• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଶେଷ ଖବର

କୁମ୍ଭୀର ମିଳନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ଭିତରକନିକା ବନ୍ଦ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କେନ୍ଦ୍ରାପଡା, ମଇ ୧ (ଓଡିଶା ଡଟ କମ) କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଲୁଣି ପାଣି କୁମ୍ଭୀର ମାନଙ୍କର ମିଳନ ଏବଂ ଅଣ୍ଡା ଦେବା ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ଉପରେ ସ୍ଥାନୀୟ ବନ ବିଭାଗ ଶୁକ୍ରବାର ଠାରୁ କଟକଣା ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

Bhtarkanika-Crocodleପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଯୋଗୁଁ କୁମ୍ଭୀରମାନଙ୍କ ମିଳନ ଏବଂ ଅଣ୍ଡା ଦେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରି ଏହି ବାରଣ କରାଯାଇଥିବା ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ସମୟରେ ବାଧା ଉପୁଜିଲେ ସେମାନେ ଭୟଙ୍କର ହୋଇ ପଡିବା ସହ ସମୟ ସମୟରେ ପରସ୍ପରକୁ ଆକ୍ରମଣ କରନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ କର୍ମଚାରୀମାନେ ଏହି ଲୁଣି ପାଣି କୁମ୍ଭୀରମାନଙ୍କ ମିଳନ ସ୍ଥଳୀ ପାଇଁ ଭିତରକନିକା ନଦୀ ଯୋଜନାରେ ବିଭିନ୍ନ ସ୍ଥାନ ଚିହ୍ନିତ କରିଛନ୍ତି ।

ବର୍ତ୍ତମାନ ଭିତରକନିକାରେ ପ୍ରାୟ ୧୬୦୦ ବଉଳା କୁମ୍ଭୀର ଥିବା କୁହା ଯାଉଛି । କିଛି ବର୍ଷ ତଳେ ଏହି ଉଦ୍ୟାନରେ ୨୩ ଫୁଟ ଲମ୍ବ ବିଶିଷ୍ଟ ପୃଥିବୀର ଦୀର୍ଘତମ କୁମ୍ଭୀର ଥିବାରୁ ଗିନୀଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତି ବର୍ଷ କୁମ୍ଭୀରଙ୍କ ପ୍ରଜଜନ ଓ ଅଣ୍ଡାଦାନ ତିନିମାସ ସମୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥାଏ ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ, ପର୍ଯଟନ, ବିଶେଷ ଖବର Tagged With: କୁମ୍ଭୀର, ତିନି ମାସ, ବନ୍ଦ, ଭିତରକନିକା, ମିଳନ

ତଥ୍ୟ ନ ଦେବାରୁ ନାଲକୋକୁ ସୂଚନା କମିଶନଙ୍କ ଭର୍ତ୍ସନା

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) ବିଭିନ୍ନ ଆଳ ଦେଖାଇ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବାକୁ ମନା କରିବାରୁ ଜାତୀୟ ସୂଚନା କମିଶନ ଭୂବନେଶ୍ଵରରେ ଥିବା ନେସନଲ ଆଲୁମିନିଅମ  କମ୍ପାନୀ ବା (ନାଲକୋ) କତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଛନ୍ତି ।

କମ୍ପାନୀର ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁର୍ନୀତି ସମ୍ପର୍କିତ କେତେ ମାମଲା ରୁଜୁ ହୋଇଛି ତାହା ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ନାଲକୋର ମୁଖ୍ୟ ଭିଜିଲେନସ ଅଫିସରଙ୍କୁ ସୂଚନା ଅଧିକାର ଆଇନ ବଳରେ ତିନି ଅକ୍ଟୋବର ୨୦୧୩ରେ ତଥ୍ୟ ମାଗିଥିଲେ ।

ନାଲକୋର ସମ୍ପୃକ୍ତ ଅଧିକାରୀ ଏହି ତଥ୍ୟ ଦେବାପାଇଁ ମନା କରିଦେଇଥିଲେ । ସେ ଦର୍ଶାଇଥିଲେ ଯେ ଏଭଳି କୌଣସି ରେକର୍ଡ ରଖା ଯାଉ ନାହିଁ । ଏଭଳି ତଥ୍ୟ ସଂଗ୍ରହ ପାଇଁ କମ୍ପାନୀକୁ ନିଜର ଆଭ୍ୟନ୍ତରୀଣ ସମ୍ବଳର ବିନିଯୋଗ କରିବାକୁ ପଡିବ ବୋଲି ସେ ନିଜ ଉତ୍ତରରେ କହିଥିଲେ ।

ଅଖଣ୍ଡ ଏହା ବିରୁଦ୍ଧରେ ପୁନଃ ଆବେଦନ କରି ନିରାଶ ହେବା ପରେ ସୂଚନା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । ସୂଚନା କମିଶନ ନାଲକୋ ରଖୁଥିବା ରେକର୍ଡ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ମୁଖ୍ୟ ଭିଜିଲେନସ ଅଫିସର ଜଣାଇଥିଲେ ଯେ ଏକ ରେଜିଷ୍ଟାରରେ କ୍ରମାନ୍ଵୟ ଭାବେ ଅଭିଯୋଗ ଗୁଡିକ ଲିପିବଦ୍ଧ କରାଯାଉଛି ଓ ଅଭିଯୋଗର ସାରାଂଶ ଲେଖା ଯାଉଛି ।

ଏହାର ଉତ୍ତରରେ କମିଶନ ପଚାରିଥିଲେ ଯେ ପ୍ରତିମାସ ଏଭଳି କେତେ ଅଭିଯୋଗ ଲିପିବଦ୍ଧ କରାଯାଉଛି । ଅଧିକାରୀ ଏହାର ଉତ୍ତରରେ ଅଭିଯୋଗର ସଂଖ୍ୟା ଆଠ ରୁ ଦଶ ବୋଲି କହିଥିଲେ ।

ସୂଚନା ଅଧିକାର ଆଇନର ଧାରା ୭ (୯) ଏହି କ୍ଷେତ୍ରରେ ଲାଗୁ ହେଉନାହିଁ ଦର୍ଶାଇ କମିଶନ ମାମଲାର ବିଚାର କରି ନାଲକୋର ସମ୍ପୃକ୍ତ କତ୍ତୃପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ମଗା ଯାଇଥିବା ତଥ୍ୟ ଶ୍ରୀ ଅଖଣ୍ଡଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ, ବିଶେଷ ଖବର Tagged With: ଅଖଣ୍ଡ, ଦୁର୍ନୀତି, ନାଲକୋ

କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅର୍ଥକୁ ନେଇ ଅନିଶ୍ଚିତତା

April 27, 2015 by News Bureau Leave a Comment

ବିଶେଷ ସଂବାଦଦାତା

ଭୁବନେଶ୍ଵର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଓଡିଶାକୁ ଦେଉଥିବା ଅର୍ଥର ପରିମାଣ ଉପରେ କୌଣସି ସ୍ପଷ୍ଟ ଚିତ୍ର ଏ ପର୍ଯ୍ୟନ୍ତ ଦେଇନଥିବାରୁ ଏହାକୁ ନେଇ ପ୍ରଶାସନିକ ମହଲରେ ରାଜ୍ୟରେ ଅନିଶ୍ଚିତତା ସ୍ତୃଷ୍ଟି ହୋଇଛି ।

କେନ୍ଦ୍ର ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆଠୋଟି କେନ୍ଦ୍ରୀୟ ଯୋଜନାକୁ ବନ୍ଦ କରି ତା ପାଇଁ ଆଉ ଅର୍ଥ ଦେବେ ନାହିଁ ବୋଲି କହିଥିବା ବେଳେ, ପ୍ରାୟ ୨୪ ଟି ଅନ୍ୟ କେନ୍ଦ୍ରୀୟ ଯୋଜନାର ଅର୍ଥ ଆବଣ୍ଟନ ପ୍ରକ୍ରିୟାରେ ପରିବର୍ତନ କରିବାର ସୂଚନା ଦେଇଛନ୍ତି ।

ଯେଉଁ ଆଠୋଟି ଯୋଜନା ପାଇଁ ସରକାର ଅର୍ଥ ଦେବେ ନାହିଁ ସେଗୁଡିକ ମଧ୍ୟରେ ରହିଛି ପଛୁଆ ଅଞ୍ଚଳ ବିକାଶ ଅନୁଦାନ, ଜାତୀୟ ଇ-ଗଭରନେସ ଯୋଜନା, ପୁଲିସ ଫୋର୍ସ ଆଧୂନିକୀକରଣ ଯୋଜନା, ରାଜୀବ ଗାନ୍ଧୀ ପଞ୍ଚାଯତ ସଶକ୍ତିକରଣ ଯୋଜନା, ରାଜ୍ୟରେ ରପ୍ତାନି ଭିତ୍ତିଭୂମି ବିକାଶ ପାଇଁ ଅନୁଦାନ ଯୋଜନା, ଛଅ ହଜାର ମଡେଲ ସ୍କୁଲ ସ୍ଥାପନ ଯୋଜନା ଓ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଯୋଜନା ।

କେନ୍ଦ୍ର ସରକାର ଆଉ ଅର୍ଥ ଦେବେ ନାହିଁ ସୂଚନା ଦେବା ପରେ ଏହି ଯୋଜନା ରାଜ୍ୟ ସରକାର ନିଜ ଅର୍ଥରେ ଚାଲୁ ରଖିବେ କି ବନ୍ଦ କରିବେ ସେ ନେଇ ଅନିଶ୍ଚିତତାର ବାତାବରଣ ସ୍ତୃଷ୍ଟି ହୋଇଛି ।

୨୪ ଟି ଅନ୍ୟ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ତାଙ୍କର ଅନୁଦାନର ପରିମାଣ କମାଉଥିବାରୁ ରାଜ୍ୟ ସରକାର ସେଇ ଯୋଜନା ଗୁଡିକ କିଭଳି ଚଳାଇବେ ସେ ନେଇ ସଂଶୟ ସ୍ତୃଷ୍ଟି ହୋଇଛି ।

କେନ୍ଦ୍ର ସରକାର ଯୋଜନା ଆୟୋଗ କୁ ପରିବର୍ତନ କରି ନୀତି ଆୟୋଗ ଗଠନ କରିଥିବା ବେଳେ ରାଜ୍ୟ ମାନଙ୍କୁ ବିଭିନ୍ନ ଟିକସ ବାବଦରେ ଅଧିକ ଅର୍ଥ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିଜର ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର ଏହା ଦ୍ଵାରା ଅଧିକ ଅର୍ଥ ଖର୍ଚ କରି ପାରିବେ ।

ତେବେ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ସମସ୍ତ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ରାଜ୍ୟର ପ୍ରଶାସନିକ ମହଲରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସଂଶୟ ସ୍ତୃଷ୍ଟି ହୋଇଛି ।

ଗ୍ରାମ ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବ ଅନୁଯାୟୀ ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାରେ ରାଜ୍ୟକୁ କେନ୍ଦ୍ର ସରକାର ପଚାଶ ଭାଗ ଅନୁଦାନ ଦେଇଥାଏ । ପ୍ରତିବର୍ଷ କେନ୍ଦ୍ର ସରକାର ଠାରୁ ରାଜ୍ୟ ପ୍ରାୟ ୨୫୦ କୋଟି ଟଙ୍କା ଏହି ଯୋଜନା ବାବଦରେ ପାଉଥିବା ବେଳେ, ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟକୁ ମାତ୍ର ୧୦୦ କୋଟି ଟଙ୍କା ମିଳିବ ବୋଲି ଆଶଙ୍କା କରାଯାଉଛି ।

ଏହି ଯୋଜନାରେ ରାଜ୍ୟ ସରକାର ନଳକୂପ ମରାମତି, ନୂଆ ନଳ କୂପ ଖନନ, ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣ ଆଦିର ବ୍ୟବସ୍ଥା କରିଥାନ୍ତି । ଚଳିତ ବର୍ଷ ପ୍ରାୟ ୩୩,୦୦୦ ନଳ କୂପ ମରାମତି ଆଦିକାମ ଜାରି ରହିଥିବା ବେଳେ ଯଦି କେନ୍ଦ୍ରସରକାର ସମ୍ପୂର୍ଣ ଅନୁଦାନ ପ୍ରଦାନ ନ କରନ୍ତି ରାଜ୍ୟକୁ ନିଜ ଯୋଜନା ଅର୍ଥରୁ ଖର୍ଛ କରିବାକୁ ପଡିବ ।

ଓଡିଶାରେ ରାଜ୍ୟର ବଜେଟ କେନ୍ଦ୍ରୀୟ ବଜେଟ ପୂର୍ବରୁ ଆଗତ ହେଉଥିବା ବେଳେ, ସରକାରଙ୍କ ପାଇଁ ଏହା ଆହୁରି ଅସୁବିଧା ସ୍ତୃଷ୍ଟି କରିଛି । ତେବେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ସମ୍ପର୍କିତ ନିର୍ଦେଶକୁ ଅପେକ୍ଷା ନକରି ଏହି ଯୋଜନା ଚାଲୁରଖିବା ସହ ଅର୍ଥ ବିଭାଗକୁ ଦୁଇଶହ କୋଟି ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ରାଜନୀତି Tagged With: ଓଡିଶା, କେନ୍ଦ୍ରୀୟ ଯୋଜନା, ଗ୍ରାମ୍ୟ ଉନ୍ନୟନ, ରାଜ୍ୟ

ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆ ଯାଉ -ଆରଏସ୍ଏସ୍

March 21, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,୧୯ ମାର୍ଚ (ଓଡିଶା ଡଟ କମ ) ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆଯିବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା (ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସମିତି) ପ୍ରସ୍ତାବ ଗ୍ରହଣ କରିଛି ।

rastriya କୌଣସି ବିଦେଶୀ ଭାଷାକୁ ଗୋଟିଏ ବିଷୟ ଭାବରେ ପଢାଯାଇପାରେ । ଏସମ୍ଭନ୍ଧରେ ଆମେ ପ୍ରସ୍ତାବ ରଖୁଛୁ ଯେ, ଓଡିଶାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଓଡିଆରେ / ମାତୃଭାଷାରେ ଦିଆଯିବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବ ଓଡିଶାର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଦାବି କରିଛନ୍ତି ।

ମହାନ୍ତି କହିଛନ୍ତି ଯେ,ମିଳିତ ଜାତିସଂଘ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଛନ୍ତି । ତେଣୁ ସଂଘ ନିଷ୍ପତ୍ତି ନେଇଛି ଯେ ଆସନ୍ତା ଜୁନ ମାସରେ ଏହି ଅବସରରେ ପ୍ରତ୍ୟେକ ଶାଖାରେ ଜୁନ୍ ୧୫ରୁ ୨୧ ତାରିଖ ପDSCN0451ର୍ଯନ୍ତ ସାତ ଦିନ ଯାଏଁ ଯୋଗାଭ୍ୟାସ କରାଯିବ ଓ ଯୋଗ ସମ୍ଭନ୍ଧରେ ବାଖ୍ୟାନ କରାଯିବ । ସରକାର ତଥା ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ହେଉଥିବା ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସଂଘ ସଂପୂର୍ଣ୍ଣରୂପେ ସହଯୋଗ କରିବ ।

ଦେଶରେ ସମସ୍ତ ଗ୍ରାମ ମାନଙ୍କରେ ଥିବା ମନ୍ଦିର, ଜଳାଶୟ ଏବଂ ଶ୍ମଶାନ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବା ଦରକାର । ଏହା ସାମାଜିକ ସମରସତାରେ ସାହାଯ୍ୟ କରିବ । ଏହି ପୂଣ୍ୟ କାର୍ଯ୍ୟରେ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ । ସଂଘ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ।

ଏବେ ଇଂଟରନେଟ୍ ମାଧ୍ୟମରେ ଜଏନ୍ ଆରଏସ୍ଏସ୍ କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ପ୍ରତିଦିନ ହାରାହାରି ୩,୦୦୦ ବ୍ୟକ୍ତି ସଂଘରେ ଯୋଗଦାନ କରୁଛନ୍ତି । ଓଡିଶାରେ ଏହି ସଂଖ୍ୟା ହେଲା ୧୦ ।

ମହାନ୍ତି କହିଛନ୍ତି ଯେ, ପ୍ରତିନିଧି ସଭା ବୈଠକରେ ସଂଘ ତରଫରୁ ଦେଶରେ ଚାଲୁଥିବା ବିଭିନ୍ନ ସେବାକାର୍ଯ୍ୟର ବିବରଣୀ ଦିଆଯାଇ ଥିଲା । ସେଗୁଡିକ ହେଲା ୮୧,୨୭୮ ଶିକ୍ଷାକେନ୍ଦ୍ର (ଓଡିଶାରେ ୧୭୯), ୨୨,୭୪୧ ସ୍ୱାସ୍ଥ୍ୟକେନ୍ଦ୍ର (ଓଡିଶାରେ ୨୬୮), ୨୬,୩୮୮ ସାମାଜିକ ସଂସ୍କାର କେନ୍ଦ୍ର (ଓଡିଶାରେ ୩୧୮), ଏବଂ ୨୧,୯୮୧ ସ୍ୱାବଲମ୍ବନ କେନ୍ଦ୍ର (ଓଡିଶାରେ ୨୪୯) । ଏହିଭଳି ଭାବେ ଦେଶରେ ମୋଟ ୧,୫୨,୩୮୮ ସେବାକେନ୍ଦ୍ର ଓ ଓଡିଶାରେ ୧,୦୧୪ଟି ସେବାକେନ୍ଦ୍ର ଚାଲୁଅଛି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା (ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସମିତି)ର ବୈଠକ ନାଗପୁର ଠାରେ ମାର୍ଚ୍ଚ ୧୩,୧୪ ଓ ୧୫ ତାରିଖ ତିନି ଦିନ ଧରି ଚାଲିଥିଲା । ଏହାକୁ ସରସଂଘଚାଳକ ଶ୍ରୀଯୁକ୍ତ ମୋହନରାଓ ଭାଗବତ୍ ଉଦ୍ଘାଟନ କରିଥିଲେ ।

ପ୍ରଥମେ ସମାଜରେ ବିଭିନ୍ନ ସ୍ତରରେ କାର୍ଯ୍ୟକରିଥିବା ଦିବଙ୍ଗତ ନେତୃସ୍ଥାନୀୟ ବ୍ୟକ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆତଙ୍କବାଦୀମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣ ଜନତା ଓ ସୁରକ୍ଷା କର୍ମଚାରୀମାନଙ୍କ ପରଲୋକଗତ ଆତ୍ମାପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାପରେ ସରକାର୍ଯ୍ୟବାହ ଶ୍ରୀଯୁକ୍ତ ସୁରେଶ ଭାୟାଜୀ ଯୋଶୀ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର, ମୁଖ୍ୟ ଖବର, ଶିକ୍ଷା Tagged With: ମାତୃଭାଷା, ମିଳିତ ଜାତିସଂଘ, ଯୋଗାଭ୍ୟାସ, ରାଷ୍ଟ୍ରୀୟ ସ୍ୱୟଂସେବକ

୨୦୧୭ ସୁଦ୍ଧା ଭୂମିହୀନ ଆଦିବାସୀ ପରିବାରକୁ ଜମି

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍)ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୩,୦୯୦ ଭୂମିହୀନ ଆଦିବାସୀ ପରିବାରକୁ ୧୪୬୫ ଏକର ଗୃହପଯୋଗୀ ଜମି ଯୋଗାଇ ଦିଆଯାଇଛି ।
ରାଜ୍ୟର ଆଦିବାସୀ ଉପଯୋଜନା ଅଂଚଳର ସମସ୍ତ ୧୯,୦୧୬ ଟି ଗାଁର ଭୂମିହୀନ ଆଦିବାସୀ ପରିବାରକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବାସପଯୋଗୀ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ଦ୍ୱାରା୨୦୧୬-୧୭ ମଧ୍ୟରେ ଟି ଏସ ପି ଅଞ୍ଚଳର କୌଣସି ଆଦିବାସୀ ପରିବାର ଭୂମିହୀନ ରହିବେ ନାହିଁ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ଆଦିବାସୀ ପୁଅ ଝିଅଙ୍କ ଶିକ୍ଷାର ସୁବିଧା ପାଇଁ ୨୦୦୦ଟି ୧୦୦ସିଟ ବିଶିଷ୍ଟ ହଷ୍ଟେଲ ନିର୍ମାଣ କରାଯାଇଛି ଏବଂ ଆଉ ୧୪୦୦ଟି ହଷ୍ଟେଲ ନିର୍ମାଣାଧୀନ ରହିଛି ।

ସେହିପରି ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୩,୧୭,୩୪୬ ବ୍ୟକ୍ତି ବିଶେଷଙ୍କୁ ଏବଂ ୯୪୮ ଗୋଷ୍ଟୀ ବିଶେଷଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ଦିଆଯାଇଛି ।

ରାଜ୍ୟର ୬ଟି ଜିଲ୍ଲା – କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସୁନ୍ଦରଗଡ ଓ ମୟୁରଭଞ୍ଜ ରେ ୬ଟି ନୁଆ ବିଇଡି କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ବର୍ତମାନ ସୁଦ୍ଧା ୨୨୭ଟି ବ୍ଲକରେ ଆଇନ ସହାୟକ ନିଯୁକ୍ତି ଦିଆଯାଇଛି ଏବଂ ପ୍ରତ୍ୟେକ ଆଦିବାସୀ ଉପଯୋଜନା ବ୍ଲକରେ ୨ଟି ଲେଖାଏଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ମୋବାଇଲ ହେଲ୍ଥ ଇଉନିଟ କାର୍ଯ୍ୟ କରାଯାଇଛି ।

ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରୀକା, ସଦସ୍ୟ ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ବିଶେଷ ଖବର Tagged With: ଭୂମିହୀନ ଆଦିବାସୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସଚିବାଳୟ

ସମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ କିସ୍ ର ୪ ବାଳିକା

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ସମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ କିସ୍ ର ୪ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି । ଏଥିରେ ମନୋନୀତ ହୋଇ ସାମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ ସେମାନେ ସ୍ଥାନ ପାଇବା ପରେ ଏସିଆନ୍ ମହିଳା ରଗ୍ବୀ ଟୁର୍ଣ୍ଣାମେଣ୍ଟ ଖେଳିବେ ।

ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଖେଳାଳି ମାନଙ୍କ ମଧ୍ୟରେ ଭାଗ୍ୟଲକ୍ଷ୍ମୀ ବାରିକ, ସୀତାମଣି ହେମ୍ବ୍ରମ୍, ସଞ୍ଜୁକ୍ତା ମୁଣ୍ଡା ଏବଂ ମୀରାରାଣୀ ହେମ୍ବ୍ରମ୍ । ସେଥିମଧ୍ୟରୁ ଭାଗ୍ୟଲକ୍ଷ୍ମୀ ବାରିକ ୨୦୧୦ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ମହିଳା ରଗ୍ବୀ ଦଳରେ ସ୍ଥାନ ପାଇ ରାଜ୍ୟର ଗୌରବ ବୃଦ୍ଧି କରିଥିଲେ ।

ଏହି ଖେଳାଳିମାନେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପୁନେର ବାଲ୍ୱାଡ଼ି ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଚୟନ ଶିବିରରେ ସାମିଲ ହୋଇଛନ୍ତି । ଏସିଆନ୍ ମହିଳା ରଗ୍ବୀ ଟୁର୍ଣ୍ଣାମେଣ୍ଟ ରୁ ମନୋନୀତ ଦଳ ମହିଳା ରଗ୍ବୀ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ବିଶେଷ ଖବର Tagged With: ଏସିଆନ୍ ମହିଳା ରଗ୍ବୀ ଟୁର୍ଣ୍ଣାମେଣ୍ଟ, କିସ୍

କଂଗ୍ରେସର ନବୀନ ହଟାଅ,ଓଡିଶା ବଞ୍ଚାଅ ପାଲଟିଲା ରଣକ୍ଷେତ୍ର

September 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୬ (ଓଡ଼ିଶା ଡ଼ଟ୍ କମ୍)-ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ନବୀନ ହଟାଅ ଓ ବିଜେଡି ହଟାଅ ନେଇ ମହାସମାବେଶର ଆୟୋଜନ କରାଯାଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା ।

ବିଜେଡି ସରକାରଙ୍କ ବିରୋଧରେ ପିପିଲି ଗଣବଳତ୍କାର, ରଣପୁର ଅଙ୍ଗନଓା୍ୱଡି ଶିଶୁ ମୃତ୍ୟୁ ଘଟଣା,ଳିତଙ୍କ ଉପରେ ଅତ୍ୟାଚାର, ଗତବର୍ଷ ମାନବକୃତ ବନ୍ୟା ,କୋଇଲା ଦୁର୍ନୀତି ଅଭିଯୋଗ ଆଣି କଂଗ୍ରେସ ଏହି ଘେରାଉ ସମାବେଶ କରୁଥିବାବେଳେ ମହାତ୍ମା ଗାନ୍ଧୀ ମାର୍ଗ ରଣକ୍ଷେତ୍ର ପାଲଟି ଯାଇଥିଲା । ଏହି ରଣକ୍ଷେତ୍ରରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ ପଡିନଥିଲେ ।

ଏହି ସମାବେଶରେଯୋଗ ହଜାର ହଜାର କର୍ମୀ ଯୋଗେଇଥିଲେ । କଂଗ୍ରେସ କର୍ମୀଙ୍କ ଆଗରେ ପୋଲିସ କର୍ମୀଥିଲେ ନଗଣ୍ୟ । ଏତେ ସଂଖ୍ୟାର ସମାବେଶ ହେବ ବୋଲି ପୋଲିସ ଆକଳନ କରିପାରିନଥିଲା ।

ଦଳୀୟ ନେତାଙ୍କ ଆହ୍ୱାନରେ କଂଗ୍ରେସ କର୍ମୀମାନେ ବ୍ୟାରିକେଟ ତାରବାଡ ଭାଙ୍ଗି ବିଧାନ ସଭାକୁ ଘେରାଉ କରିବାକୁ ଯାଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ବ୍ୟାରିକେଟ ନିକଟରେ ଥିବା ପୋଲିସ ପ୍ରଥମେ ପାଣିମାଡ କରିଥିଲେ ।

ଏହାକୁ ଖାତିର କରିନଥିଲେ କଂଗ୍ରେସ କର୍ମୀ । ଏହାପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରା ଯାଇଥିଲା । ପୋଲିସଙ୍କ ଉପରକୁ କଂଗ୍ରେସ କର୍ମୀମାନେ ଢେଲାମାଡ କରିବାରୁ ପୋଲିସ ଲାଠିମାଡ କରିଥିଲା ବୋଲି ପୋଲିସ କହିଛି । ପ୍ରାୟ ଅଢେଇ ଘଂଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିଲା ।

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଇମ୍ପୋସିସ୍ ଥାନାର ଜଣେ ମହିଳା କନେଷ୍ଟବଳ ଗୁରୁତ୍ୱର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଉ ୧୦ରୁ ଉର୍ଦ୍ଧ କନେଷ୍ଟବଳ ଆହତ ହୋଇଛନ୍ତି ।

ସେହିପରି କଂଗ୍ରେସ ଅଭିଯୋଗ କରିଛି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୦ କର୍ମୀ ଆହତ ହୋଇଛନ୍ତି ।

କମିଶନରେଟ ପୋଲିସ ଧର୍ଯ୍ୟ ଓ ସଫଳତାର ସହିତ କାର୍ଯ୍ୟ ସଂପାନ କରିଛନ୍ତି ,କେବଳ ପାଣିମାଡ ଓ ଲୁହବୁହା ବାସ୍ପ ପ୍ରୟୋଗ ବ୍ୟତୀତ ଲାଠି ମାଡ ହୋଇ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି ।

ସରକାରଙ୍କ ବିରୋଧରେ ଏହା ଏକ ବିଶାଳ ସମାବେଶ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କମିଶନରେଟ ପୁଲିସ ପକ୍ଷରୁ ବିଧାନସଭା ସାମନା ଓ ଧାରଣାସ୍ଥଳରେ ବିକ୍ଷୋଭାକାରୀଙ୍କୁ ରୋକିବା ନିମନ୍ତେ ରାସ୍ତା ଉପରେ ଟାଣୁଆ ବାଉଁଶ ପୋତାଯାିଥିଲା ।

ସରକାରଙ୍କ ବିରୋଧରେ କଂଗ୍ରେସ ଏହାପୂର୍ବରୁ ଯେତେଗୋଟି ସମାବେଶ କରିଥିଲା କେଉଁଥିରେ ସଫଳ ହୋଇ ନ ଥିଲା । ଏଥର କିନ୍ତୁ ଏହି ସମାବେଶକୁ ସଫଳ କରିଛି ବୋଲି କଂଗ୍ରେସ ଦାବୀକରିଛି ।

ସରକାରଙ୍କ ବିରୋଧରେ ବିଧାନସଭା ଘେରାଉ କରି କଂଗ୍ରେସଳ ତାର ସ୍ଥିତି ଜାହିର କରିବା ସହ କର୍ମୀମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି ।

ମହିଳା କଂଗ୍ରେସ, ଛାତ୍ରକଂଗ୍ରେସ, ଯୁବ କଂଗ୍ରେସ ଏବଂ ୩୩ଗୋଟି ସାଙ୍ଗଠନିକ ଜିଲାର ସଭାପତିଙ୍କୁ ସପଳ କରିବା ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟ ଯୋଗୁଁ କଂଗ୍ରେସ ନିରପେକ୍ଷତନ୍ତ ଦାବୀକରିଛି । ସେଥିପାଇଁ ଆସନ୍ତା ୧୦ ତାରିଖରେ ଓଡିଶା ବନ୍ଦ ପାଇଁ ଆହ୍ୱାନ ଦେଇଛି ।

ଆଜି ସକାଳୁ ରସୁଲଗଡ, ଏଜି ଛକ, କଳ୍ପନାଛକ, ଗଙ୍ଗନଗର ଇତ୍ୟାଦି ଛକ ଦେଇ ରାଜ୍ୟର ସବୁ ଅଂଚଳରୁ କଂଗ୍ରେସ କର୍ମୀମାନେ ଶୋଭା ଯାତ୍ରାରେ ଆସି ଲୋୟର ପିଏମ୍ଜି ଠାରେ ପହଂଚିବାପରେ ୧୨ଟା ବେଳେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ସମାବେଶରେ ଦଳର ରାଜ୍ୟ ପ୍ରଭାରୀ ଜଗୀଶ ଟାଇଟଲର, ବରିଷ୍ଠ ନେତା ଜୟଦେବ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଶରତ ପଟ୍ଟନାୟକ, ସୌମ୍ୟ ରଂଜନ ପଟ୍ଟନାୟକ, ଚିରଜିଂବୀ ବିଶ୍ୱାଳ, ମହିଳା କଂଗ୍ରେସ ନେତୀ ବିଜୟ ଲକ୍ଷମୀ ସାହୁ ସମେତ ବହୁ ବରିଷ୍ଠ ନେତା ଓ ଛାତ୍ର ଏବଂ ଯୁବ କଂଗ୍ରେସ ନେତାମାନେ ବକ୍ତବ୍ୟ ରଖି ନବୀନ ସରକାର ହଟାଇ ଏକ ସ୍ୱଚ୍ଛ ସରକାର ପ୍ରତିଷ୍ଠାପାଇଁ ଆହ୍ୱାନ ଦେଇଥିଲେ ।

୨୦୧୪ ହେବ ପରିବର୍ତନର ବର୍ଷ । ଗତ ୧୨ବର୍ଷ ହେବ ରାଜ୍ୟରେ ଗୋଟିଏ ସ୍ଥାଣୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ରାଜ୍ୟରେ ଚାଲିଛି । ବିଜେଡି ସରକାରଙ୍କୁ ଲୋକପାଳ, ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଭର୍ତ୍ସନା କରିଥିଲେ ମଧ୍ୟ ଏହି ସରକାରଙ୍କ ଉପରେ ତାର କୌଣସି ପ୍ରଭାବ ପଡୁନାହିଁ ।

ବିଜେଡି ସରକାର ପାଣି, ଖଣି, ଡାଲି, ଏମନରେଗା, ବିପିଏଲ ଚାଉଳ, ଇନ୍ଦିରାଆବାସ ଓ କୋଇଲା ଭଳି ଅନେକ ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି । କେନ୍ଦ୍ର ସରକାର ଦେଉଥିବା ଅନୁାନ ଠିକଣା ଭାବେ ଖର୍ଚ୍ଚ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ରାଜ୍ୟ ପ୍ରଶାସନ ଦୁର୍ନୀତି, ପ୍ରଶାସନିକ ଅପାରଗତା, ଭ୍ରଷ୍ଟାଚାର ଆଦି କ୍ଷେତ୍ରରେ ଉବୁଟୁବୁ ହେଉଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ।

ବିଧାନ ସଭା ଭିତରେ ମଧ୍ୟ ଏହିଘଟଣାକୁ ନେଇ ସରଗରମ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗୃହମଧ୍ୟରେ ହୋହାଲ୍ଲା କରିବା ସହିତ ବାଚସ୍ପତିଙ୍କ ପୋଡୟମ ଉପରକୁ ଚଢି ଯାଇଥିଲେ । ବାଚସ୍ପତି ବାଧ୍ୟହୋଇ ଆସନ୍ତା କାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

admin
admin

Filed Under: ଓଡିଶା ଖବର, ବିଶେଷ ଖବର, ମୁଖ୍ୟ ଖବର Tagged With: କଂଗ୍ରେସ କର୍ମୀ, କମିଶନରେଟ ପୋଲିସ, ଗଣମାଧ୍ୟମ, ମହାତ୍ମା ଗାନ୍ଧୀ

ଚାଳକବିହୀନ ଲକ୍ଷ୍ୟର ବ୍ୟବହାରିକ ପରୀକ୍ଷଣ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ଆଜି ମଧ୍ୟାହ୍ନ ୧୨ଘ.୧୫ ମି.ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇ.ଟି.ଆର) ଲଞ୍ଚ ପ୍ୟାଡ୍ରୁ ଚାଳକ ବିହୀନ ଲକ୍ଷ୍ୟ ପରୀକ୍ଷଣ ହୋଇ ଯାଇଛି ।

ପୂବରୁ ପ୍ରତିରକ୍ଷା ବିଭାଗ ଓ ସେନାବାହିନୀ ପକ୍ଷରୁ ବହୁବାର ଏହାର ପରୀକ୍ଷଣ କରାଯାଇଛି । ଗୁରୁବାରଦିନ ଏହି ପରୀକ୍ଷଣ ସମୟରେ ସେନା ବିଭାଗର ବହୁ ବରିଷ୍ଠ ଅଧିକାରୀ ସମେତ ଡିଆରଡିଓର କେତେକ ବୈଜ୍ଞାନିକ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ବିଶେଷ ଖବର Tagged With: ଡିଆରଡିଓ, ଲକ୍ଷ୍ୟର ପରୀକ୍ଷଣ

ବ୍ୟାଙ୍କ ଧର୍ମଘଟ, ୧୨ ହଜାର କୋଟି ଟଙ୍କା କାରବାର ବାଧା ପ୍ରାପ୍ତ

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ବ୍ୟାଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ସଂସ୍କାର ପ୍ରସ୍ତାବ ଆଣିଛନ୍ତି ତାହାକୁ ବିରୋଧକରି ଭାରତୀୟ ବ୍ୟାଙ୍କ ୟୁନିୟନର ମହାସଂଘର ନିସ୍ପତି କ୍ରମେ ଓଡ଼ିଶାରେ ଏହାର ୧୦ହଜାର କର୍ମଚାରୀ ଆଜି ଠାରୁ ଦୁଇିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି ।

ବିଭିନ୍ନ ଆଞ୍ଚଳିକ ବ୍ୟାଙ୍କ ଓ କୋ-ଅପରେଟିଭ ବ୍ୟାଙ୍କ ଏଥିରେ ଭାଗ ନେଇଛନ୍ତି । ପ୍ରମୁଖ ବ୍ୟାଙ୍କର କାରବାର ବନ୍ଦ ହୋଇଥିବାରୁ ଓଡିଶାରେ ୧୨ ହଜାର କୋଟି ଚଙ୍କାର କାରବାର ବାଧା ପ୍ରାପ୍ତ ହୋଇଛି ।

ସମଗ୍ର ରାଜ୍ୟରେ ବ୍ୟାଙ୍କ ସେବା ଏକ ପ୍ରକାର ଅଚଳ ହୋଇ ଯାଇଛି । ୯ଟି ବ୍ୟାଙ୍କ ୟୁନିୟନକୁ ନେଇ ଗଠିତ ମିଳିତ ବ୍ୟାଙ୍କ ୟୁନିୟନ ସାମ୍ମୁଖ୍ୟ ଓ ଅଫିସର୍ସ ୟୁନିୟନ ଏଥିରେ ସାମିଲ ହୋଇଛନ୍ତି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।

ଏକପାଖିଆ ଖଣ୍ଡେଲଫ୍ୱାଲ କମିଟି ରିପୋର୍ଟକୁ କାଯ୍ୟ କରିବା ଓ ବ୍ୟାଙ୍କ ସଂସ୍କାର ନାମରେ ବିଭିନ୍ନ ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବାକୁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ବିରୋଧ କରୁଛନ୍ତି ।

ଦେଶର ୨୪ଟି ପବ୍ଲିକ ସେକ୍ଟର ବ୍ୟାଙ୍କ,୧୨ଟି ଘରୋଇ ବ୍ୟାଙ୍କ ଓ ୬ଟି ବିଦେଶୀ ବ୍ୟାଙ୍କ ଏଥିରେ ଭାଗନେଇଥିବା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ସିଏଚ୍ ଭେଙ୍କଟ ବୋଲମ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ବିଶେଷ ଖବର, ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ବ୍ୟାଙ୍କ ଧର୍ମଘଟ, ରାଷ୍ଟ୍ରାୟତ ବ୍ୟାଙ୍କ

ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ବିଡ଼ି ଶ୍ରମିକ

January 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସୋର, ଜାନୁୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ସୋର ପୌର ପରିଷର ଅନ୍ତର୍ଗତ କେତେକ ଗ୍ରାମର ବିଡ଼ି ଶ୍ରମିକମାନେ ସରକାରଙ୍କ ଦ୍ୱାରାକାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି ।

ପାରମହଲା, ପଠାଣମହଲା, କାଶୀପୁର, ଖପରାନାଳ, ଛତ୍ରପୁର, କାଜିମହଲା, ହାଡ଼ିମହଲା, ଇଟୁଆ
ପ୍ରଭୃତି ଗ୍ରାମରେ ପ୍ରାୟ ପଂଚ ଶହରୁ ଉଦ୍ଧ୍ୱର୍ ଲୋକ ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ।

ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାର
ସୁଫଳ ସେମାନଙ୍କ ନିକଟରେ ପହଂଚିପାରୁ ନାହିଁ । ଫଳରେ ଶ୍ରମିକମାନେ ବିଭିନ୍ନ ସମସ୍ୟା ମଧ୍ୟରେ
ଜୀବନ ବିତାଉଛନ୍ତି ।

ଏକ ହଜାର ବିଡ଼ି ପ୍ରସ୍ତୁତ କଲେ ଏମାନେ ପାରିଶ୍ରମିକ ବାବଦକୁ ମାତ୍ର ତିରିଶ ଟଙ୍କା ପାଇଥାନ୍ତି । ଜଣେ ଶ୍ରମିକ ଗୋଟିଏଦିନରେ ସର୍ବାଧିକ ଏକ ହଜାର ବିଡ଼ିରୁ ଅଧିକ ତିଆରି କରିପାରନ୍ତି ନାହିଁ ।

ତେଣୁ ଜଣେ ଶ୍ରମିକଦିନସାରା ମାତ୍ର ତିରିଶ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଥାଏ । କାରଣ ପ୍ରଥମେ କେନ୍ଦୁପତ୍ରକୁ ବିଡ଼ି ଆକାରରେ କାଟିବା ପରେ ସେଥିରେ ତମାଖୁ ଦେଇ ମୋଡ଼ି ସୂତାରେ ବାନ୍ଧି ବଣ୍ଡଲ କରାଯାଏ ।

ପ୍ରତି ବଣ୍ଡଲରେ ୨୫ଟି ବିଡ଼ି ରହିଥାଏ । ତମାଖୁରେ କାମ କରୁଥିବାରୁ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ତାହା କ୍ଷତିକାରକ ହୋଇଥିବାରୁ ସେମାନଙ୍କୁ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇବାର ନିୟମ ରହିଛି । ତେବେ ଏହି ଶ୍ରମିକମାନେ ସ୍ୱାସ୍ଥ୍ୟସେବା ପାଇବାରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି କାର୍ଡ଼ ।

୧୯୯୮ରେ ବିଡ଼ି ଶ୍ରମିକ ମାନଙ୍କୁ ଚିହ୍ନଟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲେବର
ୱେଲଫୟାର ଅର୍ଗାନାଇଜେସନ, ଭୁବନେଶ୍ୱର ରିଜନ, ଓଡ଼ିଶା ଦ୍ୱାରାିଆଯାଇଥିବା ପରିଚୟପତ୍ର ନବୀକରଣ କରାଯାଇନାହିଁ କିମ୍ବା ନୂତନ କାର୍ଡ଼ ପ୍ରଦାନ କରାଯାଇନାହିଁ ।

ତେଣୁ ନୂଆ ଏବଂ ପୁରୁଣା କାର୍ଡ଼ଧାରୀ ଉଭୟେ ଏହି ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି । କାର୍ଡ଼ ନବୀକରଣ ଏବଂ ନୂଆକାର୍ଡ଼ କରାଇ ଦେବାର ପ୍ରତିଶୃତି ଦେଇ ବିଭିନ୍ନ ଲୋକ ଶ୍ରମିକ ମାନଙ୍କ ଠାରୁ ଜଣ ପିଛା ୨୫୦ରୁ ୩୦୦ଟଙ୍କା ନେଇଯିବା ପରେ ସେମାନଙ୍କର ଦେଖା ମିଳିନଥାଏ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

ବୁଡ଼ିଗଲା ଲୋକ କୁଟାଖିଅକୁ ଭରଷା କଲାଭଳି ଗରିବ ଶ୍ରମିକ ମାନେ କାର୍ଡ଼ଖଣ୍ଡିଏ ପାଇବା ଆଶାରେ ଠକ ଲାଲ୍ ମାନଙ୍କ ଶିକାର ହେଉଛନ୍ତି । ତେବେ ସେମାନେ କାହାକୁ କିଛି କହିନପାରି ଚୁପ୍ ରହିଥାନ୍ତି ।

ଏହା ବ୍ୟତୀତ ଗରିବ ଶ୍ରମିକ ମାନଙ୍କ ପାଇଁ କୌଣସି ବୀମା ଯୋଜନା କିମ୍ବା ଋଣର ସୁବିଧା ଯୋଗାଇ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ବିଶେଷ ଖବର Tagged With: ବିଶେଷ ଖବର, ସରକାର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ