• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ ସରକାର

ଦ୍ୱିତୀୟ ଦିନରେ ଓକିଲ ଧର୍ମଘଟ

November 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ଆଇନଜୀବୀ କଲ୍ୟାଣପାଣ୍ଠିକୁ ମ୍ୟାଚିଙ୍ଗ ଗ୍ରାଣ୍ଟଦେବା ଲାଗି ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ନିଖିଳ ଓଡ଼ିଶା ଓକିଲ ସଂଘ ପକ୍ଷରୁ ରାଜ୍ୟବ୍ୟାପି ଚାଲିଥିବା ଧର୍ମଘଟର ଆଜି ହେଉଛି ଦ୍ୱିତୀୟ ଦିନ ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଏବଂ ନିଖିଳ ଓଡ଼ିଶା ଓକିଲ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟରେ ବାଧାପ୍ରାପ୍ତ ହୋଇଛି ।

ଧର୍ମଘଟ ଯୋଗୁଁ ଉଭୟ ବିଚାରବିଭାଗୀୟ ଓ ତତସମ୍ବନ୍ଧୀୟ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ କୋର୍ଟର ଓକିଲ ସଂଘ ସାମିଲ ହୋଇଛନ୍ତି । ସ୍ଥାନୀୟ ଭୁବନେଶ୍ୱର ଜିଲ୍ଲା ଜଜଙ୍କ କୋର୍ଟ ସାମନାରେ ଆଇନଜୀବୀମାନେ ଶାନ୍ତି ଶୃଙ୍ଖଳାରେ ଧାରଣା ଦେଇଥିଲେ ।

ଗୁରୁବାର ଦିନ ମଧ୍ୟାହ୍ନରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ, ଓଡ଼ିଶା ରାଜ୍ୟ ଓକିଲ ପରିଷଦ, ହାଇକୋର୍ଟ ଓକିଲ ସଂଘ, ଭୁବନେଶ୍ୱର ଓକିଲ ସଂଘର ସଦସ୍ୟମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରଙ୍କୁ ସାକ୍ଷାତ କରି ୫ ପୃଷ୍ଠା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଆଇନଜୀବୀମାନଙ୍କର କୌଣସି ସାମାଜିକ ନିରାପତା ନାହିଁ । ବୃଦ୍ଧା ଅବସ୍ଥା, ରୋଗାଗ୍ରସ୍ତ ଓ ଅକାଳ ବିୟୋଗ ସମୟରେ ସେମାନଙ୍କ ପରିବାର ବେସାହାରା ହୋଇପଡୁଛି ।

ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୧ ଆଇନଜୀବୀ କଲ୍ୟାଣ ପାଣ୍ଠି,୨୦୦୧କୁ କାର୍ଯ୍ୟକାରୀ କରିବା ଲାଗି ଏହାକୁ ଆଇନରେ ପରିଣତ କରିଥିଲେ ମଧ୍ୟ ଏହି କେନ୍ଦ୍ରୀୟ ଆଇନକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ।

ଏଥିରୁ ରାଜ୍ୟ ସରକାରଙ୍କର ଓକିଲମାନଙ୍କ ପ୍ରତି ରହିଖିବା ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଛି । ଅନ୍ୟ ୧୬ଟି ରାଜ୍ୟରେ ଏହି କଲ୍ୟାଣ ପାଣ୍ଠି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ସାରିଲାଣି । ବିଗତ ୩୦ ବର୍ଷ ଧିର ରାଜ୍ୟ ସରକାର ଏହାକୁ ଟାଳି ଆସୁଛନ୍ତି । ଏନେଇ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓକିଲ ଧର୍ମଘଟ, କେନ୍ଦ୍ର ସରକାର, କୋର୍ଟ, ରାଜ୍ୟ ସରକାର, ରାଜ୍ୟପାଳ

ତ୍ରିବେଣୀକୁ ପଚରା ଉଚରା କରିବ ସାହା କମିଶନ

November 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ଗୁରୁବାର ବେଆଇନ ଖଣିିଜ ପଦାର୍ଥ ଉତୋଳନ ମାମଲାରେ ଜିନ୍ଦଲ ଓ ସାରଦା ଖଣି କର୍ତୃପକ୍ଷକୁ ଜେରା କରିଥିବା ବେଳେ ଶୁକ୍ରବାର ଦିନ ତ୍ରିବେଣୀ ଆର୍ଥ ମୋଭରସ୍ କମ୍ପାନୀକୁ ପଚରା ଉଚରା କରିବାକୁ ସାହା କମିଶନ ସ୍ଥିର କରିଛନ୍ତି ।

କେତେକ ଖଣି କମ୍ପାନୀରେ ତ୍ରିବେଣୀ ପୁଞ୍ଜି ଖଟାଇଥିବା କମିଶନରଙ୍କ ନଜରକୁ ଆସିଛି । ଏମ୍ ସିଆର ଧାରା ୧୯୬୦,ଧାରା ୩୭ ଅନୁସାରେ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମତି ବିନା କୌଣସି ଲିଜ୍ଧାରୀ ଆଉ କାହାକୁ ଖଣି ସବ୍ଲେଟ ଦେଇ ପାରିବେ ନାହିଁ । କିମ୍ବା ଖଣିରେ ଆଉ କେହି ଅର୍ଥ ନିବେଶ କରିପାରିବେ ନାହିଁ ।

କବିତା ଅଗ୍ରୱାଲ, ଆରିୟାନ ଏଣ୍ଡ କୋ ମାଇନ୍ସ , ମାଲାରାୟ ଆଣ୍ଡ ଅଦରସ୍, ମେସ୍କୋ, ଶାରଦା, ଆରପିସାଓ ମାଇନ୍ସ, କେଜେଏସ୍ ଆଲୁୱାଲିଆ, ଇନ୍ଦ୍ରାଣି ପଟ୍ଟନାୟକ ଭଳି ରାଜ୍ୟର ପ୍ରାୟ ୧୦ଟି ଖଣି କମ୍ପାନୀ ଏହିଭଳି ଆଇନ ଉଲ୍ଲଘଂନ କରିଥିବାର ଅଭିଯୋଗ ହୋଇଥିଲା । ରାଜ୍ୟ ସରକାରଙ୍କ ଅଜାଣତରେ ଏବଂ ଅନୁମୋଦନ ବିନା ଉତୋଳନ କାମରେ ଲାଗିଥିବା କମ୍ପାନୀ ଖଣିକାରବାରରେ ପୁଞ୍ଜି ବିନିଯୋଗ କରିବା ବେଆଇନ ବୋଲି ରାଜ୍ୟ ଖଣିନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ।

ଶାହା କମିଶନଙ୍କ ପ୍ରତିନିଧିଦଳ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଖଣି ଦୁର୍ନୀତି ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏହାସହ କାଲି କମିଶନରଙ୍କ ଆଗରେ ଆୟକର ଓ ବିକ୍ରିକର ବିଭାଗର ଅଧିକାରୀ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ଖଣି, ରାଜ୍ୟ ସରକାର, ସାହା କମିଶନ

ଓକିଲଙ୍କ କାର୍ଯବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯରେ ବାଧା

November 8, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ଆଇନଜୀବି କଲ୍ୟାଣ ପାଣ୍ଠିକୁ ଅନୁଦାନ ଦେବାରେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ରାଜ୍ୟ ଓକିଲ ସଂଘ ଡାକରାରେ ଆଇନଜୀବିମାନେ ଆଜିଠାରୁ ଦୁଇ ଦିନିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିଯୋଗୁଁ ସାରା ରାଜ୍ୟରେ କୋର୍ଟ କାର୍ଯ ବାଧାପ୍ରାପ୍ତ ହୋଇଛି ।

ବାର କାଉନ୍ସିଲ ଅଫ ଓଡିଶାର ଅଧ୍ୟକ୍ଷ ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ସେମାନଙ୍କ ଦାବୀ ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ କେହିବି ଧ୍ୟାନ ଦେଉନାହାଁନ୍ତି । ବିଭିନ୍ନ ସମୟରେ ଆମେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛୁ କିନ୍ତୁ କିଛି ଫଳ ହେଉନାହିଁ । ସରକାର ଶୀଘ୍ର ନିସ୍ପତି ନନେଲେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛି ସଂଘ ।

ପ୍ରଥମ ଦିନରେ କଟକର ସମସ୍ତ ବାରରେ ଓକିଲମାନେ ଅନୁପସ୍ଥିତ ରହିବା ସହ କ୍ରୀମିନାଲ ବାର ଆସୋସିଏସନ ଆଗରେ ଆନ୍ଦୋଳନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓକିଲଙ୍କ କାର୍ଯବନ୍ଦ, କୋର୍ଟ, ବିଧାନସଭା, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର

ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ହାଇକୋର୍ଟ ନୋଟିସ

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) -ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ସନ୍ଦେହଜନକ ମୃତୁ ଘଟଣାରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହୋଇକୋର୍ଟ । ତଦନ୍ତ ପ୍ରକ୍ରୀୟାରେ କଣ ଅଗ୍ରଗତି ଘଟିଛି ସେ ସଂପର୍କରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି.ଗୋପାଳ ଗୌଡ ଓ ଜଷ୍ଟିସ ବିରକିଶୋର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଳୀ କରିଥିଲେ ।

ମାଧବୀଙ୍କ ମୃତ ତଦନ୍ତ ପାଇଁ ପୋଲିସ ଦ୍ୱାରାହେଉଥିବା ତଦନ୍ତ ଉପରେ ଭରସା ନକରି ସିବିଆଇ ତଦନ୍ତ ପାଇଁ ମୃତକଙ୍କ ଭାଇ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଅନ୍ୟପଟେ ଏହି ଘଟଣାରେ ପୁରୀରେ କ୍ରାଇମବ୍ରାଂଚ ତଦନ୍ତ ଜାରିରଖିଛି ।

ତେବେ ବଦଳି ଚାପ ଏବଂ ପ୍ରେମଜନିତ କାରଣରୁ ମାଧବୀ ଟ୍ରେନ ସମ୍ମୁଖରେ ଶୋଇ ଆତ୍ମହତ୍ୟା କରିଥିବା ଜିଆରପି ପୁଲିସ ଗଣମାଧ୍ୟମକୁ କହିଛି ।ଗତ ୨୬ଦିନ ଧରି ଅନ୍ଧାରରେ ବାଡିବୁଲାଉଥିବା ରେଳବାଇ ପୁଲିସ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚକୁ ତଦନ୍ତ ରେକର୍ଡ ହସ୍ତାନ୍ତର କରିବା ପୂର୍ବରୁ ଏପରି ସୂଚନାଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଡିଏସପି ଆଲୋକ ଦାସଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ମଙ୍ଗଳବାର ଦିନ ପୁରୀ ଜିଆରପି ଫାଣ୍ଡିରେ ପହଞ୍ଚି ଶବ ବ୍ୟବଚ୍ଛେଦ ରିପୋର୍ଟ ସମେତ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସର ଡ୍ରାଇଭର, ଗାର୍ଡ ଏବଂ ମାଳତୀପାଟପୁର ରେଳ ଷ୍ଟେସନର ଫ୍ଲାଗମ୍ୟାନଙ୍କ ଲିଖିତ ବୟାନକୁ ଟିକିନିଖିଭାବେ ଯାଞ୍ଚ କରିଥିଲେ ।

ଜିଆରପି ପୁଲିସକୁ ସାଥୀରେ ଧରି କ୍ରାଇମବ୍ରାଞ୍ଚ ଟିମ ଶବ ପୋତାଯାଇଥିବା ଶ୍ମଶାନକୁ ଯାଇଥିଲେ । ସଂପୃକ୍ତ ସ୍ଥାନକୁ ଖୋଳାଯାଇଥିଲେ ମଧ୍ୟ ସେଠାରେ ଶବର ଚିହ୍ନବର୍ଣ୍ଣ ମିଳିନଥିଲା । ବୁଧବାର ଦିନ ଟିମ୍ ସଦସ୍ୟମାନେ ସଂଗ୍ରହ କରିଥିବା ତଥ୍ୟର ଯାଞ୍ଚ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ପୋଲିସ, ମାଧବୀଲତାଙ୍କ ମୃତ, ରାଜ୍ୟ ସରକାର, ହାଇକୋର୍ଟ

ମହିଳା ଡାକ୍ତର ମୃତ୍ୟୁ ଘଟଣା:କ୍ରାଇମବ୍ରାଞ୍ଚ ଟିମ୍ ର ପୁରୀ ଗସ୍ତ

November 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) –ଆୟୁର୍ବେଦିକ୍ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେଇଛି ।

ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଥାନାରେ ଏକ ମାମଲା ରୁଜୁ ହୋଇଛି । ଡିସିପି ଓ ୩ ଜଣ ଅଫିସଙ୍କୁ ନେଇ ଗଠିତ ଏହି ଟିମ୍ ଆଜି ପୁରୀ ଗସ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ବିଜୟକୁମାର ଶର୍ମା ସୂଚନା ଦେଇଛନ୍ତି ।

ସେହିପରି ମହିଳା କଂଗ୍ରେସର ଅଭିଯୋଗକ୍ରମେ ରାଜ୍ୟ ମାନବାଧିକାର କମିଶନ ପୁରୀ ଏସପି ଏବଂ କଟକ ରେଳବାଇ ଏସପିଙ୍କୁ ଡାକ୍ତର ମାଧବୀଲତାଙ୍କ ମାମଲାରେ ଯେଉଁସବୁ ଅନୁସନ୍ଧାନ ହୋଇଛି ତା’ର ରିପୋର୍ଟ କଟକସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ସେଲରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।

ମହିଳା କମିଶନର ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଏହି ଘଟଣାର ଅନୁଧ୍ୟାନ ପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କ୍ରାଇମବ୍ରାଞ୍ଚ, ମାଧବୀଲତା ମୃତ୍ୟୁ, ରାଜ୍ୟ ସରକାର

ବର୍ଦ୍ଧିତ ବସଭଡା ବିରୋଧରେ ବିକ୍ଷୋଭ

November 1, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧ (ଓଡ଼ିଶା ଡ଼ଟ୍ କମ୍)– ରାଜ୍ୟ ସରକାର ଗତ ୩୦ ତାରିଖ ଦିନ ବସଭଡ଼ା ବୃଦ୍ଧି ଘୋଷଣା କରିଥିଲେ । ଆଜି ଠାରୁ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହୋଇଛି । ଏହାକୁ ବିରୋଧକରି କଟକ,ଭୁବନେଶ୍ୱର ଓ ବ୍ରହ୍ମପରୁରେ ରାଜନୈତିକ ଦଳ ଗୁଡିକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର ତୁରନ୍ତ ବସଭଡା ପ୍ରତ୍ୟାହୃତ କରିବାକୁ ଦାବି କରିଛନ୍ତି ସମାଜବୀଦ ପାର୍ଟି ଓ ବାମଦଳ । ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

ସିପିଆଇ ଓ ସମାଜବାଦୀ ପାର୍ଟି ପକ୍ଷରୁ ଆଜି ସକାଳୁ ପୁରୁଣା ବସଷ୍ଟାଣ୍ଡ ଓ ମାଷ୍ଟର କ୍ୟାଣ୍ଟିନ ଛକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସିପିଆଇ ଅଭିଯୋଗ କରିଛି ଯେ,ରାଜ୍ୟ ସରକାର ବସମାଲିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କ କଥା ଭୁଲି ଯାଉଛନ୍ତି । ଯାହାର ପ୍ରଭାବ ସିଧାସଳଖ ଗରୀବ ଲୋକଙ୍କ ପକେଟ ଉପରେ ପଡୁଛି ।

ଦଳର ନେତା ସୁର ଜେନା କହିଛନ୍ତି ଓଡିଶାର ଛାତ୍ର ଓ ଜନତା ସମସ୍ତଙ୍କୁ ଏକାଠିକରି ବର୍ଦ୍ଧିତ ବସ୍ ଭଡା ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ।

ସମାଜବାଦୀ ପାର୍ଟି ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛି । ପାର୍ଟିର ସଭାପତି ରବି ବେହେରା କହିଛନ୍ତି ଅନ୍ୟାନ୍ୟ ଜିନିଷର ଦରଦାମ ବୃଦ୍ଧି ପାଉଛି ସେହି ସମୟରେ ୫ ପଇସା କିଲୋମିଟର ପିଛା ବସଭଡା ବୃଦ୍ଧି ନିଶ୍ଚିତ ଭାବରେ ବାଧିବ ।

ଏହି ଭଡା ବୃଦ୍ଧି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି । ଏହା ଯାତ୍ରୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ଭଳି ହୋଇଛି ବୋଲି ବହୁ ବ୍ୟକ୍ତିବିଶେଷ ଓ ସଂଗଠନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ,ସାଧାରଣ ବସ ଭଡା (ଅର୍ଡିନାରୀ) କିମି ପିଛା ୫ ପଇସା, ଏକ୍ସପ୍ରେସ ୫ ପଇସା, ଡିଲକ୍ସ ୬ ପଇସା ଓ ଏସି ବସ ଭଡା ୮ ପଇସା ବୃଦ୍ଧି ପାଇି ।

ଏହାଫଳରେ ଅର୍ଡିନାରୀ ବସ ଭଡା କିମି ପିଛା ୫୦ ପଇସାରୁ ୫୫ ପଇସା, ଏକ୍ସପ୍ରେସ ଭଡା ୫୩ ପଇସାରୁ ୫୮ ପଇସା, ଡିଲକ୍ସ ଭଡା ୭୦ ପଇସାରୁ ୭୬ ପଇସା, ଏବଂ ଏସି ବସ ଭଡା ୮୫ ପଇସାରୁ ୯୩ ପଇସାକୁ ବୃଦ୍ଧି ପାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବର୍ଦ୍ଧିତ ବସଭଡା, ରାଜନୈତିକ ଦଳ, ରାଜ୍ୟ ସରକାର

ପିପିଲି ବଳାତ୍କାର: ଡିଜିପି, ବିଧାୟକ ମହାରଥୀଙ୍କ ସତ୍ୟପାଠ

October 31, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) – ବୁଧବାର ଦିନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ପ୍ରଦୀପ ମହାରଥୀ ପିପିଲି ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ପିକେ ମହାନ୍ତି କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ।

ଏଥିରେ ବେବିନାଙ୍କ ଶବ ସସ୍କାରର ବିଳମ୍ବର କାରଣ ଓ ଅନ୍ୟାନ୍ୟ ବିଷୟରେ ଦର୍ଶାଯାଇଛି । ସତ୍ୟପାଠ ଦାଖଲ କରିବାରେ ବିଳମ୍ବ କରୁଥିବାରୁ କମିଶନ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ପରେ ଏହି ସତ୍ୟପାଠ ଦାଖଲ ହୋଇଛି । ଏହି ଦୁଇଟି ସତ୍ୟପାଠ ପରେ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠର ସଂଖ୍ୟା ୬୫ରେ ପହଞ୍ଚିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପିପିଲି ବଳାତ୍କାର, ରାଜ୍ୟ ସରକାର

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ କଂଗ୍ରେସର ବିରୋଧ

October 21, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୧(ଓଡ଼ିଶା ଡ଼ଟ୍ କମ୍) – ସେପ୍ଟେମ୍ବର ୬ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ବିରୋଧରେ ଅନୁଷ୍ଠିତ କଂଗ୍ରେସର ସମାବେଶ ବେଳେ କର୍ତବ୍ୟରତ ଜଣେ ମହିଳା ପୁଲିସ କନଷ୍ଟେବଳଙ୍କୁ ମାଡ଼ ଘଟଣାର ଅନୁସନ୍ଧାନ କରି ରାଜ୍ୟ ମହିଳା କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ରିପୋର୍ଟକୁ କଂଗ୍ରେସ ବିରୋଧ କରିଛି ।

ସରକାରଙ୍କ ଚାପରେ ଏଭଳି ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କମିଶନରଙ୍କ ଦ୍ୱାରାସୁପାରିଶ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତକୁ ମଧ୍ୟ ଦଳ ବିରୋଧ କରିଛି ।

କଂଗ୍ରେସର ବରିଷ୍ଠନେତା ଗଣେଶ୍ୱର ବେହେରା କହିଛନ୍ତି ଆମେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଭୟ କରୁନାହୁଁ । ଯେତେବେଳେ ଏହି ଘଟଣାର ଲୋକପାଳ ତଦନ୍ତ ଚାଲୁଛି ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିବା କୌଣସି ପ୍ରାସଙ୍ଗକତା ନାହିଁ । ସାମଗ୍ରୀକ ଭାବେ ବିଚାରକଲେ ଏ ରିପୋର୍ଟଟି ସରକାରଙ୍କ ଦ୍ୱାରାପ୍ରଭାବିତ ବୋଲି ଜଣାପଡୁଛି ।

କମିଶନର ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ଦେଇଥିବା ତାଙ୍କ ୬ ପୃଷ୍ଠା ରିପୋର୍ଟରେ ଦର୍ଶାଇଛନ୍ତି ଯେ ସେଦିନ କଂଗ୍ରେସର ସମାବେଶ ବେଳେ ଯେଉଁସବୁ ଘଟଣା ଘଟିଲା ତାହା ନିନ୍ଦନୀୟ ଏବଂ ଏଥିପାଇଁ ସେ ଓଡ଼ିଶା କଂଗ୍ରେସ ବ୍ୟାପାର ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଜଗଦୀଶ ଟାଇଟଲର ଓ ଅନ୍ୟାନ୍ୟ ନେତାମାନଙ୍କୁ ଦାୟୀ କରିଛନ୍ତି ।

ଘଟଣାର ବ୍ୟାପକତା ଏବଂ ବିଭିନ୍ନ ସ୍ତରର ସଂପୃକ୍ତି ନେଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାପାଇଁ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିବାବେଳେ ଏହି ଘଟଣାରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ଆଦୌ ଦାୟୀ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ଏହାଛଡ଼ା ପରିସ୍ଥିତିକୁ ସମ୍ଭାଳିବାରେ ପୁଲିସ ଓ ପ୍ରଶାସନ ଯେଭଳି କାର୍ଯ୍ୟ କରିଛି ତାହାକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କ୍ରାଇମବ୍ରାଞ୍ଚ, ରାଜ୍ୟ ମହିଳା କମିଶନ, ରାଜ୍ୟ ସରକାର

କନ୍ଧମାଳ ଦଙ୍ଗା ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟର ଜବାବ ତଲବ

October 20, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ଉଚ୍ଚହାରରେ ଅଭିଯୁକ୍ତ ଛାଡ ପାଉଥିବାରୁ ଏହା ବିରୋଧରେ ଆଗତ ଏକ ଜନସ୍ୱାର୍ଥମାମଲାରେ ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ତଲବ କରିଛନ୍ତି ।

ଜନସ୍ୱାର୍ଥମାମଲାରେ ଆବେଦନକାରୀ ଦର୍ଶାଇଥିଲେ ଯେ କନ୍ଧମାଳ ଦଙ୍ଗା ଘଟଣାରେ ଦାୟର ୧୮୫ଟି ଅପରାଧ ମାମଲାରୁ ୯ ଡିସେମ୍ବର ୨୦୧୧ ସୁଦ୍ଧା ୧୨୧ଟି ମାମଲାରେ ଅଭିଯୁକ୍ତମାନେ ଛାଡ ପାଇଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ ପ୍ରମାଣ ଯୋଗାଡରେ ବିଫଳତା, ପ୍ରତ୍ୟକ୍ଷଦର୍ଶୀ ବୟାନ ବଦଳାଇବା ଭଳି କାରଣରୁ ଏଭଳି ଘଟୁଛି ଏବଂ ଏତେ ସଂଖ୍ୟକ ଅଭିଯୁକ୍ତ ପ୍ରମାଣ ଅଭାବରୁ ଛାଡ ପାଇଯିବା ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଥିବା ଆବେଦନକାରୀ ଅଭିଯୋଗ କରିଥିଲେ ।

ତେବେ କୋର୍ଟ ଏହିସବୁ ଅଭିଯୋଗ ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ନିକଟରୁ ପ୍ରତିକ୍ରୀୟା ମିଳିପାରିନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ ଦଙ୍ଗା, ରାଜ୍ୟ ସରକାର, ସୁପ୍ରିମକୋର୍ଟ

ରାଜ୍ୟ ସରକାର କର୍ମଚାରୀଙ୍କୁ ୭% ମହଙ୍ଗାଭତା

October 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୩ (ଓଡିଶା ଡଟ୍ କମ୍) – ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କ ପାଇଁ ଆଉ ୭ପ୍ରତିଶତ ମହଙ୍ଗାଭତା ଘୋଷଣା କରିଛନ୍ତି ।

ଏବେ ସରକାରୀ କର୍ମଚାରୀମାନେ ୬୫ ପ୍ରତିଶତ ମହଙ୍ଗା ଭତା ପାଉଛନ୍ତି । ନୂଆ ହାର ଘୋଷଣା ପରେ ମୋଟ ମହଙ୍ଗାଭତା ପରିମାଣ ୭୨%କୁ ବୃଦ୍ଧି ପାଇବ ।

ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହା ଚଳିତ ବର୍ଷ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗାଭତା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ଏ ବାବଦରେ ରାଜକୋଷରୁ ଅତିରିକ୍ତ ପ୍ରାୟ ୪୦୯ କୋଟି ଟଙ୍କା ଖର୍ଚ୍ଚ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମହଙ୍ଗାଭତା ବୃଦ୍ଧି, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ