• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଧାୟକ

ବିଧାୟକଙ୍କ ସମ୍ମାନ ପ୍ରସଙ୍ଗ ନେଇ ବିଧାନସଭାରେ ଉଦ୍ଦବେଗ

April 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) ଅଫିସରମାନେ ବୁକ୍ ସର୍କୁଲାର ମାନୁ ନଥିବା ତଥା ବିଧାୟକ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁନଥିବାରୁ ମଙ୍ଗଳବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ଏହି ଘଟଣା ଉପରେ ବିଧାନସଭାର ସାଚାର କମିଟି ଅନୁଧ୍ୟାନ କରିବ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।

ବୁକ୍ ସର୍କୁଲାର ପ୍ରତି ସେଭେନ୍କୁ ଅଫିରମାନେ ମାନୁ ନାହାନ୍ତି ଓ ଜିଲ୍ଲାସ୍ତରରେ ବିଧାୟକ ମାନଙ୍କୁ ଅଫିସରମାନେ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଅପମାନିତ କରାଯାଉଛି ବୋଲି ଶୂନ୍ୟ କାଳରେ ବିଧାୟକ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇଥିଲେ ।

ଅଫିସରମାନେ ସବୁବେଳେ ଏପରି ମନମୁଖୀ କାମ କରୁଛନ୍ତି । ଜିଲ୍ଲାସ୍ତରରେ ଯେକୌଣସି ବୈଠକ ହେଲେ ବିଧାୟକଙ୍କୁ ଡ଼କାଯାଉ ନାହିଁ । ବିଧାୟକଙ୍କ ପାଇଁ ଏହା ସ୍ୱାଭିମାନର ପ୍ରଶ୍ନ ହୋଇଛି, ସେ କହିଥିଲେ ।

ଯେଉଁ ଅଫିସରମାନେ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକମାନେ ବାଚସ୍ପତିଙ୍କୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅଫିସର, ବିଧାୟକ

ବିଧାୟକ ଅପହରଣ: ସମୟସୀମା ଦେଲେ ମାଓବାଦୀ

April 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ଗୁରୁବାର ୫ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ମାଓବାଦୀମାନେ ମଙ୍ଗଳବାରଦିନ ଧାର୍ଯ୍ୟ କରିଛନ୍ତି ।

“ମାଓବାଦୀ ନେତା ଚନ୍ଦ୍ରମୌଲି’ ନିଜକୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେସାଲ ଜୋନାଲ କମିଟି ସଂପାଦକ ପରିଚୟ ଦେଇ ଗଣମାଧ୍ୟମକୁ ପଠାଇଥିବା ଅଡ଼ିଓ ଟେପ୍ ରେ ଏହା କୁହାଯାଇଛି ।

କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମିଥ୍ୟା ମାମଲାରେ ଚାଷୀମୂଲିଆ ଆଦିବାସୀ ସଂଘ ନେତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରି ସେମାନଙ୍କୁ ଛାଡ଼ି ଦେବାକୁ ସରକାରଙ୍କୁ କହିଛନ୍ତି ।

ଆଲୋଚନା ପାଇଁ ମଧ୍ୟସ୍ଥି ଦେବାକୁ ମନା କରିବା ସହ ୫ ତାରିଖକୁ ସମୟସୀମା ଦିଆଯାଇଛି ବୋଲି ସଂପୃକ୍ତ ମାଓ ନେତା କହିଛନ୍ତି

ଚାଷୀମୂଲିଆ ଆଦିବାସୀ ସଂଘ କୋରାପୁଟ ଏବଂ ମାଲକାନଗିରି ସମେତ କ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ପାଇଁ କାମ କରୁଛି । ତେବେ ଉକ୍ତ ସଂଗଠନକୁ ମାଓବାଦୀଙ୍କ ସମର୍ଥନ ଥିବା ପୋଲିସ କହୁଛି ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାର ଏକ ସ୍ଥାନରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିଧାୟକ, ମାଓବାଦୀ, ସିପିଆଇ ମାଓବାଦୀ

ବିଧାୟକଙ୍କ ମୁକ୍ତି:ଆଲୋଚନା ପାଇଁ ଚାଷିମୂଲିଆ ସଂଘକୁ ଆହ୍ୱାନ

March 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୦(ଓଡ଼ିଶା ଡ଼ଟ୍ କମ୍) ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ଚାଷୀମୂଲିଆ ଆଦିବାସୀ ସଂଘକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି ।

ହିକକାଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ମଧ୍ୟରେ ଚାଷିମୂଲିଆ ସଂଘର କେତେକ ଦାବି ଥିବାରୁ ସେମାନଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ସେ ବିଧାନସଭାରେ କହିଛନ୍ତି ।

ଆଲୋଚନା ପାଇଁ ସଂଘ ପକ୍ଷରୁ ପ୍ରତିନିଧି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଅପହୃତ ବିଦେଶୀ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ଉପସ୍ଥାପନ କରାଯାଇଥିବା ଅତିରିକ୍ତ ଦାବି ସଂପର୍କରେ ଅନୁଧ୍ୟାନ ଚାଲିଛି ଏବଂ ଆଉ କିଛି ସମୟ ଲାଗିପାରେ ବୋଲି ସେ କହିଛନ୍ତି ।

ତେବେ ବିଧାୟକ ଏବଂ ପର୍ଯ୍ୟଟକଙ୍କୁ ଅକ୍ଷତ ଅବସ୍ଥାରେ ଶୀଘ୍ର ଛାଡ଼ି ଦେବାକୁ ମୁଖ୍ୟମନ୍ତ୍ରୀ ପୁଣି ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିଧାୟକ, ମୁଖ୍ୟମନ୍ତ୍ରୀ

ମାଓବାଦୀଙ୍କ ଦାବି ସଂପର୍କରେ ତର୍ଜମା ଚାଲିଛି: ନବୀନ

March 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀମାନେ କରିଥିବା ଦାବି ସଂପର୍କରେ ସରକାର ତର୍ଜମା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ କହିଛନ୍ତି ।

ମାଓବାଦୀମାନେ ଦେଇଥିବା ସାତ ଦଫା ଦାବି ସମ୍ବଳିତ ପତ୍ର ଏବଂ ବିଧାୟକଙ୍କ ପତ୍ର ସରକାରଙ୍କ ହସ୍ତଗତ ହୋଇଛି । ବିଧାୟକ ହିକକାଙ୍କ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ସେ କହିଛନ୍ତି ।

ସରକାରଙ୍କ ସହ ଆଲୋଚନା ପାଇଁ ମାଓବାଦୀମାନେ କୌଣସି ମଧ୍ୟସ୍ଥି ଦେବାକୁ ମନା କରିେଇଥିବା ବେଳେ ଦାବି ପୂରଣ ନେଇ ଗଣମାଧ୍ୟମ ଜରିଆରେ ଜଣାଇବାକୁ କହିଛନ୍ତି, ସେ କହିଛନ୍ତି ।

କୁମ୍ବିଂ ଅପରେଶନ ବନ୍ଦ କରିବା, ମାଲକାନଗିରି ଜିଲ୍ଲାପାଳ ମୁକ୍ତି ସମୟରେ ହୋଇଥିବା ଚୁକ୍ତି ପାଳନ କରିବା, ବିଧାୟକଙ୍କ ମୁକ୍ତି ପାଇଁ ହେଉଥିବା ର୍ୟାଲି ଓ ଶୋଭାଯାତ୍ରା ବନ୍ଦ କରିବା, କୋରାପୁଟ ଏବଂ ମାଲକାନଗିରି ଜେଲରେ ଥିବା ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି, ସେ କହିଛନ୍ତି ।

ହିକକା ଜଣେ ଆଦିବାସୀ ନେତା ଭାବରେ ଗରିବ ଆଦିବାସୀଙ୍କ ପାଇଁ କାମ କରୁଥିବା ଦର୍ଶାଇ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ନିବେନଦ କରିଛନ୍ତି ।

ଅପହୃତ ଅନ୍ୟ ଜଣେ ଇଟାଲୀୟ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ନେଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି ।

ବିଧାୟକଙ୍କ ଅପହରଣ ସଂପର୍କରେ ସିପିଆଇ ମାଓବାଦୀ ସଂଗଠନର କୋରାପୁଟ-ସିକାକୁଲମ ଡ଼ିଭିଜନ ପକ୍ଷରୁ ଗତକାଲି ଚିଠି ମାଧ୍ୟମରେ ଦାବି ଉପସ୍ଥାପନ କରାଯିବା ପରେ ଏହି ବୈଠକ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗତ ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।

ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।

ତେବେ ଅପହୃତ ଅନ୍ୟ ଜଣେ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ସରକାର ଓ ମାଓ ମଧ୍ୟସ୍ଥିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ବିଧାୟକ, ମାଓବାଦୀ

ମାଓ କ୍ୟାମ୍ପରୁ ଅପହୃତ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

March 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ଅପହରଣର ଦୁଇଦିନ ପରେ ସୋମବାର ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ପତ୍ର ଗଣମାଧ୍ୟମର ହସ୍ତଗତ ହୋଇଛି ।

ଏହି ଚିଠିରେ ବିଧାୟକ ହିକକା ମାଓବାଦୀ କ୍ୟାମ୍ପରେ ସୁରକ୍ଷିତ ଥିବା ଜଣାଇଛନ୍ତି । ପୋଲିସ ତାଙ୍କ ନିଜ ସ୍ୱାର୍ଥରେ କୁମ୍ବିଂ ବନ୍ଦ କରୁ । ପଦଯାତ୍ରା ଓ ର୍ୟାଲି ମଧ୍ୟ ବନ୍ଦ ହେଉ । ମାଓବାଦୀ ମାନଙ୍କର ଦାବି ଶୀଘ୍ର ପୂରଣ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି ।

କୋରାପୁଟ ଓ ମାଲକାନଗିରି ଜେଲ୍ ରେ ଥିବା ମାଓବାଦୀ ଓ ଚାଷୀ ମୂଲିଆ ଆଦିବାସୀ ସଂଘ ଲୋକଙ୍କୁ ଖଲାସ କରିନିର୍ଦ୍ଧିଷ୍ଟ ସ୍ଥାନରେ ସେମାନେ ଚାହୁଁଥିବା ଅନୁଯାୟୀ ଛଡ଼ା ଯାଉ । ଏହି ଦାବି ଗୁଡ଼ିକ ପୂରଣ ହେଲେ ‘ମୁଁ ସୁରକ୍ଷିତ ଅବସ୍ଥାରେ ଫେରିବି’ ବୋଲି ହିକକାଙ୍କ ପତ୍ରରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିଧାୟକ, ମାଓବାଦୀ, ମୁଖ୍ୟମନ୍ତ୍ରୀ

ବିଧାୟକଙ୍କ ମୁକ୍ତି ପାଇଁ ଚିଠି ମାଧ୍ୟମରେ ମାଓବାଦୀଙ୍କ ଦାବି

March 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ଅପହରଣର ଦୁଇଦିନ ପରେ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ସୋମବାର ଏକ ଚିଠି ଦ୍ୱାରା ସରକାରଙ୍କ ନିକଟରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି ।

ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ଜୋନାଲ କମିଟି ପକ୍ଷରୁ ଆସିଥିବା ଏହି ଚିଠିରେ ମାଓବାଦୀ ନେତା ଜଗବନ୍ଧୁ ଓ ୟାଙ୍କ ସ୍ୱାକ୍ଷର ରହିଛି ।

କୁମ୍ବିଂ ଅପରେଶନ, ଗ୍ରୀନ୍ ହଣ୍ଟ ଓ ପୋଲିସ ତଦନ୍ତ ବନ୍ଦ କରିବା, ମାଲକାନଗିରି ଜିଲ୍ଲାପାଳ ମୁକ୍ତି ସମୟରେ ହୋଇଥିବା ଚୁକ୍ତି ପାଳନ କରିବା, ଜେଲରେ ଥିବା ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବା, ବ୍ରହ୍ମପୁରରେ ଗିରଫ ହୋଇଥିବା ଚାଷିମୂଲିଆ ଆଦିବାସୀ ସଂଘ ନେତାଙ୍କୁ ତୁରନ୍ତ ଖଲାସ କରିବାକୁ ସେମାନେ ଦାବି କରିଛନ୍ତି ।

ଏହାସହ ବନ୍ଦୀ ମାନଙ୍କୁ କେବେ ମୁକ୍ତ କରାଯିବ ସରକାର ସେନେଇ ଗଣମାଧ୍ୟମକୁ ଜଣାନ୍ତୁ ଓ ପରେ ବିଧାୟକଙ୍କ ମୁକ୍ତି ନେଇ ତାରିଖ ଘୋଷଣା କରାଯିବ ବୋଲି ଏଥିରେ ର୍ଶାଯାଇଛି । ମୁକ୍ତି ପାଇଁ ପୋଲିସ ତଦନ୍ତ କରାଗଲେ ଚରମ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଗତ ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।

ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିଧାୟକ, ମାଓବାଦୀ

ବିଧାୟକଙ୍କ ଅପହରଣ ପରେ ମଧ୍ୟସ୍ଥିଙ୍କ ଆଲୋଚନା ସ୍ଥଗିତ

March 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରାଶାସକ ବିଜୁ ଜନତା ଦଳର ଜଣେ ବିଧାୟକଙ୍କ ଅପହରଣ ପରେ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ନେଇ ମଧ୍ୟସ୍ଥି ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଶନିବାର ସ୍ଥଗିତ ରହିଛି ।

ଦୀର୍ଘ ତିନିଦିନ ଧରି ଏହି ଆଲୋଚନା ଚାଲିବା ପରେ ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ମଧ୍ୟସ୍ଥି ଏବଂ ସରକାରଙ୍କ ଦ୍ୱାରାନିଯୁକ୍ତ ଅଧିକାରୀମାନେ ଆଲୋଚନା ସ୍ଥଗିତ ସଂପର୍କରେ ଘୋଷଣା କରିଥିବା ବେଳେ ଏହା ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବା କହିଛନ୍ତି ।

ପୁଣି କେବେ ଆଲୋଚନା କରାଯିବ ସେ ସଂପର୍କରେ ସେମାନେ କୌଣସି ସୂଚନା ଦେଇନାହାନ୍ତି ।

ଏଭଳି ପରିସ୍ଥିତି ପାଇଁ ଉଭୟ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ବିଡ଼ି.ଶର୍ମା ରାଜ୍ୟ ସରକାର ଓ ମାଓବାଦୀଙ୍କୁ ଦାୟୀ କରିଛନ୍ତି ।

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ଅପହରଣ ପରେ ସିପିଆଇ ମାଓବାଦୀ ରାଜ୍ୟ କମିଟି ଅସ୍ତ୍ର ବିରତି ଘୋଷଣା କରିଥିବା ବେଳେ ମାଓବାଦୀମାନେ କୌଣସି ହିଂସାକାଣ୍ଡ ନଘଟାଇବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା, ମଧ୍ୟସ୍ଥି ଦ୍ୱୟ ଗଣମାଧ୍ୟମକୁ କହିଛନ୍ତି ।

“କିନ୍ତୁ ଭୁବନେଶ୍ୱରରେ ଆମେ ଆଲୋଚନା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଶାନ୍ତିଭଙ୍ଗ ଭଳି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି । ଏହା ଶାନ୍ତିପୂର୍ଣ୍ଣ ଆଲୋଚନା ପ୍ରତି ଅପମାନ ବୋଲି ଆମେ ଅନୁଭବ କଲୁ । ତେଣୁ ଆମେ ଆଲୋଚନା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଲୁ” ସେମାନେ କହିଛନ୍ତି ।

ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ମଧ୍ୟସ୍ଥିଙ୍କ ଅନୁରୋଧ ପରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ ମଧ୍ୟସ୍ଥତା କରୁଥିବା ଗୃହ ସଚିବ ଉପେନ୍ଦ୍ରନାଥ ବେହେରା କହିଛନ୍ତି ।

ଗତ ଦଶଦିନ ଧରି ମାଓବାଦୀଙ୍କ ଦ୍ୱାରାଅପହୃତ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାର ଓ ମଧ୍ୟସ୍ଥିଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ମାଓବାଦୀମାନେ ବିଜେଡ଼ି ବିଧାୟକ ୩୭ ବର୍ଷ ବୟସ୍କ ଝିନ୍ନହିକକାଙ୍କୁ ଶନିବାର ଭୋର ସମୟରେ ଅପହରଣ କରିନେଇଥିଲେ ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ଉଭୟଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ସେହିପରି ଏହି ଆଲୋଚନା ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଗତ ଗୁରୁବାର ଜଣେ ପୋଲିସ ଏସ୍ଆଇଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବିଧାୟକ, ମାଓବାଦୀ

ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀଙ୍କ ଅପହରଣ

March 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୨୪(ଓଡ଼ିଶା ଡ଼ଟ୍ କମ୍) ଅଶସସ୍ତ୍ର ମାଓବାଦୀମାନେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ଅପହରଣ କରିଦେଇଥିବା ପୋଲିସ ଶନିବାର କହିଛି ।

୩୭ ବର୍ଷ ବୟସ୍କ ହିକକା ଶୁକ୍ରବାର ରାତି ୧ଟାରେ ସେମିଳିଗୁଡ଼ାରୁ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଫେରୁଥିବା ବେଳେ ଲକ୍ଷ୍ମୀପୁର- କୋରାପୁଟ ରାସ୍ତାର ତୟାପୁଟ ଠାରେ ଶତାଧିକ ମାଓବାଦୀ ତାଙ୍କୁ ଅଟକାଇଥିଲେ ।

ସେମାନେ ସୁରକ୍ଷା କର୍ମୀ ଏବଂ ଡ଼୍ରାଇଭରଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରିନେଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଓବାଦୀମାନେ ସେଠାରେ ପୋଷ୍ଟର ଛାଡ଼ି ଯାଇଛନ୍ତି ।

୧୩ ଦଫା ଦାବି ପୂରଣ ହେଲେ ବିଧାୟକଙ୍କୁ ଛାଡ଼ିିଆଯିବ ବୋଲି ସେଥିରେ ଉଲ୍ଲେଖ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ବିଜେଡ଼ି, ବିଧାୟକ, ମାଓବାଦୀ

ପୋଲିସ ଉପରେ ଆକ୍ରମଣ ନେଇ ବିଧାୟକଙ୍କ ନାଁରେ ମାମଲା

February 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲା ନିହଲପ୍ରସା ଗ୍ରାମରେ ସାନି ମତାନ ସମୟରେ ହୋଇଥିବା ଗଣ୍ଡଗୋଳ ପରେ ପୋଲିସ ଗାଡ଼ି ଉପରେ ଆକ୍ରମଣ ଘଟଣାରେ ପୋଲିସ ସ୍ଥାନୀୟ ଏନ୍ସିପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଗତ ସୋମବାର ଉକ୍ତ ଗ୍ରାମରେ ସାନି ନିର୍ବାଚନ ଚାଲିଥିବା ବେଳେ ବିଧାୟକ ନବୀନ ନନ୍ଦ, ତାଙ୍କ ପୁଅ ଏବଂ କେତେକ ସମର୍ଥକ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ।

ପରେ ସ୍ଥାନୀୟ ପିଙ୍ଗୁଆ ଛକ ଠାରେ ବିଧାୟକଙ୍କ ସମର୍ଥକମାନେ ସର ଏସ୍ଡ଼ିପିଓଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପିଙ୍ଗିବାରୁ ସେଥିରେ ନିଅାଁ ଲାଗିଯାଇଥିଲା ଏବଂ ଦୁଇ ଜଣ କନେଷ୍ଟବଲ ଆହତ ହୋଇଥିଲେ ।

ଏହି ଘଟଣାକୁ ନେଇ ବିଧାୟକଙ୍କ ନାଁରେ ପୋଲିସ ପକ୍ଷରୁ ଗୋଟିଏ ଏବଂ ବିରୋଧୀ ବିଜେଡ଼ି ଜିଲ୍ଲାପରିଷ ପ୍ରାର୍ଥୀଙ୍କ ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇଛି ।

ଇଣ୍ଡିଆନ୍ ଏକ୍ସପ୍ଲୋସିଭ ଆକ୍ଟରେ ବିଧାୟକ ଏବଂ ଅନ୍ୟ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପୋଲିସ, ବିଧାୟକ

ବିଧାୟକଙ୍କ ହତ୍ୟାକାରୀଙ୍କ ନାଁରେ ଗିରଫ ପରୱାନା

January 12, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଉମରକୋଟ୍ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାରୀଙ୍କ ନାଁରେ ଗୁରୁବାର ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

ସିପିଆଇ ମାଓବାଦୀ ସଂଗଠନର ମୈନପୁର ଡ଼ିଭିଜନର ଦୁଇ ସଦସ୍ୟ ଜନେ ସାଲେମ ଓ ସତ୍ୟମ୍ ଗାଓବଙ୍କ ନାମରେ ଏହି ପରୱାନା ଜାରି ହୋଇଛି ।

ଯେ କୌଣସି ବ୍ୟକ୍ତି ଉଭୟଙ୍କ ସଂପର୍କରେ ସୂଚନାପାଇଲେ ୦୬୭୧-୨୩୦୪୩୧୪ ଫୋନ୍ ନମ୍ବରରେ ଜଣାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।

ଗତ ସେପ୍ଟେମ୍ବର ୨୪ରେ ମାଝୀ ପଟ୍ଟା ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ବର୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଉମରକୋଟ୍, ବିଧାୟକ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ