶନ

୪୮ ବ୍ଲକରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ୪୮ଟି ବ୍ଲକରେ ରବିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି ।

୨୪ଟି ଜିଲ୍ଲାର ୪୮ ବ୍ଲକ ଅନ୍ତର୍ଗତ ୧୧୧ଟି ଜିଲ୍ଲାପରିଷଦ ଜୋନ ଓ ୮୦୬ ପଞ୍ଚାୟତରେ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଇଛି । ୧୧ ହଜାର ୧୭୭ ବୁଥ୍ ରେ ମୋଟ୍ ୩୧ ଲକ୍ଷ ୮ଶହ ୩୦ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

ଗତ ୧୭ ତାରିଖ ସୁଦ୍ଧା ବୌଦ୍ଧ, ବେଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ମତଦାନ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୨୪ ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି ।

ଅନୁଗୁଳ, ବରଗଡ. ଭଦ୍ରକର, ବଲାଙ୍ଗୀର, କଟକ,ଢ଼େଙ୍କନା. ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼, କେନ୍ଦୁଝର, ଖୋର୍ଦ୍ଧା,କୋରାପୁଟ. ମାଲକାନଗିର,ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଉଛି ।

ଏହି ପର୍ଯ୍ୟାୟରେ ମଧ୍ୟ କେତେକ ମାଓ ପ୍ରବଣ ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଉଥିବାରୁ ସଂପୃକ୍ତ ବୁଥ୍ ଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନିର୍ବାଚନ, ବୁଥ୍

ମତଦାନ ପାଇଁ ପୋସ୍କୋ ଅଞ୍ଚଳରେ ବ୍ୟାପକ ସୁରକ୍ଷା

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପୋସ୍କୋ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବେଦନଶୀଳ ଭାବେ ଚିହ୍ନଟ ଏର୍ସମା ବ୍ଲକ, ନୂଆଗାଁ, ଗଡ଼କୁଜଙ୍ଗ ଏବଂ କୁଜଙ୍ଗ ଅଞ୍ଚଳରେ ଶନିବାର ଠାରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରବିବାର ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟରେ ଏର୍ସମା ବ୍ଲକର ୪୬୧ଟି ବୁଥ୍ ରେ ଭୋଟ୍ ଗ୍ରହଣ କରାଯିବା ସହ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଡ଼ିଆ ପଞ୍ଚାୟତର ଦଶଟି ବୁଥ୍ ରେ ପୁନଃ ମତଦାନ ହେବ ।

ଉତ୍ତେଜନା ପ୍ରବଣ ଢିଙ୍କିଆ ପଞ୍ଚାୟତର ୨୩ଟି ବୁଥ୍ ରୁ ୧୬ଟିର ମତଦାନ ତ୍ରିଲୋଚନପୁର ଏବଂ ନୂଆଗାଁରେ କରିବାକୁ ପ୍ରଶାସନ ନିଷ୍ପତି ନେଇଛି ।

ତେବେ ବାସନ୍ଦ ହୋଇ ପୋସ୍କୋ ଅସ୍ଥାୟୀ କଲୋନୀରେ ଗତ ପାଂଚ ବର୍ଷ ଧରି ରହିଆସୁଥିବା ଢିଙ୍କିଆର ୫୨ ପରିବାରର ଭୋଟରମାନେ ତ୍ରିଲୋଚନପୁର ଯାଇ ମତଦାନ କରିବାକୁ କୁହାଯାଇଛି ।

ଭୋଟରମାନେ ନିଜ ଗାଁରେ ଥିବା ଭୋଟ୍ କେନ୍ଦ୍ରରେ ମତଦାନ କରିବାର ନିୟମ ଥିବା ବେଳେ ପ୍ରଶାସନ ଏମାନଙ୍କୁ ପାଞ୍ଚ କିମି ଦୂରରେ ତ୍ରିଲୋଚନପୁର ଯାଇ ମତଦାନ କରିବାକୁ କରିଛନ୍ତି, ଏହା ପଞ୍ଚାୟତ ନିୟମ ଉଲଂଘନ କରିଛି ବୋଲି ଗାଁମୁଖିଆ ଚନ୍ଦନ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ନୂଆଗାଁ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ