ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) ଅଫିସରମାନେ ବୁକ୍ ସର୍କୁଲାର ମାନୁ ନଥିବା ତଥା ବିଧାୟକ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁନଥିବାରୁ ମଙ୍ଗଳବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।
ଏହି ଘଟଣା ଉପରେ ବିଧାନସଭାର ସାଚାର କମିଟି ଅନୁଧ୍ୟାନ କରିବ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।
ବୁକ୍ ସର୍କୁଲାର ପ୍ରତି ସେଭେନ୍କୁ ଅଫିରମାନେ ମାନୁ ନାହାନ୍ତି ଓ ଜିଲ୍ଲାସ୍ତରରେ ବିଧାୟକ ମାନଙ୍କୁ ଅଫିସରମାନେ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଅପମାନିତ କରାଯାଉଛି ବୋଲି ଶୂନ୍ୟ କାଳରେ ବିଧାୟକ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇଥିଲେ ।
ଅଫିସରମାନେ ସବୁବେଳେ ଏପରି ମନମୁଖୀ କାମ କରୁଛନ୍ତି । ଜିଲ୍ଲାସ୍ତରରେ ଯେକୌଣସି ବୈଠକ ହେଲେ ବିଧାୟକଙ୍କୁ ଡ଼କାଯାଉ ନାହିଁ । ବିଧାୟକଙ୍କ ପାଇଁ ଏହା ସ୍ୱାଭିମାନର ପ୍ରଶ୍ନ ହୋଇଛି, ସେ କହିଥିଲେ ।
ଯେଉଁ ଅଫିସରମାନେ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକମାନେ ବାଚସ୍ପତିଙ୍କୁ କହିଥିଲେ ।
ଓଡ଼ିଶା ଡ଼ଟ୍ କମ୍