• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

୨୮ ସେପ୍ଟେମ୍ବର ଭୁବନେଶ୍ୱରରେ ପୂର୍ବାଞ୍ଚଳ ସମବାୟ ସମ୍ମିଳନୀ

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) :୨୦୧୨ ମସିହାକୁ ଆର୍ନ୍ତଜାତୀକ ସମବାୟ ବର୍ଷଭାବେ ସାରା ଦେଶ ପାଳନ କରୁଥିବା ବେଳେ ସେପ୍ଟେମ୍ବର ୨୮ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ସମବାୟ ସମ୍ମିଳନୀ ଅନୁଷ୍ଠିତ ହେବ ।

ଫିସ୍ଫେଡ଼୍ ଓଡ଼ିଶା ଓ ଜାତୀୟ ସମବାୟ ସଂଘ, ନୂଆ ଦିଲ୍ଲୀ ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଓ.ୟୁ.ଏ.ଟି ଡ଼କ୍ଟର ସ୍ୱାମୀନାଥନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍ଘାଟିତ ହେବ ।

ରାଜ୍ୟ ସମବାୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଝାଡ଼ଖଣ୍ଡ ସମବାୟ ଓ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ୍ ଆନ୍ସାରୀ, ବିହାର ମତ୍ସ୍ୟ ମନ୍ତ୍ରୀ ଗିରିରାଜ ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶରୁ ୬ଶହରୁ ଉର୍ଦ୍ଧ୍ଵ ମାନ୍ୟଗଣ୍ୟ ସମବାୟବିତ୍ ଓ ବରିଷ୍ଠ ପଦାଧିକାରୀ ଯୋଗଦେବେ । ସମ୍ମିଳନୀକୁ ସଫଳ କରିବା ପାଇଁ ରାଜ୍ୟର ଜଣେ ସଫଳ ସମବାୟବିତ୍ ତଥା ବିଧାନ ସଭାର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ କମିଟି ଗଠକ କରାଯାଇଛି ।

ସେଥିରେ ବିଧାୟକ ଭାଗିରଥି ବଡ଼ଜେନା, ମତ୍ସ୍ୟ ପଶୁ ସମ୍ପଦ ସଚିବ ସତ୍ୟବ୍ରତ ସାହୁ, ସମବାୟ ସଚିବ ବିଷ୍ଣୁପଦ ସେଠୀ, ସମବାୟ ରେଜିଷ୍ଟର ପ୍ରଦିପ୍ତ କୁମାର ପଟ୍ଟନାୟକ, ମତ୍ସ୍ୟ ନିର୍ଦ୍ଦେଶକ ପି. କ୍ରିଷ୍ଣମୋହନ ଏବଂ ମୁଖ୍ୟ ସଂଯୋଜକ ଭାବେ ଫିସ୍ଫେଡ଼୍ର ଅଧ୍ୟକ୍ଷ ତଥା ଫସ୍କୋଫେଡ଼୍ର ଉପାଧ୍ୟକ୍ଷ ଟି ପ୍ରସାଦ ରାଓଦୋରା ଦାୟିତ୍ୱ ତୁଲାଇବେ ।

ସେହିପରି ଅଧ୍ୟକ୍ଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂଗଠନ ଓ ଅଭ୍ୟର୍ଥନା କମିଟିରେ ଭୁବନେଶ୍ୱର ସାଂସଦ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ, ମଧ୍ୟ ବିଧାୟକ ବିଜୟ ମହାନ୍ତି, ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ସମେତ ବହୁ ସମବାୟବିତ୍ ସଦସ୍ୟ ଥିବାବେଳେ ଟି. ପ୍ରସାଦ ରାଓଦୋରାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ପରିଚାଳନା ପାଇଁ ଅନ୍ୟ ଚାରିଗୋଟି କମିଟି ଏବଂ ପ୍ରେସ୍ ମିଡ଼ିଆ କମିଟିରେ ସଂଯୋଜକ ଭାବେ ସମବାୟ ସୁପର ବଜାରର ସଭାପତି ବିଜୟନାୟକଙ୍କୁ ମନୋନୀତ କରାଯାଇଛି ।

ରାଜ୍ୟର ପ୍ରମୁଖ ସମବାୟବିତ୍ ଅକ୍ଷୟ ମହାନ୍ତି, ଓମ୍ ପ୍ରକାଶ ରାୟ,ସମ୍ବିତ୍ ଆଚାର୍ଯ୍ୟ, ଆଶିଷ ଦାସ, ରଞ୍ଜନ ଦାସ, ଆଶିଷ ସାହୁ, ଧରଣୀଧର ସ୍ୱାଇଁ, ଅଶୋକ ଦାସ ଏବଂ ବରିଷ୍ଠ ସମବାୟ ଅଧିକାରୀ ଭକ୍ତବନ୍ଧୁ ସାହୁ, ଡଃ ପାତଞ୍ଜଳି ତ୍ରିପାଠୀ, ହିମାଂଶୁ ପଣ୍ଡା, ଗାୟତ୍ରୀ ପଟ୍ଟନାୟକ, ରୋଜାଲିନ୍ ସେନାପତି, ମମତା ମହାପାତ୍ର, ଶିବ ଶଙ୍କର ସିଂ, ତ୍ରିଭୁବନ ମହାପାତ୍ର, ସୁଶାନ୍ତ ପଣ୍ଡା, ପ୍ରବୋଧ ରାଉତ ସମେତ ବହୁ ପଦାଧିକାରୀଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇ ସମ୍ମିଳନୀର ସୁପରିଚାଳନା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି ।

ସେହିଭଳି ସୋଭନିୟର ପ୍ରକାଶ ପାଇଁ ଶ୍ରୀ ବ୍ରହ୍ମାନନ୍ଦ ପରିଡ଼ା ସଂଯୋଜନ କରବା ପାଇଁ ଦଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ରାଜ୍ୟର ସମବାୟବିତ୍, ବୁଦ୍ଧିଜିବୀ ଓ ସାମ୍ବାଦିକ ବନ୍ଧୁଗଣ ସହଯୋଗ କରି ସଫଳ କରିବା ପାଇଁ ଅଧ୍ୟକ୍ଷ ତ୍ରିପାଠୀ ଓ ମୁଖ୍ୟ ସଂଯୋଜକ ଦୋରା ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଉପା ସରକାରକୁ ସମର୍ଥନ ଦେବ ନାହିଁ ବିିଜେଡି: ମୁଖ୍ୟମନ୍ତ୍ରୀ

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଦୁର୍ନୀତିରେ ଉବୁଟୁବୁ ହେଉଥିବା କଂଗ୍ରେସ ନେତୃତ୍ୱାଧୀନ ସରକରାକୁ କୌଣସି ପରିସ୍ଥିତିରେ ବିଜେଡି ବାହାରୁ କିମ୍ବା ଭିତରୁ ସମର୍ଥନ ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି ବିିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି ।

ଆଜିଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ୨୩ ତାରିଖରେ ଫେରିବେ । ଯିବା ପୂର୍ବରୁ ନବୀନ ନିବାସଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଲେ ଯେ,କେନ୍ଦ୍ର ସରକାରରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମର୍ଥନ ପ୍ରତ୍ୟାହାର ଘୋଷଣାପରେ ଏହି ସରକାର ଏବେ ଅସ୍ଥିର ଦୁର୍ବଳ ହୋଇଛି ।

ତେବେ ବିଜେଡି ଆଗକୁ କ’ଣ ଘଟୁଛି ତାକୁ ଅପେକ୍ଷା କରିଛି । ଦେଶର ବିଭିନ୍ନ ଆଂଚଳିକ ଦଳ ଗୁଡିକ ଦିନ କୁ ଦିନ ଶକ୍ତିଶାଳୀ ହେଉଛନ୍ତି । ଓଡିଶାରେ ବିଜେଡି ସାଧାରଣ ଲୋକଙ୍କ ଆର୍ଶୀବାଦରେ ବେଶ୍ ମଜବୁତ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ନିର୍ବାଚନ ଏବେ ହେଉ ବା କେବେ ହେଉ ବିଜେଡିକୁ କିଛି ଫରକ ପଡିବ ନାହିଁ । ପାକ୍ ନିର୍ବାଚନ ମେଣ୍ଟ ପାଇଁ ଏବେ କିଛି କୁହା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକ ସମ୍ମିଳନୀ

୨୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

September 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ୨୬ ହଜାର କୋଟି ଟଙ୍କା ବିନିଯୋଗ କରି ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ରହିଥିବା ୬ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଛି ।

କମିଟି ଅନୁଯାୟୀ ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ସୁନ୍ଦରଗଡରେ ନାଲ୍କୋର ଏକ ସ୍ମେଲଟର ଓ ଏକ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବ ଅଛି ।

ସୁନ୍ଦରଗଡ ଜିଲ୍ଲାରେ ନାଲକୋ ବାର୍ଷିକ ଶ୍ରମିକ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସ୍ମେଲଟର ପ୍ରତିଷ୍ଠା କରିବ । ଏହାଛଡା ୧୨୬୦ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ମଧ୍ୟ କରିବ ।

ଏଥିରେ ନାଲକୋ ୧୬୩୪୫ କୋଟି ୮୯ ଲକ୍ଷ ଟଙ୍କା ବିନିଯୋଗ କରିବ । ନାଲକୋର ଏହି ପ୍ରକଳ୍ପରେ ୩୪୦୦ ଲୋକ ନିଯୁକ୍ତି ପାଇବେ । ପ୍ରକଳ୍ପ ପାଇଁ ୨୫୦୦ ଏକର ଜମି ଅଧିଗ୍ରହଣ କରାଯିବ ଏବଂ ହିରାକୁଦରୁ ୫୦ କ୍ୟୁସେକ ପାଣି ପ୍ରକଳ୍ପ ପାଇଁ ଦିଆଯିବ ।

ସେହିପରି ଚେନ୍ନାଇର ଭାରତ କୋଲ୍ ଆଣ୍ଡ କେମିକାଲ୍ସ ଲିମିଟେଡ ପକ୍ଷରୁ ପାରାଦ୍ଵୀପଠାରେ କୋଇଲାରୁ ଆମୋନିଆ ଗ୍ୟାସ ପ୍ରକଳ୍ପ କରାଯିବ । ଏଥିରେ କଂପାନୀ ବାର୍ଷିକ ୩ ଲକ୍ଷ ୪୬ ହଜାର ୫୦୦ ମେଟ୍ରିକ ଟନ ଆମୋନିଆ ଉତ୍ପାଦନ କରିବ ।

ଏହି ପ୍ରକଳ୍ପରେ ୧୫୭୫ କୋଟି ଟଙ୍କା ବିନିଯୋଗ ହେବାବେଳେ ୪୦୮ ଜଣ ନିଯୁକ୍ତି ପାଇବେ । ୨୦୦ ଏକର ଜମିରେ ଏହି ପ୍ରକଳ୍ପ କରାଯିବ । ମହାନଦୀରୁ ଏଥିପାଇଁ ୧୨.୫ କ୍ୟୁସେକ ପାଣି ଦିଆଯିବ ।

ସୋନପୁର ଏର୍ନ୍ଜି ପକ୍ଷରୁ ଗଂଜାମ ଜିଲ୍ଲାରେ ଏକ ଏନର୍ଜି ଏକାଡେମୀ, ଆନ୍ଦ୍ରର ଭିବିସି ଗ୍ରୁପ୍ ପକ୍ଷରୁ ଓଡିଶା ପାୱାର କନସୋଟୋରିୟମର ଗ୍ୟାସ ଭି ିର୍କ ସାଇକ୍ଲିଂ ପାୱାର ପ୍ରକଳ୍ପ, ଉତ୍ତମ ଗାଲଭୋ କଂପାନୀ କଳିଙ୍ଗ ନଗରରେ ଲୁହାପଥରରୁ ଏଚ୍ ଆର କଏଲ ଉତ୍ପାଦନ ପ୍ରକଳ୍ପ, ଭୂଷଣ ଷ୍ଟିଲ ଲିମିଟେଡ ପକ୍ଷରୁ ପ୍ରକଳ୍ପ ପ୍ରତିଷା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନାଲକୋ, ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଡିଜେଲ ଦରବୃଦ୍ଧି, ରନ୍ଧନ ଗ୍ୟାସ କଟକଣାର ଓଡିଶାରେ ବିରୋଧ

September 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-କେନ୍ଦ୍ର ସରକାର ଡିଜେଲ ଦରରେ ୫ ଟଙ୍କା ବୃଦ୍ଧି ଓ ରନ୍ଧନ ଗ୍ୟାସ ଉପରେ କଟକଣା ଘୋଷଣା କରିବା ପରେ ଜନସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିପାଇଁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଡିଜେଲ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଥିରେ ସବୁ ଶ୍ରେଣୀର ଲୋକ ଓ ବିଶେଷ କରି ଗରିବ ଲୋକ ବେଶି ପ୍ରଭାବିତ ହେବେ ।

ଏହାଦ୍ୱାରା ମାଲ ପରିବହନ ଭଡା ବଢିବ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ମୁଲ୍ୟ ବଢିବ । ଏଥିପାଇଁ ଜନସାଧାରଣଙ୍କୁ ଅଧିକ ମୁଲ୍ୟ ଦେବାକୁ ପଡିବ । ଅନ୍ୟ ପକ୍ଷରେ ରାଜ୍ୟ କଂଗ୍ରେସ ମୁଖ୍ୟ ନିରଂଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟ ସରକାର ଡିଜେଲ ଓ ରନ୍ଧନ ଗ୍ୟାସ ଉପରୁ ଯଦି ସେଲସଟେକ୍ସ କମାଇ ଦେବେ ତାହେଲେ ଜନସାଧାରଣଙ୍କୁ କିଛିଟା ଆସ୍ୱସ୍ତି ମିଳିବ ।

ଆଜି ରାଉରକେଲା, ସମ୍ବଲପୁର, ବରମପୁର, କଟକ, ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଭୁବନେଶ୍ୱର ରାଜମହଲ ଛକରେ ବିଜେଡି ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ସୋନିଆ ଗାନ୍ଧୀଙ୍କର କୁଶ ପୁତଳିକା ଦାହ କରିଛି ।

ଜଣେ ଗୃହିଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଏହିି ଘୋଷଣା ଯୋଗୁଁ ଆମକୁ ପରିବହନ ଖର୍ଛ ତ ଅଧିକ ଦେବାକୁ ପଡିବ ଏବଂ ତା ସଗେଂ ସଗେଂ ଆମକୁ ବହୁତ କଷ୍ଟ କରିବାକୁ ପଡିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁବାର କେନ୍ଦ୍ର ସରକାର ଡିଜେଲ ରରେ ୫ ଟଙ୍କାର ବୃଦ୍ଧି କରିଥିବାବେଳେ ପ୍ରତି ପରିବାର କେବଳ ୬ ଟି ରନ୍ଧନ ଗ୍ୟାସ ସିଲିଣ୍ଡର ବର୍ଷକ ମଧ୍ୟରେ ପାଇ ପାରିବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ଗୁରୁବାର ରାତ୍ରୀ ରୁ ଲାଗୁ ହୋଇଛି ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ଡିଜେଲ ଦରବୃଦ୍ଧି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରନ୍ଧନ ଗ୍ୟାସ

ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଆନ୍ଦୋଳନ ଡ଼ାକରା

September 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)- ଉପା-୨ ସରକାର ଭାରତ ବର୍ଷର ସାଧାରଣ ଜନତାକୁ ଆମ୍-ଆ୍ମୀର ବଜେଟ୍ ଦେବାକଥା କହି ସର୍ବକାଳୀନ ଭାବରେ ପାଞ୍ଚ ଟଙ୍କା ଡ଼ିଜେଲ ଦର ବୃଦ୍ଧିକରି ସାଧାରଣ ଜନତାଙ୍କୁ ପ୍ରତାରିତ କରିଛି ବୋଲି ବିଜୁ ଯୁବ ଜନତା ଦଳ ଗୁରୁବାର କହିଛି ।

ଡ଼ିଜେଲ ଦର ବୃଦ୍ଧି ଭାରତ ବର୍ଷର ଗ୍ରାମ୍ୟ ଭିତିଭୂମିକୁ ଦୋହଲାଇଦେବ । ସାମଗ୍ରିକ ଭାବରେ ବ୍ୟବସାୟ ବାଣିଜ୍ୟ, କୃଷିଭିତ୍ତିକ ଶିଳ୍ପ ଏହି ଡ଼ିଜେଲର ବୃଦ୍ଧି ଦ୍ୱାରା ସାଂଘାତିକ ପ୍ରଭାବିତ କରିବ ।

ସମ୍ପୂର୍ଣ୍ଣ ଭାବରେ ଅର୍ଥନୈତିକ ସ୍ଥିତି, ଗରିବ ସାଧାରଣବର୍ଗ ଏବଂ କୃଷକମାନଙ୍କୁ ଶକ୍ତ ଧକ୍କା । ୪୬ କୋଟି ଟଙ୍କାର ରାଜ୍ୟଗୋଷ୍ଠୀ କ୍ରିଡ଼ା ଦୁର୍ନୀତି, ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି, ୧ ଲକ୍ଷ ୮୪ ହଜାର କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସମ୍ପୃକ୍ତ କଂଗ୍ରେସ ଦଳର ଏଭଳି ଜନମାରଣ ନୀତିକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯିବ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ସଂଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି ।

ଆଗରୁ ବହୁବାର ଡ଼ିଜେଲ ଦର ବୃଦ୍ଧି କରିଥିବା ବେଳେ ଏବେ ସର୍ବାଧିକ ୫ଟଙ୍କା ବୃଦ୍ଧି କଲାପରେ ଏ କଥା ପ୍ରମାଣିତ ହୋଇଯାଇଛି ଯେ କଂଗ୍ରେସ ଦଳର କୌଣସି ନୈତିକ ଅଧିକାର ନାହିଁ ଭାରତ ବର୍ଷର ଶାସନ ଗାଦିରେ ବସିବା ପାଇଁ । କେନ୍ଦ୍ର ସରକାରଙ୍କର ଏହିଭଳି ଜନବିରୋଧି ଆଭିମୁଖ୍ୟକୁ ଓଡ଼ିଶାର ଜନ ସାଧାରଣ ଆଗାମୀଦିନରେ କବର ଦେବେ ।

ଶାନ୍ତିପ୍ରିୟ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ନିଜ ଅପକର୍ମକୁ ଘୋଡ଼ାଇବା ପାଇଁ ଓଡ଼ିଶା ବନ୍ଦ ଡ଼ାକରା ଦେଇଥିବା କଂଗ୍ରେସ ଦଳ ଓ ସେହି ଦଳର ନେତାମାନେ ବର୍ତ୍ତମାନ ଆତ୍ମ ସମୀକ୍ଷା କରନ୍ତୁ । କେନ୍ଦ୍ରର ଏଭଳି ଅବିଚାରିତ ନିଷ୍ପତିକୁ ରାଜ୍ୟର ସାଧାରଣ ଜନତାଙ୍କ ସ୍ୱାର୍ଥପାଇଁ ବିରୋଧ କରିବେ ନା କେନ୍ଦ୍ର କଂଗ୍ରେସ ସରକାରଙ୍କ ଏଭଳି ଜନ ବିରୋଧିକୁ ସମର୍ଥନ କରିବେ ।

ଓଡ଼ିଶାବାସୀ ରାଜ୍ୟ କଂଗ୍ରେସର ଆଭିମୁଖ୍ୟ କ’ଣ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । ଏଭଳି ଜନ ବିରୋଧି ନିଷ୍ପତି କୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟବାସୀ ଆନ୍ଦୋଳନ ଡ଼ାକରା ଦିଆଯାଇଛି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ଡିଜେଲ ଦରବୃଦ୍ଧି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଜିନ୍ଦଲ ସପକ୍ଷରେ କୋଇଲା ଖଣି: ନବୀନଙ୍କୁ ଘେରିଲା କଂଗ୍ରେସ

September 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)- ଜିନ୍ଦଲ କଂପାନୀ କୁ ରାଜ୍ୟରେ ଏକ କୋଇଲା ଖଣି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଲେଖିଥିବା ଯୋଗୁଁ ତାଙ୍କର ଭୁମିକା ସନ୍ଦେହ ଜନକ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଭି.ନାରାୟଣ ସ୍ୱାମୀ ଗୁରୁବାର ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସେହି କୋଇଲା ଖଣିକୁ ଜିନ୍ଦଲକୁ ଦେବାପାଇଁ ସୁପାରିସ କରିଥିଲେ ଯାହା ପୁର୍ବରୁ ଅନ୍ୟ ଏକ କଂପାନୀକୁ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି କୋଇଲା ଖଣିକୁ ବାତିଲ କରି ଉକ୍ତ କୋଇଲା ଖଣି ଜିନ୍ଦଲକୁ ଦେବାପାଇଁ ଲେଖିଥିଲେ ।

ଶତାଧିକ କଂପାନୀ କୋଇଲା ଖଣି ପାଇଁ ଆଶାୟୀ ଥିବାବେଳେ ତାଙ୍କର କଣ ସ୍ୱାର୍ଥ ଥିଲା ଯେ ସେ କେବଳ ଗୋଟିଏ କଂପାନୀ ପାଇଁ ସୁପାରିସ କରୁଥିଲେ । ଏଥିରେ ତାଙ୍କର ଭୁମିକା ସନ୍ଦେହଜନକ ।

ଏହାର ସିବିଆଇ ତଦନ୍ତ ହେବା ଉଚିତ । କେନ୍ଦ୍ର ସରକାର କୋଇଲା ଖଣି ବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଏହି ଘଟଣାର ମଧ୍ୟ ତଦନ୍ତ କରିବ ବୋଲି ଭି.ନାରାୟଣ ସ୍ୱାମୀ କହିଛନ୍ତି ।

ଏହାର ଉତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ସବୁବେଳେ ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି କାର୍ଯ୍ୟ କରି ଆସୁଛନ୍ତି । ସେ କହିଛନ୍ତି ଯେ ଯେଉଁ କୋଇଲା ଖଣି ଜିନ୍ଦଲକୁ ଦେବାପାଇଁ ସୁପାରିସ କରିଥିଲେ ସେହି ଖଣି ତାମିଲନାଡୁର ଏକ ତାପଜ ବିଦ୍ୟୁତ କାରଖାନା ପାଇଁ ଉଦ୍ଧିଷ୍ଟ ଥିଲା ।

ତାମିଲନାଡୁର ଉକ୍ତ କଂପାନୀ ନିର୍ଦ୍ଧିଷ୍ଟ ସମୟ ଭିତରେ କିଛି କାର୍ଯ୍ୟ କରିନଥିଲା । ଜିନ୍ଦଲ ରାଜ୍ୟରେ ନିଜର କାରଖାନା ବସାଉ ଥିବାରୁ ସରକାର ତା ପାଇଁ ଏହି କୋଇଲା ଖଣି ସୁପାରିସ କରିଥିଲେ ।

ଏଭଳି ବହୁତ ଉଦାହରଣ ଅଛି ଯେଉଁଠି କେନ୍ଦ୍ର ସରକାର କଂପାନୀ ମାନଙ୍କୁ ରାଜ୍ୟର ବିନା ସୁପାରିସରେ ମଧ୍ୟ ରାଜ୍ୟରେ କୋଇଲା ଖଣି ଆବଣ୍ଟନ କରିଛନ୍ତି ।

କେନ୍ଦ୍ର ସରକାର ଏଭଳି ଆବଣ୍ଟନ କାହିଁକି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ୨୦୦୨ ମସିହାରେ ଜିନ୍ଦଲ ସପକ୍ଷରେ ଦେଇଥିବା ଏକ ଚିଠିକୁ କେନ୍ଦ୍ର କରି କଂଗ୍ରେସ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ।

ଠିକ୍ ସେହିପରି ୨୦୦୫ରେ ରାଜ୍ୟ ତତ୍କାଳୀନ ଶିଳ୍ପ ସଚିବ ଜି.ସି ପତି କୋଇଲା ଆବଣ୍ଟନରେ ନିଲାମ ପ୍ରକ୍ରିୟାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଥିବା ଚିଠି ଯୋଗୁଁ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କୋଇଲା ଖଣି, ଜିନ୍ଦଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ନୂଆବର୍ଷରେ ଲାଗୁହେବ ଜନସେବା ଅଧୀକାର ଆଇନ

September 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତା ୨୦୧୩ ଜାନୁୟାରୀ ପହିଲାରୁ ରାଜ୍ୟରେ ଜନସେବା ଅଧିକାର ଆଇନ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାରେ ୨୫ ରୁ ୩୦ ପର୍ଯ୍ୟନ୍ତ ସାଧାରଣ ସେବା ଏହି ଆଇନ ଅନୁଯାୟୀ ଯୋଗାଇ ଦିଆଯିବ ।

ପରବର୍ତ୍ତି ପର୍ଯ୍ୟାୟରେ ସମସ୍ତ ୭୫ ପ୍ରକାର ସେବା ସାଧାରଣ ଲୋକେ ପାଇବେ । ଏହି ଆଇନ ଅନୁଯାୟୀ ଜନସାଧାରଣଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସେବା ଯୋଗାଇ ଦିଆଯିବ । ସେବା ଯୋଗାଇ ଦିଆଯାଇ ନପାରିଲେ ସଂପୃକ୍ତ ଅଧିକାରୀଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ।

ଏତ୍ଦ ବ୍ୟତୀତ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଜନସେବା କେନ୍ଦ୍ର ଏବଂ ଅନ୍ୟ ଇ-ଗଭଣ୍ଣାନ୍ସ ଫୋରମଗୁଡିକୁ ଏଥିପାଇଁ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଅର୍ଥ, ରାଜସ୍ୱ, ଗୃହ ଏବଂ ଅନ୍ୟନ୍ୟ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ ।

ଗତ ବିଧାନ ସଭା ଅଧିବେଶନରେ ଏ ସଂର୍ପକିତ ଏକ ବିଲ ଆଗତ କରିଥିଲେ ସରକାର । ତାହା ବିଧାନସଭାରେ ପାସ୍ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନୂଆବର୍ଷ, ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

କଂଗ୍ରେସର ଅଖବନ୍ଦ ଚକବନ୍ଦ ଓଡିଶା ଠପ୍ ସଫଳ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟବ୍ୟାପି କଂଗ୍ରେସର ବନ୍ଦପାଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣଭାବେ ଅନୁଷ୍ଠିତ ହୋଇ ଯାଇଛି । କାଁଭାଁ ସ୍ଥାନରେ ଗାଡି ମଟର ଭଙ୍ଗାରୁଜା ସହ ଛୋଟଛୋଟ ଗଣ୍ଡଗୋଳ ହୋଇଛି ।

ରେଳ ଯାତ୍ରୀ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । କଂଗ୍ରେସର ଏହି ବନ୍ଦ ପାଳନର ପ୍ରଭାବ ସାରା ରାଜ୍ୟରେ ପଡିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ସାରା ରାଜ୍ୟରେ ଅଖବନ୍ଦ ଚକବନ୍ଦ ଯୋଗୁଁ ଓଡିଶା ଠପ୍ ଯାଇଛି ।

କଟକରେ ଜଣେ କଲେଜ ବିଦ୍ୟାର୍ଥିକୁ ଅସାଦାଚାରଣ, ଭୁବନେଶ୍ୱର ରାମମନ୍ଦିର ଛକରେ ଏକ ଘରୋଇ ବିଦ୍ୟାଳୟର ବସରେ ନିଆଁ ଲଗାଇବା,ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇଟି କାର ଭଙ୍ଗାରୁଜା, କଂଗ୍ରେସ ଭବନ ଆଗରେ ପୋଲିସ ଉପରକୁ ଟେକାମାଡ ଆଦି ଅଘଟଣା ଘଟିଛି । ଏଜିଛକରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏଥିିରେ ସଫଳ ହୋଇ ନଥିଲେ ।

ବନ୍ଦ ପାଳନ ସମୟରେ ରାସ୍ତାରେ ପିକେଟିଂ କରି ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ଭୂପିନ୍ଦର ସିଂ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, କିଶୋର ଚନ୍ଦ୍ର ପଟେଲ, ପିସିସି ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ରାଜଧୀନୀ ଭୁବନେଶ୍ୱରରେ ଗିରଫ ହୋଇଥିବା ବେଳେ କଂଗ୍ରେସର ଅନ୍ୟ ନେତୃବୃନ୍ଦ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ହଜାର କର୍ମୀ ଗିରଫ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନପରି ଆଜି ମଧ୍ୟ ସଚିବାଳୟକୁ ଆସିଥିବା ବେଳେ ୮ଜଣ ମନ୍ତ୍ରୀ ସଚିବାଳୟକୁ ଆସି କାର୍ଯ୍ୟ କରିଥିଲେ । ମନ୍ତ୍ରୀମାନେ ସଚିବାଳୟର ପଛପଟ ଫାଟକ ଦେଇ ଆସିଥିବା ବେଳେ ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ ଏକ ମୋଟର ସାଇକେଲରେ ଏବଂ ଅନ୍ୟକେତେକ ମନ୍ତ୍ରୀ ବିନା ନାଲିବତୀ ଗାଡିରେ ସଚିବାଳୟ ଆସିଥିଲେ ।

ବନ୍ଦ ଯୋଗୁଁ ସଚିବାଳୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଉପସ୍ଥିତି କମ୍ ଥିଲା ।

ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳଷ୍ଟେସନ ଭୁବନନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ଝାରସୁଗଡା, ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର, ଖୋର୍ଦ୍ଧା ଆଦି ସ୍ଥାନରେ କଂଗ୍ରେସ କର୍ମୀଙ୍କ ଅବରୋଧ ଯୋଗୁଁ ରେଳ ଯାତ୍ରା ପ୍ରଭାବିତ ହୋଇଛି ।

କଟକ ବାଦାମବାଡି ବସଷ୍ଟାଣ୍ଡ ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଦି ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ ଶୁନଶାନ ଥିବା ବେଳେ ବସଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ରାଜ୍ୟର ବିଭିନ୍ନ ସହରରେ ଅଟୋଚଳାଚଳ ମଧ୍ୟ ବନ୍ଦ ରହିଥିଲା ।

ବିଭିନ୍ନ ସହରରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଆଗରୁ ଛୁଟି ଘୋଷଣା କରାଯାଇଥିବାରୁ ବନ୍ଦ ଥିବା ବେଳେ କେତେକ ସରକାରୀ ସ୍କୁଲମାନଙ୍କରେ ଉପସ୍ଥାନ କମ୍ ଥିଲା ।

କଂଗ୍ରେସ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ କେତେକ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଅଫିସରେ ଉପସ୍ଥିତ ରହିବାର ଦେଖା ଯାଇଥିଲା ।

କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ କାର୍ଯ୍ୟ ଯେପରି ଅଚଳ ନହୁଏ ସେଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆନ୍ଦୋଳନକାରୀମାନେ ଯାନବାହାନ, ଟ୍ରେନ ଚଳାଚଳ ବନ୍ଦ ରଖିବା ସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିଲେ ।

ଅଳ୍ପକେତେକ ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ କାମ କରିଥିଲା । ବନ୍ଦ ପାଳନ ବେଳେ ଅପ୍ରିତିକର ପରିସ୍ଥିତି ଏଡ଼ାଇବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ସଂଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବନ୍ଦ ଶାନ୍ତିପୂଣ୍ଣ ଭାବେ ସଫଳ ହୋଇଛି ବୋଲି କଂଗ୍ରେସ ଦାବି କରିଛି ।

ଠିକ୍ ସେହିପରି ବିଜେଡି ତରଫରୁ ସେହି ସମୟରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇନି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଜେଡିର ଉପସଭାପତି ଦାମୋଦର ରାଉତ ଏହି ସାମ୍ବାଦିକ ସମ୍ମିଳନୀରେ କହିଲେ ରାଜ୍ୟର କୌଣସି ସ୍ଥାନରେ ସାଧାରଣ ଲୋକ ଏହି ବନ୍ଦକୁ ସମର୍ଥନ କରିନାହାଁନ୍ତି ଓ କଂଗ୍ରେସର ଗୁଣ୍ଡାରାଜ ଭୟରରେ ବସ, ଅଟୋ ଚଳାଚଳ ବନ୍ଦ ସାଙ୍ଗକୁ କିଛିକାଂଶରେ ଦୋକାନ ବଜାର ବନ୍ଦ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଭୁବନେଶ୍ୱରରେ ହେବ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର

September 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ଭୁବନେଶ୍ୱରଠାରେ ଗବେଷଣା ଓ ବିପଣନ କେନ୍ଦ୍ର ସ୍ଥାପନ କରିବ ଫିଲିପାଇନ୍ସର ମାନିଲାସ୍ଥ ଆନ୍ତର୍ଜତିକ ଧାନ ଗବେଷଣା କେନ୍ଦ୍ର ।

କଟକସ୍ଥ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏଥିପାଇଁ ସମସ୍ତ ବୈଷୟିକ ସହାୟତା ଯୋଗାଇ ଦେବେ ।

ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଅବସରରେ ଆନ୍ତର୍ଜତିକ ଧାନ ଗବେଷଣା କେନ୍ଦ୍ର(ଆଇଆରଆରଆଇ)ର ମହାନିର୍ଦ୍ଦେଶକ ରବର୍ଟ ଜିଗଲର ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଲୋୟର ଶୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ କକା ପୁତୁରା ମୁହାଁମୁହିଁ

August 30, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩୦(ଓଡ଼ିଶା ଡ଼ଟ୍ କମ୍)-ଗୃହରେ ଲୋୟର ଶୁକତେଲ ଝଡ, ବିରୋଧୀ ଅନଙ୍ଗ ମୁହାଁମୁହିଁ ହୋଇ ଥିବା ବେଳେ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ବିବୃତି ରଖା ଯିବାକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତାବିତ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ବିଧାନସଭାରେ ପୁଣିଥରେ ଝଡ ସୃଷ୍ଟି ହୋଇଛି ।

ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ,ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ଦାବିରେ ବଲାଙ୍ଗୀରରେ ଆମରଣ ଅନଶନ କରୁଥିବା ଲୋକଙ୍କ ମଧ୍ୟରୁ ୨ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଛି । ଯଦି କାହାର କ୍ଷତି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ।

ବିଜେପି ପକ୍ଷରୁ ଏହା ଉପରେ ଆଲୋଚନା ଲାଗି ମୁଲତବୀ ପ୍ରସ୍ତାବ ଦିଆଯାଇଛି । ଗୃହରେ ଏ ବିଷୟରେ ଆଲୋଚନା ହେବା ଦରକାର । ଶ୍ରୀ ସିଂହଦେଓଙ୍କ ଅଭିଯୋଗକୁ ଖଣ୍ଡନକରି ବିଜେଡି ବିଧାୟକ ଅନଙ୍ଗ ଉୟ ସିଂହଦେଓ କହିଥିଲେ ଯେ,ଏ ଆନ୍ଦୋଳନ ନୂଆନୁହେଁ ।

ଏହାପୂର୍ବରୁ ଅନେକଥର ହୋଇଛି । ଯେତେବେଳେ ଏହି ପ୍ରକଳ୍ପର କାମ ଆରମ୍ଭ ହେଉଛି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠିର ଲୋକେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ସରକାର ଏହି ପ୍ରକଳ୍ପ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ବଦ୍ଧ ଅଛନ୍ତି ।

କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ଓ ସୁରେନ୍ଦ୍ର ସିଂ ଭୋଇ ଦାବି କରିଥିଲେ ଯେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିବୃତି ଦିଅନ୍ତୁ । କେବେ ଏହି ପ୍ରକଳ୍ପ ଆରମ୍ଭ ହେବ ତାହା ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରନ୍ତୁ ।

ବିଜେଡିର ଅନଙ୍ଗ ଉୟ ସିଂହ ଦେଓକହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଲାଗି ଅଙ୍ଗିକାର ବଦ୍ଧ । ଏହି ପ୍ରକଳ୍ପ ନିଶ୍ଚିତ ହେବ । ବଲାଙ୍ଗୀର ବାସୀ ପାଣି ପାଇବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଲୋୟର ଶୁକତେଲ ପ୍ରକଳ୍ପ, ସରକାର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ